Posted inଜାତୀୟ

ବାଲାସାହେବଙ୍କୁ କରାଯାଇଛି ଅପମାନିତ: ଫଡନାଭିସ…

ମୁମ୍ବାଇ,୨୪।୬ : ଭାରତୀୟ ଜନତା ପାର୍ଟି (ଭାଜପା)ଉଦ୍ଧବ ଠାକରେଙ୍କ ବିରୋଧରେ ସେ ବାଲାସାହେବ ଠାକରେଙ୍କୁ ଅପମାନିତ କରିଥିବା ଅଭିଯୋଗ କରାଯାଇଛି। ଭାଜପାକୁ ପରାସ୍ତ କରିବାକୁ ଉଦ୍ଧବ ଠାକରେ କେଉଁମାନଙ୍କ ପାଖରେ ବସିଛନ୍ତି ତାହା ଭୁଲି ଯାଇଛନ୍ତି ବୋଲି ଭାଜପା ଅକ୍ଷେପ କରିଛି। ଭାଜପା ନେତା ତଥା ମହାରାଷ୍ଟ୍ରର ଊପମୁଖ୍ୟମନ୍ତ୍ରୀ
ଦେବେନ୍ଦ୍ର ଫଡନାଭିସ ଏହାକୁ ନେଇ ନିନ୍ଦା କରିଛନ୍ତି। ସୂଚନାଯୋଗ୍ୟ ଶୁକ୍ରବାର ପାଟନାରେ ଭାଜପା ବିରୋଧରେ ବିରୋଧୀ ଦଳର ଏକ ବୈଠକ ଅନୁଷ୍ଠିତ ହୋଇଥିଲା। ବିରୋଧୀଙ୍କୁ ଏକଜୁଟ କରିବା ପାଇଁ ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାର ଏହି ବୈଠକ ଡାକିଥିଲେ। ଏଥିରେ କଂଗ୍ରେସ ନେତା ରାହୁଲ ଗାନ୍ଧୀ, ପଶ୍ଚିମବଙ୍ଗର ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ, ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିୱାଲ ଏବଂ ବିରୋଧୀ ଦଳର ସମସ୍ତ ବଡ ନେତା ସାମିଲ ହୋଇଥିଲେ। ଏହାକୁ ନେଇ ଭାଜପା ପକ୍ଷରୁ ମହାରାଷ୍ଟ୍ରର ପୂର୍ବତନ ମୁଖ୍ୟମନ୍ତ୍ରୀ ଉଦ୍ଧବଙ୍କୁ କଡ଼ା ସମାଲୋଚନା କରାଯାଇଛି। ଶିବସେନା ପ୍ରତିଷ୍ଠାତା ବାଲାସାହେବ ଠାକରେଙ୍କ ଏକ ପୁରୁଣା ଭିଡିଓ ଶେୟାର କରଯାଇଥିଲା। ଏଥିରେ ବାଳାସାହେବ ଲାଲୁ ପ୍ରସାଦ ଯାଦବଙ୍କ ଉପରେ ମନ୍ତବ୍ୟ ଦେଇଥିଲେ। ଏହାଦ୍ୱାରା ବାଲାସାହେବଙ୍କୁ ଅପମାନିତ କରାଯାଇଥିବା ଭାଜପା ଅଭିଯୋଗ କରିଛି।

ନିଜ ପରିବାର ତଥା ବଂଶବାଦକୁ ବଞ୍ଚାଇବା ପାଇଁ ବିରୋଧୀ ଦଳ ମେଣ୍ଟ କରିଛନ୍ତି। ୨୦୧୯ରେ ମଧ୍ୟ ସମାନ ପ୍ରୟାସ କରାଯାଇଥିଲା, କିନ୍ତୁ କୌଣସି ସୁଫଳ ମିଳି ନ ଥିଲା। ମେହବୁବା ମୁଫତିଙ୍କୁ ନେଇ ଆମକୁ ଥଟ୍ଟା କରୁଥିବା ଉଦ୍ଧବ ଠାକରେ ଆଜି ତାଙ୍କ ସହ ବସିଥିବାର ଦେଖି ମୁଁ ଆଶ୍ଚର୍ଯ୍ୟ ହୋଇଯାଉଛି।

ଲାଲୁ ପ୍ରସାଦର ଏକ ପୁରୁଣା ଭିଡିଓ ଶେୟାର କରାଯାଇ ଠାକରେ ପରିବାରର ମୂଳବଂଶ ବିହାରରୁ ଆସିଥିବା ଦାବି କରାଯାଇଥିଲା। ଏନେଇ ଭାଜପା ନେତା ଚିତ୍ରା କିଶୋର ୱାଘ କହିଛନ୍ତି ଉଦ୍ଧବ ଠାକରେଙ୍କୁ ତାଙ୍କ ପିତାଙ୍କୁ ଅପମାନିତ କରିଥିବା ପୁଅ ଭାବରେ ଇତିହାସରେ ସ୍ମରଣ କରାଯିବ। ଲାଲୁ ପ୍ରସାଦ ଥରେ ଦାବି କରିଥିଲେ ଠାକରେ ପରିବାର ବିହାରର ଏବଂ ବାଲାସାହେବ ଠାକରେ ମହାରାଷ୍ଟ୍ରର ଜଣେ ଅନୁପ୍ରବେଶକାରୀ। ଆଜି ଉଦ୍ଧବ ଠାକରେ ଯେଉଁମାନେ ବାଲାସାହେବ ଠାକରେଙ୍କ ମରାଠୀ ପରିଚୟ ଉପରେ ପ୍ରଶ୍ନ କରିଥିଲେ ସେମାନଙ୍କ ସହ ଅଛନ୍ତି। ଏହା ଅତ୍ୟନ୍ତ ଲଜ୍ଜାଜନକ।


Enter your email to get our daily news in your inbox.

All Right Reserved By Dharitri.Com

ପାରାଦୀପରୁ ବାହାରିଥିଲା, ଚୀନରେ ପହଞ୍ଚିବା ପୂର୍ବରୁ ନିଖୋଜ; ମଝି ସମୁଦ୍ରରେ ବୁଡିଗଲା ଜାହାଜ

ଭୁବନେଶ୍ୱର,୨୩ା୮: ଗଭୀର ସମୁଦ୍ରରେ ବିଦେଶୀ ଜାହାଜ ନିଖୋଜ। ପାରାଦୀପରୁ ଲୁହାପଥର ନେଇ ଚୀନ ଅଭିମୁଖେ ଯାଉଥିବା ଏକ ବିଦେଶୀ ମାଲବାହୀ ଜାହାଜ ଗଭୀର ସମୁଦ୍ରରେ ନିଖୋଜ ହୋଇଯାଇଛି।…

ଶକ୍ତିଶାଳୀ ଭୂକମ୍ପ ଝଟକାରେ ଥରିଲା ଜାପାନ: ୨୩ ଆହତ, ଟୋକିଓରେ ବିଦ୍ୟୁତ୍ କାଟ୍, ଟ୍ରେନ୍ ଚଳାଚଳ ବ୍ୟାହତ

ଟୋକିଓ,୨୩ା୮: ପୂର୍ବ ଜାପାନର ବିଭିନ୍ନ ଅଞ୍ଚଳ ସମେତ ରାଜଧାନୀ ଟୋକିଓରେ ରବିବାର ସକାଳେ ଏକ ଶକ୍ତିଶାଳୀ ଭୂକମ୍ପ ଅନୁଭୂତ ହୋଇଛି। ରିକ୍ଟର ସ୍କେଲରେ ଏହାର ପ୍ରାରମ୍ଭିକ ତୀବ୍ରତା…

ଏମ୍‌ଏମ୍‌ଡିଆର୍‌ ସଂଶୋଧନ ଆଇନକୁ ନେଇ ରାଜନୀତି

ଭୁବନେଶ୍ୱର,୨୩ା୮(ସୁନିତ୍‌ ମିଶ୍ର): ନିକଟରେ ପାର୍ଲାମେଣ୍ଟରେ ଏମ୍‌ଏମ୍‌ଡିଆର୍‌ ସଂଶୋଧନ ଆଇନ-୨୦୨୬ ବିଲ୍‌ ପାରିତ ହୋଇଯାଇଛି। ଏହାକୁ ରାଷ୍ଟ୍ରପତିଙ୍କ ଅନୁମୋଦନ ମଧ୍ୟ ମିଳିସାରିଛି। ମାତ୍ର ଓଡ଼ିଶାରେ ଉକ୍ତ ଆଇନ ଲାଗୁହେଲେ…

ଚାଇନା ଅନୁପ୍ରବେଶ ଚିନ୍ତାଜନକ: ଅରୁଣାଚଳ ଏମ୍‌ପି

ଇଟାନଗର, ୨୩।୮ (ପି.ଟି.): ଅରୁଣାଚଳ ପ୍ରଦେଶର ବହୁ ଅଞ୍ଚଳ ଚାଇନା ଅକ୍ତିଆର କରିଥିବା ନେଇ ବାରମ୍ୱାର ରିପୋର୍ଟମାନ ପ୍ରକାଶ ପାଉଛି। କିନ୍ତୁ ଭାରତୀୟ ସେନା ଏହି ବିଷୟକୁ…

ପୁଣି ଭାଇରାଲ ହେଲେ ରାନୁ ମଣ୍ଡଳ, ଏହି ରୋମାଣ୍ଟିକ୍‌ ଗୀତ ଗାଇ…

କୋଲକାତା,୨୨ା୮: ଯେତେବେଳେ ଆମେ ଷ୍ଟ୍ରିଟ୍‌ ଗାୟିକା/ଗାୟକଙ୍କ କଥା ଭାବୁ ପ୍ରଥମେ ରାନୁ ମଣ୍ଡଳଙ୍କ ନାଁ ମନେ ପଡ଼େ। ଜଣେ ଷ୍ଟ୍ରିଟ୍‌ ଗାୟିକା ହେବା ସହିତ ସେ ଜଣେ…

ପାରାଦୀପରୁ ବାହାରିଥିବା ଜାହାଜ ଗଭୀର ସମୁଦ୍ରରୁ ନିଖୋଜ, ଏଥିରେ ଥିଲେ ୨୪ ନାବିକ, ଚାଲିଛି ଖୋଜା

ପାରାଦୀପ,୨୨ା୮(ଶରତ ରାଉତ): ପାରାଦୀପ ବନ୍ଦରରୁ ଲୁହାପଥର ବୋଝେଇ କରି ଚାଇନା ଯାଉଥିବା ଏକ ପଣ୍ୟବାହୀ ଜାହାଜ ଏମ୍‌ଭି ‘ଓସେନ ଓ୍ବିନର’ ଗତ ଶୁକ୍ରବାର ରାତିରୁ ନିଖୋଜ ଥିବା…

ବନ୍ଧୁକ ଦେଖାଇ ଗହଣା ବ୍ୟବସାୟୀଙ୍କଠାରୁ ଦୁର୍ବୃତ୍ତ ଲୁଟିନେଲେ ଲକ୍ଷାଧିକ ଟଙ୍କାର ସୁନା ଅଳଙ୍କାର, ବାଇକ୍‌ ଛାଡ଼ି…

ମୋରଡ଼ା,୨୨ା୮(ସ୍ମାରକ ମାଜୀ): ମୟୂରଭଞ୍ଜ ଜିଲା ମୋରଡା ଥାନା ଅଞ୍ଚଳରେ ବନ୍ଧୁକ ମୁନରେ ଜଣେ ଗହଣା ବ୍ୟବସାୟୀଙ୍କୁ ଲୁଟ୍‌ ହୋଇଛି। ସୂଚନା ଅନୁଯାୟୀ, ଶୁଳିଆପଦା ଥାନା ଅଧୀନ କୋଷ୍ଠା…

‘ନାରୀ ଶକ୍ତି ହେଉଛି ଦେଶର ଶକ୍ତି’, ମଞ୍ଚରେ ଏମିତି କହି ରାହୁଲ…

ନୂଆଦିଲ୍ଲୀ,୨୨ା୮: କଂଗ୍ରେସ ନେତା ତଥା ଲୋକ ସଭାର ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀ ମହାରାଷ୍ଟ୍ରର ପୁଣେରେ ‘ସ୍କୁଲ୍‌ସ ଇକୋ’ କାର୍ଯ୍ୟକ୍ରମରେ ଭାଷଣ ଦେବା ଅବସରରେ ନାରୀମାନଙ୍କୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri