ଡମ୍ପିଂ ୟାର୍ଡ ଭ୍ରମ ସୃଷ୍ଟି କରୁଛି ନୋଡାଲ ଆର୍‌ସିଡି ହାଇସ୍କୁଲ

ନବରଙ୍ଗପୁର, ୧୮ା୬(ସଦାଶିବ ପ୍ରହରାଜ) ୫-ଟି ମାଧ୍ୟମରେ ହାଇସ୍କୁଲଗୁଡ଼ିକୁ କୋଟି କୋଟି ଟଙ୍କା ଖର୍ଚ୍ଚ କରାଯାଇ ରୂପାନ୍ତରଣ କରାଯାଉଛି। ଏହାର ରକ୍ଷଣାବେକ୍ଷଣ ଠିକ୍‌ ଭାବେ କରିବାକୁ ୫-ଟି ସଚିବ ପ୍ରତ୍ୟେକ ଉଦ୍‌ଘାଟନ ସମୟରେ କହୁଛନ୍ତି। ତେବେ ଏହାର ଓଲଟା ଚିତ୍ର ନବରଙ୍ଗପୁର ସଦର ମହକୁମା ନୋଡାଲ ଆର୍‌ସିଡି ହାଇସ୍କୁଲରେ ଦେଖିବାକୁ ମିଳିଛି।
ନବରଙ୍ଗପୁର ନୋଡାଲ ଆର୍‌ସିଡି ହାଇସ୍କୁଲକୁ ୨ ବର୍ଷ ତଳେ ରୂପାନ୍ତରଣ କରାଯାଇଥିଲା। କିନ୍ତୁ ରକ୍ଷଣାବେକ୍ଷଣା ଅଭାବରୁ ସେଠାରେ ଖଞ୍ଜାଯାଇଥିବା ସିମେଣ୍ଟ ଚେୟାରଗୁଡିକ ଭାଙ୍ଗିଗଲାଣି। ଡାଇନିଂ ହଲ୍‌ ନିକଟରେ ଅରମାବଣ ଦେଖାଦେଇଛି। ସେଠାରେ କରାଯାଇଥିବା ସୁନ୍ଦର ଡିଜାଇନ ସବୁ ଶିଉଳି ଖାଇ କଳା ପଡ଼ିଗଲାଣି। କିଛିବର୍ଷ ପୂର୍ବରୁ ଚକାଚକ କରୁଥିବା ହାଇସ୍କୁଲଟି ଏବେ ଲୋକଙ୍କ ଆଖିକୁ ଅସୁନ୍ଦର ଦେଖାଯାଉଛି। ହାଇସ୍କୁଲର ଶ୍ରେଣୀଗୃହ ଓ ହଷ୍ଟେଲ ପଛପାଖରେ ଏକ ଡମ୍ପିଂ ୟାର୍ଡ ଭଳି ଅନେକ ଜିନିଷ ରଖାଯାଇଛି। ସେଠାରେ ୧୦୦ରୁ ଅଧିକ ହାତଧୁଆ ବେସିନ୍‌ ବର୍ଷେ ହେବ ପଡି ରହିଛି। ସେଗୁଡିକ ଏବେ ଖତ ଖାଇଗଲାଣି। ତତ୍କାଳୀନ ନବରଙ୍ଗପୁର ବିଇଓ ମଧ୍ୟାହ୍ନଭୋଜନ ପରେ ଛାତ୍ରୀଛାତ୍ର ହାତ ଧୋଇବା ପାଇଁ ଏକ ବ୍ୟବସାୟୀଙ୍କୁ କହି ବେସିନ ଅଣାଇଥିଲେ। କିଣିବା ପାଇଁ ଅନୁମୋଦନ ନ ମିଳିବାରୁ ତାହାକୁ ଆର୍‌ସିଡି ହାଇସ୍କୁଲ ବାଳିକା ବିଭାଗ ପରିସରରେ ପ୍ରାୟ ଏକ ବର୍ଷ ହେବ ରଖାଯାଇଛି ବୋଲି ବିଶେଷ ସୂତ୍ରରୁ ଜଣାପଡ଼ିଛି। ସମଗ୍ର ଶିକ୍ଷା ପ୍ଲାନିଂ କୋଅର୍ଡିନେଟର ପ୍ରଦୀପ୍ତ ଷଡଙ୍ଗୀ, କନିଷ୍ଠ ଯନ୍ତ୍ରୀ ଉର୍ଜା ଦୀପଙ୍କୁ ପଚାରିବାରୁ ସେମାନଙ୍କ ନିକଟରେ ଖବର ନ ଥିବା କହିଛନ୍ତି। ହାଇସ୍କୁଲର ପ୍ରଧାନ ଶିକ୍ଷୟିତ୍ରୀ ସୁପ୍ରିୟା ନାୟକଙ୍କୁ ପଚାରିବାରୁ ବିଗିଡ଼ିଥିଲେ। ୫-ଟି ବିଦ୍ୟାଳୟରେ ଏହା ଲଗାଇବାକୁ ମଗାଯାଇଥିଲା। ପସନ୍ଦ ନ ହେବାରୁ ଦୋକାନୀ ଛାଡ଼ିଦେଇ ଚାଲି ଯାଇଛନ୍ତି। ବର୍ଷେ ନୁହେଁ ୬ ମାସ ହେବ ଏହା ପଡ଼ି ରହିଛି। ଦୋକାନୀ ସେ ସବୁ ନେଇଯିବେ ବୋଲି ପ୍ରଦାନ ଶିକ୍ଷୟିତ୍ରୀ କହିଛନ୍ତି। ଦୋକାନୀଙ୍କୁ ସେଠାରୁ ବେସିନ ଉଠାଇ ନେବାପାଇଁ ଚିଠି କରାଯାଇଛି କି ବୋଲି ପ୍ରଶ୍ନ କରିବାରୁ କାହାର କିଛି ଅସୁବିଧା ହେଉଛି କି ବୋଲି ପ୍ରଧାନ ଶିକ୍ଷୟିତ୍ରୀ ପାଲଟା ପ୍ରଶ୍ନ କରିଥିଲେ। କେଉଁ ଦୋକାନୀ ଓ ଏଜେନ୍ସି ବେସିନ ଆଣିଥିଲେ ପଚାରିବାରୁ ସେ ଦୋକାନୀଙ୍କ ନାଁ କହି ନ ଥିଲେ। ପଡିରହିଥିବା ବେସିନଗୁଡିକ ଆସିଲା କେଉଁଠୁ, କିଏ ଆଣି ରଖିଛି ଓ କେଉଁ ବ୍ୟକ୍ତି ମଗାଇଥିଲେ ତାହାର ତଦନ୍ତ କରିବାକୁ ଦାବି ହେଉଛି। ଏନେଇ ଜିଲାପାଳ ସ୍ବତନ୍ତ୍ର ଦୃଷ୍ଟି ଦେବାକୁ ଦାବି କରାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ମିଠା ଦୋକାନରେ ଭୟଙ୍କର ଅଗ୍ନିକାଣ୍ଡ

ଛତ୍ରପୁର,୧।୧୦,(ଦିଲ୍ଲୀପ ସାମଲ/ଦ୍ୱାରିକା ପଟ୍ଟନାୟକ): ଗୁରୁବାର ରାତି ପ୍ରାୟ ସାଢ଼େ ୧୦ଟାରେ ଛତ୍ରପୁର ମେନ୍‌ ରୋଡ଼ସ୍ଥିତ ଏକ ରାଜସ୍ଥାନ ମିଠା ଦୋକାନରେ ଭୟଙ୍କର ଅଗ୍ନିକାଣ୍ଡ ଘଟିଛି। ଫ୍ରିଜ୍‌ରରେ ସର୍ଟସର୍କିଟ…

ଦେଢ଼ମାସ ହେଲା ପିଇବା ପାଣିରୁ ବଞ୍ଚିତ ଗ୍ରାମବାସୀ, ପଞ୍ଚାୟତରେ ତାଲା ପକାଇଲେ ଗ୍ରାମବାସୀ

ନିରାକାରପୁର,୧ା୧୦(ମାନସ ଚନ୍ଦ୍ର ପଟ୍ଟନାୟକ): ଖୋର୍ଦ୍ଧା ବ୍ଲକ ଓରବରସିଂହ ପଞ୍ଚାୟତ ଅନ୍ତର୍ଗତ କୃଷ୍ଣପୁରରେ ଥିବା ପାନୀୟଜଳ ପ୍ରକଳ୍ପର ପାଇପ୍‌ ଅନେକ ସ୍ଥାନରେ ଫାଟି ଯାଇଥିବାରୁ ଦୀର୍ଘ ଦେଢ଼ମାସ ଧରି…

