Advertisement
Posted inଜାତୀୟ

ଦିଲ୍ଲୀରେ ବିଏସ-୩ ପେଟ୍ରୋଲ, ବିଏସ-୪ ଡିଜେଲ ଗାଡି ଉପରୁ ଉଠିଲା ପ୍ରତିବନ୍ଧକ

ନୂଆଦିଲ୍ଲୀ,୧୪ ।୧୧: ରାଜଧାନୀ ଦିଲ୍ଲୀରେ ବିଏସ୍‌-୩ ପେଟ୍ରୋଲ ଓ ବିଏସ-୪ ଡିଜେଲ ଗାଡି ଉପରେ ଲାଗିଥିବା ପ୍ରତିବନ୍ଧକ ହଟାଇ ଦିଆଯାଇଛି । ଏହାଦ୍ୱାରା ରାଜଧାନୀରେ ପଞ୍ଜିକୃତ ପ୍ରାୟ ୫ ଲକ୍ଷ ଗାଡି ମାଲିକଙ୍କୁ ଆଶ୍ୱସ୍ତି ମିଳିଛି । ବାୟୁ ପ୍ରଦୂଷଣ ସ୍ତର ଅତି ଗମ୍ଭିର ହେବାରୁ କେନ୍ଦ୍ରୀୟ ବାୟୁ ଗୁଣବତ୍ତା ଅୟୋଗ(ସିଏକ୍ୟୁଏମ)ର ନିର୍ଦ୍ଦେଶ ଅନୁସାରେ ଏସବୁ ଗାଡ଼ି ଉପରେ ପ୍ରତିବନ୍ଧକ ଲଗାଯାଇଥିଲା ।
ଦିଲ୍ଲୀ ସରକାରଙ୍କ ଜଣେ ଅଧିକାରୀଙ୍କ ସୂଚନା ଅନୁଯାୟୀ, ସୋମବାରଠାରୁ ବିଏସ-୩ ପେଟ୍ରୋଲ ଓ ବିଏସ-୪ ଡିଜେଲ ଗାଡ଼ି ଚାଲିପାରିବ । ତେବେ ପ୍ରତିବନ୍ଧକ ଲଗାଯିବା ପରଠାରୁ ଲଗାତାର ଭାବେ ଟ୍ୟାକ୍ସି ୟୁନିୟନ ପକ୍ଷରୁ ଏହି ପ୍ରତିବନ୍ଧକକୁ ହଟାଇବାକୁ ସରକାରଙ୍କ ନିକଟରେ ଦାବି ହୋଇ ଆସୁଥିଲା । ସୂଚନାଯୋଗ୍ୟ, ଦିଲ୍ଲୀରେ ୫ ଲକ୍ଷରୁ ଅଧିକ ବିଏସ-୩ ପେଟ୍ରୋଲ ଓ ବିଏସ-୪ ଡିଜେଲ ଗାଡି ପଞ୍ଜିକୃତ ହୋଇଛି ।


Enter your email to get our daily news in your inbox.

All Right Reserved By Dharitri.Com

ଲଞ୍ଚ ହେଲା ପିଏମ୍‌ଙ୍କ ବାୟୋପିକ୍‌ର ପୋଷ୍ଟର: ଲେଖାଅଛି ‘ପୁଣିଥରେ ମୋଦି ଏବେ କେହି ଅଟକାଇ ପାରିବେ ନାହିଁ’

ମୁମ୍ବାଇ,୨୦।୫: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ବାୟୋପିକ୍‌ର ପୋଷ୍ଟର ସୋମବାର ଲଞ୍ଚ କରାଯାଇଛି। କେନ୍ଦ୍ରମନ୍ତ୍ରୀ ନିତିନ ଗଡକରୀ ଓ ଅଭିନେତା ବିବେକ ଓବରଏ ମହାରାଷ୍ଟ୍ରର ନାଗପୁରରେ ଏହି...

ପଞ୍ଜାବୀ ସିଙ୍ଗର ହତ୍ୟା ଘଟଣାକୁ ନେଇ ଆସୁଛି ନୂଆ ତଥ୍ୟ, ପ୍ରଥମେ ଗ୍ୟାଙ୍କଷ୍ଟର ଶାହାରୁଖଙ୍କୁ ଦିଆଯାଇଥିଲା ସୁପାରି

ନୂଆଦିଲ୍ଲୀ,୩୦ ।୫: ପଞ୍ଜାବୀ ସିଙ୍ଗର ସିଦ୍ଧୁ ମୁସେୱାଲାଙ୍କ ହତ୍ୟା ଘଟଣାକୁ ନେଇ ନୂଆ ତଥ୍ୟ ସାମ୍ନାକୁ ଆସିଛି । ଦିଲ୍ଲୀ ପୋଲିସ କିଛିଦିନ ତଳେ ୨...

ଆଜି ଆସିପାରେ ‘ହିଜାବ’ ରାୟ

ନୂଆଦିଲ୍ଲୀ,୧୩।୧୦: ବହୁପ୍ରତୀକ୍ଷିତ କର୍ନାଟକ ହିଜାବ ବିବାଦ ମାମଲାରେ ସୁପ୍ରିମକୋର୍ଟର ଦୁଇଜଣିଆ ଖଣ୍ଡପୀଠ ଗୁରୁବାର ରାୟ ଶୁଣାଇପାରନ୍ତି ବୋଲି ଜଣାପଡ଼ିଛି। ଶିକ୍ଷାନୁଷ୍ଠାନରେ ମୁସଲମାନ ଛାତ୍ରୀଙ୍କ ହିଜାବପିନ୍ଧା ଉପରେ...

ଜିନ୍‌ପିଙ୍ଗ୍‌ଙ୍କ ସାମୁଦ୍ରିକ ଅଭିସନ୍ଧି

ନୂଆଦିଲ୍ଲୀ,୧୯ା୮:ଆଫ୍ରିକୀୟ ରାଷ୍ଟ୍ର ଜିବୁଟିରେ ଚାଇନାର ନୌସେନା ଘାଟି ସମ୍ପୂର୍ଣ୍ଣ ଭାବେ କାର୍ଯ୍ୟକ୍ଷମ ହୋଇଛି। ଭାରତ ମହାସାଗରରେ ଡ୍ରାଗନ୍‌ ନିଜ ଯୁଦ୍ଧବିମାନଗୁଡ଼ିକୁ ମୁତୟନ କରିଥିବା ଉପଗ୍ରହ ଚିତ୍ରରୁ...

କରୋନା ଭାଇରସ୍‌: ସରକାର ଜାରି କଲେ ୩୧ ଲ୍ୟାବ୍‌ ତାଲିକା

ନୂଆଦିଲ୍ଲୀ,୬।୩: ସାରା ବିଶ୍ୱରେ ଏବେ କରୋନା ଭାଇରସ୍‌ ଚିନ୍ତା। ଏଥିରୁ କିପରି ବର୍ତ୍ତିବେ ସେନେଇ ବିଭିନ୍ନ ଦେଶର ସରକାର ଉଦ୍ୟମ ଚଳାଇଛନ୍ତି। ଭାରତରେ କରୋନା ଭାଇରସ୍‌...

ପାକିସ୍ତାନର ଅସ୍ତ୍ରବିରତି ଉଲ୍ଲଂଘନ: ଆଖି ବୁଜିଲେ ୧୫ ଦିନର ଶିଶୁ

ଶ୍ରୀନଗର,୨୯।୭: ପାକିସ୍ତାନ ବାରମ୍ବାର ଅସ୍ତ୍ରବିରତି ଉଲ୍ଲଂଘନ କରିବା ଫଳରେ ସୀମାରେ ଥିବା ଲୋକେ ବିନା ଦୋଷରେ ଜୀବନ ହାରୁଛନ୍ତି। ରବିବାର ବିଳମ୍ବିତ ରାତିରେ ପାକିସ୍ତାନ ପକ୍ଷରୁ...

ବ୍ଲାକ୍‌ ଫଙ୍ଗସ୍‌: ସରକାରଙ୍କୁ ଔଷଧ ଚିନ୍ତା

ନୂଆଦିଲ୍ଲୀ, ୧୩।୫: ଦେଶରେ କରୋନା ସଂକ୍ରମଣ ବଢ଼ିଚାଲିଥିବାବେଳେ ଏବେ ବିଭିନ୍ନ ରାଜ୍ୟରେ ବିରଳ ମ୍ୟୁକୋରମାଇକୋସିସ୍‌ ବା ବ୍ଲାକ୍‌ ଫଙ୍ଗସ୍‌ ସଂକ୍ରମଣ ଚିନ୍ତା ବଢ଼ାଇ ଦେଇଛି। ଏହି...

ଶିଶୁଙ୍କ ସହିତ ଓରାଲ ଯୌନ ସମ୍ପର୍କ ଗୁରୁତର ଅପରାଧ ନୁହେଁ, ହାଇକୋର୍ଟଙ୍କ ରାୟ ନେଇ ବିବାଦ…

ଆହ୍ଲାବାଦ୍‌,୨୩।୧୧: ଶିଶୁଙ୍କ ସହିତ ଓରାଲ ଯୌନ ସମ୍ପର୍କ ମାମଲାରେ ଆହ୍ଲାବାଦ ହାଇକୋର୍ଟ ଏକ ବିବାଦୀୟ ରାୟ ଦେଇଛନ୍ତି। କୋର୍ଟ କହିଛନ୍ତି ଯେ, ଯୌନ ସମ୍ପର୍କକୁ ’ଗୁରୁତର...

Advertisement
Archives

Model This Week