ଅନ୍‌ଲାଇନ୍‌ ଗେମ୍‌ରେ ଟଙ୍କା ହରାଇ ୨ ଯୁବକଙ୍କ ଆତ୍ମହତ୍ୟା

ବାଲିକୁଦା/ଆଳି,୫ା୭(ସ୍ବ.ପ୍ର./ଡି.ଏନ୍‌.ଏ.):ଅନ୍‌ଲାଇନ୍‌ ଗେମ୍‌ରେ ଟଙ୍କା ରୋଜଗାର ନିଶାରେ ପଢ଼ିଯାଉଛନ୍ତି ଯୁବପିଢ଼ି। ଏହି ନିଶା କେବଳ ସହର ନୁହେଁ, ଗ୍ରାମାଞ୍ଚଳର ଯୁବକମାନଙ୍କୁ ମଧ୍ୟ ଗ୍ରାସିଛି। ପ୍ରଥମେ ମିଳୁଥିବା ଲାଭକୁ ଦେଖି ପରିବାର ଅଜାଣତରେ ବିପୁଳ ଟଙ୍କା ସେଥିରେ ବିନିଯୋଗ କରି ହରାଇ ଦେଉଛନ୍ତି। ଶେଷରେ ହତାଶ ହୋଇ ଆତ୍ମହତ୍ୟା ଭଳି ଚରମ ପଦକ୍ଷେପ ନେଉଛନ୍ତି। ଏଭଳି ୨ଟି ଘଟଣା ସୋମବାର ଜଗତ୍‌ସିଂହପୁର ଏବଂ କେନ୍ଦ୍ରାପଡ଼ା ଜିଲାରେ ଘଟିଛି। ୨୨ରୁ ୨୫ ବର୍ଷୀୟ ୨ ଜଣ ଯୁବକ ଜୀବନ ହାରିଦେଇଛନ୍ତି। ସେମାନେ ହେଲେ ଜଗତ୍‌ସିଂହପୁର ଜିଲା ବାଲିକୁଦା ଥାନା ଅନନ୍ତପୁର ଫାଣ୍ଡି ଅଧୀନ ଭୁଆସୁଣୀ ଗଁାର ଭଗବାନ ପରିଡ଼ାଙ୍କ ବଡ଼ ପୁଅ ଦେବେନ୍ଦ୍ର (୨୫) ଏବଂ କେନ୍ଦ୍ରାପଡ଼ା ଜିଲା ଆଳି ଥାନା ଅନ୍ତର୍ଗତ ମାନପୁର ଗଁାର ଆଶିଷ କୁମାର ଦାସ(୨୨)। ଦେବେନ୍ଦ୍ରଙ୍କ ବାପା ଭଗବାନ ଜଣେ ଧାନ ଓ ମୁଗ ବ୍ୟବସାୟୀ। ତାଙ୍କ ବ୍ୟବସାୟର ସବୁ ଟଙ୍କା ଦେବେନ୍ଦ୍ରଙ୍କ ଆକାଉଣ୍ଟରେ ରୁହେ। ଉକ୍ତ ଆକାଉଣ୍ଟରେ ପ୍ରାୟ ୪ ଲକ୍ଷ ଟଙ୍କା ଥିଲା।

ଦେବେନ୍ଦ୍ର କିଛି ଦିନ ତଳେ ନିଜ ମୋବାଇଲରେ ଏକ ଅନ୍‌ଲାଇନ ଗେମ୍‌ ଖେଳିବା ଆରମ୍ଭ କରିଥିଲେ। ଇତିମଧ୍ୟରେ ସବୁ ଟଙ୍କା ହରାଇ ଦେବା ପରେ ସେ ଉଦାସ ରହୁଥିଲେ। ପରିବାର ଲୋକେ ତାଙ୍କୁ ପଚରାଉଚରା କରିବା ପରେ ସେ ସବୁ କଥା ମାନି ଯାଇଥିଲେ। ଏହା ଶୁଣି ପରିବାର ସଦସ୍ୟ ବିରକ୍ତ ହୋଇଥିଲେ। ରବିବାର ରାତିରେ ଦେବେନ୍ଦ୍ର ଖାଇସାରି ଶୋଇବାକୁ ଯାଇଥିଲେ। ସୋମବାର ସକାଳେ ସେ ଘର କବାଟ ଖୋଲି ନ ଥିଲେ। ପରିବାର ଲୋକେ କବାଟ ଭାଙ୍ଗିବା ପରେ ତାଙ୍କୁ ପଙ୍ଖାରେ ଝୁଲନ୍ତା ଅବସ୍ଥାରେ ପାଇଥିଲେ ବୋଲି ଭଗବାନ ବାଲିକୁଦା ଥାନାରେ କରିଥିବା ଅଭିଯୋଗରେ ଦର୍ଶାଇଛନ୍ତି। ଏନେଇ ଏକ ଅପମୃତ୍ୟୁ ମାମଲା (ନଂ. ୧୦/୨୨) ରୁଜୁ ହୋଇଛି।
ସେହିପରି ଆଶିଷ ସୋମବାର ମୋବାଇଲରେ ଅନ୍‌ଲାଇନ ଗେମ୍‌ ଖେଳୁଥିଲେ। ଏଥିରେ ସେ ୧୦ହଜାର ଟଙ୍କା ହାରିଯିବାରୁ ମ୍ରିୟମାଣ ହୋଇ ଫ୍ୟାନ୍‌ରେ ଗାମୁଛା ଲଗାଇ ଝୁଲିପଡିଥିଲେ। ଆଶିଷଙ୍କ ଦାଦା ରାଜକିଶୋର ଥାନାରେ ଏନେଇ ଏତଲା ଦେଇଛନ୍ତି। ସୂଚନା ଅନୁଯାୟୀ, ଆଶିଷ ଅପରାହ୍ନ ପ୍ରାୟ ୫ଟାରେ ନିଜ ଶୋଇବା ରୁମ୍‌ ଭିତର ପଟୁ କବାଟ ବନ୍ଦ କରିଦେଇଥିଲେ। ପରିବାର ଲୋକେ ତାଙ୍କୁ ଡାକିଥିଲେ ମଧ୍ୟ ସେ କୌଣସି ଉତ୍ତର ଦେଇ ନ ଥିଲେ। ରାଜକିଶୋର ପଡ଼ୋଶୀଙ୍କ ସହାୟତାରେ କବାଟ ଭାଙ୍ଗି ରୁମ୍‌ ଭିତରକୁ ଯିବାବେଳକୁ ଆଶିଷ ଫ୍ୟାନ୍‌ରେ ଝୁଲୁଥିଲେ। ତାଙ୍କୁ ତୁରନ୍ତ ଆଳି ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରକୁ ନିଆଯାଇଥିଲା। ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ଏ ନେଇ ପୋଲିସ ଏକ ଅପମୃତ୍ୟୁ ମାମଲା (ନଂ.୩୬/୨୨) ରୁଜୁ କରିଛି।


Enter your email to get our daily news in your inbox.

All Right Reserved By Dharitri.Com

ବୈଭବ ସୂର୍ଯ୍ୟବଂଶୀଙ୍କ ବଡ଼ ଗୁମର ଖୋଲିଲେ ଆୟର, ସମୟ ଆସିଲେ….

ନୂଆଦିଲ୍ଲୀ,୪।୧୦: ୱେଷ୍ଟଇଣ୍ଡିଜ୍ ବିପକ୍ଷ ଟି-୨୦ ସିରିଜ୍‌ ପୂର୍ବରୁ ଭାରତୀୟ ଟି-୨୦ ଦଳର ଅଧିନାୟକ ଶ୍ରେୟସ ଆୟର ଦଳର ଖେଳ ରଣନୀତି ଓ ଯୁବ ଖେଳାଳି ବୈଭବ ସୂର୍ଯ୍ୟବଂଶୀଙ୍କୁ…

ପ୍ରଣବ ବଳବନ୍ତରାୟଙ୍କ ଗାଡ଼ିକୁ ଟେକାମାଡ଼, ବୈଠକ ସାରି ବାହାରିଲା ବେଳେ …

ଭୁବନେଶ୍ବର,୪।୧୦: ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଗାଡ଼ିକୁ ଟେକାମାଡ଼ ହୋଇଛି । ବୈଠକ ସାରି ଫେରୁଥିବା ବେଳେ କିଛି ବ୍ୟକ୍ତି ତାଙ୍କ ଗାଡି ଉପରକୁ ଟେକା ଫିଙ୍ଗିଥିବା…

ବୀରେନ୍ଦ୍ର ସେହୱାଗଙ୍କ ପୁଅଙ୍କୁ ମିଳିଲା ବଡ଼ ଦାୟିତ୍ବ, ଏହି ଦଳର ହେବେ ଅଧିନାୟକ

ନୂଆଦିଲ୍ଲୀ,୪।୧୦: ଭାରତୀୟ କ୍ରିକେଟ୍‌ ଟିମ୍‌ର ପୂର୍ବତନ ଓପନର୍‌ ବୀରେନ୍ଦ୍ର ସେହୱାଗଙ୍କ ୧୮ ବର୍ଷୀୟ ପୁଅ ଆର୍ଯ୍ୟବୀର ସେହୱାଗଙ୍କୁ ଘରୋଇ କ୍ରିକେଟ୍‌ରେ ବଡ଼ ଦାୟିତ୍ୱ ମିଳିଛି । ଆଗାମୀ…

FSSAI ର ବଡ଼ କାର୍ଯ୍ୟାନୁଷ୍ଠାନ: ‘କ୍ରିଏଟିଭ୍ ବେକର୍ସ’ର ଲାଇସେନ୍ସ ନିଲମ୍ବିତ, ‘ଏଭରେଷ୍ଟ ଜିରା ପାଉଡର’ ବଜାରରୁ ପ୍ରତ୍ୟାହାର ନିର୍ଦ୍ଦେଶ

ନୂଆଦିଲ୍ଲୀ,୪।୧୦: ଖାଦ୍ୟ ସୁରକ୍ଷା ନିୟମର କଡ଼ା ଉଲ୍ଲଂଘନ ଅଭିଯୋଗରେ ଫୁଡ୍ ସେଫ୍ଟି ଆଣ୍ଡ ଷ୍ଟାଣ୍ଡାର୍ଡସ ଅଥରିଟି ଅଫ୍ ଇଣ୍ଡିଆ (FSSAI) ଦୁଇଟି ପ୍ରମୁଖ ଖାଦ୍ୟ ପ୍ରସ୍ତୁତକାରୀ କମ୍ପାନୀ…

ମିଳିଲାନି ଷ୍ଟ୍ରେଚର, ଦିବ୍ୟାଙ୍ଗ ଭାଇଙ୍କୁ ପିଠିରେ ବୋହି ୱାର୍ଡକୁ ନେଲେ ଭଉଣୀ, ଭିଡିଓ ଦେଖିଲେ ଥରିଉଠିବ….

ଭୋପାଳ,୪ା୧୦: ସରକାରୀ ହସ୍ପିଟାଲରେ ରୋଗୀଙ୍କୁ ମିଳୁଥିବା ସୁବିଧାକୁ ନେଇ ପୁଣି ପ୍ରଶ୍ନ ଉଠିଛି । ମଧ୍ୟପ୍ରଦେଶର ଗୁନା ଜିଲାରୁ ଏଭଳି ଏକ ଭିଡିଓ ସାମ୍ନାକୁ ଆସିଛି, ଯାହା…

ନୟାପଲ୍ଲୀ ବଳାତ୍କାର ମାମଲା: ମୁଖ୍ୟ ଅଭିଯୁକ୍ତଙ୍କ ୨ ସହଯୋଗୀଙ୍କୁ ଗିରଫ କଲା ପୋଲିସ

ଭୁବନେଶ୍ୱର,୪ା୧୦: ରାଜଧାନୀରେ ଚର୍ଚ୍ଚାର ବିଷୟ ପାଲଟିଥିବା ନୟାପଲ୍ଲୀ ବଳାତ୍କାର ମାମଲାରେ ପୋଲିସକୁ ମିଳିଛି ଆଉ ଏକ ବଡ଼ ସଫଳତା। ବଳାତ୍କାର ମାମଲାର ମୁଖ୍ୟ ଅଭିଯୁକ୍ତ ଶ୍ରୀଧର ପଣ୍ଡାର…

ଦିବ୍ୟାଙ୍ଗ ନାବାଳକଙ୍କୁ ମୁଖ୍ୟମନ୍ତ୍ରୀଙ୍କ ପାଣ୍ଠିରୁ ମିଳିଲା ସହାୟତା

ଗଞ୍ଜାମ,୪ା୧୦(ବିଦ୍ୟାଧର ସାହୁ): ମାନ୍ୟବର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ନିଜସ୍ବ ପାଣ୍ଠିରୁ ଗଞ୍ଜାମ ବ୍ଲକ ଅନ୍ତର୍ଗତ ପାଳିବନ୍ଧ ପଞ୍ଚାୟତର ଲକ୍ଷ୍ମୀପୁର ଗ୍ରାମର ଦିବ୍ୟାଙ୍ଗ ନାବାଳକ ଏନ ନୀଳାଞ୍ଚଳ…

ଆଦିତ୍ୟଙ୍କ ସହ ମୁମ୍ବାଇ ଛାଡ଼ିଲେ ୟାମି ଗୌତମ? କାହିଁକି ଏତେ ବଡ଼ ନିଷ୍ପତ୍ତି ନେଲେ ଏହି ଦମ୍ପତ୍ତି? ଜାଣନ୍ତୁ…

ମୁମ୍ବାଇ: ଆଦିତ୍ୟ ଧର ହେଉଛନ୍ତି ବଲିଉଡର ଜଣେ ପ୍ରତିଷ୍ଠିତ ନିର୍ଦ୍ଦେଶକ, ଯିଏ ‘ଉରି: ଦ ସର୍ଜିକାଲ ଷ୍ଟ୍ରାଇକ’ (Uri: The Surgical Strike) ଭଳି ଲୋକପ୍ରିୟ ଚଳଚ୍ଚିତ୍ର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?