ବନ୍ୟା ପାଣିଘେରରେ ୧୫ପରିବାର, ପ୍ରଶାସନ ନୀରବ…

ମାର୍ଶାଘାଇ, ୧ା୧୦(ଶୁଭେନ୍ଦୁ ପ୍ରସାଦ ଚୌଧୁରୀ): ଲୁଣାନଦୀରେ ବନ୍ୟା ଆସି ମାର୍ଶଘାଇ ବ୍ଲକ ମଣିକୁଣ୍ଡା ପଞ୍ଚାୟତ ବାଲିକଷୋଟି ଘୋଲ ଅଞ୍ଚଳର ୧୫ପରିବାର ଗତ ୫ଦିନ ହେବ ପାଣିଘେରରେ ରହିଛନ୍ତି।…

ବନ୍ୟା ପ୍ରଭାବିତ ଅଞ୍ଚଳ ପରିଦର୍ଶନ କଲେ ମନ୍ତ୍ରୀ

ବରଗଡ଼,୧।୧୦(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲା ଅମ୍ବାଭୋନା ବ୍ଲକ ଅନ୍ତର୍ଗତ ଚିଖିଲି ସମେତ ବିଭିନ୍ନ ଗ୍ରାମରେ ଗତ ୨୭ ତାରିଖରୁ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଥିଲା। ଉପରମୁଣ୍ଡରେ ପ୍ରବଳ…

ଜେଜେବାପା ହେଲେ ନବଜୋତ ସିଂହ ସିଦ୍ଧୁ; ଘରକୁ ଆସିଲା ଲକ୍ଷ୍ମୀ

ଚଣ୍ଡିଗଡ଼,୧।୧୦: ପୂର୍ବତନ କ୍ରିକେଟର୍‌ ତଥା ରାଜନେତା ନବଜୋତ ସିଂହ ସିଦ୍ଧୁ ଏକ ଖୁସିର ମୁହୂର୍ତ୍ତ ପାଳନ କରୁଛନ୍ତି: ସେ ଏବେ ଜେଜେବାପା ହୋଇଛନ୍ତି। ତାଙ୍କ ପରିବାରରେ ଏକ…

ନବୀନଙ୍କୁ ଭେଟିଲେ ହିଞ୍ଜିଳିର ବରିଷ୍ଠ ନେତା, କର୍ମୀ

ହିଞ୍ଜିଳିକାଟୁ,୧।୧୦ (ଦ୍ବିତୀକୃଷ୍ଣ ପଣ୍ଡା): ଗଞ୍ଜାମ ଜିଲା ହିଞ୍ଜିଳି ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଶେରଗଡ଼ ବ୍ଲକ, ହିଞ୍ଜିଳି ବ୍ଲକ ଓ ହିଞ୍ଜିଳିକାଟୁ ପୌରାଞ୍ଚଳର ବିଜୁ ଜନତା ଦଳ (ବିଜେଡି)ର…

ଅପେକ୍ଷାର ହେଲା ଅନ୍ତ, ICC ଦ୍ୱାରା ୨୦୨୭ ଦିନିକିଆ ବିଶ୍ୱକପର କାର୍ଯ୍ୟସୂଚୀ ଘୋଷଣା; ବର୍ଷକ ପରେ ଲଢିବେ ଭାରତ-ପାକିସ୍ତାନ

କେପ ଟାଉନ,୧।୧୦: ଆନ୍ତର୍ଜାତୀୟ କ୍ରିକେଟ ପରିଷଦ (ICC) ୨୦୨୭ ODI ବିଶ୍ୱକପ ପାଇଁ କାର୍ଯ୍ୟସୂଚୀ ଘୋଷଣା କରିଛି। କ୍ରିକେଟର ଏହି ବୃହତ ଆୟୋଜନ ୨୦୨୭ ମସିହା ଅକ୍ଟୋବର…

ଓଡ଼ିଶା କୃଷକ ସଭା ପକ୍ଷରୁ ସାଙ୍ଗଠନିକ ବୈଠକ; କର୍ମକର୍ତ୍ତା ଚୟନ, ଏ. ହରି ସଭାପତି , କୁରେଶୁ ସମ୍ପାଦକ

ଦିଗପହଣ୍ଡି,୧।୧୦(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ସ୍ଥିତ ଶ୍ରୀ ଚନ୍ଦ୍ର ଚୁଡେଶ୍ୱର ଶୈବପୀଠ ସଭା ମଣ୍ଡପରେ ଓଡ଼ିଶା କୃଷକ ସଭା ଦିଗପହଣ୍ଡି ଶାଖା ପକ୍ଷରୁ ଗୁରୁବାର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?