ବ୍ରାହ୍ମଣୀ ଆଁରେ ବାଜିଙ୍କ ଗାଁ

ଭୁବନ, ୨୩।୧୦:  ଅକ୍ଟୋବର ୧୧, ୧୯୩୮। ବ୍ରାହ୍ମଣୀ ତଟରେ ଗର୍ଜିଥିଲା ଗୋରା ଫୌଜର ଗୁଳି। ଟଳି ପଡ଼ିଥିଲେ ୧୨ ବର୍ଷର ବାଳକ ବାଜି ରାଉତ। ସ୍ବର୍ଣ୍ଣାକ୍ଷରରେ ଲିପିବଦ୍ଧ ହୋଇଥିଲା ସର୍ବକନିଷ୍ଠ ଶହୀଦଙ୍କ ବଳିଦାନର ଗାଥା। ଇତିମଧ୍ୟରେ ବିତିଗଲାଣି ଦୀର୍ଘ ଆଠ ଦଶନ୍ଧି। ଦେଶ ପାଇଁ ପ୍ରାଣ ଉତ୍ସର୍ଗ କରିଥିବା ସଂଗ୍ରାମୀଙ୍କ ପାଇଁ ଗର୍ବ କରୁଛି ଦେଶ। ହେଲେ ଶହୀଦଙ୍କ ଗାଁର ଚିତ୍ର ଏବେ କେମିତି? କେମିତି ଚଳୁଛନ୍ତି ତାଙ୍କର ଦାୟାଦ? ଐତିହାସିକ ଗୁଳିକାଣ୍ଡ ସ୍ଥଳର ସ୍ଥିତି କ’ଣ? ଏଭଳି ବହୁ ପ୍ରଶ୍ନର ଉତ୍ତର ଜାଣିବାକୁ ନା ଅଛି ପ୍ରଶାସନ ନିକଟରେ ସମୟ ନା ରାଜନେତାଙ୍କ ଦରଦ। ସେଦିନ ଯେଉଁ ବ୍ରାହ୍ମଣୀ ନଦୀରେ ଘଟିଥିଲା ଗୁଳିକାଣ୍ଡ, ଏବେ ତାହାରି ଅଁାକୁ ଚାଲିଯାଇଛି ଶହୀଦଙ୍କ ପୈତୃକ ଘର। ଦୀର୍ଘ ବର୍ଷ ହେଲା ଲିଭିଗଲାଣି ଗୁଳିକାଣ୍ଡ ସ୍ଥଳର ଅସ୍ତିତ୍ୱ। ବିପଦପୂର୍ଣ୍ଣ ବ୍ରାହ୍ମଣୀ ପାଇଁ ଭିଟାମାଟି ଛାଡ଼ି ୭ କି.ମି. ଦୂର ଅନ୍ୟ ପଞ୍ଚାୟତରେ ବସତି ବସାଇଛନ୍ତି ବାଜି ରାଉତଙ୍କ ପର ପିଢ଼ି। ଦିନକୁ ଦିନ ନଦୀ ଜନବସତିମୁହଁା ହେଉଥିବାବେଳେ ଶହୀଦଙ୍କ ଗଁା ନୀଳକଣ୍ଠପୁର ପ୍ରତି ଘନଉଛି ବଡ଼ ବିପଦ।
ଢେଙ୍କାନାଳ ଜିଲା ଭୁବନ ବ୍ଲକ ମହୁଲପାଳ ପଞ୍ଚାୟତର ଶହୀଦ ବାଜି ରାଉତଙ୍କ ପୈତୃକ ଗଁା ନୀଳକଣ୍ଠପୁର। ବ୍ରାହ୍ମଣୀ ନଦୀ ତଟରେ ଗଢ଼ି ଉଠିଥିବା ଏହି ଗ୍ରାମର ଜନସଂଖ୍ୟା ୨୦୦୦ରୁ ଅଧିକ। ୧୯୩୮ରେ ବ୍ରିଟିଶ ସେନା ଗୁଳିରେ ବାଜିଙ୍କ ସମେତ ମୋଟ ୬ଜଣ ଶହୀଦ ହୋଇଥିବା ବେଳେ ଚର୍ଚ୍ଚାର ପରିସରକୁ ଆସିଥିଲା ନୀଳକଣ୍ଠପୁର। ଇତିମଧ୍ୟରେ ବିତିଲାଣି ଦୀର୍ଘ ୮୦ ବର୍ଷ। ଶହୀଦଙ୍କ ଗଁାକୁ ଯେତିକି ସମ୍ମାନ ମିଳିବା କଥା ତାହା ଏଯାଏ ମିଳି ନ ଥିବାବେଳେ ଏବେ ବ୍ରାହ୍ମଣୀ ପାଇଁ ନୀଳକଣ୍ଠପୁରର ଅସ୍ତିତ୍ୱ ସଙ୍କଟରେ ପଡ଼ିଛି। ପ୍ରତିବର୍ଷ କୂଳ ଖାଉଛି ବ୍ରାହ୍ମଣୀ। ଏହି କାରଣରୁ ୩୦ ବର୍ଷ ହେଲା ବାଜିଙ୍କ ପୈତୃକ ଜମି ନଦୀ ଗର୍ଭରେ ବିଲୀନ ହୋଇଯାଇଛି। ଜୀବନ ଜୀବିକା ପ୍ରତି ବିପଦ ଘୋଟିବାରୁ ପରିବାରର ଅନ୍ୟ ସଦସ୍ୟମାନେ ଗ୍ରାମଠାରୁ ୭ କି.ମି. ଦୂର ଏକତାଳି ପଞ୍ଚାୟତର ନୟା ନୀଳକଣ୍ଠପୁରକୁ ସ୍ଥାନାନ୍ତର ହୋଇଛନ୍ତି। ବ୍ରାହ୍ମଣୀ ଏବେ ଜନବସତିଠାରୁ ମାତ୍ର ୨୦୦ ମିଟର ଦୂରରେ। ବର୍ଷାଦିନେ ନଈ ଉଛୁଳୁଛି। ବଢ଼ି ପାଣି ବନ୍ଧ ଡେଇଁ ମାଡ଼ିଆସୁଛି। ତଥାପି ନୀଳକଣ୍ଠପୁର ପ୍ରତି ସତେ ଯେମିତି ଆଖି ବୁଜିଦେଇଛନ୍ତି ସଭିଏଁ। ନଦୀ ଉପକୂଳବର୍ତ୍ତୀ ଗ୍ରାମର ସୁରକ୍ଷା ଲାଗି ମୃତ୍ତିକା ସଂରକ୍ଷଣ ଏବଂ କ୍ଷୁଦ୍ର ଜଳସେଚନ ବିଭାଗ ପକ୍ଷରୁ ପଥର ପ୍ୟାକିଂ କରାଯାଉଥିଲେ ମଧ୍ୟ ଏହି ଗ୍ରାମ ଏଭଳି ବହୁମୁଖୀ ଯୋଜନାଠାରୁ ବହୁ ଦୂରରେ। ଜଳସ୍ରୋତ ହ୍ରାସ କରିବାଲାଗି ନଦୀ ଶଯ୍ୟାରେ କେବଳ ୩ଟି ଗାର୍ଡଓ୍ବାଲ୍‌ କରି ବିଭାଗ କାମ ସାରିଦେଇଛି। ସେହିପରି ଡିଆର୍‌ଡିଏ ଜରିଆରେ ୮ ବର୍ଷ ତଳେ ୪୦ ଲକ୍ଷ ଟଙ୍କା ବ୍ୟୟରେ ସ୍ମୃତିସ୍ତମ୍ଭ, ସଭାଗୃହ, ମୁଖ୍ୟ ଫାଟକ ସାଙ୍ଗକୁ ଆମ୍ରକାନନର ଉନ୍ନତୀକରଣ କରାଯାଇଛି। ଏସବୁର ରକ୍ଷଣାବେକ୍ଷଣ ପାଇଁ ୮ ଲକ୍ଷ ଟଙ୍କାର ପାଣ୍ଠି ରଖାଯାଇଥିଲେ ମଧ୍ୟ ଏହାର ଉପଯୋଗ ହେଉନାହିଁ। ଫଳରେ ନିର୍ମାଣାଧୀନ ସମସ୍ତ କୋଠା ଜରାଜୀର୍ଣ୍ଣ ହୋଇପଡ଼ିଲାଣି। ପୋଖରୀ କାମ ଅଧାପନ୍ତରିଆ ଅବସ୍ଥାରେ ପଡ଼ିରହିଛି। ଏ ନେଇ ବାଜି ରାଉତ ସ୍ମୃତି ପରିଷଦ ପକ୍ଷରୁ ମୁଖ୍ୟମନ୍ତ୍ରୀଙ୍କଠାରୁ ଆରମ୍ଭ କରି ସ୍ଥାନୀୟ ଜନପ୍ରତିନିଧି, ପ୍ରଶାସନିକ ଅଧିକାରୀଙ୍କ ଦୃଷ୍ଟି ଆକର୍ଷଣ କରାଯାଇଥିଲେ ମଧ୍ୟ ଏଥିପ୍ରତି ଗୁରୁତ୍ୱ ଦିଆଯାଉ ନ ଥିବା ଅଭିଯୋଗ ହୋଇଛି।
ଏ ସଂକ୍ରାନ୍ତରେ ବାଜି ରାଉତଙ୍କ ପୁତୁରା ନଟବର ରାଉତ କୁହନ୍ତି, ଶହୀଦ ପରିବାରର ଦାୟାଦ ହିସାବରେ ଆମେ ଗର୍ବିତ। ହେଲେ କେବଳ ଜନ୍ମତିଥି ଏବଂ ପୁଣ୍ୟତିଥି ବ୍ୟତୀତ ଗଁାରେ କେବେ କାହାର ପାଦ ପଡୁନାହିଁ। ଘର ନଦୀରେ ମିଶିଗଲା। ଭିଟାମାଟି ଛାଡ଼ି ଅନ୍ୟତ୍ର ରହୁଛୁ। ଗଁାରେ ଅଳ୍ପ କିଛି ଜମି ଅଛି ବୋଲି ଚାଷବାସ କରିବାକୁ ଯାଉଛୁ। ବାଜିଙ୍କ ପିଲାଦିନର ବନ୍ଧୁ କାହ୍ନୁଚରଣ ମଲ୍ଲିକ ମଧ୍ୟ ସଙ୍କଟରେ ପଡ଼ିଥିବା ଭିଟାମାଟିକୁ ପ୍ରଶାସନର ଅବହେଳାକୁ ନେଇ ଉଦ୍‌ବେଗ ବ୍ୟକ୍ତ କରିଛନ୍ତି। ବାଜି ରାଉତ ସ୍ମୃତି ପରିଷଦ ସଭାପତି କୃଷ୍ଣଚନ୍ଦ୍ର ଆଏଚ୍‌ କୁହନ୍ତି, ୧୯୮୦ରୁ ସେ ସ୍ମୃତି ପରିଷଦ ସହିତ ଜଡ଼ିତ। ଶହୀଦ ଗ୍ରାମକୁ ପର୍ଯ୍ୟଟନସ୍ଥଳୀ ଭାବେ ବିକାଶ ଲାଗି ବହୁବାର ଦାବି କରାଯାଇଛି। କେହି ଶୁଣୁନାହାନ୍ତି। ନଦୀତଟରେ ପଥରବନ୍ଧ ନିର୍ମାଣ, ଗୁଳିକାଣ୍ଡର ସ୍ମୃତି ଉଜ୍ଜୀବିତ କରିବା ଲାଗି କାଳ୍ପନିକ ପ୍ରତିମୂର୍ତ୍ତି ନିର୍ମାଣ, ନଦୀରେ ବୋଟିଂ ବ୍ୟବସ୍ଥା ସହ ଗ୍ରାମକୁ ପର୍ଯ୍ୟଟନସ୍ଥଳୀର ମାନ୍ୟତା ଦିଆଗଲେ ଶହୀଦ ଗଁାର ରୂପରେଖ ବଦଳନ୍ତା।
ଏ ସଂକ୍ରାନ୍ତରେ ବିଡିଓ କଲ୍ୟାଣ ସୌରଭ ଦାସ କୁହନ୍ତି, ବ୍ରାହ୍ମଣୀ ନଦୀ କବଳରୁ ଗ୍ରାମକୁ ସୁରକ୍ଷା ଦେବା ଲାଗି ସରକାରୀସ୍ତରରେ ଆବଶ୍ୟକ ସମସ୍ତ ସହଯୋଗ କରାଯିବ। ଶହୀଦ ବାଜି ରାଉତଙ୍କ ସ୍ମୃତିରକ୍ଷା ଲାଗି ମିନିପାର୍କ, ପଥପ୍ରାନ୍ତ ଆଶ୍ରୟସ୍ଥଳୀ ନିର୍ମାଣ କରାଯିବାକୁ ଯୋଜନା କରାଯାଉଥିବା ସେ ସୂଚନା ଦେଇଛନ୍ତି।

 

ବିପିନ ବିହାରୀ ସେଠୀ


Enter your email to get our daily news in your inbox.

All Right Reserved By Dharitri.Com

ରାଉରକେଲାରେ ଲଜ୍ଜା! ମାନସିକ ବିକାରଗ୍ରସ୍ତ ମହିଳାଙ୍କୁ ଯୌନ ଉତ୍ପୀଡ଼ନ, ଦେହରେ କ୍ଷତବିକ୍ଷତ ଚିହ୍ନ; ଖୋଳତାଡ଼ କରୁଛି…

ରାଉରକେଲା, ୧୬।୯ (ସଙ୍ଗୀତା ଜେନା): ରାଉରକେଲା ସେକ୍ଟର-୩ ଥାନା ଅନ୍ତର୍ଗତ ସେକ୍ଟର-୨ ଏନ୍‌ଏସି ମାର୍କେଟ ଅଞ୍ଚଳରେ ଜଣେ ମାନସିକ ବିକାରଗ୍ରସ୍ତ ମହିଳାଙ୍କ ସହ ଯୌନ ଉତ୍ପୀଡ଼ନ ହୋଇଥିବା…

ଛାତ୍ର ଆନ୍ଦୋଳନ ଆଗରେ ନଇଁଲେ ବିଶ୍ୱବିଦ୍ୟାଳୟ କର୍ତ୍ତୃପକ୍ଷ! ପ୍ରକାଶ ପାଇଲା ସଂଶୋଧିତ ମାର୍କସିଟ୍, ବଢ଼ିଲା ଯୁକ୍ତ ୩ ପାସ୍ ହାର

ଭଞ୍ଜନଗର, ୧୬।୯ (ବାବୁଲା ପ୍ରଧାନ): ବ୍ରହ୍ମପୁର ବିଶ୍ୱବିଦ୍ୟାଳୟ ପକ୍ଷରୁ ପ୍ରକାଶିତ ଯୁକ୍ତ ୩ ଦ୍ୱିତୀୟ ସେମିଷ୍ଟର ପରୀକ୍ଷା ଫଳକୁ ନେଇ ସୃଷ୍ଟି ହୋଇଥିବା ଅସନ୍ତୋଷ ଶେଷରେ ଥମିବାରେ…

ହାଟଡିହୀରେ ଶିକ୍ଷକ ସଂଘର ମହାମନ୍ଥନ! ନୂଆ ଆବାହକ ହେଲେ ଶଶି ଭୂଷଣ ପୁହାଣ, ସମସ୍ୟାର ସମାଧାନ ପାଇଁ ସଜବାଜ

ହାଟଡିହୀ/ଛେନାପଦୀ, ୧୬/୯ (ଶୁଭକାନ୍ତ ନାୟକ/ନିରାକାର ପରିଡା): କେନ୍ଦୁଝର ଜିଲା ହାଟଡିହୀ ବ୍ଲକ ଅଣା ମଠଠାରେ ଏନପିଏସ ଶିକ୍ଷକ ସଂଘର ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ବରିଷ୍ଠ ଶିକ୍ଷକ ଶଶି…

ଗ୍ଲୋବାଲ୍‌ CEO ରାଉଣ୍ଡଟେବୁଲ୍‌ ବୈଠକରେ ବଡ଼ ଘୋଷଣା କଲେ ମୋଦି, ୧ କୋଟି ଲୋକଙ୍କୁ…

ନୂଆଦିଲ୍ଲୀ,୧୬।୯: ‘ସେବା ତୀର୍ଥ’ରେ ବିଶ୍ୱର ପ୍ରମୁଖ ସେମିକଣ୍ଡକ୍ଟର କମ୍ପାନୀଗୁଡ଼ିକର CEOଙ୍କ ସହ ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ କରିଥିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ଦେଶର ବୈଷୟିକ ଭବିଷ୍ୟତ ଗଠନ…

ଗଣେଶ ବିସର୍ଜନ ବେଳେ ଅଘଟଣ! ଜେନେରେଟରରେ ତେଲ ଢାଳୁ ଢାଳୁ ଲାଗିଲା ନିଆଁ, ଯୁବକ…

ଝରିଗାଁ, ୧୬।୯ (କିଶୋର ଚନ୍ଦ୍ର ମଣ୍ଡଳ): ନବରଙ୍ଗପୁର ଜିଲା ଝରିଗାଁ ବ୍ଲକ ଅନ୍ତର୍ଗତ ସାନଟେମେରା ଗ୍ରାମରେ ଗଣେଶ ମୂର୍ତ୍ତି ବିସର୍ଜନ ଶୋଭାଯାତ୍ରା ସମୟରେ ଏକ ଅଭାବନୀୟ ଘଟଣା…

ଅଲଟୋ କାର୍ ଭିତରେ ଗଞ୍ଜେଇର ପାହାଡ଼! ଧରାପଡ଼ିଲେ ଗୌରୀଶଙ୍କର, ସହଯୋଗୀ ଫେରାର

ପୁରୁଷୋତ୍ତମପୁର,୧୬।୯(ସବିତା ମିଶ୍ର): ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ପୋଲିସକୁ ମିଳିଛି ବଡ଼ ସଫଳତା। ଗଞ୍ଜେଇ ଚାଲାଣ ବେଳେ ପୋଲିସ ଚଢ଼ଉ କରି ୯୫ କେଜି ଗଞ୍ଜେଇ ସହ ଏକ…

ବୀରମିତ୍ରପୁର ଅଞ୍ଚଳରେ ଲଜ୍ଜା; ଜଙ୍ଗଲରେ ୨ନାବାଳିକାଙ୍କୁ ଗଣ ବଳାତ୍କାର, ୫ ଜଣ…

କୁଆଁରମୁଣ୍ଡା,୧୬।୯(ମହେନ୍ଦ୍ର କୁମାର ସାହୁ) : ବୀରମିତ୍ରପୁର ଥାନା ଅଞ୍ଚଳରୁ ଏକ ଲଜ୍ଜାଜନକ ଘଟଣା ସାମ୍ନାକୁ ଆସିଛି । ୨ ଜଣ ନାବାଳିକାଙ୍କୁ ଏକ ଜଙ୍ଗଲରେ ୫ ଜଣ…

ଦିଗପହଣ୍ଡିରେ ମଧୁବୈଶ୍ଯ ସମାଜର ବାର୍ଷିକ ସମ୍ମିଳନୀ ; ପାରମ୍ପରିକ ବ୍ୟବସାୟର ପ୍ରଚାର ପ୍ରସାର ଉପରେ ବିଧାୟକଙ୍କ ଗୁରୁତ୍ୱ

ଦିଗପହଣ୍ଡି,୧୬।୯(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ହାଟତୋଟା ସ୍ଥିତ ଗୁପ୍ତେଶ୍ବର ଶୈବପୀଠ ପରିସରରେ ବଡଖେମୁଣ୍ଡି ତାଲୁକା ମଧୁବୈଶ୍ଯ (ଗୁଡିଆ) ସମାଜର ବାର୍ଷିକ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?