Posted inଖେଳ

ମ୍ୟାଚ୍‌ ଚାଲିଥିବା ବେଳେ ହେଲା ହୃଦ୍‌ଘାତ, ପୁଅଙ୍କ ସାମ୍ନାରେ ଆଖି ବୁଜିଲେ ଏହି ଖେଳାଳି

ନୂଆଦିଲ୍ଲୀ,୬।୭: କ୍ରୀଡା ଜଗତ ସହ ଜଡିତ ଏକ ଖରାପ ଖବର ସାମ୍ନାକୁ ଆସିଛି। ଖେଳ ସମୟରେ ବାଂଲାଦେଶର ଶୀର୍ଷ ଚେସ୍‌ ଗ୍ରାଣ୍ଡମାଷ୍ଟରଙ୍କ ମୃତ୍ୟୁ ଘଟିଛି। ବାଂଲାଦେଶର ଖ୍ୟାତନାମା ଚେସ ଗ୍ରାଣ୍ଡମାଷ୍ଟର ଜିଆଉର ରେହମାନ(୫୦)ଙ୍କର ଜୁଲାଇ ୫ ରେ ମୃତ୍ୟୁ ଘଟିଛି। ଜାତୀୟ ଚାମ୍ପିଅନସିପ୍‌ ମ୍ୟାଚ୍‌ ସମୟରେ ତାଙ୍କର ହୃଦ୍‌ଘାତ ହୋଇଥିଲା, ଏହାପରେ ତାଙ୍କର ମୃତ୍ୟୁ ହୋଇଛି।

ବାଂଲାଦେଶରେ ଚାଲିଥିବା ଚାମ୍ପିଅନଶିପ୍‌ର ଦ୍ୱାଦଶ ରାଉଣ୍ଡରେ ସାଥୀ ଗ୍ରାଣ୍ଡମାଷ୍ଟର ଏନାମୁଲ ହୁସେନଙ୍କ ବିପକ୍ଷରେ ଖେଳୁଥିବାବେଳେ ଜିଆଉର୍‌ ରେହମାନ ହଠାତ୍‌ ବୋର୍ଡ ଉପରେ ବେହୋସ୍‌ ହୋଇଯାଇଥିଲେ। ପରେ ତାଙ୍କୁ ଢ଼ାକା ଡାକ୍ତରଖାନାକୁ ନିଆଯାଇଥିଲା। ସେଠାରେ ତାଙ୍କୁ ମୃତ ଘୋଷଣା କରାଯାଇଥିଲା। ବାଂଲାଦେଶ ଚେସ୍‌ ଫେଡେରେଶନର ସାଧାରଣ ସମ୍ପାଦକ ଶାହାବ ଉଦ୍ଦିନ ଶାମିମ କହିଛନ୍ତି ଯେ ଡାକ୍ତରଖାନାରେ ପହଞ୍ଚିବା ପୂର୍ବରୁ ଜିଆଉର ରହମାନଙ୍କ ମୃତ୍ୟୁ ଘଟିଥିଲା।

କହିରଖୁଛୁ, ଜିଆଉର୍‌ ରେହମାନଙ୍କ ପୁଅ ମଧ୍ୟ ଏହି ଚାମ୍ପିଅନଶିପରେ ତାଙ୍କ ସହ ଖେଳୁଥିଲେ। ଜିଆଉର ବାଂଲାଦେଶର ଶୀର୍ଷ ମାନ୍ୟତା ଚେସ ଗ୍ରାଣ୍ଡମାଷ୍ଟରମାନଙ୍କ ମଧ୍ୟରୁ ଜଣେ । ସେ ଅନେକ ଥର ଜାତୀୟ ଚାମ୍ପିୟନଶିପ ଜିତିଥିଲେ। ସେ ୨୦୨୨ ମସିହାରେ ଭାରତର ୪୪ ତମ ଚେସ ଅଲିମ୍ପିଆଡ୍‌ରେ ବାଂଲାଦେଶର ପ୍ରତିନିଧିତ୍ୱ କରିଥିଲେ। ହେଲେ ରେହମାନଙ୍କ ଅକାଳ ବିୟୋଗରେ ଚେସ୍‌ କ୍ରୀଡା ଜଗତରେ ଶୋକର ଲହରୀ ଖେଳିଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ପଶ୍ଚିମବଙ୍ଗରେ ୯୨.୮ ପ୍ରତିଶତ ଭୋଟ ଗ୍ରହଣ ପଛର ଗଣିତ ବୁଝନ୍ତୁ, ୯୦.୮ ପ୍ରତିଶତ ଜନତାଙ୍କ ନାମ ହଟିବା ପରେ ବଦଳିଗଲା ସମୀକରଣ

କୋଲକାତା,୨୪।୪: ବଙ୍ଗଳା ବିଧାନସଭା ନିର୍ବାଚନର ପ୍ରଥମ ପର୍ଯ୍ୟାୟରେ ୯୨.୮୯ ପ୍ରତିଶତ ଭୋଟର ମତଦାନ ରେକର୍ଡ କରାଯାଇଥିଲା – ଯାହା 2021 ତୁଳନାରେ ୧୦.୫ ପ୍ରତିଶତ ବୃଦ୍ଧି। ଏହି…

