ଜଙ୍ଗଲରେ ହ୍ରାସ ପାଉଛି ବାଉଁଶ

ମାଲକାନଗିର, ୧୮ା୬(ଦୁର୍ଯ୍ୟୋଧନ ପାତ୍ର) ମାଲକାନଗିରି ଜିଲା ବାଲିମେଳା, ଚିତ୍ରକୋଣ୍ଡା, କାଲିମେଳା ଓ ମାଲକାନଗିରି ବନାଞ୍ଚଳରେ ପ୍ରାୟ ୨୦ ବର୍ଷ ପୂର୍ବରୁ ବିଭିନ୍ନ ଜଙ୍ଗଲରେ ବହୁ ପରିମାଣର ବାଉଁଶଗଛ ଦେଖିବାକୁ ମିଳୁଥଲା। ଏହି ବାଉଁଶ ବନ ବିଭାଗ ପ୍ରତିବର୍ଷ ସିଲିଭ୍‌ କଲ୍‌ଚର କଟିଂ ନିୟମ ଅନୁସାରେ ୫ ରୁ ୭ ବର୍ଷରୁ ଊର୍ଦ୍ଧ୍ୱ ବାଉଁଶ କାଟି ବନ ନିଗମ ମାଧ୍ୟମରେ ଜୟପୁରର ସେବା ପେପର ମିଲ୍‌, ରାୟଗଡ଼ା ଜେକେ ପେପର ମିଲ୍‌, ବ୍ରଜରାଜନଗର ପେପର ମିଲ୍‌ ଓ ଆନ୍ଧ୍ରପ୍ରଦେଶ ରାଜମହେନ୍ଦ୍ରୀର ପେପର ମିଲ୍‌ ଆଦିକୁ ବିକ୍ରିକରି ଓଡ଼ିଶାକୁ କୋଟି କୋଟି ଟଙ୍କାର ରାଜସ୍ବ ମିଳୁଥିଲା। ଅନ୍ୟପକ୍ଷରେ ଜିଲାରେ ବାଉଁଶ ଜଙ୍ଗଲ ନିକଟରେ ଥିବା ଗ୍ରାମଗୁଡ଼ିକର ଶ୍ରମିକମାନେ ବାଉଁଶ କାଟିବାରେ ନିୟୋଜିତ ହୋଇ ବେଶ୍‌ ଅର୍ଥ ଉପାର୍ଜନ କରୁଥିଲେ। ଅନେକ ଗ୍ରାମବାସୀ ସେମାନଙ୍କ ପାରମ୍ପରିକ ବାଉଁଶ ତିଆରି ସାମଗ୍ରୀ ଯଥା ଡାଲା, କୁଲା, ଟୋକେଇ ଓ ଝୁଡ଼ି ସମେତ ଅନେକ ଘରସଜ୍ଜା ଉପକରଣ ତିଆରି କରୁଥିଲେ। ଏହାକୁ ବଜାରରେ ବିକ୍ରିକରି ନିଜର ପରିବାର ଚଳାଇ ଆସୁଥିଲେ। ଏଥିସହ ବାଉଁଶରେ ଘର ଛପର ଓ ତିଆରି ମଧ୍ୟ କରୁଥିଲେ ା ବାଉଁଶ ବୁଦାରୁ ପ୍ରତିବର୍ଷ ପୁରୁଣା ଏବଂ ଖୁଣ୍ଟା ବାଉଁଶ କଟାଯାଇଥାଏ ା ଫଳରେ ଏହି ବାଉଁଶ ଖଣ୍ଟାରେ ନୂତନ କରଡି ବାହାରି ୩ ରୁ ୫ ବର୍ଷ ମଧ୍ୟରେ ୫୦ ରୁ ୬୦ ଫୁଟ ଲମ୍ବ ବାଉଁଶ ବଢ଼ିଥାଏ।
୨୦୦୮ରେ ମାଲକାନଗିରି ଜିଲାରେ ପ୍ରଚୁର ପରିମାଣରେ ବାଉଁଶ କଟାଯାଉଥିବା କାଲିମେଳା ଓ ଚିତ୍ରକୋଣ୍ଡା ବନାଞ୍ଚଳରେ ମାଓବାଦୀଙ୍କ ଭୟରେ ବାଉଁଶ କଟା ବନ୍ଦ ହୋଇଯାଇଥିଲା। ଫଳରେ ଆଜି ପର୍ଯ୍ୟନ୍ତ କୌଣସି ପେପର ମିଲ୍‌ ବାଉଁଶ କିଣୁ ନ ଥିବାରୁ ବନ ନିଗମ ଦ୍ୱାରା ବାଉଁଶ କଟାଯିବା ପ୍ରାୟତଃ ବନ୍ଦ ହୋଇଯାଇଛି। ଫଳରେ ବାଉଁଶ ଗଛରେ ଫୁଲ ଫୁଟିବା ଦ୍ୱାରା ସେହି ବୁଦାଟି ସମ୍ପୂର୍ଣ୍ଣ ମରିଯାଇଥାଏ ା ଅନ୍ୟପକ୍ଷରେ ନିକଟସ୍ଥ ଗ୍ରାମବାସୀ ସମତଳ ଅଞ୍ଚଳରେ ଥିବା ବାଉଁଶଗୁଡ଼ିକୁ କାଟି ନିଜେ ବ୍ୟବହାର କରିବା ସହ ବର୍ଷାଋତୁରେ ବାଉଁଶ କରଡ଼ିକୁ ଖାଦ୍ୟ ରୂପେ ବ୍ୟବହାର କରିବା ଦ୍ୱାରା ଜଙ୍ଗଲରେ ଥିବା ବାଉଁଶ ଗୁଡ଼ିକ ପ୍ରାୟତଃ ନଷ୍ଟହେଉଛି। ବିଶେଷକରି ଗ୍ରୀଷ୍ଣଋତୁରେ ଜଙ୍ଗଲରେ ନିଅଁା ଲାଗିବା ଦ୍ୱାରା ଅନେକ ବୁଦା ପୋଡ଼ି ନଷ୍ଟହୋଇଯାଉଥିବାରୁ ତାହା ଆଉ ବଞ୍ଚୁ ନାହିଁ। ଏବେବି କାଲିମେଳା ଓ ଚିତ୍ରକୋଣ୍ଡା ବନାଞ୍ଚଳର ୩୦ ପଞ୍ଚାୟତରେ ଥିବା ବାଉଁଶ ଜଙ୍ଗଲ ପୂର୍ବଭଳି ଆଉ ଦେଖିବାକୁ ମିଳୁନାହିଁ। ଯାହା କିଛି ଗଛ ଅଛି ତାହା କେବଳ ପର୍ବତ ଉପରେ ଦେଖାଯାଉଥିଲେ ମଧ୍ୟ ସେଠାରୁ ସଂଗ୍ରହ କରିବା ସମ୍ଭବ ହେଉ ନ ଥିବାରୁ ସେଗୁଡିକ ଶୁଖି ପୋଡ଼ି ନିଆଁ ଲାଗିଯାଉଛି। ବିଶେଷକରି ଆଦିବାସୀ ଅଞ୍ଚଳରେ ବାଉଁଶ କରଡ଼ିକୁ ଖାଦ୍ୟ ଭାବେ ବ୍ୟବହାର କରାଯାଉଥିବାରୁ ମାଲକାନଗିରି ଜିଲାରୁ ବାଉଁଶ କରଡ଼ି ସଂଗ୍ରହ କରାଯାଇ ଅନ୍ୟ ଜିଲାକୁ ବ୍ୟବସାୟୀମାନେ ବିକ୍ରି କରିବାକୁ ନେଉଥିବାରୁ ବାଉଁଶଗଛ ବୃଦ୍ଧିରେ ବାଧା ସୃଷ୍ଟି ହେଉଛି। ଫଳରେ ଗ୍ରାମ ନିକଟରେ କିମ୍ବା ଜଙ୍ଗଲରେ ଆଉ ପୂର୍ବଭଳି ବାଉଁଶ ଜଙ୍ଗଲ ଦେଖିବାକୁ ମିଳୁନାହିଁ। ଯେଉଁ ଆଦିବାସୀମାନେ ଓ ତାଙ୍କ ପୂର୍ବ ପୁରୁଷ ବାଉଁଶ ସାମଗ୍ରୀ ବିକ୍ରି କରୁଥିଲେ ସେମାନେ ଆଜି ନିଜର କୌଳିକ ବୃତ୍ତି ହରାଇ ବସିଛନ୍ତି ।
ମାଲକାନଗିରି ସଦର ମହକୁମା ସିନ୍ଧ୍ରିମାଳ ପଞ୍ଚାୟତ ଦରାଗୁଡ଼ା ଗ୍ରାମରେ ୨୦ରୁ ଊର୍ଦ୍ଧ୍ୱ ଆଦିବାସୀ ପରିବାର ବାଉଁଶରେ ବିଭିନ୍ନ ସାମଗ୍ରୀ ତିଆରିକରି ମାଲକାନଗିରି, ପଦ୍ମଗିରି ଓ କୋରୁକୋଣ୍ଡା ଆଦି ସାପ୍ତାହିକ ବଜାରରେ ବିକ୍ରି କରି ଅର୍ଥ ରୋଜଗାର କରୁଥିଲେ। ବାଉଁଶ ନ ମିଳିବାରୁ ସେମାନେ ନିଜ କୌଳିକ ବୃତ୍ତି ବଜାୟ ରଖିବା କଷ୍ଟକର ହୋଇପଡୁଛି। ଏନେଇ ଗ୍ରାମର ଲକ୍ଷ୍ମୀ ହନ୍ତାଳ, ସନୁ ଖିଲ, ଗୁରୁ ଖିଲ କହିଛନ୍ତି, ଜିଲା ପ୍ରଶାସନ ପକ୍ଷରୁ କୌଣସି ସହଯୋଗ ମିଳୁନାହିଁ। ସରକାର ଯଦି ବାଉଁଶ ଯୋଗାଇ ଦିଅନ୍ତେ କିମ୍ବା ଗଁା ପାଖରେ ଥିବା ଉଜୁଡ଼ା ଜଙ୍ଗଲରେ ବାଉଁଶ ଗଛ ଲଗାନ୍ତେ ତେବେ କୌଳିକ ବୃତ୍ତି ବଞ୍ଚାଇ ରଖିବା ସହଜ ହୁଅନ୍ତା।
୨୦୦୬ରେ ଜିଲା ପ୍ରଶାସନ ପକ୍ଷରୁ ବାଉଁଶରେ ଉନ୍ନତମାନର ସାମଗ୍ରୀ ପ୍ରସ୍ତୁତି ପାଇଁ ଗ୍ରାମର ମହିଳା ଓ ପୁରୁଷଙ୍କୁ ତାଲିମ ଦିଆଯାଇଥିଲା। ଫଳରେ ସେମାନେ ବାଉଁଶରେ ଉନ୍ନତମାନର ସାମଗ୍ରୀ ତିଆରିକରି ଜିଲା ଏବଂ ବାହାରେ ପ୍ରଦର୍ଶନୀଗୁଡ଼ିକୁ ନେଇ ବିକ୍ରି କରିଥିଲେ। ୨୦୦୬ ପରଠାରୁ ଏ ପର୍ଯ୍ୟନ୍ତ ସେମାନଙ୍କୁ କୌଣସି ସହଯୋଗ ପ୍ରଶାସନ ପକ୍ଷରୁ ମିଳିନାହିଁ। ଜିଲା ପ୍ରଶାସନ ଏଥିପ୍ରତି ଦୃଷ୍ଟିଦେବାକୁ ଗ୍ରାମବାସୀ ଦାବି କରିଛନ୍ତି।
ଏ ସମ୍ପର୍କରେ ମାଲକାନଗିର ବନାଞ୍ଚଳ ଅଧିକାରୀ ଜଗନ୍ନାଥପ୍ରସାଦ ବିଶୋଇ କହିଛନ୍ତି, ଉଜୁଡ଼ା ବାଉଁଶ ଜଙ୍ଗଲକୁ ପୁନରୁଦ୍ଧାର ପାଇଁ ପ୍ରତିବର୍ଷ ବାଉଁଶ ବୁଦା ଗୁଡିକର ଚତୁଃପାର୍ଶ୍ୱରେ ମାଟି ଦିଆଯିବା ସହ ପୁରୁଣା ଖୁଣ୍ଟ, ପୋକା ଅଦରକାରୀ କଣି, ସଫା କରାଯାଉଛି ା କିନ୍ତୁ ସ୍ଥାନୀୟ ଲୋକମାନେ ବର୍ଷାଦିନ ଆରମ୍ଭରେ ବାଉଁଶ କରଡ଼ିକୁ ଖାଦ୍ୟ ଭାବେ ବ୍ୟବହାର କରିବା ପାଇଁ ଉପାଡି ନେଇ ଯାଉଥିବାରୁ ବାଉଁଶ ଜଙ୍ଗଲର ଅଭିବୃଦ୍ଧି ହୋଇପାରୁନାହିଁ। ଏଥିପାଇଁ ସ୍ବତନ୍ତ୍ର ବାଉଁଶ ଉନ୍ନୟନ ପ୍ରକଳ୍ପ ଗଠନ କରାଯାଇ ସ୍ଥାନୀୟ ଲୋକମାନଙ୍କୁ କମିଟି ମାଧ୍ୟମରେ କିପରି ବାଉଁଶ ଜଙ୍ଗଲର ଉନ୍ନତି ହେବ ସେ ସମ୍ବନ୍ଧରେ ଚେଷ୍ଟା ଜାରି ରହିଛି ବୋଲି ପ୍ରକାଶ କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ବଡ଼ ଅଘଟଣ:  ସ୍କୁଲ ବସ୍‌ ଉପରେ ଭାଙ୍ଗି ପଡ଼ିଲା ବିଶାଳ ଗଛ, ଜଣେ ଛାତ୍ର ମୃତ, ୪ ଗୁରୁତର…

