ବ୍ରାହ୍ମଣୀ ଆଁରେ ବାଜିଙ୍କ ଗାଁ

ଭୁବନ, ୨୩।୧୦:  ଅକ୍ଟୋବର ୧୧, ୧୯୩୮। ବ୍ରାହ୍ମଣୀ ତଟରେ ଗର୍ଜିଥିଲା ଗୋରା ଫୌଜର ଗୁଳି। ଟଳି ପଡ଼ିଥିଲେ ୧୨ ବର୍ଷର ବାଳକ ବାଜି ରାଉତ। ସ୍ବର୍ଣ୍ଣାକ୍ଷରରେ ଲିପିବଦ୍ଧ ହୋଇଥିଲା ସର୍ବକନିଷ୍ଠ ଶହୀଦଙ୍କ ବଳିଦାନର ଗାଥା। ଇତିମଧ୍ୟରେ ବିତିଗଲାଣି ଦୀର୍ଘ ଆଠ ଦଶନ୍ଧି। ଦେଶ ପାଇଁ ପ୍ରାଣ ଉତ୍ସର୍ଗ କରିଥିବା ସଂଗ୍ରାମୀଙ୍କ ପାଇଁ ଗର୍ବ କରୁଛି ଦେଶ। ହେଲେ ଶହୀଦଙ୍କ ଗାଁର ଚିତ୍ର ଏବେ କେମିତି? କେମିତି ଚଳୁଛନ୍ତି ତାଙ୍କର ଦାୟାଦ? ଐତିହାସିକ ଗୁଳିକାଣ୍ଡ ସ୍ଥଳର ସ୍ଥିତି କ’ଣ? ଏଭଳି ବହୁ ପ୍ରଶ୍ନର ଉତ୍ତର ଜାଣିବାକୁ ନା ଅଛି ପ୍ରଶାସନ ନିକଟରେ ସମୟ ନା ରାଜନେତାଙ୍କ ଦରଦ। ସେଦିନ ଯେଉଁ ବ୍ରାହ୍ମଣୀ ନଦୀରେ ଘଟିଥିଲା ଗୁଳିକାଣ୍ଡ, ଏବେ ତାହାରି ଅଁାକୁ ଚାଲିଯାଇଛି ଶହୀଦଙ୍କ ପୈତୃକ ଘର। ଦୀର୍ଘ ବର୍ଷ ହେଲା ଲିଭିଗଲାଣି ଗୁଳିକାଣ୍ଡ ସ୍ଥଳର ଅସ୍ତିତ୍ୱ। ବିପଦପୂର୍ଣ୍ଣ ବ୍ରାହ୍ମଣୀ ପାଇଁ ଭିଟାମାଟି ଛାଡ଼ି ୭ କି.ମି. ଦୂର ଅନ୍ୟ ପଞ୍ଚାୟତରେ ବସତି ବସାଇଛନ୍ତି ବାଜି ରାଉତଙ୍କ ପର ପିଢ଼ି। ଦିନକୁ ଦିନ ନଦୀ ଜନବସତିମୁହଁା ହେଉଥିବାବେଳେ ଶହୀଦଙ୍କ ଗଁା ନୀଳକଣ୍ଠପୁର ପ୍ରତି ଘନଉଛି ବଡ଼ ବିପଦ।
ଢେଙ୍କାନାଳ ଜିଲା ଭୁବନ ବ୍ଲକ ମହୁଲପାଳ ପଞ୍ଚାୟତର ଶହୀଦ ବାଜି ରାଉତଙ୍କ ପୈତୃକ ଗଁା ନୀଳକଣ୍ଠପୁର। ବ୍ରାହ୍ମଣୀ ନଦୀ ତଟରେ ଗଢ଼ି ଉଠିଥିବା ଏହି ଗ୍ରାମର ଜନସଂଖ୍ୟା ୨୦୦୦ରୁ ଅଧିକ। ୧୯୩୮ରେ ବ୍ରିଟିଶ ସେନା ଗୁଳିରେ ବାଜିଙ୍କ ସମେତ ମୋଟ ୬ଜଣ ଶହୀଦ ହୋଇଥିବା ବେଳେ ଚର୍ଚ୍ଚାର ପରିସରକୁ ଆସିଥିଲା ନୀଳକଣ୍ଠପୁର। ଇତିମଧ୍ୟରେ ବିତିଲାଣି ଦୀର୍ଘ ୮୦ ବର୍ଷ। ଶହୀଦଙ୍କ ଗଁାକୁ ଯେତିକି ସମ୍ମାନ ମିଳିବା କଥା ତାହା ଏଯାଏ ମିଳି ନ ଥିବାବେଳେ ଏବେ ବ୍ରାହ୍ମଣୀ ପାଇଁ ନୀଳକଣ୍ଠପୁରର ଅସ୍ତିତ୍ୱ ସଙ୍କଟରେ ପଡ଼ିଛି। ପ୍ରତିବର୍ଷ କୂଳ ଖାଉଛି ବ୍ରାହ୍ମଣୀ। ଏହି କାରଣରୁ ୩୦ ବର୍ଷ ହେଲା ବାଜିଙ୍କ ପୈତୃକ ଜମି ନଦୀ ଗର୍ଭରେ ବିଲୀନ ହୋଇଯାଇଛି। ଜୀବନ ଜୀବିକା ପ୍ରତି ବିପଦ ଘୋଟିବାରୁ ପରିବାରର ଅନ୍ୟ ସଦସ୍ୟମାନେ ଗ୍ରାମଠାରୁ ୭ କି.ମି. ଦୂର ଏକତାଳି ପଞ୍ଚାୟତର ନୟା ନୀଳକଣ୍ଠପୁରକୁ ସ୍ଥାନାନ୍ତର ହୋଇଛନ୍ତି। ବ୍ରାହ୍ମଣୀ ଏବେ ଜନବସତିଠାରୁ ମାତ୍ର ୨୦୦ ମିଟର ଦୂରରେ। ବର୍ଷାଦିନେ ନଈ ଉଛୁଳୁଛି। ବଢ଼ି ପାଣି ବନ୍ଧ ଡେଇଁ ମାଡ଼ିଆସୁଛି। ତଥାପି ନୀଳକଣ୍ଠପୁର ପ୍ରତି ସତେ ଯେମିତି ଆଖି ବୁଜିଦେଇଛନ୍ତି ସଭିଏଁ। ନଦୀ ଉପକୂଳବର୍ତ୍ତୀ ଗ୍ରାମର ସୁରକ୍ଷା ଲାଗି ମୃତ୍ତିକା ସଂରକ୍ଷଣ ଏବଂ କ୍ଷୁଦ୍ର ଜଳସେଚନ ବିଭାଗ ପକ୍ଷରୁ ପଥର ପ୍ୟାକିଂ କରାଯାଉଥିଲେ ମଧ୍ୟ ଏହି ଗ୍ରାମ ଏଭଳି ବହୁମୁଖୀ ଯୋଜନାଠାରୁ ବହୁ ଦୂରରେ। ଜଳସ୍ରୋତ ହ୍ରାସ କରିବାଲାଗି ନଦୀ ଶଯ୍ୟାରେ କେବଳ ୩ଟି ଗାର୍ଡଓ୍ବାଲ୍‌ କରି ବିଭାଗ କାମ ସାରିଦେଇଛି। ସେହିପରି ଡିଆର୍‌ଡିଏ ଜରିଆରେ ୮ ବର୍ଷ ତଳେ ୪୦ ଲକ୍ଷ ଟଙ୍କା ବ୍ୟୟରେ ସ୍ମୃତିସ୍ତମ୍ଭ, ସଭାଗୃହ, ମୁଖ୍ୟ ଫାଟକ ସାଙ୍ଗକୁ ଆମ୍ରକାନନର ଉନ୍ନତୀକରଣ କରାଯାଇଛି। ଏସବୁର ରକ୍ଷଣାବେକ୍ଷଣ ପାଇଁ ୮ ଲକ୍ଷ ଟଙ୍କାର ପାଣ୍ଠି ରଖାଯାଇଥିଲେ ମଧ୍ୟ ଏହାର ଉପଯୋଗ ହେଉନାହିଁ। ଫଳରେ ନିର୍ମାଣାଧୀନ ସମସ୍ତ କୋଠା ଜରାଜୀର୍ଣ୍ଣ ହୋଇପଡ଼ିଲାଣି। ପୋଖରୀ କାମ ଅଧାପନ୍ତରିଆ ଅବସ୍ଥାରେ ପଡ଼ିରହିଛି। ଏ ନେଇ ବାଜି ରାଉତ ସ୍ମୃତି ପରିଷଦ ପକ୍ଷରୁ ମୁଖ୍ୟମନ୍ତ୍ରୀଙ୍କଠାରୁ ଆରମ୍ଭ କରି ସ୍ଥାନୀୟ ଜନପ୍ରତିନିଧି, ପ୍ରଶାସନିକ ଅଧିକାରୀଙ୍କ ଦୃଷ୍ଟି ଆକର୍ଷଣ କରାଯାଇଥିଲେ ମଧ୍ୟ ଏଥିପ୍ରତି ଗୁରୁତ୍ୱ ଦିଆଯାଉ ନ ଥିବା ଅଭିଯୋଗ ହୋଇଛି।
ଏ ସଂକ୍ରାନ୍ତରେ ବାଜି ରାଉତଙ୍କ ପୁତୁରା ନଟବର ରାଉତ କୁହନ୍ତି, ଶହୀଦ ପରିବାରର ଦାୟାଦ ହିସାବରେ ଆମେ ଗର୍ବିତ। ହେଲେ କେବଳ ଜନ୍ମତିଥି ଏବଂ ପୁଣ୍ୟତିଥି ବ୍ୟତୀତ ଗଁାରେ କେବେ କାହାର ପାଦ ପଡୁନାହିଁ। ଘର ନଦୀରେ ମିଶିଗଲା। ଭିଟାମାଟି ଛାଡ଼ି ଅନ୍ୟତ୍ର ରହୁଛୁ। ଗଁାରେ ଅଳ୍ପ କିଛି ଜମି ଅଛି ବୋଲି ଚାଷବାସ କରିବାକୁ ଯାଉଛୁ। ବାଜିଙ୍କ ପିଲାଦିନର ବନ୍ଧୁ କାହ୍ନୁଚରଣ ମଲ୍ଲିକ ମଧ୍ୟ ସଙ୍କଟରେ ପଡ଼ିଥିବା ଭିଟାମାଟିକୁ ପ୍ରଶାସନର ଅବହେଳାକୁ ନେଇ ଉଦ୍‌ବେଗ ବ୍ୟକ୍ତ କରିଛନ୍ତି। ବାଜି ରାଉତ ସ୍ମୃତି ପରିଷଦ ସଭାପତି କୃଷ୍ଣଚନ୍ଦ୍ର ଆଏଚ୍‌ କୁହନ୍ତି, ୧୯୮୦ରୁ ସେ ସ୍ମୃତି ପରିଷଦ ସହିତ ଜଡ଼ିତ। ଶହୀଦ ଗ୍ରାମକୁ ପର୍ଯ୍ୟଟନସ୍ଥଳୀ ଭାବେ ବିକାଶ ଲାଗି ବହୁବାର ଦାବି କରାଯାଇଛି। କେହି ଶୁଣୁନାହାନ୍ତି। ନଦୀତଟରେ ପଥରବନ୍ଧ ନିର୍ମାଣ, ଗୁଳିକାଣ୍ଡର ସ୍ମୃତି ଉଜ୍ଜୀବିତ କରିବା ଲାଗି କାଳ୍ପନିକ ପ୍ରତିମୂର୍ତ୍ତି ନିର୍ମାଣ, ନଦୀରେ ବୋଟିଂ ବ୍ୟବସ୍ଥା ସହ ଗ୍ରାମକୁ ପର୍ଯ୍ୟଟନସ୍ଥଳୀର ମାନ୍ୟତା ଦିଆଗଲେ ଶହୀଦ ଗଁାର ରୂପରେଖ ବଦଳନ୍ତା।
ଏ ସଂକ୍ରାନ୍ତରେ ବିଡିଓ କଲ୍ୟାଣ ସୌରଭ ଦାସ କୁହନ୍ତି, ବ୍ରାହ୍ମଣୀ ନଦୀ କବଳରୁ ଗ୍ରାମକୁ ସୁରକ୍ଷା ଦେବା ଲାଗି ସରକାରୀସ୍ତରରେ ଆବଶ୍ୟକ ସମସ୍ତ ସହଯୋଗ କରାଯିବ। ଶହୀଦ ବାଜି ରାଉତଙ୍କ ସ୍ମୃତିରକ୍ଷା ଲାଗି ମିନିପାର୍କ, ପଥପ୍ରାନ୍ତ ଆଶ୍ରୟସ୍ଥଳୀ ନିର୍ମାଣ କରାଯିବାକୁ ଯୋଜନା କରାଯାଉଥିବା ସେ ସୂଚନା ଦେଇଛନ୍ତି।

