ପାକିସ୍ତାନରୁ ଅଲଗା ହେବ ବେଲୁଚିସ୍ତାନ, ସିନ୍ଧ୍‌

ଇସ୍‌ଲାମାବାଦ/ନୂଆଦିଲ୍ଲୀ, ୧୧ା୮: ବେଲୁଚିସ୍ତାନ ଓ ସିନ୍ଧ୍‌ ପାକିସ୍ତାନଠାରୁ ଅଲଗା ହୋଇ ସ୍ବାଧୀନ ହେବାକୁ ଚାହୁଁଛନ୍ତି। ଏଥିଲାଗି ବେଲୁଚିସ୍ତାନର ୪ ସଙ୍ଗଠନ ସହ ସିନ୍ଧ୍‌ର ଏକ ସଙ୍ଗଠନ ହାତ ମିଳାଇଛି। ବେଲୁଚିସ୍ତାନର ବେଲୁଚ୍‌ ଲିବରେଶନ ଆର୍ମି (ବିଏଲ୍‌ଏ), ବେଲୁଚିସ୍ତାନ ଲିବରେଶନ ଫ୍ରଣ୍ଟ (ବିଏଲ୍‌ଏଫ୍‌), ବେଲୁଚ୍‌ ରିପବ୍ଲିକାନ ଆର୍ମି (ବିଆର୍‌ଏ) ଓ ବେଲୁଚ୍‌ ରିପବ୍ଲିକାନ୍‌ ଗାର୍ଡ (ବିଆର୍‌ଜି) ପୂର୍ବରୁ ଆନ୍ଦୋଳନ ଜାରି ରଖିଥିବାବେଳେ ଏବେ ଏମାନଙ୍କୁ ସିନ୍ଧ୍‌ର ସିନ୍ଧୁଦେଶ ରିଭୋଲ୍ୟୁଶନ ଆର୍ମି (ଏସ୍‌ଆର୍‌ଏ)ର ପୂର୍ଣ୍ଣ ସହଯୋଗ ମିଳିଛି। ଏହି ୫ ସଙ୍ଗଠନ ଏକାଠି ହୋଇ ବେଲୁଚ୍‌ ରାଜି ଆଜୋଇ ସାଙ୍ଗର(ବିଆର୍‌ଏଏସ୍‌) ନାମକ ଏକ ସଙ୍ଗଠନ ଗଠନ କରି ପାକିସ୍ତାନକୁ ବିରୋଧ କରିଛନ୍ତି। ଏମିତିକି ଚାଇନା-ପାକିସ୍ତାନ ଇକୋନୋମିକ କରିଡର(ସିପିଇସି)କୁ ମଧ୍ୟ ଏମାନେ ଦୃଢ଼ ବିରୋଧ କରିବା ଆରମ୍ଭ କରିଛନ୍ତି। ସ୍ଥାନୀୟ ଲୋକଙ୍କୁ ଶୋଷଣ କରି ପଞ୍ଜାବ ଅଞ୍ଚଳର ବିକାଶ ଲକ୍ଷ୍ୟରେ ସିପିଇସି କରାଯାଉଥିବା ଏମାନେ ଅଭିଯୋଗ କରିଛନ୍ତି।
ବିଆର୍‌ଏଏସ୍‌ର ମୁଖପାତ୍ର ବାଲୋଚ୍‌ ଖାନ୍‌ କହିଛନ୍ତି, ସମସ୍ତ ୫ ସଙ୍ଗଠନ ଏକାଠି ହୋଇ ବୈଠକ କରିବା ସହ ପାକିସ୍ତାନଠାରୁ ଅଲଗା ହେବା ଲାଗି ରଣନୀତି ପ୍ରସ୍ତୁତ କରାଯାଇଛି। ବର୍ଷ ବର୍ଷ ଧରି ବେଲୁଚିସ୍ତାନ ଓ ସିନ୍ଧ୍‌ରେ ଲୋକମାନେ ନିଜର ସଂସ୍କୃତି ଓ ପରମ୍ପରାକୁ ନେଇ ରହିଆସିଛନ୍ତି। ସିପିଇସି ଦ୍ୱାରା ବେଲୁଚିସ୍ତାନ ଓ ସିନ୍ଧ୍‌କୁ ନେଇ ପାକିସ୍ତାନ ବେଆଇନ ଭାବେ ଅଧିଗ୍ରହଣ କରି ଫାଇଦା ନେବା ଲାଗି ପ୍ରୟାସ କରୁଛି। ଏହାକୁ ରାମବାଣ ସଦୃଶ ଚିତ୍ରଣ କରାଯାଇ ସିପିଇସି ଦ୍ୱାରା ସାମାଜିକ, ଆର୍ଥିକ ସୁଧାର ସମ୍ଭବ ବୋଲି ପାକିସ୍ତାନ କହୁଛି। ୬୨ ବିଲିୟନ ଡଲାର୍‌ର ଏହି ଭିତ୍ତିଭୂମି ପ୍ରକଳ୍ପରେ ବିଭିନ୍ନ ସଡ଼କ, ରେଳପଥ, ପାଓ୍ବାର ଷ୍ଟେଶନ, ବନ୍ଦର ଆଦି ନିର୍ମାଣ କରାଯାଇ ଚାଇନାର ଜିନ୍‌ଜିଆଙ୍ଗରୁ ବେଲୁଚିସ୍ତାନର ଗ୍ବଦର ବନ୍ଦରକୁ ସଂଯୋଗ କରାଯିବାର ଯୋଜନା ରହିଛି। ଦୀର୍ଘବର୍ଷ ଧରି ବେଲୁଚିସ୍ତାନ ଅନୁନ୍ନତ, ଅଶିକ୍ଷିତ ଓ ଗରିବ ଅଞ୍ଚଳ ହୋଇ ରହିଥିବାବେଳେ ଏଠାରେ ଥିବା ଖଣିଜ ସମ୍ପଦକୁ ଲୁଟିବା ଲାଗି ଯୋଜନା ଚାଲିଥିବା ଅଭିଯୋଗ କରାଯାଇଛି। ବେଲୁଚିସ୍ତାନରେ ଥିବା ଗ୍ବାଦର ବନ୍ଦରକୁ ସାମରିକ ଦୃଷ୍ଟିକୋଣରୁ ଚାଇନା ବ୍ୟବହାର କରିବା ଲାଗି ଅନାଇ ବସିଛି। ଏଠାରେ ଅନେକ ମଜ୍‌ଭୁତ କମ୍ପ୍ଲେକ୍ସ ମଧ୍ୟ ନିର୍ମାଣ କରିବାରେ ଲାଗିଛି। ସ୍ଥାନୀୟ ଲୋକଙ୍କ ଇଚ୍ଛା ବିରୋଧରେ ଚାଇନାକୁ ସମର୍ଥନ କରି ପାକିସ୍ତାନ ସେଠାରେ ସେନା ଛାଉଣୀ କରିଛି। ପାକିସ୍ତାନର ଏଭଳି ହାବଭାବ ବିରୋଧରେ ବିଏଲ୍‌ଏ ପକ୍ଷରୁ ପାକ୍‌ ଷ୍ଟକ୍‌ ଏକ୍ସଚେଞ୍ଜ, ୫ ଷ୍ଟାର୍‌ କଣ୍ଟିନେଣ୍ଟାଲ ହୋଟେଲ, କରାଚୀସ୍ଥିତ ଚାଇନା କନ୍‌ସୁଲେଟ୍‌ ଉପରେ ଆକ୍ରମଣ କରାଯାଇଥିଲା। ଗତ କିଛିମାସ ତଳେ ପାକ୍‌ ସେନା ଅଧିକାରୀଙ୍କ ଉପରେ ଆକ୍ରମଣ ମଧ୍ୟ କରାଯାଇଥିଲା। ଏବେ ଅନେକ ପଛୁଆ ଅଞ୍ଚଳର ଲୋକେ ବେଲୁଚ୍‌ ଓ ସିନ୍ଧ୍‌ ଗୋଷ୍ଠୀ ସହ ଏକାଠି ହୋଇ ପାକିସ୍ତାନ ବିରୋଧରେ ସ୍ବର ଉଠାଇବା ଆରମ୍ଭ କରିଛନ୍ତି। ଚାଇନା-ପାକ୍‌ର ଅଭିସନ୍ଧି ଓ ସିପିଇସି ବିରୋଧରେ ଯୁଦ୍ଧ ଡାକରା ଦେଇଛନ୍ତି। ଫଳରେ ଏଠାରେ ସିପିଇସି ଆଶା ମଉଳିଯିବାର ଆଶଙ୍କା ଦେଖାଦେଇଛି।


Enter your email to get our daily news in your inbox.

All Right Reserved By Dharitri.Com

ମମତାଙ୍କୁ ଝଟକା ଦେଇଥିବା ୩ ନେତାଙ୍କୁ BJP ଦେଲା ବଡ଼ ଉପହାର

କୋଲକାତା,୯।୭: ପଶ୍ଚିମବଙ୍ଗରେ ହେବାକୁ ଥିବା ରାଜ୍ୟ ସଭା ଉପନିର୍ବାଚନ ପାଇଁ BJP ପ୍ରାର୍ଥୀଙ୍କ ତାଲିକା ପ୍ରକାଶ କରିଛି। ଦଳ ସୁସ୍ମିତା ଦେବ, ସୁଖେନ୍ଦୁ ଶେଖର ରାୟ ଏବଂ…

ମୁଖ୍ୟମନ୍ତ୍ରୀଙ୍କୁ ନିଜ ଜିଲାରେ ବଦନାମ କରୁଛନ୍ତି ତାଙ୍କ ଦଳର ଲୋକ: ବିଜେଡି ବିଧାୟକ

ହାଟଡିହୀ, ୯।୭(ଶୁଭକାନ୍ତ ନାୟକ): କେନ୍ଦୁଝର ଜିଲା ଆନନ୍ଦପୁର ବିଧାନସଭା କ୍ଷେତ୍ରର ରାଜନୀତି ଏବେ ଏକ ରୋଚକ ମୋଡ଼ରେ ପହଞ୍ଚିଛି। ‘ବୈତରଣୀ ବଞ୍ଚାଅ ଅଭିଯାନ’ ପ୍ରସଙ୍ଗକୁ ନେଇ ଆନନ୍ଦପୁରରୁ…

ମହିଳା କର୍ମଚାରୀଙ୍କୁ ଅଶ୍ଲୀଳ ଇଙ୍ଗିତ କରିବା ପଡ଼ିଲା ମହଙ୍ଗା: ବଦଳିଲେ ବିବାଦୀୟ ପ୍ରଧାନ ଶିକ୍ଷକ, ଥାନାରେ ଏତଲା

ଭବାନୀପାଟଣା, ୯।୭(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲା ମଦନପୁର ସରକାରୀ ଏସଏସଡି (SSD) ସ୍କୁଲର ପ୍ରଧାନଶିକ୍ଷକ ଶାନ୍ତନୁ କୁମାର ମେହେରଙ୍କୁ ମହିଳା କର୍ମଚାରୀଙ୍କୁ ଅଶ୍ଲୀଳ ଇଙ୍ଗିତ କରିବା…

କେମିତି ପାତାଳଗଙ୍ଗା ନଦୀରେ ଭାସିଗଲା ହଜାର ହଜାର LPG ସିଲିଣ୍ଡର, ଜାଣନ୍ତୁ ଏହା ପଛର ବଡ଼ କାରଣ

ମୁମ୍ବାଇ,୯।୭: ମହାରାଷ୍ଟ୍ରରେ ନିରନ୍ତର ମୁଷଳଧାରାରେ ବର୍ଷା ଏବେ ଦୈନନ୍ଦିନ ଜୀବନ ଏବଂ ଶିଳ୍ପ ପ୍ରତିଷ୍ଠାନ ଉଭୟ ଉପରେ ଖୁବ୍‌ ପ୍ରଭାବ ପକାଇଛି। ଚାଭନେ (ପାନଭେଲ ତାଲୁକା, ରାୟଗଡ…

ଜୋତା ଫ୍ୟାକ୍ଟ୍ରିରେ ଭୟାବହ ଅଗ୍ନିକାଣ୍ଡ, ଜୀବନ୍ତ ଜଳିଗଲେ ୨୮ ଜଣ, ଆସିଲା ଛାତିଥରା Video

ବେଜିଂ,୯।୭: ଗୁରୁବାର (ଜୁଲାଇ ୯, ୨୦୨୬) ଦିନ ଚାଇନାର ଜିନଜିଆଙ୍ଗରେ ଏକ ଜୋତା କାରଖାନାରେ ଭୟଙ୍କର ଅଗ୍ନିକାଣ୍ଡ ଘଟିଥିଲା, ଯାହା ଫଳରେ ୨୮ ଜଣଙ୍କର ମୃତ୍ୟୁ ହୋଇଥିଲା।…

ଅନ୍ଧାରକୁ ଯାଉଛି ଟିମ ଇଣ୍ଡିଆ; ଲଗାତାର ପରାଜୟକୁ ନେଇ ପୂର୍ବତନ କ୍ରିକେଟରମାନେ କହିଲେ…

ନୂଆଦିଲ୍ଲୀ,୯।୭: ପୂର୍ବତନ ଭାରତୀୟ କ୍ରିକେଟର ମହମ୍ମଦ କୈଫ ବର୍ତ୍ତମାନ ଦଳର ରଣନୀତିରେ ଗଭୀର ଆଶ୍ଚର୍ଯ୍ୟ ହୋଇଛନ୍ତି ଏବଂ ଦଳ ପରିଚାଳନା ଦ୍ୱାରା ନିଆଯାଇଥିବା ଅନେକ ନିଷ୍ପତ୍ତିକୁ କଡ଼ା…

ଇନ୍ଦ୍ରାବତୀ ପମ୍ପ ଷ୍ଟୋରେଜ୍ ବିଦ୍ୟୁତ ପ୍ରକଳ୍ପ: ଶିଳାନ୍ୟାସର ୧୯ ଦିନ ପରେ ବୋର୍ଡରୁ ଫଳକ ଗାୟବ, ଚର୍ଚ୍ଚା ଜୋର୍

ଜୟପାଟଣା, ୯।୭(ଓମ୍ ପ୍ରକାଶ ବୈଠାରୁ): କଳାହାଣ୍ଡି ଜିଲା ଜୟପାଟଣା ବ୍ଲକ ଅନ୍ତର୍ଗତ ଇନ୍ଦ୍ରାବତୀ ପାୱାର ହାଉସ ପାର୍ଶ୍ୱ ରାଣୀବାହାଲ ଗ୍ରାମ ପରିସରରେ ନୂତନ ଭାବେ ସ୍ଥାପନ ହେବାକୁ…

ଆମେରିକା-ଇରାନ ଯୁଦ୍ଧବିରତି ଶେଷ; ଏବେ ହର୍ମୁଜ ସହ ତୈଳ ବଜାର ଉପରେ ନଜର, ଭାରତ ପାଇଁ ଆଗାମୀ ୪୦ ଦିନ କାହିଁକି ଗୁରୁତ୍ୱପୂର୍ଣ୍ଣ? ଜାଣନ୍ତୁ…

ନୂଆଦିଲ୍ଲୀ,୯।୭: ତିନି ସପ୍ତାହ ପୂର୍ବେ ଆମେରିକା ଏବଂ ଇରାନ ମଧ୍ୟରେ ପ୍ରତିଷ୍ଠିତ ଯୁଦ୍ଧବିରତି ଏବେ ଶେଷ ହୋଇଛି। ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ସ୍ପଷ୍ଟ କରିଛନ୍ତି ଯେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri