Posted inଜାତୀୟ

ମା’ ଝିଅଙ୍କୁ ବଳାତ୍କାର କରିବାକୁ ଧମକ ଦେଲେ ଭାଜପା ନେତା…

ଭୋପାଳ ,୧୯।୧୦ : ମଧ୍ୟପ୍ରଦେଶର ଦାମୋହରୁ ଏକ ଆଶ୍ଚର୍ଯ୍ୟଜନକ ମାମଲା ସାମ୍ନାକୁ ଆସିଛି। ଯେଉଁଠାରେ ଜଣେ ମହିଳା ଅଧିକାରୀ ଏବଂ ତାଙ୍କ ୬ବର୍ଷର ଝିଅଙ୍କୁ ବଳାତ୍କାର ହେବାର ଧମକ ଦିଆଯାଇଛି। ଦମୋହରେ ଜଣେ ମହିଳା ଅଧିକାରୀ ଭୟରେ କାମ ଛାଡି ପୋଲିସ ପାଖରେ ପହଞ୍ଚି ସୁରକ୍ଷା ଲୋଡିବା ସହ ଭାଜପା ନେତାଙ୍କ ବିରୋଧରେ ମାମଲା ଦାଏର କରିଛନ୍ତି। ଏହି ମାମଲା ଦମୋହର ପଥରିଆ ପୌରପାଳିକାରେ ଘଟିଛି। ଏଠାରେ ପୋଷ୍ଟିଂ ହୋଇଥିବା ସିଏମଓ ଜ୍ୟୋତି ସୂନହରେଙ୍କୁ ଏଭଳି ଧମକ ମିଳିଛି। ପୌରସଂସ୍ଥା ଅଧ୍ୟକ୍ଷଙ୍କ ପୁତୁରା ତଥା ଭାଜପା ନେତା ଆଶିଷ ବିଶ୍ୱକର୍ମାଙ୍କ ବିରୋଧରେ ଏହି ଅଭିଯୋଗ କରାଯାଇଛି। ବୁଧବାର ସନ୍ଧ୍ୟା ଠାରୁ ବରିଷ୍ଠ ପୋଲିସ ଅଧିକାରୀଙ୍କ ପାଖରେ ପହଞ୍ଚିଥିବା ଜ୍ୟୋତିଙ୍କ ଅଭିଯୋଗ ଅନୁସାରେ ବିଳମ୍ବିତ ରାତିରେ ପୋଲିସ ଏକ ମାମଲା ରୁଜୁ କରିଛି।

ସିଏମଓ ଜ୍ୟୋତି କହିଛନ୍ତି, ମ୍ୟୁନିସିପାଲିଟି ଅଧ୍ୟକ୍ଷଙ୍କ ପୁତୁରା ଆଶିଷ ଗତ କିଛି ମାସ ଧରି ତାଙ୍କୁ ହଇରାଣ କରୁଥିଲେ। ମ୍ୟୁନିସିପାଲିଟିର କାର୍ଯ୍ୟରେ ଅନିୟମିତତା ସୃଷ୍ଟି କରିବାକୁ ସେମାନେ ତାଙ୍କ ଉପରେ ଚାପ ପକାଉଥିଲେ ଏବଂ ଯେତେବେଳେ ସେ ବୈାଇନ କାମ କରିବାକୁ ମନା କରିଥିଲେ, ସେତେବେଳେ ତାଙ୍କୁ ଅନେକ ଉପାୟରେ ନିର୍ଯାତନା ଦିଆଯାଉଥିଲା। ବୁଧବାର ଅଭିଯୁକ୍ତ ଭାଜପା ନେତା ସିଏମଓଙ୍କୁ ଡାକିଥିଲେ ଏବଂ ତାଙ୍କୁ ଦୁର୍ବ୍ୟବହାର କରିବା ସହିତ ତାଙ୍କୁ ଏବଂ ତାଙ୍କର ୬ ବର୍ଷର ଝିଅକୁ ବଳାତ୍କାର କରିବାର ଧମକ ଦେଇଥିଲେ। ଏହା ପରେ ମହିଳା ଅଧିକାରୀ ଭୟଭୀତ ହୋଇ ଜିଲା ମୁଖ୍ୟାଳୟକୁ ଯାଇ କଲେକ୍ଟରଙ୍କୁ ତାଙ୍କ କଷ୍ଟ ବିଷୟରେ ବର୍ଣ୍ଣନା କରିଥିଲେ।

ଏହା ପରେ ସେ ଏସପିଙ୍କୁ ଭେଟିବାକୁ ଚାହୁଁଥିଲେ କିନ୍ତୁ ଏସପି ନିର୍ବାଚନ ଡ୍ୟୁଟିରେ ଥିବାରୁ ସିଏମଓ ଅତିରିକ୍ତ ଏସପିଙ୍କ ନିକଟରେ ଅଭିଯୋଗ କରିଥିଲେ। ଅତିରିକ୍ତ ଏସପି ଏହି ମାମଲାକୁ ଗୁରୁତର ସହ ନେଇ ସିଏସପଙ୍କୁ ଯାଞ୍ଚ କରିବାକୁ ନିର୍ଦ୍ଦେଶ ଦେଇଥିଲେ। ବିଳମ୍ବିତ ରାତି ପର୍ଯ୍ୟନ୍ତ ଚାଲିଥିବା ଅନୁସନ୍ଧାନ ପରେ ଶେଷରେ ପୀଡିତା ମହିଳା ଅଧିକାରୀଙ୍କ ରିପୋର୍ଟରେ ଭାଜପା ନେତା ସୋନୁ ଓରଫ ଆଶିଷ ବିଶ୍ୱକର୍ମାଙ୍କ ବିରୋଧରେ ଅପରାଧିକ ମାମଲା ରୁଜୁ ହୋଇଛି। ସେ ବର୍ତ୍ତମାନ ପୋଲିସ ହେପାଜତରେ ଅଛନ୍ତି। ଏହି ଘଟଣା ସାମ୍ନାକୁ ଆସିବା ପରେ ସ୍ଥାନୀୟ ଅଞ୍ଚଳରେ ଉତ୍ତେଜନା ସୃଷ୍ଟି ହୋଇଥିଲା ବିରୋଧୀ ଏହାକୁ ନେଇ ପ୍ରଶ୍ନ ଉଠାଇଛନ୍ତି। ରାଜ୍ୟରେ ମହିଳାଙ୍କ ପାଇଁ ଚାଲିଥିବା ଯୋଜନାଗୁଡିକ ଉପରେ ସରକାର ଯୁକ୍ତି ବାଢୁଥିବାବେଳେ ଜଣେ ସରକାରୀ ଅଧିକାରୀଙ୍କ ପ୍ରତି ଶାସକଦଳ ଜଣେ ନେତାଙ୍କ ଏଭଳି କାର୍ଯ୍ୟ ନିନ୍ଦା ଜନକ। ଯେତେବେଳେ ଜଣେ ମହିଳା ଅଧିକାରୀଙ୍କୁ ହଇରାଣ କରାଯାଉଛି। ସେତେବେଳେ ରାଜ୍ୟର ସାଧାରଣ ମହିଳାମାନେ କେତେ ସୁରକ୍ଷିତ ବୋଲି ବିରୋଧୀ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?