ମୁମ୍ବାଇ,୩୦।୬: ମୁମ୍ବାଇରେ କ୍ରମାଗତ ଭାବେ ହେଉଥିବା ପ୍ରବଳ ବର୍ଷା ମଧ୍ୟରେ ମଙ୍ଗଳବାର ମଧ୍ୟାହ୍ନରେ ଚେମ୍ବୁର ଅଞ୍ଚଳରୁ ଏକ ଦୁଃଖଦ ଖବର ସାମ୍ନାକୁ ଆସିଛି। ଚେମ୍ବୁରର ରୋଡ ନମ୍ବର…

୪୫ହଜାର ଟଙ୍କା ଖସିଲାଣି ସୁନାଦର, ଆଗକୁ ଲକ୍ଷେ ତଳକୁ ଖସିବ? ବିଶେଷଜ୍ଞଙ୍କ ବଡ଼ ବୟାନ

ଭୁବନେଶ୍ୱର, ୩୦।୬: ଗତ ପ୍ରାୟ ଏକ ବର୍ଷ ଧରି ସୁନା ବଜାରରେ ଲାଗି ରହିଥିବା ଅପ୍ରତ୍ୟାଶିତ ସୁନାମି ଏବେ ଶାନ୍ତ ପଡ଼ିଛି। ଲଗାତାର ଭାବେ ବୃଦ୍ଧି ପାଇ…

ପ୍ରଧାନମନ୍ତ୍ରୀ ସ୍ୱନିଧି ଯୋଜନାର ୬ ବର୍ଷ ପୂର୍ତ୍ତି ଅବସରରେ ଜିଲାସ୍ତରୀୟ ସ୍ୱନିଧି ମହୋତ୍ସବ: ଆତ୍ମନିର୍ଭର ଭାରତ ଗଠନ ଦିଗରେ ଏକ ସୁଦୃଢ଼…

ଛତ୍ରପୁର, ୩୦।୬ (ଦିଲ୍ଲୀପି ସାମଲ): ଆତ୍ମନିର୍ଭର ଭାରତ ଗଠନ ଦିଗରେ ଏକ ସୁଦୃଢ଼ ପଦକ୍ଷେପ ସ୍ୱରୂପ ପ୍ରଧାନମନ୍ତ୍ରୀ ସ୍ୱନିଧି (ପିଏମ୍ ସ୍ୱନିଧି) ଯୋଜନାର ୬ ବର୍ଷ ପୂର୍ତ୍ତି…

ପରୋଲ୍‌ରେ ଆସି ଫେରାର ଦୋଷୀ ୯ ବର୍ଷ ପରେ ଗିରଫ: ନାଁ ବଦଳାଇ ଅମୃତସରରୁ କରୁଥିଲେ…

ଭୁବନେଶ୍ୱର, ୩୦।୬: ପରୋଲ୍‌ରେ ଜେଲରୁ ମୁକ୍ତି ପାଇବା ପରେ ଫେରାର ହୋଇଯାଇଥିବା ଜଣେ ଆଜୀବନ କାରାଦଣ୍ଡପ୍ରାପ୍ତ ଦୋଷୀଙ୍କୁ ଦୀର୍ଘ ୯ ବର୍ଷ ପରେ କମିଶନରେଟ୍‌ ପୋଲିସ ଗିରଫ…

ବନ୍ଦ ହୋଇଯିବ ଏହି ୨ଟି ବଡ଼ ବ୍ୟାଙ୍କ୍‌! ଆକାଉଣ୍ଟ ଥିଲେ ଜାଣି ନିଅନ୍ତୁ ଖବର ପଛର ସତକଥା…

ନୂଆଦିଲ୍ଲୀ,୩୦।୬: ସୋସିଆଲ ମିଡିଆରେ କିଛି ଏଭଳି ଖବର ସାମ୍ନାକୁ ଆସୁଛି, ଯେଉଁଥିରେ କୁହାଯାଉଛି ଯେ ଭାରତର ତିନୋଟି ବଡ଼ ବ୍ୟାଙ୍କର ମିଶ୍ରଣ ହେବାକୁ ଯାଉଛି। ଯଦି ଏହି…

ଆଇଏମଡିର ପୂର୍ବାନୁମାନ: ସୃଷ୍ଟି ହେଲା ଘୂର୍ଣ୍ଣିବଳୟ, ୩ଦିନ ଏସବୁ ଜିଲାରେ…

ଭୁବନେଶ୍ବର,୩୦।୬: ଆସନ୍ତା ଜୁଲାଇ ୩ ତାରିଖ ସୁଦ୍ଧା ଉତ୍ତର-ପଶ୍ଚିମ ବଙ୍ଗୋପସାଗର ଏବଂ ତା’ର ପାର୍ଶ୍ୱବର୍ତ୍ତୀ ଅଞ୍ଚଳରେ ଏକ ଲଘୁଚାପ ବଳୟ ସୃଷ୍ଟି ହେବାର ସମ୍ଭାବନା ରହିଛି। ଏହା…

ଭଉଣୀ, ଭାଣିଜୀଙ୍କୁ ନେଇ ଯାଉଥିଲେ ମାମୁ: ରାସ୍ତାରେ ଘଟିଲା ଭୟଙ୍କର ଦୁର୍ଘଟଣା

ବାଲେଶ୍ୱର, ୩୦।୬ (ବାଞ୍ଛାନିଧି ଦେ): ବାଲେଶ୍ୱର ଜିଲାର ୧୬ ନମ୍ବର ଜାତୀୟ ରାଜପଥର ବସ୍ତା ବାଇପାସ୍ ନିକଟରେ ମଙ୍ଗଳବାର ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ଏକ…

ଭିମସାର କର୍ମଚାରୀଙ୍କ ଅଚଳାଚଳ ସମ୍ପତ୍ତି ଠାବ:୧୦ ମୂଲ୍ୟବାନ ପ୍ଲଟ ସହ ବିପୁଳ ଟଙ୍କା

ସମ୍ବଲପୁର,୩୦।୬(ପ୍ରମୋଦ ବହିଦାର): ବୁର୍ଲାସ୍ଥିତ ବୀର ସୁରେନ୍ଦ୍ର ସାଏ ଆୟୁର୍ବିଜ୍ଞାନ ଓ ଗବେଷଣା ପ୍ରତିଷ୍ଠାନ(ଭିମସାର)ର ଷ୍ଟେୱାର୍ଡ ଅଶ୍ୱିନୀ ମେହେରଙ୍କ ନାମରେ ଆୟବର୍ହିଭୂତ ସମ୍ପତ୍ତି ଠାବ ଅଭିଯୋଗରେ ଓଡ଼ିଶା ଭିଜିଲାନ୍ସ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri