Posted inଜାତୀୟ

ହନିଟ୍ରାପ୍‌ରେ ଫସିଥିଲେ ବାଂଲାଦେଶୀ ଏମ୍‌ପି

କୋଲକାତା,୨୫ା୫: ବାଂଲାଦେଶ ଏମ୍‌ପି ଅନଓ୍ବରୁଲ ଅଜିମ୍‌ ଅନଓ୍ବରଙ୍କୁ କୋଲକାତାରେ ହତ୍ୟା କରାଯିବା ପରେ ପ୍ରମାଣ ନଷ୍ଟ ପାଇଁ ହତ୍ୟାକାରୀ ତାଙ୍କ ମୃତଦେହରୁ ଚର୍ମ ଓ ମାଂସ ଉତ୍ତାରିବା ପରେ ହାଡ଼କୁ ଖଣ୍ଡ ଖଣ୍ଡ କରି ସହରର ବିଭିନ୍ନ ସ୍ଥାନରେ ଫିଙ୍ଗିଥିଲେ। ପଶ୍ଚିମବଙ୍ଗ ଅପରାଧ ତଦନ୍ତ ବିଭାଗ (ସିଆଇଡି) ହତ୍ୟାରେ ସମ୍ପୃକ୍ତ ଜଣେ ସନ୍ଦିଗ୍ଧଙ୍କୁ ଗିରଫ କରିବା ପରେ ଉପରୋକ୍ତ ଘଟଣା ସାମ୍‌ନାକୁ ଆସିଛି। ସନ୍ଦିଗ୍ଧ ଜିହାଦ ହାଲଦର ଜଣେ ପେସାଦାର କଂସେଇ। ତାଙ୍କ ଘର ବାଂଲାଦେଶର ଖୁଲ୍‌ନା ଜିଲାରେ ହୋଇଥିବାବେଳେ ସେ ବେଆଇନ ଭାବେ ଆସି ମୁମ୍ବାଇରେ ରହୁଥିଲେ। ଏମ୍‌ପି ଅନଓ୍ବରଙ୍କୁ ହତ୍ୟା କରିବା ପାଇଁ ତାଙ୍କ ବନ୍ଧୁ ତଥା ଆମେରିକା ନାଗରିକ ଅଖତରୁଜମାନ ୫ କୋଟି ଟଙ୍କା ଖର୍ଚ୍ଚ କରିଥିବାବେଳେ ଅଭିଯୁକ୍ତ ହାଲଦରଙ୍କୁ ଏହି କାର୍ଯ୍ୟରେ ନିୟୋଜିତ କରିଥିଲେ। ତାଙ୍କୁ ଅଖତରୁଜମାନ କୋଲକାତା ଆଣି ଏକ ହୋଟେଲରେ ରଖିଥିଲେ। ହାଲଦର ଆଉ ୪ ଜଣଙ୍କ ସହ ମିଶି ଏମ୍‌ପିଙ୍କୁ ହତ୍ୟା କରିଥିବା ସିଆଇଡି ନିକଟରେ ସ୍ବୀକାର କରିଛନ୍ତି। ଖଣ୍ଡିତ ମୃତଦେହକୁ ବ୍ୟାଗରେ ନେଇ ବିଭିନ୍ନ ସ୍ଥାନରେ ଫିଙ୍ଗିବା ପରେ ହତ୍ୟାକାରୀମାନେ ସହରର ଭିନ୍ନ ଭିନ୍ନ ସ୍ଥାନକୁ ପଳାଇଥିଲେ।
ହତ୍ୟାକାଣ୍ଡ ପୂର୍ବରୁ ବାଂଲାଦେଶୀ ଏମ୍‌ପିଙ୍କୁ ହନିଟ୍ରାପ୍‌ରେ ଫସାଯାଇଥିଲା। ମିଛ ପ୍ରେମଜାଲରେ ଫସାଇଥିବା ମହିଳା ଶିଲାନ୍ତି ରହମାନଙ୍କୁ ଢାକା ପୋଲିସ ଅଟକ ରଖିଛି। ସେ ମୁଖ୍ୟ ଅଭିଯୁକ୍ତ ଅଖତରୁଜମାନଙ୍କ ବାନ୍ଧବୀ ବୋଲି ଜଣାପଡ଼ିଛି। ହତ୍ୟାକାଣ୍ଡ ଦିନ ଅଖତରୁଜମାନ କୋଲକାତାରେ ଥିଲେ। ପରେ ସେ ମୁଖ୍ୟ ହତ୍ୟାକାରୀ ଅମନୁଲ୍ଲା ଅମନଙ୍କୁ ନେଇ ଢାକା ପଳାଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

‘IPL ଖେଳ ନାହିଁ, ନଚେତ୍‌…’ ଭାରତୀୟ ଖେଳାଳିଙ୍କୁ ମିଳିଲା ବଡ଼ ଚେତାବନୀ

ନୂଆଦିଲ୍ଲୀ, ୨୦।୮: ମାନବ ସୁତାର ଟିମ ଇଣ୍ଡିଆର ନୂଆ ଷ୍ଟାର ପାଲଟିଛନ୍ତି। ଶ୍ରୀଲଙ୍କା ବିପକ୍ଷ ପ୍ରଥମ ଟେଷ୍ଟ ମ୍ୟାଚରେ ସେ ମୋଟ ୧୦ଟି ଉଇକେଟ୍‌ ନେଇ ଐତିହାସିକ…

ଡିଭିଲିୟର୍ସଙ୍କ ବଡ଼ ବୟାନ; ସଚିନ-ବିରାଟଙ୍କୁ ନେଇ କହିଦେଲେ ଏମିତି, ସବୁଠି ଚର୍ଚ୍ଚା

ନୂଆଦିଲ୍ଲୀ,୨୦।୮: ଦକ୍ଷିଣ ଆଫ୍ରିକାର ‘ମିଷ୍ଟର ୩୬୦ ଡିଗ୍ରୀ’ ଭାବେ ପରିଚିତ ଏବି ଡିଭିଲିୟର୍ସ ଭାରତୀୟ କ୍ରିକେଟର ଦୁଇ ମହାନ ବ୍ୟାଟର ସଚିନ ତେନ୍ଦୁଲକର ଓ ବିରାଟ କୋହଲିଙ୍କୁ…

ବନ୍ୟାପାଣିରେ ଫସିଲେ ହାତୀପଲ

ପାଟଣା,୨୦ା୮(ବୀରକିଶୋର ଦାଶ): ବୈତରଣୀ ନଦୀ ପାର୍‌ ହେବା ସମୟରେ ବନ୍ୟାପାଣି ଯୋଗୁ ଫସିଛନ୍ତି ହାତୀପଲ। ପାଟଣା ରେଞ୍ଜ ତଣ୍ଡ ବିଟ୍‌ ତଣ୍ଡ ବୈତରଣୀ ନଦୀକୂଳର ଏକ ପଥର…

୨୦ ବର୍ଷ ପରେ କ୍ରିକେଟ୍‌ ଜଗତରେ ଘଟିଲା ଏମିତି: ପରାଜିତ ହେବ ପାକିସ୍ତାନ!

ହେଡିଂଲି,୨୦।୮: ଇଂଲଣ୍ଡ ଏବଂ ପାକିସ୍ତାନ ମଧ୍ୟରେ ପ୍ରଥମ ଟେଷ୍ଟ ମ୍ୟାଚ ବର୍ତ୍ତମାନ ହେଡିଂଲିରେ ଚାଲିଛି। ପ୍ରଥମ ଦିନରେ ଏମିତି ଏକ ଦୃଶ୍ୟ ଦେଖିବାକୁ ମିଳିଥିଲା, ଯାହା ଦୁଇ…

ଛାତ୍ରୀଙ୍କୁ ପକେଟ ମନି ଦେବେ ସରକାର! ମିଳିବ ୨,୦୦୦ ଟଙ୍କା, ଜାଣନ୍ତୁ କିଏ ପାଇବେ ଲାଭ

ମୁମ୍ବାଇ , ୨୦।୮: ମହାରାଷ୍ଟ୍ରରେ ଉଚ୍ଚଶିକ୍ଷା ହାସଲ କରୁଥିବା ଛାତ୍ରୀମାନଙ୍କ ପାଇଁ ସରକାର ଏକ ନୂଆ ପଦକ୍ଷେପ ଆରମ୍ଭ କରିବାକୁ ପ୍ରସ୍ତୁତ ହେଉଛନ୍ତି। ଛାତ୍ରୀମାନଙ୍କୁ ଆର୍ଥିକ ସହାୟତା…

ମଣ୍ଡପରେ ବରଙ୍କ ମୁହଁ ଦେଖି ଚମକିଗଲେ କନ୍ୟା, ଶିଶୁପାଳ ହୋଇ ଫେରିଲେ ବର

ଚଣ୍ଡିଗଡ଼,୨୦ା୮: ପଞ୍ଜାବର ଫିରୋଜପୁରରୁ ଏକ ଅଜବ ଘଟଣା ସାମ୍ନାକୁ ଆସିଛି । ବିବାହ ସମୟରେ ବରକୁ ଦେଖିବା ପରେ କନ୍ୟା ସ୍ପଷ୍ଟ ଭାବେ ବିବାହ କରିବାକୁ ମନା…

‘ତୁମ ବାପା ମଧ୍ୟ ଅଟକାଇ ପାରିବେ ନାହିଁ…’ – ମୁଖ୍ୟମନ୍ତ୍ରୀଙ୍କୁ କାହିଁକି ଖୋଲା ଚ୍ୟାଲେଞ୍ଜ କଲେ ମନ୍ତ୍ରୀଙ୍କ ଝିଅ? ଉଠିଲାଣି ଝଡ଼

ହାଇଦ୍ରାବାଦ,୨୦।୮: ତେଲଙ୍ଗାନା କଂଗ୍ରେସ ଭିତରେ ଚାଲିଥିବା ବିଦ୍ରୋହ ଏବେ ଖୋଲା ଖୋଲି ଦେଖାଯାଇଛି। ମୁଖ୍ୟମନ୍ତ୍ରୀ ରେବନ୍ତ ରେଡ୍ଡିଙ୍କ କ୍ୟାବିନେଟର ଜଣେ ବରିଷ୍ଠ ମନ୍ତ୍ରୀଙ୍କ ଝିଅ ସାର୍ବଜନୀନ ଭାବରେ…

ସରକାରୀ କର୍ମଚାରୀଙ୍କ ପାଇଁ ସୁପ୍ରିମକୋର୍ଟଙ୍କ ବଡ଼ ରାୟ, ଏଣିକି ସବୁ କର୍ମଚାରୀ ରହିବେ…

ନୂଆଦିଲ୍ଲୀ,୨୦ା୮: ସାରା ଦେଶରେ ସରକାରୀ ବିଭାଗ, ସ୍କୁଲ ଏବଂ ହସ୍ପିଟାଲର କର୍ମଚାରୀଙ୍କ ପାଇଁ ଆଶ୍ୱସ୍ତିର ଖବର ଆସିଛି। ସେମାନେ ସମସ୍ତେ ଶ୍ରମ ଆଇନର ପରିସର ମଧ୍ୟରେ ରହିବେ।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri