
ଇସଲାମବାଦ,୯।୫: ତେହେରିକ-ଏ-ତାଲିବାନ ପାକିସ୍ତାନ (ଟିଟିପି) ପୁଣି ଥରେ ପାକିସ୍ତାନୀ ସେନାକୁ ଟାର୍ଗେଟ କରିଛି। ଟିଟିପି ଏକ ଭିଡିଓ ଜାରି କରିଛି ଯେଉଁଥିରେ ଏହାର ସ୍ନାଇପରମାନେ ଅନେକ ପାକିସ୍ତାନୀ ସୈନିକଙ୍କୁ ଆମ୍ବୁସ କରୁଛନ୍ତି ଏବଂ ଦାବି କରିଛି ଯେ ୧୦ ଜଣ ପାକିସ୍ତାନୀ ସୈନିକ ନିହତ ହୋଇଛନ୍ତି। ଟିଟିପି ଏକ ବିବୃତ୍ତିରେ କହିଛି ଯେ ପାକିସ୍ତାନୀ ସେନାକୁ ଶିକ୍ଷା ଦେବା ପାଇଁ ଏହା ଅପରେଶନ ଅଲ-ଖାଣ୍ଡକ ଆରମ୍ଭ କରିବ।
ଏହି ଅପରେସନ ମାଧ୍ୟମରେ ପାକିସ୍ତାନୀ ସେନା, ସୁରକ୍ଷା ଏଜେନ୍ସି ଏବଂ ସେମାନଙ୍କର ସହଯୋଗୀମାନଙ୍କ ଉପରେ ଆକ୍ରମଣ କରାଯିବ। ସେନା ଘାଟି, ସୁରକ୍ଷା ବାହିନୀ ଏବଂ ସରକାରୀ ପ୍ରତିଷ୍ଠାନଗୁଡ଼ିକୁ ଟାର୍ଗେଟ କରାଯିବ। ଏହି ସଂଗଠନ କହିଥିଲା ଯେ ପାକିସ୍ତାନୀ ସେନା ଗତ ୭୭ ବର୍ଷ ଧରି ଦେଶକୁ ନଷ୍ଟ କରିଆସୁଛି ଏବଂ ଏହା ବିରୋଧରେ ଲଢ଼େଇ ଜାରି ରଖିବ।
ଆକ୍ରମଣ ଧମକ ଦେବା ସହିତ, ଟିଟିପି ଏହା ମଧ୍ୟ ପ୍ରକାଶ କରିଥିଲା ଯେ ଏହା ଏହାର ଯୋଦ୍ଧାମାନଙ୍କୁ ଆଧୁନିକ ଅସ୍ତ୍ରଶସ୍ତ୍ର, ଗରିଲା ଯୁଦ୍ଧ, ସ୍ନାଇପର ଆକ୍ରମଣ ଏବଂ ଆତ୍ମଘାତୀ ମିଶନରେ ତାଲିମ ଦେଉଛି। ଟିଟିପି କହିଛି ଯେ ପାକିସ୍ତାନୀ ସେନା ଶିବିର ଏବଂ ଘାଟିଗୁଡ଼ିକୁ ଧ୍ୱଂସ କରିବା ପାଇଁ ଏହା ଅତ୍ୟାଧୁନିକ ଲେଜର ଅସ୍ତ୍ରଶସ୍ତ୍ର ମଧ୍ୟ ବ୍ୟବହାର କରିବ।
୨୦୨୧ ମସିହାରେ ଆଫଗାନିସ୍ତାନରେ ତାଲିବାନର ପୁନରାଗମନ ସହିତ, ଟିଟିପି ଆହୁରି ଶକ୍ତିଶାଳୀ ହୋଇଛି। ଟିଟିପି ନଭେମ୍ବର ୨୦୨୨ରେ ଏକପାଖିଆ ଭାବରେ ପାକିସ୍ତାନ ସହିତ ଅସ୍ତ୍ରବିରତି ସମାପ୍ତ କରିଥିଲା। ଏହା ପରେ ସେ ପାକିସ୍ତାନ ଉପରେ ଆକ୍ରମଣକୁ ତୀବ୍ର କରିଥିଲା। ଗତ କିଛି ମାସ ମଧ୍ୟରେ, ଟିଟିପି ଅନେକ ପାକିସ୍ତାନୀ ସୈନିକ ଏବଂ ପୋଲିସଙ୍କୁ ହତ୍ୟା କରିଛି।