ଆମ ଝିଅର ଏମିତି ହେଲେ…

ଭୁବନେଶ୍ୱର,୫ା୭(ବ୍ୟୁରୋ):ରାଗିଂ ଯୋଗୁ ରାଜ୍ୟରେ ବହୁ ଛାତ୍ରୀଛାତ୍ରଙ୍କ ଜୀବନ ଗଲାଣି। ଏହାକୁ ରୋକିବାରେ ରାଜ୍ୟ ସରକାର ବିଫଳ ହୋଇଛନ୍ତି। ଯେଉଁ ଆଣ୍ଟି ସ୍କ୍ବାଡ୍‌ ଗଠନ ହୋଇଛି, ତାହା କାମ କରୁନାହିଁ। ବେଳକୁ ବେଳ ଏଭଳି ସମ୍ବେଦନଶୀଳ ଘଟଣା ବୃଦ୍ଧି ପାଇଚାଲିଛି। ଯଦି ଆମ ଝିଅ ପ୍ରତି ଏଭିଳ ଘଟିବ ତେବେ ଆମେ ସମ୍ଭାଳିପାରିବା ତ! ସରକାରଙ୍କୁ ବିରୋଧୀ ଏଭଳି ପ୍ରଶ୍ନବାଣ ମାରିଛନ୍ତି। ଯେଉଁ ମା’ବାପା ତାଙ୍କ ଛୁଆକୁ ହରାଇଛନ୍ତି, ସେମାନେ ହିଁ କେବଳ ଏହାର କଷ୍ଟ ଜାଣୁଛନ୍ତି। ସରକାର କାହିଁକି ଏଭଳି ସ୍ପର୍ଶକାତର ଘଟଣାକୁ ଗୁରୁତ୍ୱ ଦେଉନାହାନ୍ତି। ବିଜେବି ସ୍ବୟଂଶାସିତ କଲେଜ ଛାତ୍ରୀ ରୁଚିକା ମହାନ୍ତି ଆତ୍ମହତ୍ୟା ଘଟଣାକୁ ନେଇ ଏମିତି ଢଙ୍ଗରେ ବିରୋଧୀ ଭାଜପା ଓ କଂଗ୍ରେସ ସଦସ୍ୟମାନେ ସୋମବାର ବିଧାନସଭାରେ ସରକାରଙ୍କୁ ଘେରିଛନ୍ତି। ସରକାର ଘଟଣାର ସିବିଆଇ ତଦନ୍ତ କରାନ୍ତୁ। ଯିଏ ଏହି ଘଟଣାରେ ଦୋଷୀ ତାଙ୍କୁ ଦୃଷ୍ଟାନ୍ତମୂଳକ ଦଣ୍ଡ ଦିଆଯାଉ ବୋଲି ବିରୋଧୀ ଦାବି କରିଛନ୍ତି।
ସୋମବାର ପୂର୍ବାହ୍ନ ୧୦ଟା ୩୦ ମିନିଟ୍‌ରେ ବିଧାନସଭା ପ୍ରଶ୍ନକାଳ ଆରମ୍ଭ ହେବା ମାତ୍ରେ ବିଜେବି କଲେଜ ଛାତ୍ରୀ ଆତ୍ମହତ୍ୟା ଘଟଣାକୁ ନେଇ ଉଭୟ ଭାଜପା ଓ କଂଗ୍ରେସ ସଦସ୍ୟମାନେ ଗୃହର ମଧ୍ୟଭାଗକୁ ଆସି ପ୍ରବଳ ହଟ୍ଟଗୋଳ କରିଥିଲେ। ଭାଜପା ସଭ୍ୟ ମୋହନ ଚରଣ ମାଝି ‘ଧରିତ୍ରୀ’କୁ ଦେଖାଇ କହିଲେ ରାଗିଂରେ ଓଡ଼ିଶା ତୃତୀୟ ସ୍ଥାନରେ ରହିଛି। ଖବରକାଗଜରେ ଏହା ପ୍ରକାଶ ପାଇଛି। ଏହା ଅତ୍ୟନ୍ତ ସମ୍ବେଦନଶୀଳ ପ୍ରସଙ୍ଗ। ପ୍ରଶ୍ନକାଳ ବନ୍ଦ କରାଯାଇ ତୁରନ୍ତ ଏହା ଉପରେ ଆଲୋଚନା କରାଯାଉ। ପ୍ରଶ୍ନୋତ୍ତର କାର୍ଯ୍ୟକ୍ରମ ପରେ ଏହା ଉପରେ ଆଲୋଚନା କରିବାକୁ ବାଚସ୍ପତି କହିଥିଲେ ମଧ୍ୟ ବିରୋଧୀ ନିଜ ଜିଦ୍‌ରେ ଅଡ଼ିବସିଥିଲେ। ବାଚସ୍ପତି ବାଧ୍ୟହୋଇ ଗୃହକୁ ୧୦ଟା ୩୮ ମିନିଟ୍‌ରୁ ୧୧ଟା ୩୦ ଯାଏ ମୁଲତବୀ ଘୋଷଣା କରିଦେଇଥିଲେ।
ଶୂନ୍ୟକାଳରେ ରାଗିଂ ଜନିତ ଆତ୍ମହତ୍ୟା ପ୍ରସଙ୍ଗ ଉଠାଇ ବିରୋଧୀ ଦଳ ମୁଖ୍ୟ ସଚେତକ ମୋହନ ଚରଣ ମାଝି କହିଲେ, ଭୁବନେଶ୍ୱରର ପ୍ରତିଷ୍ଠିତ ସରକାରୀ ମହାବିଦ୍ୟାଳୟରେ ଯେଉଁ ଘଟଣା ଘଟିଲା, ତାହା ଅତ୍ୟନ୍ତ ସ୍ପର୍ଶକାତର। ୨୨ ବର୍ଷ ଶାସନ କାଳରେ ବିଜେଡି ସରକାର ରାଗିଂ ମୁହଁରୁ ଛାତ୍ରୀଛାତ୍ରଙ୍କୁ ବଞ୍ଚାଇ ପାରିଲେ ନାହିଁ। ରାଜ୍ୟରେ ଆଇନଶୃଙ୍ଖଳା ବିପର୍ଯ୍ୟସ୍ତ ହୋଇଛି। ଉଚ୍ଚଶିକ୍ଷା ବିଭାଗରେ ରାଗିଂ ବଢ଼ିଚାଲିଛି। ଏଥିଲାଗି ସରକାରଙ୍କର ଚିନ୍ତା ନାହିଁ। ନିରୀହ ପିଲାଙ୍କ ଜୀବନ ଚାଲିଯାଉଛି। ସାରା ଭାରତରେ ଓଡ଼ିଶା ରାଗିଂରେ ତୃତୀୟ ସ୍ଥାନରେ ରହିଛି। ଆତ୍ମହତ୍ୟା କରିଥିବା ରୁଚିକା ମହାନ୍ତିଙ୍କୁ ୩ ଜଣ ଛାତ୍ରୀ ରାଗିଂ କରିଛନ୍ତି। ସେମାନଙ୍କୁ ଦୃଷ୍ଟାନ୍ତମୂଳକ ଦଣ୍ଡବିଧାନ କରାଯିବା ଦରକାର। ଛାତ୍ରୀନିବାସର ୱାର୍ଡେନ କହୁଛନ୍ତି, ତାଙ୍କ ସମୟରେ ରାଗିଂ କେବେ ହୋଇ ନ ଥିଲା। ଯଦି ନ ହୋଇଥିଲା ତେବେ ଛାତ୍ରୀ ମଲେ କାହିଁକି? ତାହାର ସେ ଜବାବ ଦେବା ଦରକାର। ବଲାଙ୍ଗୀର ଭୀମଭୋଇ କଲେଜ, ମୟୂରଭଞ୍ଜର ଏକ କଜେଲରେ ରାଗିଂ ଯୋଗୁ ଛାତ୍ରୀଛାତ୍ରଙ୍କ ଜୀବନ ଯାଇଛି। ୨୦୨୨ ଜୁନ୍‌ ମଧ୍ୟରେ ୪୦ ରାଗିଂ ମାମଲା ଦାଖଲ ହୋଇଥିବା ୟୁଜିସି ତାଙ୍କ ରିପୋର୍ଟରେ କହିଛନ୍ତି। ଆଣ୍ଟି ରାଗିଂ ସ୍କ୍ବାଡ୍‌ କୁଆଡ଼େ ଗଲା। ରାଗିଂକୁ ରୋକିବା ପାଇଁ କି ପଦକ୍ଷେପ ନିଆଯାଇଛି ସେ ବିଷୟରେ ଗୃହକୁ ଅବଗତ କରାଯିବା ଦରକାର ସେ ଦାବି କରିଛନ୍ତି।
କଂଗ୍ରେସ ସଭ୍ୟ ସୁରେଶ କୁମାର ରାଉତରାୟ ବିଜେବି କଲେଜ ଛାତ୍ରୀ ଆତ୍ମହତ୍ୟା ଘଟଣାରେ ଗଭୀର ଉଦ୍‌ବେଗ ପ୍ରକାଶ କରିଛନ୍ତି। ବିଜେବି କଲେଜରୁ ବହୁ ଛାତ୍ରୀଛାତ୍ର ଜାତୀୟ ଏବଂ ଅନ୍ତର୍ଜାତୀୟ ସ୍ତରରେ ନଁା କମାଇଛନ୍ତି। ଏହାର ସୁନାମ ରହିଛି। ମାତ୍ର ଗତ ବର୍ଷେ ହେବ କଲେଜରେ ଛୁରାମାଡ଼ଠାରୁ ଆରମ୍ଭ କରି ବୋମାମାଡ଼ ହେଉଛି। ମୁଖ୍ୟମନ୍ତ୍ରୀ ସବୁବେଳେ କହୁଛନ୍ତି ମା’କୁ ସମ୍ମାନ ଦେଉଛୁ। ମା’କୁ ନା ବୋଉକୁ ସମ୍ମାନ ଦେଉଛନ୍ତି। ରାଗିଂ ଯୋଗୁ ମେଧାବୀ ଛାତ୍ର୍ରୀଙ୍କ ଜୀବନ ଗଲା। ଆଣ୍ଟି ରାଗିଂ ସ୍କ୍ବାଡ୍‌ କ’ଣ କରୁଛି। ରାଗିଂ ବନ୍ଦ ପାଇଁ ଜଷ୍ଟିସ୍‌ ପଶାୟତ କମିଟି, ଆର.କେ. ରାଘବନ କମିଟିର ସୁପାରିସକୁ କାର୍ଯ୍ୟକାରୀ କରାଗଲାନାହିଁ। ୨୨ ବର୍ଷରେ ରାଜ୍ୟରେ ୩ ହଜାରରୁ ଊର୍ଦ୍ଧ୍ୱ ଝିଅ ଆତ୍ମହତ୍ୟା କଲେଣି। ଅଭିଭାବକଙ୍କୁ ଡାକି ପ୍ରତ୍ୟେକ କଲେଜରେ ସରକାର କମିଟି ଗଠନ କରନ୍ତୁ। ବିଜେବି କଲେଜ ଦାୟିତ୍ୱ ମୁଖ୍ୟମନ୍ତ୍ରୀ ନିଜେ ନିଅନ୍ତୁ ବୋଲି ସେ ଦାବି କରିଛନ୍ତି। ବିରୋଧୀ ଦଳ ଉପନେତା ବିଷ୍ଣୁଚରଣ ସେଠୀ ଏହି ପ୍ରସଙ୍ଗକୁ ଅତ୍ୟନ୍ତ ସ୍ପର୍ଶକାତର କହିବା ସହ ରାଜ୍ୟ ସରକାର ଏହି ପ୍ରସଙ୍ଗକୁ ଏଡ଼ାଇ ପାରିବେ ନାହିଁ ବୋଲି କହିଛନ୍ତି। ଆଗରୁ ପୁଅମାନେ ରାଗିଂ କରୁଥିଲେ। ଏବେ ଝିଅମାନେ କଲେଣି। ଏହି ଘଟଣାରେ ମୁଁ ଜଣେ ବାପା ହିସାବରେ ଅତ୍ୟନ୍ତ ମର୍ମାହତ। ମୋ ଝିଅ କ୍ଷେତ୍ରରେ ଯଦି ଏଭଳି ଘଟିବ ତେବେ ମୁଁ ନିଜକୁ ସମ୍ଭାଳିପାରିବି ତ। କୌଣସି ବିଧାୟକ ସମ୍ଭାଳିପାରିବେ କି? କଲେଜରେ ଶିକ୍ଷକମାନେ ଛାତ୍ରୀଛାତ୍ରଙ୍କ ମଧ୍ୟରେ ଗୋଷ୍ଠୀ କରି ନିଜର ଉଦ୍ଦେଶ୍ୟ ସାଧନ କରୁଛନ୍ତି। ସରକାର ଏଭଳି ସମ୍ବେଦନଶୀଳ ଘଟଣାର ସିବିଆଇ ଦ୍ୱାରା ତଦନ୍ତ କରାନ୍ତୁ ବୋଲି ସେ ଦାବି କରିଛନ୍ତି। କଂଗ୍ରେସ ସଭ୍ୟ ତାରାପ୍ରସାଦ ବାହିନୀପତି, ସନ୍ତୋଷ ସିଂ ସାଲୁଜା ମଧ୍ୟ କଡ଼ା ସମାଲୋଚନା କରିଛନ୍ତି। ରାଗିଂ ନୂଆ କଥା ନୁହେଁ। ବାରମ୍ବାର ଏଭଳି ଘଟଣା ଘଟୁଛି। ମୃତା ଛାତ୍ରୀଙ୍କ ମା’ବାପା ରାତିସାରା ଧାରଣାରେ ବସିଛନ୍ତି। ସିବିଆଇ ତଦନ୍ତ ଦାବି କରୁଛନ୍ତି। ରାଜ୍ୟ ସରକାର ତୁରନ୍ତ ବିଧାନସଭାରେ ଆଣ୍ଟିି ରାଗିଂ ବିଲ୍‌ ଆଣନ୍ତୁ। ଏହି ଘଟଣାର ସିବିଆଇ ତଦନ୍ତ କରାନ୍ତୁ ବୋଲି ସେମାନେ ଦାବି କରିଛନ୍ତି। ବିରୋଧୀଙ୍କ ଉଦ୍‌ବେଗକୁ ଦେଖି