Posted inଜାତୀୟ

ଆଜାଦଙ୍କୁ ଆତଙ୍କବାଦୀ ସଂଗଠନରୁ ଧମକ…

ଶ୍ରୀନଗର, ୧୫।୯ : ଜମ୍ମୁ-କଶ୍ମୀରରେ ଏକ ନୂତନ ଦଳ ଗଠନ ପାଇଁ ପ୍ରସ୍ତୁତ ହେଉଥିବା ଗୁଲାମ ନବୀ ଆଜାଦଙ୍କୁ ଆତଙ୍କବାଦୀ ସଂଗଠନରୁ ଧମକ ମିଳିଛି। ଏହା ସହ ଏକ ପୋଷ୍ଟର ମଧ୍ୟ ପ୍ରକାଶ ପାଇଥିବା ଜଣାଯାଇଛି। ଏଥି ସହିତ ଆଜାଦଙ୍କର ସାମ୍ପ୍ରତିକ ରାଜନୈତିକ କାର୍ଯ୍ୟକଳାପକୁ ସୁଚିନ୍ତିତ ଭାବରେ ଜାଣିଶୁଣି କରାଯାଉଥିବା ସୂଚିତ କରାଯାଇଛି।

ଅଗଷ୍ଟରେ କଂଗ୍ରେସ ସହିତ ଆଜାଦ ତାଙ୍କର ପାଞ୍ଚ ଦଶନ୍ଧିରୁ ଅଧିକ ଦୀର୍ଘ ଯାତ୍ରାକୁ ଶେଷ କରିଦେଇଥିଲେ। ଏହା ପରେ ସେ ଜମ୍ମୁ-କଶ୍ମୀରରେ ରାଜନୈତିକ ସକ୍ରିୟ ହେବା ବିଷୟରେ କହିଥିଲେ।

ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ, ଲଶ୍କର-ଇ-ତୋଏବା ସହ ଜଡିତ ଥିବା ରେଜିଷ୍ଟାନ୍ସ ଫ୍ରଣ୍ଟ ଆତଙ୍କବାଦୀ ସଂଗଠନ ଆଜାଦଙ୍କୁ ଧମକ ଦେଇଛି। ବିଶେଷ କଥା ହେଉଛି ଆଜାଦ ମିଶନ କଶ୍ମୀରର ଏକ ଅଂଶ ଭାବରେ ରାଲି କରିବାକୁ ଯାଉଛନ୍ତିି। ଏହା ପୂର୍ବରୁ ଏହି ସେ ଧମକ ପାଇଛନ୍ତି। ଆତଙ୍କବାଦୀମାନେ ସୋସିଆଲ ମିଡିଆ ପ୍ଲାଟଫର୍ମରେ ପୋଷ୍ଟର ମଧ୍ୟ ଜାରି କରିଛନ୍ତି।

ପୋଷ୍ଟରରେ ଲେଖା ଅଛି, ଦେଶଦ୍ରୋହୀଙ୍କ ହୃଦୟରେ କୌଣସି ବିଶ୍ୱସ୍ତତା ନାହିଁ, କେବଳ ବିଶ୍ୱାସନୀୟତା ଦେଖାଇବାର ମିଥ୍ୟା ବାହାନା। ପୋଷ୍ଟର ମାଧ୍ୟମରେ ଆଜାଦଙ୍କୁ ଏକ ରାଜନୈତିକ ଝିଟିପିଟି ବୋଲି ବର୍ଣ୍ଣନା କରାଯାଇଛି। ଏହା ସହିତ ପୋଷ୍ଟର ଜରିଆରେ ଦାବି କରାଯାଇଛି ଯେ ଜମ୍ମୁ-କଶ୍ମୀରର ପୂର୍ବତନ ମୁଖ୍ୟମନ୍ତ୍ରୀ କେନ୍ଦ୍ର ସ୍ବରାଷ୍ଟ୍ରମନ୍ତ୍ରୀ ଅମିତ ଶାହାଙ୍କୁ ମଧ୍ୟ ଭେଟିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ମହାରାଷ୍ଟ୍ରକୁ ଅକ୍ସିଜେନ ଯୋଗାଇଲେ ମୁକେଶ ଅମ୍ବାନୀ

ମୁମ୍ବାଇ, ୧୫ା୪- କରୋନା ସହ ଲଢ଼େଇରେ ମହାରାଷ୍ଟ୍ରକୁ ଅକ୍ସିଜେନ ଦରକାର ଥିବାବେଳେ ସାହାଯ୍ୟର ହାତ ବଢ଼ାଇଛନ୍ତି ମୁକେଶ ଅମ୍ବାନୀ। ରିଲାଏନ୍ସ ରିଫାଇନାରିରୁ ଉତ୍ପାଦିତ ଅକ୍ସଜେନକୁ ମହାରାଷ୍ଟ୍ରକୁ...

ହ୍ରିତିକ୍‌ ରୋଶନଙ୍କ ଭଳି ଡ୍ୟାନ୍ସ କରି ଚର୍ଚ୍ଚାରେ ୭୦ବର୍ଷୀୟ ଡାକ୍ତର

ଜୟପୁର,୨୪।୧୨: ଡାନ୍ସର ଅଙ୍କଲ, ଡାନ୍ସର ଚାଚା ପରେ ଏବେ ଇଣ୍ଟରନେଟ ଦୁନିଆରେ ସେନ୍‌ସେସନ୍‌ ପାଲଟିଛନ୍ତି ଡାନ୍ସର ଡାକ୍ତର। ୭୦ବର୍ଷ ବୟସରେ ଉକ୍ତ ଡାକ୍ତର ଜଣକ ବଲିଉଡ୍‌...

ବାୟୁସେନାକୁ ମିଳିବ ୮୩ ଏଲ୍‌ସିଏ ଯୁଦ୍ଧ ବିମାନ: ଖର୍ଚ୍ଚ ହେବ ୪୭ ହଜାର କୋଟି

ନୂଆଦିଲ୍ଲୀ,୧୮।୫: ବାୟୁସେନାର ଶକ୍ତି ବୃଦ୍ଧି ପାଇଁ ଏଥିରେ ୮୩ଟି ଏଲ୍‌ସିଏ ଯୁଦ୍ଧ ବିମାନକୁ ସାମିଲ୍‌ କରାଯିବ। ଏଥିପାଇଁ ୪୭ ହଜାର କୋଟି ଟଙ୍କା ଖର୍ଚ୍ଚ ହେବ।...

ନୂଆ ଭୋଟରଙ୍କୁ ପଞ୍ଜୀକରଣ ପାଇଁ ବର୍ଷକୁ ମିଳିବ ୪ ଥର ସୁଯୋଗ

ନୂଆଦିଲ୍ଲୀ, ୧୫।୧୨: କେନ୍ଦ୍ର ସରକାର ନିର୍ବାଚନୀ ସଂସ୍କାର ପାଇଁ ଚଳିତ ଶୀତ ଅଧିବେଶନରେ ଏକ ବିଲ୍‌ ଆଣିବାକୁ ଯାଉଛନ୍ତି। ଉକ୍ତ ବିଲ୍‌କୁ ବୁଧବାର କେନ୍ଦ୍ର କ୍ୟାବିନେଟ...

ନାବାଳିକା ଗଣବଳାତ୍କାର ଓ ହତ୍ୟା ମାମଲା:ଦୋଷୀଙ୍କୁ ମୃତ୍ୟୁ ଦଣ୍ଡାଦେଶ

ନୂଆଦିଲ୍ଲୀ, ୨।୮(ପି.ଟି.):ନାବାଳିକା ଗଣବଳାତ୍କାର ଓ ହତ୍ୟା ମାମଲାର ବିଚାର କରି ସୁପ୍ରିମକୋର୍ଟ ଅପରାଧୀ ମନୋହରନ୍‌ଙ୍କ ମୃତ୍ୟୁଦଣ୍ଡାଦେଶକୁ ଗୁରୁବାର କାଏମ ରଖିଛନ୍ତି। ୨୦୧୦ରେ କୋଏମ୍ବାଟୁର୍‌ରେ ଜନୈକା ୧୦ ବର୍ଷର...

ଚିକେନ ରୋଷେଇ କରିବାକୁ ମନା କଲେ ବୋଲି…

ଭୋପାଳ,୧।୯: ଚିକେନ ରୋଷେଇ କରିବାକୁ ମନା କରି ଦେବାରୁ ସ୍ତ୍ରୀଙ୍କୁ ହତ୍ୟା କରିଛନ୍ତି ସ୍ବାମୀ। ଏଭଳି ଘଟଣା ଘଟିଛି ମଧ୍ୟପ୍ରଦେଶର ଶାହଦୋଲ ଜିଲାରେ। ପାପାଉନ୍ଧ ଥାନା...

ତୃତୀୟ ଲହର ପୂର୍ବରୁ ଔଷଧ ମହଜୁଦ୍‌ ରଖୁଛନ୍ତି ସରକାର

ନୂଆଦିଲ୍ଲୀ,୧୯।୭: ଦେଶରେ କରୋନାର ତୃତୀୟ ଲହର ଆସିବାର ସମ୍ଭାବନା ରହିଛି। ଅଗଷ୍ଟ ଶେଷ ସୁଦ୍ଧା ତୃତୀୟ ଲହର ଆସିବାର ସମ୍ଭାବନା ଥିବାବେଳେ କରୋନା ଚିକିତ୍ସା ପାଇଁ...

ଉତ୍ତରପ୍ରଦେଶ କ’ଣ ପାକିସ୍ତାନରେ

ଲକ୍ଷ୍ନୌ,୬।୧୦ : ”ଉତ୍ତରପ୍ରଦେଶ (ୟୁପି) କ’ଣ ପାକିସ୍ତାନରେ। ଭାରତୀୟଙ୍କୁ କାହିଁକି ରାଜ୍ୟରେ ପ୍ରବେଶ ଅନୁମତି ମିଳୁନାହିଁ। ପ୍ରଶାସନ ଲଖିମପୁର ଖେରି ଅଞ୍ଚଳରେ ୧୪୪ ଧାରା ଜାରି...

Advertisement
Archives

Model This Week