Posted inଫୁରସତ

ମଣିଷ ସଭ୍ୟତା ସହ ବାଉଁଶର ଯାତ୍ରା

ମଣିଷ ସଭ୍ୟତା ଆରମ୍ଭରୁ ବାଉଁଶର ଯାତ୍ରା ଆରମ୍ଭ ହୋଇଛି। ଯେବେଠୁଁ ମଣିଷ ସ୍ଥାୟୀ ଭାବେ ଘର କରି ରହିବା ଆରମ୍ଭ କଲା, ସେବେଠାରୁ ବାଉଁଶ ଆବଶ୍ୟକ ସାମଗ୍ରୀ ମଧ୍ୟରେ ସାମିଲ ହୋଇ ଯାଇଥିଲା। ଶିକାର କରିବାରେ ବାଉଁଶ ଧନୁତୀର ସହିତ ଅନ୍ୟାନ୍ୟ ଅସ୍ତ୍ରଶସ୍ତ୍ର ପ୍ରସ୍ତୁତ ହୋଇଥିଲା, ଯାହାକି ମନୁଷ୍ୟର ଖାଦ୍ୟ ଆବଶ୍ୟକତା ମେଣ୍ଟାଇବା ପାଇଁ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥିଲା। ଭେଳା ତିଆରି କରି ନଦୀ ପାର କରିବାରେ ବାଉଁଶର ବ୍ୟବହାର ମଧ୍ୟ କରାଯାଉଥିଲା। ସେହିପରି ବାସସ୍ଥାନ ନିର୍ମାଣର ବହୁ କ୍ଷେତ୍ରରେ ବାଉଁଶକୁ ବ୍ୟବହାର କରିବା ଆରମ୍ଭ ହୋଇଥିଲା। ଏବେ ବି ଗାଁ ଗଣ୍ଡାରେ ନଡ଼ାଛପର ଘରେ ବାଉଁଶର ଉପଯୋଗ କରାଯାଉଛି। ବାଉଁଶ ବିନା ନଡ଼ାଛପର ଘର ତିଆରି କରିବା ସମ୍ଭବ ନୁହେଁ।

ସେହିପରି ବନ୍ୟାରେ ନଦୀବନ୍ଧରେ ଅତଡ଼ା ଖସିଲେ ବାଉଁଶ ବାଡ଼ରେ ବାଲିବସ୍ତା ପକାଇ ଏହାକୁ ରୋକାଯାଏ। ବାଉଁଶ ଖାଦ୍ୟ, ବାସଗୃହ, ସୁରକ୍ଷା ପ୍ରଦାନ କରିବା ସହିତ ଏକ ଅର୍ଥକରୀ ଗଛର ଭୂମିକା ଗ୍ରହଣରେ ଅତୁଳନୀୟ ସାବ୍ୟସ୍ତ ହୋଇପାରିଛି। ପ୍ରାଚୀନ କାଳରୁ ଆରମ୍ଭ କରି ଏପର୍ଯ୍ୟନ୍ତ ବାଉଁଶ ମଣିଷର ଅତି ଆପଣାର ହୋଇ ରହିଛି। ତେଣୁ ବାଉଁଶ ସମ୍ପର୍କରେ ସଚେତନତା ସୃଷ୍ଟି ପାଇଁ ଓ୍ବାଲର୍ଡ ବାମ୍ବୋ ଅର୍ଗାନାଇଜେଶନ ଗଠନ କରାଯାଇଥିଲା। ଏହାର ସଂରକ୍ଷଣ ଲାଗି ୨୦୦୯ ବ୍ୟାଙ୍କକର ୮ମ ଓ୍ବାଲର୍ଡ ବାମ୍ବୋ ସମ୍ମିଳନୀରେ ସେପ୍ଟେମ୍ବର ୧୮କୁ ‘ବିଶ୍ୱ ବାଉଁଶ ଦିବସ’ ଭାବେ ପାଳନ ପାଇଁ ନିଷ୍ପତ୍ତି ଗ୍ରହଣ କରାଯାଇଥିଲା। ସେବେଠାରୁ ପ୍ରତିବର୍ଷ ଏହି ଦିବସ ପାଳନ କରାଯାଉଛି। ପରିବେଶ ବିଜ୍ଞାନୀଙ୍କ ମତାନୁସାରେ, ବାଉଁଶରୁ ବିଭିନ୍ନ ନିତ୍ୟ ବ୍ୟବହାର୍ଯ୍ୟ ସାମଗ୍ରୀ ପ୍ରସ୍ତୁତ କରାଗଲେ ପ୍ରଦୂଷଣ ମାତ୍ରା ହ୍ରାସ ପାଇପାରିବ। ଏହା ସହିତ ବାଉଁଶ ଦ୍ୱାରା ଭାରତ ଭଳି ଦେଶର ଆର୍ଥିକ ବିକାଶ ମଧ୍ୟ ସମ୍ଭବ ହୋଇପାରିବ।

ଦିବସ ପାଳନ ଅବସରରେ ବାଉଁଶ ଚାଷକୁ ପ୍ରୋତ୍ସାହିତ କରାଯିବା ଲାଗି ବିଭିନ୍ନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥାଏ। ବାଉଁଶର ଆସବାବପତ୍ର, ଖାଦ୍ୟ, ଜୈବ ଇନ୍ଧନ, କପଡା ଆଦି ଅନେକ ବ୍ୟବହାର ରହିଛି। ତେଣୁ, ଆବଶ୍ୟକତା ବଜାୟ ରଖିବା ପାଇଁ ଏହାର ଚାଷ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। ପ୍ରତିବର୍ଷ ବିଶ୍ୱ ବାଉଁଶ ଦିବସ ଏକ ନିର୍ଦ୍ଦିଷ୍ଟ ବାର୍ତ୍ତା ବହନ କରିଥାଏ। ଚଳିତ ୨୦୨୩ ବର୍ଷ ପାଇଁ ଏହି ଦିବସର ବାର୍ତ୍ତା ହେଉଛି ‘ପରିବେଶ ସଂରକ୍ଷଣ ପାଇଁ ଏକ ଆହ୍ବାନ ମୂଳକ ପଦକ୍ଷେପ(ଏ କଲ ଟୁ ଆକ୍ସନ ଫର ଏନଭାର୍ନମେଣ୍ଟାଲ ପ୍ରିଜରଭେଶନ) ।


Enter your email to get our daily news in your inbox.

All Right Reserved By Dharitri.Com

ଦିନକୁ ଶୁଅନ୍ତି ୨୨ ଘଣ୍ଟା

ଲଣ୍ଡନ: ମଣିଷ ତା’ ଥକାପଣ ମେଣ୍ଟାଇବାକୁ କିଛି ସମୟ ଶୋଇଥାଏ। ଏଥିସହ ଡାକ୍ତରଙ୍କ ପରାମର୍ଶ ମୁତାବକ, ଦିନକୁ ମୁଖ୍ୟତଃ ୮ ଘଣ୍ଟା ଶୋଇବା ଉଚିତ୍‌। ହେଲେ...

ବାଦୁଡି ପାଇଁ ଚର୍ଚ୍ଚିତ ଏହି ଗ୍ରାମ

ବାଦୁଡିଠାରୁ ମହାମାରୀ କରୋନା ଭାଇରସ ସୃଷ୍ଟି ହୋଇଥିବା କୁହାଯାଉଛି। ବର୍ତ୍ତମାନ ଏହି ଭାଇରସ ସାରା ବିଶ୍ୱରେ ଆତଙ୍କ ସୃଷ୍ଟି କରି ଚାଲିଛି। କରୋନା ଭୂତାଣୁ ଯୋଗୁ...

୧୩ ଅକ୍ଟୋବରରେ ମହାକାଶରେ ଦେଖାଯିବ ଏହି ଆଶ୍ଚର୍ଯ୍ୟଜନକ ଦୃଶ୍ୟ

ଆଉ ୩ ଦିନ ପରେ ଅର୍ଥାତ୍‌ ୧୩ ଅକ୍ଟୋବରରେ ମହାକାଶରେ ଏପରି କିଛି ହେବ ଯାହାକୁ ପରବର୍ତ୍ତୀ ଥର ଦେଖିବା ପାଇଁ ଆପଣଙ୍କୁ ୨୦୩୫ ପର୍ଯ୍ୟନ୍ତ...

