ନୂଆ ରୂପରେ ବନ୍ଦେ ଭାରତ ଏକ୍ସପ୍ରେସ

ଭୁବନେଶ୍ୱର,୨୧।୮(ଅଭିଜିତ ଦାସ):ନୂଆ ରୂପରେ ଗଡ଼ିବ ବନ୍ଦେ ଭାରତ ଏକ୍ସପ୍ରେସ୍‌। ଏଥିରେ ରଙ୍ଗ ସହ ୨୫ ପ୍ରକାର ପରିବର୍ତ୍ତନ କରାଯାଇ ଶନିବାର ଟ୍ରାଏଲ ଟ୍ରାକ୍‌ରେ ପରୀକ୍ଷଣ କରାଯାଇଛି। ଚେନ୍ନାଇସ୍ଥିତ ଇଣ୍ଟିଗ୍ରାଲ କୋଚ୍‌ ଫ୍ୟାକ୍ଟ୍ରି(ଆଇସିଏଫ୍‌)ରୁ ଏକ ନାରଙ୍ଗୀ ଓ ଧଳା ରଙ୍ଗର ବନ୍ଦେ ଭାରତ ଏକ୍ସପ୍ରସ୍‌ର ସଫଳ ପରୀକ୍ଷଣ ହୋଇଛି। ଆଗାମୀ ଦିନରେ ନୂଆ ରଙ୍ଗର ବନ୍ଦେ ଭାରତ ଏକ୍ସପ୍ରେସ ଚାଲିବ ବୋଲି ରବିବାର ଭାରତୀୟ ରେଳ ମନ୍ତ୍ରଣାଳୟ ପକ୍ଷରୁ ଟୁଇଟ୍‌ କରି ସୂଚନା ଦିଆଯାଇଛି।
ଅତ୍ୟାଧୁନିକ ସେବା ଯୋଗାଇ ଦେବା ପାଇଁ ୨୦୧୯ରେ ପ୍ରଥମ ବନ୍ଦେ ଭାରତ ଏକ୍ସପ୍ରେସ୍‌ ଟ୍ରେନ୍‌ ଚଳାଚଳ କରିଥିଲା। ରେଳ ଯାତ୍ରୀଙ୍କ ଚାହିଦା ଅନୁଯାୟୀ, ବର୍ତ୍ତମାନ ଦେଶର ୨୫ଟି ରୁଟ୍‌ରେ ୫୦ଟି ବନ୍ଦେ ଭାରତ ଏକ୍ସପ୍ରେସ୍‌ ଟ୍ରେନ୍‌ ଚାଲୁଛି। ତେବେ ପୂର୍ବରୁ ବିଭିନ୍ନ ରୁଟ୍‌ରେ ଚଳାଚଳ କରୁଥିବା ବନ୍ଦେ ଭାରତ ଏକ୍ସପ୍ରେସ୍‌ର ରଙ୍ଗ ଧଳା ହୋଇଥିବାବେଳେ କିଛି ଅଂଶ ନୀଳ ରହିଥିଲା। ତେବେ ବର୍ତ୍ତମାନ ଏଥିରେ ପରିବର୍ତ୍ତନ କରାଯାଇଛି। ଟ୍ରେନ୍‌ର ବାହାର ପାର୍ଶ୍ୱ ନାରଙ୍ଗୀ ଓ ଧଳା ରଙ୍ଗ ହୋଇଥିବାବେଳେ ଟ୍ରେନ୍‌ ଭିତର ଧଳା ଓ ସିଟ୍‌ଗୁଡିକ ନୀଳ ରଙ୍ଗ କରାଯାଇଛି। ଏଥିସହ ଏଥିରେ ୨୫ ପ୍ରକାରର ପରିବର୍ତ୍ତନ ଅଣାଯାଇଛି। ୮ଟି କୋଚ୍‌ ବିଶିଷ୍ଟ ଏସି ଚେୟାର କାର୍‌ ଥିବା ଏହି ଟ୍ରେନ୍‌ର ଭିତର ପାର୍ଶ୍ୱରେ ଭିତ୍ତିଭୂମିରେ କେତେକ ପରିବର୍ତ୍ତନ କରାଯାଇଛି। ଅତ୍ୟାଧୁନିକ ଫାୟାର ସେଫ୍ଟି ବ୍ୟବସ୍ଥା, ସିଟ୍‌ଗୁଡିକର ଓସାର ବୃଦ୍ଧି ସହ ଆରାମଦାୟକ କରାଯାଇଛି। ସେହିପରି ଦିବ୍ୟାଙ୍ଗ ଯାତ୍ରୀଙ୍କ ଲାଗି ସ୍ବତନ୍ତ୍ର ବ୍ୟବସ୍ଥା ହୋଇଥିବାବେଳେ ପ୍ରତ୍ୟେକ ସିଟ୍‌ ତଳେ ଚାର୍ଜିଂ ପଏଣ୍ଟ, ଇ-ଶୌଚାଳୟରେ ଅତ୍ୟାଧୁନିକ ବ୍ୟବସ୍ଥା, ଜଳବାୟୁ ଓ ସ୍ବାସ୍ଥ୍ୟକୁ ଖାପଖୁଆଇବା ଭଳି ଶୀତତାପ ନିୟନ୍ତ୍ରଣ, ୱାଇ-ଫାଇ, କୋଚ୍‌ ଭିତରେ ମାଗାଜିନ କର୍ଣ୍ଣର ଭଳି ବିଭିନ୍ନ ସୁବିଧା କରାଯାଇଛି।
ସପ୍ତାହରେ ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ଚେନ୍ନାଇର ଇଣ୍ଟିଗ୍ରାଲ କୋଚ୍‌ ଫ୍ୟାକ୍ଟ୍ରି(ଆଇସିଏଫ୍‌)ରେ ବନ୍ଦେ ଭାରତର ମରାମତି କାର୍ଯ୍ୟର ତଦାରଖ କରିଥିଲେ। ଏହି ସମୟରେ ସେ କହିଥିଲେ ଯାତ୍ରୀଙ୍କ ଚାହିଦାକୁ ଦୃଷ୍ଟିରେ ରଖି ୮ଟି କୋଚ୍‌ ବିଶିଷ୍ଟ ନୂଆ ଥିମ୍‌ର ବନ୍ଦେ ଭାରତ ଏକ୍ସପ୍ରେସ୍‌ର ନିର୍ମାଣ କାର୍ଯ୍ୟ ଚାଲିଛି। ଭାରତୀୟ ରେଳ ନେଟୱର୍କରେ ବନ୍ଦେ ଭାରତ ଏକ୍ସପ୍ରେସ ଏକ ନୂଆ ଅଧ୍ୟାୟ ସୃଷ୍ଟି କରିଛି। ସେହିପରି ବନ୍ଦେ ଭାରତ ଏକ୍ସପ୍ରେସ୍‌ର ଯାତ୍ରୀଙ୍କ ଲାଗି ସ୍ଲିପର କୋଚ୍‌ର ନିର୍ମାଣ କାର୍ଯ୍ୟ ଚାଲିଛି। ଏନେଇ ରୁଷିଆର ଟିଏମ୍‌ଏଚ୍‌ ଓ ଭାରତରେ ଆର୍‌ଏନ୍‌ଭିଏଲ୍‌ କମ୍ପାନୀ ମଧ୍ୟରେ ଚୁକ୍ତିନାମା କରାଯାଇଛି। ଆସନ୍ତାବର୍ଷ ମାର୍ଚ୍ଚ ସୁଦ୍ଧା ୧୨୦ଟି ସ୍ଲିପର ବିଶିଷ୍ଟ ବନ୍ଦେ ଭାରତ ଏକ୍ସପ୍ରସ୍‌ ଚଳାଚଳ କରିବ। ସେହିପରି ଆଇସିଏପ୍‌ର ମହାପ୍ରବନ୍ଧକ ବି.ଜି. ମାଲ୍ୟା କହିଛନ୍ତି, ଜାତୀୟ ପତାକାର ନାରଙ୍ଗୀ ରଙ୍ଗରେ ବନ୍ଦେ ଭାରତ ଏକ୍ସପ୍ରେସ୍‌ର ନୂଆ ଲୁକ୍‌ ଦିଆଯାଇଛି। ଖୁବ୍‌ଶୀଘ୍ର ଟ୍ରାକ୍‌ରେ ଚଳାଚଳ କରିବ ବୋଲି ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?