ସ୍ବାମୀଙ୍କ ମୃତ୍ୟୁକୁ ସହି ପାରିଲେନି, ହସ୍ପିଟାଲ ୱାର୍ଡ ଛାତରୁ ଡେଇଁ ପଡିଲେ ସ୍ତ୍ରୀ

ବଲାଙ୍ଗୀର ,୨୪।୪ (ସୁନିଲ କୁମାର ମହାନ୍ତି) ବଲାଙ୍ଗୀର ଭୀମଭୋଇ ମେଡିକାଲ କଲେଜ ଓ ହସ୍ପିଟାଲରେ ଏକ ଅଘଟଣ ଘଟଣା ଘଟିଯାଇଛି। ହସ୍ପିଟାଲ ୱାର୍ଡ ଛାତରୁ ଡେଇଁ ଜଣେ…

ସଚିନ ତେନ୍ଦୁଲକରଙ୍କ ସେହି ୭ ରେକର୍ଡ, ଯାହା ଆଜି ପର୍ଯ୍ୟନ୍ତ କେହି ଭାଙ୍ଗିପାରିନାହାନ୍ତି

ନୂଆଦିଲ୍ଲୀ,୨୪।୪: ଯେତେବେଳେ ବି କ୍ରିକେଟ କଥା ଆସେ, ସଚିନ ତେନ୍ଦୁଲକରଙ୍କ ନାମ ସର୍ବାଗ୍ରେ ଆସେ। ସଚିନଙ୍କୁ କ୍ରିକେଟର ଭଗବାନ ଆଖ୍ୟା ଦିଆଯାଇଛି। ସାରା ବିଶ୍ୱରୁ ଅନେକ କିମ୍ବଦନ୍ତୀ…

ବାଇକ୍‌ଚାଳକଙ୍କୁ ଧକ୍କା ଦେଇ ଫେରାର ହୋଇଯାଇଥିଲେ ହାଇଓ୍ବା ଚାଳକ, ପରେ ସାଧାରଣ ଦର୍ଶକ ଭାବେ ଆସି…

ବାରଙ୍ଗ,୨୪ା୪(ଲିଙ୍ଗରାଜ ରାଉତ): କଟକ ଜିଲା ଗୋଡ଼ିସାହି ଫାଣ୍ଡି ଅନ୍ତର୍ଗତ ରତାଗଡ଼ ରେଳ ପୋଲ ନିକଟରେ ବେଆଇନ ମୋରମ ବୋଝେଇ ହାଇଓ୍ବା ଧକ୍କାରେ ଜଣେ ବାଇକ୍‌ଚାଳକଙ୍କ ଜୀବନ ଯାଇଛି। …

ଦମ୍‌ ଦମ୍‌ରେ ଗର୍ଜିଲେ ପ୍ରଧାନମନ୍ତ୍ରୀ ମୋଦି, ‘ଟିଏମସିର ଦୀପ ଲିଭିବା ପୂର୍ବରୁ ଜୋରରେ ଜଳୁଛି’

କୋଲକାତା,୨୪।୪: ପଶ୍ଚିମବଙ୍ଗରେ ମୋଦିଙ୍କ ପ୍ରଚାର ଜାରି ରହିଛି । ଏହାରି ଭିତରେ ସେ ଆଜି ଏପରି ମନ୍ତବ୍ୟ ଦେଇଛନ୍ତି ଯାହାକି ଭାଇରାଲ ହେବାରେ ଲାଗିଛି । ଟିଏମସିର…

ଅରେଞ୍ଜ କ୍ୟାପର ହକଦାର ହେବେ ବିରାଟ, ଜାଣନ୍ତୁ କେମିତି

ନୂଆଦିଲ୍ଲୀ,୨୪।୪: ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ଏବଂ ଗୁଜରାଟ ଟାଇଟାନ୍ସ ମଧ୍ୟରେ ଶୁକ୍ରବାର IPL 2026 ର ୩୪ତମ ମ୍ୟାଚ ଖେଳାଯିବ। ଏହି ମ୍ୟାଚ RCB ର ହୋମ…

ଡୋପ୍‌ ଟେଷ୍ଟରେ ପଜିଟିଭ ଚିହ୍ନଟ ପରେ ଉତ୍ତର ରଖିଲେ ନଓ୍ବାଜ, କହିଲେ…

ଲାହୋର,୨୪।୪: ଭାରତ ଏବଂ ଶ୍ରୀଲଙ୍କାରେ ଆୟୋଜିତ ଟି୨୦ ବିଶ୍ୱକପ୍‌ ବେଳେ ଡୋପ୍‌ ଟେଷ୍ଟରେ ପଜିଟିଭ ଚିହ୍ନଟ ହେବା ପରେ ପାକିସ୍ତାନର ଅଭିଜ୍ଞ ଅଲରାଉଣ୍ଡର ମହମ୍ମଦ ନଓ୍ବାଜ ଆଇସିସି…

ସୁପ୍ରିମକୋର୍ଟ ବିଚାରପତି କହିଲେ ମୁଁ ଖୁସି, କାରଣ ଏତେ ସଂଖ୍ୟକ…

ନୂଆଦିଲ୍ଲୀ,୨୪ା୪: ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନର ପ୍ରଥମ ପର୍ଯ୍ୟାୟରେ ବମ୍ପର ମତଦାନକୁ ନେଇ ମୁଖ୍ୟ ବିଚାରପତି ସୂର୍ଯ୍ୟକାନ୍ତ ତାଙ୍କର ଖୁସି ପ୍ରକାଶ କରିଛନ୍ତି। ମୁଖ୍ୟ ବିଚାରପତି ସୂର୍ଯ୍ୟକାନ୍ତ କହିଛନ୍ତି,…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri