ଗୋରସ ପିଇ ଗାଈ ଛାଡ଼ିବା ଅଭ୍ୟାସ ବନ୍ଦ କର

ବଲାଙ୍ଗୀର ଅଫିସ, ୧୫ା୯: ବୁଲା ଗୋରୁଙ୍କ ଅବାଧ ବିଚରଣ ଯୋଗୁଁ ପ୍ରତିଦିନ ବଲାଙ୍ଗୀର ସହରର ବିଭିନ୍ନ ରାସ୍ତାଘାଟରେ ଟ୍ରାଫିକ ସମସ୍ୟା ଏବଂ ଦୁର୍ଘଟଣା ବୃଦ୍ଧି ପାଉଛି। ମ୍ୟୁନିସିପାଲିଟି ପକ୍ଷରୁ ବୁଲା ଗୋରୁଙ୍କୁ ଆୟତ୍ତରେ ରଖିବା ପାଇଁ ବାରମ୍ବାର ତାଗିଦ୍‌ କରାଯିବା ସତ୍ତ୍ୱେ କେହି ନଶୁଣିବାରୁ ଶେଷରେ ପ୍ରଶାସନ କଡା ଆଭିମୁଖ୍ୟ ଗ୍ରହଣ କରିଛି। ବୁଧବାର ମ୍ୟୁନିସିପାଲିଟି ଷ୍ଟାଫ୍‌ ସହରର ବିଭିନ୍ନ ରାସ୍ତା ଏବଂ ଛକରେ ବୁଲୁଥିବା ଗୋରୁଙ୍କୁ ଆଣି କୋଶଳ କଳାମଣ୍ଡଳ ପଡିଆରେ ରଖିଥିଲେ। ପ୍ରାଣୀଧନ ଚିକିତ୍ସାଳୟ ସହାୟତାରେ ବଲାଙ୍ଗୀର-କଳାହାଣ୍ଡି-ନୂଆପଡା ଦୁଗ୍ଧ ସମବାୟ ସମିତି ପଞ୍ଜୀକୃତ ଚାଷୀଙ୍କୁ ଧରିଥିବା ଗୋରୁଙ୍କୁ ବଣ୍ଟନ କରାଯାଇଥିଲା। ମ୍ୟୁନିସିପାଲିଟି ନିର୍ବାହୀ ଅଧିକାରୀ ସାମିରେଡ୍ଡି ଜୟଶ୍ରୀ କଳାମଣ୍ଡଳ ପଡିଆରେ ଉପସ୍ଥିତ ରହି କାର୍ଯ୍ୟ ତଦାରଖ କରିଥିଲେ।

ବଲାଙ୍ଗୀର ସହରରେ ବାଇପାସ୍‌ ରାସ୍ତା ନାହିଁ। ଏଭଳି ସ୍ଥିତିରେ ରାତି ୧୨ଟାରୁ ଦିନ ୬ଟା ମଧ୍ୟରେ ସହର ମଧ୍ୟ ମୁଖ୍ୟରାସ୍ତାରେ ଭାରିଯାନ ଓ ଟ୍ରକ୍‌ ଚଳାଚଳ କରୁଛି। ଦ୍ରୁତ ଗତିରେ ଯିବା ଆସିବାବେଳେ ବୁଲା ଗୋରୁମାନେ ଏହି ଦ୍ରୁତଗାମୀ ଭାରିଯାନଗୁଡିକ ସମ୍ମୁଖରେ ପଡି ଦୁର୍ଘଟଣାର ଶିକାର ହେଉଛନ୍ତି। ଏହି ଦୁର୍ଘଟଣାରେ ଲୋକଙ୍କ ଜୀବନହାନୀ ବି ଘଟୁଛି। ସହରରେ ଗାଈ ରଖିଥିବା କିଛି ଲୋକ କ୍ଷୀର ସଂଗ୍ରହ ପରେ ରାସ୍ତା ଉପରକୁ ଛାଡି ଦେଉଛନ୍ତି। ଏନେଇ ପଶାସନ ପକ୍ଷରୁ ମାଇକ୍‌ ଯୋଗେ ପ୍ରଚାର ଏବଂ ସଚେତନତା ସୃଷ୍ଟି କରାଯାଇ ନିଜ ଗାଈକୁ ଘରେ ରଖିବାକୁ ପରାମର୍ଶ ଦିଆଯାଇଥିଲା। ବାରମ୍ବାର ଘୋଷଣା ସତ୍ତ୍ୱେ ପରିସ୍ଥିିରେ କୌଣସି ପରିବର୍ତ୍ତନ ନ ହେବାରୁ ବୁଧବାର ମ୍ୟୁନିସିପାଲିଟି କର୍ତ୍ତୃପକ୍ଷ ସହରର ବିଭିନ୍ନ ରାସ୍ତାରେ ବୁଲାବୁଲି କରୁଥିବା ଗାଈଗୁଡିକୁ କୋଶଳ କଳାମଣ୍ଡଳ ପଡିଆକୁ ଆଣିଥିଲେ। ଜିଲାର ବିଭିନ୍ନ ସ୍ଥାନରୁ ଆସିଥିବା ଦୁଗ୍ଧ ଚାଷୀଙ୍କୁ ଉକ୍ତ ଗାଈ ସବୁ ବାଣ୍ଟି ଦିଆଯାଇଛି। ପ୍ରାଣୀଧନ ବିଭାଗ ପକ୍ଷରୁ ସବୁ ଗାଈଙ୍କୁ ନମ୍ବର କରାଯାଇଥିଲା। ନିର୍ବାହୀ ଅଧିକାରୀ ଜୟଶ୍ରୀ କହିଥିଲେ ଯେ, ବାରମ୍ବାର ତାଗିଦ୍‌ ସତ୍ତ୍ୱେ ଲୋକେ ନିୟମ ମାନୁନାହାନ୍ତି। କ୍ଷୀର ସଂଗ୍ରହ ପରେ ଗାଈକୁ ରାସ୍ତା ଉପରେ ଛାଡି ଦେଉଛନ୍ତି। ଏହି କାରଣରୁ ଦୁର୍ଘଟଣା, ଟ୍ରାଫିକ ଅବ୍ୟବସ୍ଥା ଓ ଅନ୍ୟାନ୍ୟ ସମସ୍ୟା ଦେଖାଯାଉଛି। ଏଣୁ ଜିଲା ପ୍ରଶାସନ ବୁଲା ଗୋରୁଙ୍କୁ ଯତ୍ନ କରିବା ପାଇଁ ଦୁଗ୍ଧଚାଷୀଙ୍କୁ ଦେଇଦେବାକୁ ସ୍ଥିର କରିଛି। ଏଣୁ ଏଣିକି ଗୋରସ ପିଇ ଗାଈ ଛାଡିବା ଅଭ୍ୟାସ ବନ୍ଦ କରିବାକୁ ପଡିବ। ଆଜି ପ୍ରଥମ ପର୍ଯ୍ୟାୟରେ ଏଭଳି ପଦକ୍ଷେପ ନିଆଯାଇ କେତେକ ଚାଷୀଙ୍କୁ ଗାଈ ବଣ୍ଟନ କରାଯାଇଛି। କୌଣସି ବ୍ୟକ୍ତି ଏହି ଗାଈ ଗୁଡିକୁ ନିଜର ଦାବି କଲେ ତାଙ୍କ ବିରୋଧରେ ଆଇନ ଅନୁଯାୟୀ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ସେ କହିଛନ୍ତି। କାର୍ଯ୍ୟକ୍ରମରେ ତହସିଲଦାର ଅମୃତଲାଲ ସାହୁ, ମ୍ୟୁନିସିପାଲିଟି ଷ୍ଟାଫ, ପ୍ରାଣୀଧନ ଚିକିତ୍ସା କେନ୍ଦ୍ର ଷ୍ଟାଫ୍‌, ବିକେଏନ୍‌ ଦଗ୍ଦ ସମବାୟ ସମିତି ଅଧିକାରୀ ଉପସ୍ଥିତ ଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଭାଙ୍ଗିଗଲା ବିବାହ ସ୍ବପ୍ନ: ପ୍ରେମିକଙ୍କ ଆଗରେ ଏମିତି କାମ କଲେ ପ୍ରେମିକା

ରାଉରକେଲା,୨୦।୮(ସଙ୍ଗୀତା ଜେନା):ବିବାହ କରିବାକୁ ମନା କରିବାରୁ ଝିରପାଣି ଥାନା ଅନ୍ତର୍ଗତ ଝିରପାଣି ଭଟା ବସ୍ତିରେ ଗତ ୧୪ ତାରିଖ ସକାଳେ ଜଣେ ଯୁବତୀ ତାଙ୍କ ପ୍ରେମିକଙ୍କ ସମ୍ମୁଖରେ…

ଭାଜପା ବିଧାୟକଙ୍କୁ ମନ୍ଦିରରେ ପୂରାଇ ଦେଲେନି…ଆସିଲା ସାଂଘାତିକ ଅଭିଯୋଗ

ଲକ୍ଷ୍ନୌ,୨୦।୮: ଲକ୍ଷ୍ନୌରେ ଜଣେ ଭାରତୀୟ ଜନତା ପାର୍ଟି (ଭାଜପା) ବିଧାୟକ ଜାତିଭିତ୍ତିକ ଭେଦଭାବ ସହିତ ଜଡିତ ଏକ ଘଟଣା ସାମ୍ନାକୁ ଆସିଛି। ମାଲିହାବାଦର ଭାଜପା ବିଧାୟକ ଜୟ…

ଲୋକ ସଭା ଆସନକୁ ନେଇ ବଡ଼ ଗେମ୍‌ ଖେଳିବ କଂଗ୍ରେସ! ମୁଖ୍ୟମନ୍ତ୍ରୀ ବିଜୟଙ୍କ ପରି ଏକ ପ୍ରସ୍ତାବ ପାସ କରୁଛି

ନୂଆଦିଲ୍ଲୀ,୨୦।୮: କଂଗ୍ରେସ ବୁଧବାର ଦାବି କରିଥିଲା ଯେ ଆଗାମୀ ୨୫ ବର୍ଷ ପାଇଁ ୫୪୩ ଲୋକ ସଭା ଆସନର ବର୍ତ୍ତମାନର ସଂଖ୍ୟା ବଜାୟ ରଖାଯାଉ। ଦଳ ଏହା…

କୁଚିଣ୍ଡା-ଭୋଜପୁରରେ ମରଣଯନ୍ତା ସାଜିଛି ହମ୍ପସ: ପ୍ରତିଦିନ ଘଟୁଛି ଦୁର୍ଘଟଣା

ଜମନକିରା,୧୯ା୮(ରବୀନ୍ଦ୍ର ପ୍ରସାଦ ଦାନୀ):ଜାତୀୟ ରାଜପଥ ଉପରେ ହମ୍ପସ ବା ସ୍ପିଡ୍‌ ବ୍ରେକର ନିର୍ମାଣ ଉପରେ ସୁପ୍ରିମକୋର୍ଟ, ବିଭିନ୍ନ ହାଇକୋର୍ଟ ତଥା କେନ୍ଦ୍ର ସଡ଼କ ପରିବହନ ମନ୍ତ୍ରଣାଳୟ (ମୋଓରଟିଏଚ)ର…

ହେଲିକପ୍ଟର ଦୁର୍ଘଟଣା: ଗୁଇନ୍ଦା ସଂସ୍ଥା ମୁଖ୍ୟଙ୍କ ସମେତ ୭ ମୃତ, ମୃତକଙ୍କ ମଧ୍ୟରେ ୫ ଆମେରିକୀୟ ନାଗରିକ

ନାଇରୋବି,୨୦।୮: କେନ୍ଦ୍ରୀୟ କେନିଆରେ ବୁଧବାର ଏକ ସଫାରି ହେଲିକପ୍ଟର ଦୁର୍ଘଟଣାଗ୍ରସ୍ତ ହୋଇଥିଲା, ଯାହା ଫଳରେ ଏଥିରେ ଥିବା ସମସ୍ତ ସାତ ଜଣଙ୍କର ମୃତ୍ୟୁ ହୋଇଥିଲା। ମୃତକଙ୍କ ମଧ୍ୟରେ…

ସରିସରି ଯାଉଛି ପଞ୍ଜୀକରଣ ଅବଧି, ତୁଟୁନି ଚାଷୀଙ୍କ ସମସ୍ୟା: ଉପୁଜୁଛି ନୂଆ ନୂଆ ସମସ୍ୟା

ବରଗଡ଼,୨୦।୮(ପ୍ରେମାନନ୍ଦ ଖମାରୀ):ସମୟ ଗଡ଼ି ଚାଲିଛି। ପଞ୍ଜୀକରଣ ଅବଧି ମଧ୍ୟ ସରିସରି ଯାଉଛି। ଏଭଳି ସ୍ଥିତିରେ ଧାନବିକ୍ରି ପଞ୍ଜୀକରଣ ପାଇଁ ଚାଷୀମାନଙ୍କୁ ନୂଆଁ ନୂଆଁ ସମସ୍ୟାର ସମ୍ମୁଖୀନ ହେବାକୁ…

ଇରାନ ଉପରେ ବଡ଼ ଆର୍ଥିକ କଟକଣା ଘୋଷଣା କଲେ ଟ୍ରମ୍ପ, ସହଯୋଗୀ ଦେଶକୁ ଅଲଟିମେଟମ

ଓ୍ବାଶିଂଟନ,୨୦।୮: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ କହିଛନ୍ତି ଯେ ଇସଲାମିକ ଗଣରାଜ୍ୟ ଇରାନକୁ ତାଙ୍କ ପରି କେହି ଚୁକ୍ତି କରିବା ପାଇଁ ଏତେ ସୁଯୋଗ ଦେଇନାହାଁନ୍ତି। ଟ୍ରମ୍ପ…

ସ୍ମାର୍ଟ ମିଟର ଲଗାଇବା ବାଧ୍ୟତାମୂଳକ ନୁହେଁ: ଓଲଟା କାମ କରୁଛି ଟାଟା ପାଓ୍ବାର

ଭୁବନେଶ୍ୱର,୨୦।୮(ସୁନିତ୍‌ ମିଶ୍ର):ଓଡ଼ିଶା ବିଦ୍ୟୁତ୍‌ ନିୟାମକ ଆୟୋଗ (ଓଇଆର୍‌ସି) ୨୪ ମାର୍ଚ୍ଚ ୨୦୨୬ରେ ଦେଇଥିବା ତଥ୍ୟ ଅନୁଯାୟୀ ରାଜ୍ୟରେ ବର୍ତ୍ତମାନ ୯୭ ଲକ୍ଷ ୪୯ ହଜାର ୬୧୫ ଜଣ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri