Posted inଜାତୀୟ

ବାଲାସାହେବଙ୍କ ସ୍ବପ୍ନ ପୂରଣ ହେଲା

ମୁମ୍ବାଇ, ୫।୭: ଏକନାଥ ଶିନ୍ଦେ ସୋମବାର ମୁଖ୍ୟମନ୍ତ୍ରୀ ଭାବେ ପ୍ରଥମ ବକ୍ତବ୍ୟ ରଖିଛନ୍ତି। ଭାଜପା ସହ ମିଶି ସରକାର ଗଢ଼ିବା ପାଇଁ ଶିବସେନା ପ୍ରତିଷ୍ଠାତା ବାଲାସାହେବ ଠାକ୍‌ରେଙ୍କ ସ୍ବପ୍ନ ପୂରଣ ହୋଇଥିବା ଶିନ୍ଦେ କହିଛନ୍ତି। ସେ ଆହୁରି କହିଥିଲେ, ଗତ ୨୦ ଦିନରେ ଘଟିଥିବା ଘଟଣାକୁ ନେଇ କୌଣସି ବିଧାୟକ ପ୍ରଶ୍ନ କରି ନ ଥିଲେ। ମୋତେ କିପରି ବ୍ୟବହାର ମିଳୁଥିଲା ସେ ନେଇ ସେମାନେ ସମସ୍ତେ ଅବଗତ। ଦୀର୍ଘଦିନ ଧରି ତାଙ୍କୁ ଅଣଦେଖା କରାଯାଇଥିଲା। ଏହି ସମୟରେ ସେ କୋହ ସମ୍ଭାଳି ନ ପାରି କାନ୍ଦି ପକାଇଥିଲେ। କହିଥିଲେ, ପୂର୍ବର ଶିବସେନା-ଏନ୍‌ସିପି-କଂଗ୍ରେସ ମେଣ୍ଟବେଳେ ସେ ପ୍ରାୟ ମୁଖ୍ୟମନ୍ତ୍ରୀ ହୋଇସାରିଥିଲେ। ଶିବସେନା ମୁଖ୍ୟ ଉଦ୍ଧବ ଠାକ୍‌ରେଙ୍କ ବିରୋଧରେ ଯିବାରୁ ତାଙ୍କୁ ଏବଂ ପରିବାରକୁ ଧମକ ମିଳୁଥିଲା। ସେମାନେ ମୋ ପରିବାର ଉପରେ ଆକ୍ରମଣ କରିଥିଲେ। ଡଙ୍ଗାବୁଡ଼ିରେ ଦୁଇ ସନ୍ତାନଙ୍କ ମୃତ୍ୟୁ ଘଟିଥିଲା। ସେତେବେଳେ ବହୁତ ଭାଙ୍ଗିପଡ଼ିଥିଲି। ଶିବସେନାର ଆଦର୍ଶ ଆନନ୍ଦ ଦିଘେ ତାଙ୍କ ସହ ଛିଡ଼ା ହୋଇଥିଲେ’ ବୋଲି ଶିନ୍ଦେ ଭାବବିହ୍ବଳ ହୋଇ କହିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ହାଇବ୍ରିଡ୍‌ ହେବ ମୌସୁମୀ ଅଧିବେଶନ

ନୂଆଦିଲ୍ଲୀ,୧୩ା୬ : ଏଥର ପାର୍ଲାମେଣ୍ଟର ମୌସୁମୀ ଅଧିବେଶନ ହାଇବ୍ରିଡ୍‌ ହୋଇପାରେ। ଅର୍ଥାତ୍‌ ଉଭୟ ରାଜ୍ୟ ସଭା ଓ ଲୋକ ସଭାରେ ସଦସ୍ୟଙ୍କ ଉପସ୍ଥିତି ବ୍ୟକ୍ତିଗତ ଏବଂ...

ରାଜଧାନୀ ଏକ୍ସପ୍ରେସରୁ ହଠାତ୍‌ ବାହାରିଲା ଧୂଆଁ

ନୂଆଦିଲ୍ଲୀ,୯।୪: ଚେନ୍ନାଇ-ଦିଲ୍ଲୀ ରାଜଧାନୀ ଏକ୍ସପ୍ରେସରେ ଧୂଆଁ କାରଣରୁ ଆନ୍ଧ୍ର ପ୍ରଦେଶର ନେଲ୍ଲୁର ଜିଲାରେ ରବିବାର ଯାତ୍ରୀଙ୍କ ମଧ୍ୟରେ ଭୟର ବାତାବରଣ ଖେଳିଯାଇଥିଲା। ମିଳିଥିବା ସୂଚନା ଅନୁଯାୟୀ,...

କର୍ନାଟକ ବିଧାନସଭା ନିର୍ବାଚନ: ବୟସ୍କ ଏବଂ ଦିବ୍ୟାଙ୍ଗଙ୍କ ପାଇଁ ଭୋଟ ଫ୍ରମ ହୋମ୍‌ର ବ୍ୟବସ୍ଥା

ବେଙ୍ଗାଲୁରୁ,୩୦।୪: ପ୍ରାୟ ଏକ ସପ୍ତାହ ପରେ କର୍ନାଟକରେ ବିଧାନସଭା ନିର୍ବାଚନ ହେବାକୁ ଯାଉଛି। ଏଥିପାଇଁ ସବୁ ଦଳ ଜୋରଦାର ପ୍ରଚାର ପ୍ରସ୍ତୁତି କରିବା ସହ ନିର୍ବାଚନ...

କାର୍ବନ ଡେଟିଂ ଉପରେ ରାୟ ୧୧କୁ ଘୁଞ୍ଚିଲା

ବାରାଣସୀ,୮ା୧୦: ଉତ୍ତରପ୍ରଦେଶର ଜ୍ଞାନବାପି ମସ୍‌ଜିଦ ପରିସରରୁ ମିଳିଥିବା ତଥାକଥିତ ଶିବଲିଙ୍ଗର କାର୍ବନ ଡେଟିଂ ଆବେଦନ ଉପରେ ବାରାଣସୀ କୋର୍ଟ ରାୟ ସ୍ଥଗିତ ରଖିଛନ୍ତି। ଆସନ୍ତା ୧୧ରେ...

୩ ମାସରେ ପ୍ରଥମ ଥର ୨୪ଘଣ୍ଟାରେ ସର୍ବନିମ୍ନ ପଜିଟିଭ୍‌ ଚିହ୍ନଟ

ମୁମ୍ବାଇ,୨୮।୭: ଦେଶରେ କରୋନା ସ୍ଥିତି ଦିନକୁ ଦିନ ସଙ୍ଗୀନ ହେବାରେ ଲାଗିଛି। ପ୍ରତିଦିନ ହଜାର ହଜାର ସଂଖ୍ୟାରେ କରୋନା ଆକ୍ରାନ୍ତ ଚିହ୍ନଟ ହେବା ସହ ଶହ...

ଆର୍ଥିକ ପ୍ୟାକେଜର ତୃତୀୟ ପର୍ଯ୍ୟାୟରେ କୃଷିକୁ ଦିଆଗଲା ଗୁରୁତ୍ୱ

ନୂଆଦିଲ୍ଲୀ,୧୫।୫: କରୋନା ସଙ୍କଟ ସମୟରେ ବିଗିଡି ଯାଇଥିବା ଅର୍ଥ ବ୍ୟବସ୍ଥାକୁ ସଜାଡିବାକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆତ୍ମନିର୍ଭରଶୀଳ ଭାରତ ଅଭିଯାନର ଘୋଷଣା କରିଥିଲେ। ଏଥିରେ ପ୍ରଧାନମନ୍ତ୍ରୀ...

ସଲମାନଙ୍କୁ ଆଶ୍ୱସ୍ତି

ମୁମ୍ବାଇ,୧୨।୪: ବମ୍ବେ ହାଇକୋର୍ଟ ପକ୍ଷରୁ ସଲମାନ ଖାଁଙ୍କୁ ବଡ ଆଶ୍ୱସ୍ତି ମିଳିଛି। ଅଭିନେତାଙ୍କ ବିରୋଧରେ୨୦୧୯ରେ ହୋଇଥିବା ଏକ ମାମଲାକୁ ହାଇକୋର୍ଟ ଖାରଜ କରି ଦେଇଛନ୍ତି। ଏହାସହ...

ନୁପୁର ଶର୍ମାଙ୍କ ଭିଡିଓ ଦେଖିବାରୁ ଯୁବକଙ୍କୁ ଛୁରାମାଡ

ପାଟନା,୧୯।୭: ନୁପୁର ଶର୍ମା ମାମଲାକୁ ନେଇ ରାଜସ୍ଥାନର ଉଦୟପୁର ଏବଂ ମହାରାଷ୍ଟ୍ରର ଅମରାବତୀ ପରେ ବିହାରର ସୀତାମଢିରେ ମଧ୍ୟ ଏକ ଆକ୍ରମଣ ଘଟଣା ସାମ୍ନାକୁ ଆସିଛି।...

Advertisement
Archives

Model This Week