ଭାଗ୍ୟ ବଦଳାଇଦେଲା ବାତ୍ୟା ‘ନିଭାର’: ସମୁଦ୍ର କୂଳରୁ ସୁନା ଖୋଜୁଛନ୍ତି ଗ୍ରାମବାସୀ

ହାଇଦ୍ରାବାଦ,୨୯ା୧୧: ଆନ୍ଧ୍ରପ୍ରଦେଶର ପୂର୍ବ ଗୋଦାବରୀ ଜିଲାରେ ଗତ ଗୁରୁବାର ଏକ ବାତ୍ୟା ‘ନିଭାର’ ତାଣ୍ଡବ ରଚିଥିଲା। ତେବେ ଏହି ଝଡ଼ କମିଯିବା ପରେ ସ୍ଥାନୀୟ ଲୋକେ...

ସନ୍ତାନ ପ୍ରସବ ସମୟରେ ବାହାରକୁ ବାହାରିଆସିଲା ମହିଳାଙ୍କ ଗର୍ଭାଶୟ, ଆଉ ତା’ ପରେ…

ସନ୍ତାନ ପ୍ରସବ କରିବା ଜଣେ ମା’ ପାଇଁ କେତେ କଷ୍ଟ ତାହା କେବଳ ଜଣେ ମା ହିଁ କହିପାରିବେ। ଏମିତି ଜଣେ ମହିଳାଙ୍କ କ୍ଷେତ୍ରରେ ଘଟିଛି।...

ଏହି ଅଭିନେତାଙ୍କ ଫିଲ୍ମ ଦେଖିବାକୁ ପସନ୍ଦ କରୁଥିଲେ ଭଗତ ସିଂ

ଭାରତର ସ୍ବାଧୀନତା ସଂଗ୍ରାମରେ ଶହୀଦ୍‌ ଭଗତ ସିଂ ନାମ ସ୍ବର୍ଣ୍ଣାକ୍ଷରରେ ଲେଖାଯାଇଛି। ତାଙ୍କୁ ଜାତୀୟତାବାଦୀ ଆନ୍ଦୋଳନର ଅନ୍ୟତମ ପ୍ରଭାବଶାଳୀ ବିପ୍ଳବୀ ଭାବରେ ବିବେଚନା କରାଯାଏ। ଭଗତ...

ଯେଉଁଠି ୮୦ ବର୍ଷୀୟା ବୃଦ୍ଧା ଦେଖାଯାନ୍ତି ତରୁଣୀ

ସୁନ୍ଦର ଦେଖାଯିବା ପାଇଁ ସମସ୍ତଙ୍କ ଇଚ୍ଛା। ଅନ୍ୟପକ୍ଷରେ ସୌନ୍ଦର୍ଯ୍ୟ ମଧ୍ୟ ସମସ୍ତଙ୍କୁ ଆକୃଷ୍ଟ କରିଥାଏ। ମାତ୍ର ବୟସ ବଢ଼ିବା ସହିତ ଯୌବନ ଓ ସୌନ୍ଦର୍ଯ୍ୟ କ୍ରମେ...

ଏମିତି ଦେଶ, ଯେଉଁଠି ମହିଳା ଏବଂ ପୁରୁଷ ପିନ୍ଧିଥାନ୍ତି ଏକାପ୍ରକାର ପୋଷାକ

ବିଶ୍ୱରେ ଅନେକ ଦେଶ ରହିଛି। ପ୍ରତ୍ୟେକ ଦେଶ ନିଜର ସ୍ବତନ୍ତ୍ର ପରିଚୟ ପାଇଁ ଜଣାଶୁଣା। ଅନେକ ଦେଶ ସେମାନଙ୍କ ପ୍ରାକୃତିକ ସୌନ୍ଦର୍ଯ୍ୟ ପାଇଁ ସମଗ୍ର ବିଶ୍ୱରେ...

Advertisement
Archives

Model This Week