ବଲାଙ୍ଗୀର,୧୪ା୧୦(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ବିଜୁ ଛାତ୍ର ଜନତା ଦଳ ସଭାପତି ସୁମନ ନନ୍ଦଙ୍କୁ ପୋଲିସ ଗିରଫ କରିଛି। ଏବିଭିପି ଛାତ୍ର ପ୍ରତିନିଧିଙ୍କୁ ଅପହରଣ କରାଯିବା ମାମଲାକୁ ନେଇ ବଲାଙ୍ଗୀର ଜିଲା ଛାତ୍ର ସଭାପତି ସୁମନ ନନ୍ଦଙ୍କୁ ଗିରଫ କରାଯାଇଥିବା ଜଣାପଡ଼ିଛି।
ସୂଚନା ଥାଉକି, କଲେଜ ଛାତ୍ର ସଂସଦ ନିର୍ବାଚନକୁ ନେଇ ବଲାଙ୍ଗୀରର ବିଜେଡି ଓ ଭାଜପା ମଧ୍ୟରେ ଉତ୍ତେଜନା ଚରମ ସ୍ଥିତିରେ ପହଞ୍ଚିଥିଲା। ମଙ୍ଗଳବାର ସର୍କିଟ ହାଉସ୍ଠାରେ ଏବିଭିପି ଓ ବିଜେଡି ମୁହାଁମୁହିଁ ହୋଇଥଲେ। ବୁଧବାର ପୁଣି ଥରେ ବିଜେଡି ଓ ଭାଜପା ମଧ୍ୟରେ ବଚସା ହୋଇଥିଲା। ପୋଲିସ ଜଣେ ଛାତ୍ରନେତାଙ୍କ ସମେତ ୩ ଜଣଙ୍କୁ ଅଟକ ରଖିଥିବା ଜଣାପଡ଼ିଛି। ଏହି ଘଟଣାକୁ ନେଇ ବହୁ ବିଜେଡି ନେତା ଓ ସମର୍ଥକ ଲକ୍ଷ୍ମୀଯୋର ଥାନା ସମ୍ମୁଖରେ ଅଟକି ରହିଛନ୍ତି।

