Posted inଖେଳ

ବଜରଙ୍ଗ ପୁନିଆ, ଭାଲାରିଭାନ୍‌ ପୁରସ୍କୃତ

ନୂଆଦିଲ୍ଲୀ, ୧୦ା୧୨ (ପି.ଟି.)-ଟୋକିଓ ଅଲିମ୍ପିକ୍ସ ପାଇଁ ଯୋଗ୍ୟତା ଅର୍ଜନ କରିଥିବା ରେସ୍‌ଲର ବଜରଙ୍ଗ ପୁନିଆ ଓ ଶୁଟର ଇଲାଭେନିଲ ଭାଲାରିଭାନ ଏଫ୍‌ଆଇସିସିଆଇ ଇଣ୍ଡିଆ ସ୍ପୋଟର୍‌ସ ଆଓ୍ବାର୍ଡ ପୁରସ୍କାରରେ ସମ୍ମାନିତ ହୋଇଛନ୍ତି। କୋଭିଡ୍‌ ଯୋଗୁ ଚଳିତବର୍ଷ ପୁରସ୍କାର ଉତ୍ସବ ଭର୍ଚୁଆଲି ଅନୁଷ୍ଠିତ ହୋଇଥିଲା। ୨୦୧୦-୨୦ ସିଜନରେ ଏହି ଦୁଇ ଆଥଲେଟ୍‌ ପ୍ରଭାବୀ ପ୍ରଦର୍ଶନ କରିଥିଲେ। ଦୁହେଁ ସେମାନଙ୍କ କାଟେଗୋରିରେ ସ୍ପୋଟର୍‌ସ ପର୍ସନ ଅଫ୍‌ ଦି ଇୟର ପୁରସ୍କାର ଲାଭ କରିଛନ୍ତି। ଫ୍ରିଷ୍ଟାଇଲ ରେସ୍‌ଲର ବଜରଙ୍ଗ ବର୍ତ୍ତମାନ ଯୁକ୍ତରାଷ୍ଟ୍ର ଆମେରିକାରେ ଟ୍ରେନିଂ ନେଉଛନ୍ତି। ପୁରସ୍କାର ପାଇବା ପରେ ସେ ନିଜର ଖୁସି ବ୍ୟକ୍ତ କରିଛନ୍ତି। ପୁରସ୍କାର ପାଇ ସେ ଉତ୍ସାହିତ। ଭବିଷ୍ୟତରେ ଦେଶ ପାଇଁ ଅଧିକରୁ ଅଧିକ ପଦକ ଜିତିବା ଲାଗି ସେ ତାଙ୍କ ପ୍ରୟାସ ଜାରି ରଖିଥିବା କହିଛନ୍ତି। ଇଲାଭେନିଲ କହିଛନ୍ତି ସେ ପ୍ରଥମେ ତାଙ୍କ ପରିବାରକୁ ଧନ୍ୟବାଦ ଜଣାଇବେ। ଯେଉଁମାନେ ସବୁ ପରିସ୍ଥିତିରେ ତାଙ୍କୁ ସାଥ୍‌ ଦେଇଛନ୍ତି। ପୁନଶ୍ଚ ତାଙ୍କ ମେଣ୍ଟର ଗଗନ ନାରଙ୍ଗ ଏବଂ କୋଚ୍‌ ନେହା ଚୌହାନ ମଧ୍ୟ ତାଙ୍କ ଉପରେ ଆସ୍ଥା ରଖିଆସିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

କୋହଲି-ରୋହିତଙ୍କ ଦରମା ବଢିଲା ନାହିଁ: ଜାଣନ୍ତୁ କେଉଁ କ୍ରିକେଟର୍‌ କେତେ ପାଇବେ ଦରମା

କ୍ରିକେଟ ବୋର୍ଡ ଅଫ ଇଣ୍ଡିଆ (ବିସିସିଆଇ) ଭାରତୀୟ ଖେଳାଳିଙ୍କ ବାର୍ଷିକ ଚୁକ୍ତିନାମା ତାଲିକା ପ୍ରକାଶ କରିଛି। ଅକ୍ଟୋବର ୨୦୨୦ରୁ ସେପ୍ଟେମ୍ବର ୨୦୨୧ ପର୍ଯ୍ୟନ୍ତ ଚୁକ୍ତି ବୈଧ...

କେବଳ ଗୋଟିଏ ମ୍ୟାଚ୍‌ରେ ଅରେଞ୍ଜ ଜର୍ସି ପିନ୍ଧିବୁ: କୋହଲି

ବର୍ମିଂହାମ,୩୦।୬ (ପି.ଟି.)- ନୀଳ ସବୁବେଳ ଆମ ଜର୍ସିର ରଙ୍ଗ ହୋଇ ରହିବ। ତେବେ ଗୋଟିଏ ମ୍ୟାଚ୍‌ରେ ଆମେ ଅରେଞ୍ଜ ବା କମଳା ରଙ୍ଗର ଜର୍ସ ପିନ୍ଧିବୁ...

ଇଣ୍ଡିଆନ ଓପନ୍‌ ଗେଟ୍‌ବଲ ଉଦ୍‌ଘାଟିତ

ଭୁବନେଶ୍ୱର, ୯।୧(କ୍ରୀଡ଼ା ପ୍ରତିନିଧି): ଇଣ୍ଡିଆନ ଓପନ ଗେଟ୍‌ବଲ (ଆଇଜିୟୁ) ଟୁର୍ନାମେଣ୍ଟର ନବମ ସଂସ୍କରଣ ରବିବାର କିଟ୍‌ ବିଶ୍ୱବିଦ୍ୟାଳୟ ପରିସରରେ ଉଦ୍‌ଘାଟିତ ହୋଇଯାଇଛି। ସୋଆ ବିଶ୍ୱବିଦ୍ୟାଳୟ କୁଳପତି...

ଓସିଏ: ଚୟନକର୍ତ୍ତା ନିଯୁକ୍ତି ପ୍ରକ୍ରିୟା ଆରମ୍ଭ

କଟକ ଅଫିସ,୨୭ା୫ : ଓଡ଼ିଶା କ୍ରିକେଟ ଆସୋସିଏଶନ(ଓସିଏ) ପକ୍ଷରୁ ଚୟନକର୍ତ୍ତା ନିଯୁକ୍ତି ପ୍ରକ୍ରିୟା ପୁନର୍ବାର ଆରମ୍ଭ ହୋଇଛି। କରୋନା କଟକଣା ନିମନ୍ତେ ଏହି ପ୍ରକ୍ରିୟାକୁ ସାମୟିକ...

ଏହି ଖେଳାଳିଙ୍କୁ ହୋଇଛି ବ୍ରେନ୍‌ ଟ୍ୟୁମର୍‌:କହିଲେ, ଯୁବରାଜଙ୍କ ଭଳି ରୋଗ ସହ ଲଢିବି

ଢାକା,୧।୧୦: ବାଲାଂଦେଶର ବାମହାତୀ ସ୍ପିନର୍‌ ମୋଶରଫ ହୁସେନ୍‌ ମାରାତ୍ମକ ରୋଗ ବ୍ରେନ୍‌ ଟ୍ୟୁମର୍‌ ସହ ଲଢୁଛନ୍ତି। ଭାରତର ପୂର୍ବତନ ଖେଳାଳି ଯୁବରାଜ ସିଂଙ୍କ ପରି ରୋଗ...

ବିସିସିଆଇ ଏସ୍‌ଓପି: ଅରୁଣଲାଲ, ହ୍ବାଟମୋର ପ୍ରଶିକ୍ଷଣ ଦେଇପାରିବେନି

ନୂଆଦିଲ୍ଲୀ,୩।୮(ପି.ଟି.): କୋଭିଡ୍‌-୧୯ ସଂକ୍ରମଣକୁ ଦୃଷ୍ଟିରେ ରଖି ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ (ବିସିସିଆଇ) ଷ୍ଟାଣ୍ଡାର୍ଡ ଅପରେଟିଂ ପ୍ରୋସିଡିଓର (ଏସ୍‌ଓପି) କରିଛି। ଏହା ଦ୍ୱାରା ରାଜ୍ୟ ଆସୋସିଏଶନଗୁଡିକ...

ରୋହିତଙ୍କ ବଡ଼ ବୟାନ

ଆବୁଧାବି,୪।୧୧: ଆଇସିସି ପୁରୁଷ ଟି-୨୦ ବିଶ୍ୱକପ୍‌ ଆଫଗାନିସ୍ତାନ ବିପକ୍ଷ ମ୍ୟାଚ୍‌ରେ ବୁଧବାର ଭାରତ ବିଜେତା ହୋଇଛି। ଏହି ମ୍ୟାଚ୍‌ରେ ଭାରତର ଓପନର ରୋହତି ଶର୍ମା ଉଲ୍ଲେଖନୀୟ...

ଏହି ଖେଳାଳିଙ୍କ ଅନୁପସ୍ଥିତି ଅନୁଭବ କରୁଛି ସିଏସ୍‌କେ

ମୁମ୍ବାଇ, ୧୧ା୪- ଚଳିତ ଆଇପିଏଲରେ ପରାଜୟ ସହ ଅଭିଯାନ ଆରମ୍ଭ କରିଛି ମହେନ୍ଦ୍ର ସିଂ ଧୋନୀଙ୍କ ନେତୃତ୍ୱାଧୀନ ଚେନ୍ନାଇ ସୁପର କିଙ୍ଗ୍ସ (ସିଏସ୍‌କେ)। ପ୍ରତିପକ୍ଷ ଦଳ...

Advertisement
Archives

Model This Week