ବାଚସ୍ପତି ବିଜେବି କଲେଜ ଛାତ୍ରୀ ଆତ୍ମହତ୍ୟା ଘଟଣା ଉପରେ ଗୃହ ରାଷ୍ଟ୍ରମନ୍ତ୍ରୀ ତୁଷାରକାନ୍ତି ବେହେରାଙ୍କୁ ବିଧାନସଭାରେ ବିବୃତି ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି। ତଦନୁଯାୟୀ ଅପରାହ୍ନରେ ମନ୍ତ୍ରୀ ଗୃହରେ ବିବୃତିି ଦେଇ କହିଛନ୍ତି ଯେ, ବିଜେବି କଲେଜ ଛାତ୍ରୀ ରୁଚିକାଙ୍କ ଆତ୍ମହତ୍ୟା ଏକ ସମ୍ବେଦନଶୀଳ ଓ ଦୁଃଖଦ ଘଟଣା। ଛାତ୍ରୀଙ୍କ ଘର ଚୌଦ୍ୱାର ଅନ୍ତର୍ଗତ କଖଡ଼ିରେ। ଯଦିଓ ତାଙ୍କୁ କାରୁବାକୀ ଛାତ୍ରୀନିବାସର ଡର୍ମିଟୋରିରେ ରୁମ୍‌ ଦିଆଯାଇଥିଲା, ସେ କିନ୍ତୁ ତାଙ୍କ ବାନ୍ଧବୀଙ୍କ ସହ ୨୦୧ ନମ୍ବର ରୁମ୍‌ରେ ରହୁଥିଲେ। ରୁଚିକାଙ୍କ ମା’ଙ୍କ ରିପୋର୍ଟ ଉପରେ ବରଗଡ଼ ଥାନାରେ ଆଇପିସି ଦଫା ୩୦୬ ଓ ୩୪ ଅନୁଯାୟୀ କେସ୍‌ ନମ୍ବର ୨୨୬/୨୨ ପଞ୍ଜୀକୃତ ହୋଇଛି। ଉପଯୁକ୍ତ ତଦନ୍ତ ପାଇଁ କମିଶନରେଟ ପୋଲିସର ୩ଟି ଟିମ୍‌ ଗଠନ କରାଯାଇଛି। ଜଣେ ଅତିରିକ୍ତ ଡିସିପିଙ୍କ ତତ୍ତ୍ୱାବଧାନରେ ତଦନ୍ତ ଚାଲିଛି। ପରିବାର ସଦସ୍ୟ, ମୃତାଙ୍କ ବନ୍ଧୁବର୍ଗଙ୍କ ଦ୍ୱାରା ଉତ୍ଥାପିତ ତଥ୍ୟ ଓ ଚିଠିରେ ଲିଖିତ ସମସ୍ତ ଦିଗକୁ ତଦନ୍ତରେ ସାମିଲ କରାଯାଇଛି। ଅପରାଧ ଓ ଅପରାଧୀଙ୍କ ବିରୋଧରେ ମୁଖ୍ୟମନ୍ତ୍ରୀଙ୍କ ଶୂନ ସହନଶୀଳତା ନୀତିକୁ ବଜାୟ ରଖିବା ପାଇଁ ଗୃହ ବିଭାଗ ପ୍ରତିଶ୍ରୁତିବଦ୍ଧ। ସୁପ୍ରିମ୍‌କୋର୍ଟଙ୍କ ନିର୍ଦ୍ଦେଶାନୁସାରେ ଶିକ୍ଷାନୁଷ୍ଠାନଗୁଡ଼ିକରେ ରାଗିଂକୁ ପ୍ରତିହତ କରିବାକୁ ଗୃହ ବିଭାଗ ପକ୍ଷରୁ ଜାରି ହୋଇଥିବା ଏସ୍‌ଓପି କଡ଼ାକଡ଼ି ପାଳନ କରିବାକୁ ନିର୍ଦ୍ଦେଶ ଦିଆଯାଇଛି। ଏହି ମାମଲାକୁ ପୋଲିସ ଗୁରୁତର ସହ ନେଇ ହଷ୍ଟେଲର ସୁପରିଣ୍ଟେଣ୍ଡେଣ୍ଟ, କଲେଜ ଅଧ୍ୟକ୍ଷ, ମାଟର୍ନ ଓ ଛାତ୍ରୀଛାତ୍ରଙ୍କୁ ପଚରାଉଚରା କରୁଛି ବୋଲି ମନ୍ତ୍ରୀ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଘରେ ନ ଥିବା ବେଳେ କଳାକନା ବୁଲାଇଲେ ଟାଇଲ୍‌ ମିସ୍ତ୍ରୀ

ବଞ୍ଚୋ,୪।୧୦(ପ୍ରଦୋଷ ବିଶ୍ୱାଳ): ଘରେ କେହି ନ ଥିବାର ସୁଯୋଗ ନେଇ ତାଲା ଭାଙ୍ଗି ନଗଦ ଟଙ୍କା ସହ ସୁନା ଏବଂ ରୁପା ଅଳଙ୍କାର ଚୋରି ଘଟଣାରେ ଘସିପୁରା…

କେନ୍ଦୁଝରରେ ଧରିତ୍ରୀ ଖବରଦାତାଙ୍କୁ ଆକ୍ରମଣ, ଅଭିଯୁକ୍ତକୁ ବାନ୍ଧିଲା ପୋଲିସ

ହାଟଡିହୀ,୪।୧୦(ଶୁଭକାନ୍ତ ନାୟକ): କେନ୍ଦୁଝର ଜିଲା ଆନନ୍ଦପୁର ଉପଖଣ୍ଡ ରାମଚନ୍ଦ୍ରପୁର ଥାନା ଅଞ୍ଚଳରେ ଜଣେ ବରିଷ୍ଠ ଖବରଦାତାଙ୍କୁ ଆକ୍ରମଣ ହୋଇଥିବା ନେଇ ଅଭିଯୋଗ ହୋଇଛି । ଅଭିଯୋଗକୁ ଭିତ୍ତି…

ଆମ୍ବେଦକର ସେବା ସଂଘର ଶୋଭାଯାତ୍ରା, କର୍ମକର୍ତ୍ତା ଚୟନ

ଦିଗପହଣ୍ଡି,୪।୧୦(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡିଠାରେ ଅନୁସୂଚିତ ଜାତି ଓ ଜନଜାତି ବର୍ଗଙ୍କ ସାମ୍ବିଧାନିକ ମୌଳିକ ଅଧିକାର, ସାମାଜିକ ନ୍ୟାୟ, ଜମି ଅଧିକାର, ଶିକ୍ଷା ଓ…

ଜାଲରେ ଛନ୍ଦି ହୋଇଥିଲା ୮ ଫୁଟର ଅଜଗର, ଟାମଣା ଘାଟି ଜଙ୍ଗଲରେ….

ଛତ୍ରପୁର,୪ା୧୦(ଦିଲ୍ଲୀପ ସାମଲ /ଦ୍ଵାରିକା ପଟ୍ଟନାୟକ): ଛତ୍ରପୁର ବ୍ଲକ ଅନ୍ତର୍ଗତ ଅନ୍ତନ୍ତପୁର ଓ ସୀତାରାମପୁର ଦେଇ ଯାଇଥିବା ଏକ ନାଳରୁ ୮ ଫୁଟିଆ ଅଜଗର ସାପ ଉଦ୍ଧାର କରାଯାଇଛି…

ଆମେରିକା-ଚାଇନାକୁ ନେଇ ବଡ଼ ଖୁଲାସା କଲେ ଜୟଶଙ୍କର, ବିଶ୍ବରେ ହଇଚଇ!

ନୂଆଦିଲ୍ଲୀ,୪।୧୦: ଭାରତର ବୈଦେଶିକ ମନ୍ତ୍ରୀ ଏସ୍. ଜୟଶଙ୍କର ଆମେରିକା ଓ ଚାଇନାକୁ ନେଇ ବଡ଼ ମନ୍ତବ୍ୟ ଦେଇଛନ୍ତି । ୬୨ତମ ମ୍ୟୁନିକ୍ ସିକ୍ୟୁରିଟି କନଫରେନ୍ସରେ ଜୟଶଙ୍କର କହିଛନ୍ତି…

ଏସିଆନ ଗେମ୍ସର ୨୦ତମ ସଂସ୍କରଣ ଉଦ୍‌ଯାପିତ

ନାଗୋୟା,୪ା୧୦: ଜାପାନର ପରମ୍ପରା ଓ ଆତିଥ୍ୟକୁ ପ୍ରଦର୍ଶିତ କରୁଥିବା ଲାଇଟ୍‌ ଓ ମ୍ୟୁଜିକାଲ ଶୋ’ ସହିତ ଏସିଆନ ଗେମ୍ସର ୨୦ତମ ସଂସ୍କରଣ ରବିବାର ଉଦ୍‌ଯାପିତ ହୋଇଯାଇଛି। ଦୁଇ…

ବୈଭବ ସୂର୍ଯ୍ୟବଂଶୀଙ୍କ ବଡ଼ ଗୁମର ଖୋଲିଲେ ଆୟର, ସମୟ ଆସିଲେ….

ନୂଆଦିଲ୍ଲୀ,୪।୧୦: ୱେଷ୍ଟଇଣ୍ଡିଜ୍ ବିପକ୍ଷ ଟି-୨୦ ସିରିଜ୍‌ ପୂର୍ବରୁ ଭାରତୀୟ ଟି-୨୦ ଦଳର ଅଧିନାୟକ ଶ୍ରେୟସ ଆୟର ଦଳର ଖେଳ ରଣନୀତି ଓ ଯୁବ ଖେଳାଳି ବୈଭବ ସୂର୍ଯ୍ୟବଂଶୀଙ୍କୁ…

ପ୍ରଣବ ବଳବନ୍ତରାୟଙ୍କ ଗାଡ଼ିକୁ ଟେକାମାଡ଼, ବୈଠକ ସାରି ବାହାରିଲା ବେଳେ …

ଭୁବନେଶ୍ବର,୪।୧୦: ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଗାଡ଼ିକୁ ଟେକାମାଡ଼ ହୋଇଛି । ବୈଠକ ସାରି ଫେରୁଥିବା ବେଳେ କିଛି ବ୍ୟକ୍ତି ତାଙ୍କ ଗାଡି ଉପରକୁ ଟେକା ଫିଙ୍ଗିଥିବା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?