 

ବିପିନ ବିହାରୀ ସେଠୀ


Enter your email to get our daily news in your inbox.

All Right Reserved By Dharitri.Com

ବିଏସ୍‌କେଓ୍ବାଇକୁ ବିରୋଧ କରୁଛନ୍ତି କେନ୍ଦ୍ରମନ୍ତ୍ରୀ: ପାଣ୍ଡିଆନ୍‌

ଭୁବନେଶ୍ୱର/ ଉମରକୋଟ/ଝରିଗାଁ/ ପାପଡ଼ାହାଣ୍ଡି/ନବରଙ୍ଗପୁର/ ତେନ୍ତୁଳିଖୁଣ୍ଟି, ୨୭ା୪ (ଅନିଲ ଦାସ/ସନ୍ତୋଷ ଶତପଥୀ/କିଶୋର ଚନ୍ଦ୍ର ମଣ୍ଡଳ/ସ୍ବପ୍ନଜିତ ପଟ୍ଟନାୟକ/ସଦାଶିବ ପ୍ରହରାଜ/ଚିଦାନନ୍ଦ ସାହୁ): ବିଜେଡିର ବରିଷ୍ଠ ନେତା କାର୍ତ୍ତିକ ପାଣ୍ଡିଆନ ଶୁକ୍ରବାର...

ଛିଡୁନି ଭାଜପା ପ୍ରାର୍ଥୀଙ୍କ ନାମ, ମହିଳା କାର୍ଡ ଖେଳିବା ଚର୍ଚ୍ଚା

କଟକ,୨୭ା୪(ଶିଳ୍ପା ପ୍ରିୟଦର୍ଶିନୀ): ନିର୍ବାଚନକୁ ମାତ୍ର କମ୍‌ ସମୟ ଥିବାବେଳେ ଆସନ୍ତା ସୋମବାରଠାରୁ ନାମାଙ୍କନ ପତ୍ର ଦାଖଲ ପ୍ରକ୍ରିୟା ଆରମ୍ଭ ହେବ। ହେଲେ ଏପର୍ଯନ୍ତ ବାରବାଟୀ-କଟକ ଭାଜପାର...

ଟୁକୁନୀଙ୍କ ପାଇଁ ପଦ୍ମପୁର ଜିଲା ଘୋଷଣା ଅଟକିଥିବା ଚର୍ଚ୍ଚା

ବଲାଙ୍ଗୀର, ୨୭ା୪(ବୀରେନ୍ଦ୍ର କୁମାର ଝାଙ୍କର): ଟିଟିଲାଗଡ଼ ସହରରେ ବରିଷ୍ଠ ନାଗରିକ ସମୂହଙ୍କ ପକ୍ଷରୁ ଆୟୋଜିତ ଏକ ନିର୍ବାଚନୀ ସଭାରେ ମନ୍ତ୍ରୀ ତଥା ଟିଟିଲାଗଡ଼ ବିଧାୟିକା ପ୍ରାର୍ଥୀ...

ସମ୍ବଲପୁରୀ ଲୁଙ୍ଗି ଉପାଖ୍ୟାନ

ସମ୍ବଲପୁର,୨୭।୪ (ଭବାନୀ ଶଙ୍କର ଭୋଇ): ସମ୍ବଲପୁରରେ ମୁଖ୍ୟମନ୍ତ୍ରୀଙ୍କ ଲୁଙ୍ଗିପିନ୍ଧାକୁ ନେଇ ବିଜେଡି ଏବଂ ଭାଜପା ମଧ୍ୟରେ ଜୋରଦାର ବାକ୍‌ଯୁଦ୍ଧ ଆରମ୍ଭ ହୋଇଯାଇଛି। ଶୁକ୍ରବାର ଏନେଇ ଉଭୟ...

ରବି-ତାରା ମୁହାଁମୁହିଁ

ଜୟପୁର, ୨୭ା୪(ପବନ ପାଣିଗ୍ରାହୀ): ପୂର୍ବତନ ମନ୍ତ୍ରୀ ତଥା ବରିଷ୍ଠ ବିଜେଡି ନେତା ରବିନାରାୟଣ ନନ୍ଦ ଶୁକ୍ରବାର ଜୟପୁର ସାଜୁସାହିସ୍ଥିତ ବିଜେଡି କାର୍ଯ୍ୟାଳୟରେ ଖବରଦାତା ସମ୍ମିଳନୀ କରି...

‘କ୍ରୀତଦାସ ନୁହେଁ, ସ୍ବାଭିମାନରେ ବିଶ୍ୱାସକରେ’

ଅନୁଗୋଳ, ୨୭ା୪(ଅମିତ କୁମାର ସାମଲ): ଦୀର୍ଘ ୨୫ ବର୍ଷର ଅପାରଗ ଓ ସ୍ଥାଣୁ ସରକାରରେ ଅନେକେ କ୍ରୀତଦାସ ହେବାକୁ ପସନ୍ଦ କରୁଛନ୍ତି। କିନ୍ତୁ ସେ କ୍ରୀତଦାସରେ...

ମୁକାବିଲା ମୁଡ୍‌ରେ ସୂର୍ଯ୍ୟବଂଶୀ-ସଞ୍ଜୟ

ଧାମନଗର,୨୭୪(ଦେବେନ୍ଦ୍ର ଆନ୍ଦିଆ): ଭଦ୍ରକ ଲୋକ ସଭା ନିର୍ବାଚନମଣ୍ଡଳୀ ଅନ୍ତର୍ଗତ ଧାମନଗର ବିଧାନସଭା କ୍ଷେତ୍ରରେ ଭାଜପା, ବିଜେଡି ଓ କଂଗ୍ରେସ ପକ୍ଷରୁ ପ୍ରାର୍ଥୀ ଘୋଷଣା ସରିଛି। ଭାଜପା...

ବାଇକ୍‌କୁ ଧକ୍କା ଦେଲା ଟ୍ରକ୍‌: ଚାଲିଗଲା ୩ ଜୀବନ

ଅନୁଗୋଳ,୨୭ା୪ (ଅମିତ କୁମାର ସାମଲ): ଅନୁଗୋଳ ସଦର ଥାନା ଅଧୀନ ପଞ୍ଚମହଳା ନିକଟରେ ଶନିବାର ସକାଳେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ଏକ ଟ୍ରକ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri