ବିପଦରେ ବୈତରଣୀ

କେନ୍ଦୁଝର,୪।୮(ସ୍ବ.ପ୍ର.)-କେନ୍ଦୁଝର ଜିଲାର ଅମୃତ ଧାରା କୁହାଯାଉଥିବା ବୈତରଣୀ ନଦୀ ଏବେ ବିପଦରେ। ଖଣି ଓ ଶିଳ୍ପର ବର୍ଜ୍ୟବସ୍ତୁ ଏବଂ ବ୍ୟାପକ ଜଙ୍ଗଲ ନଷ୍ଟ ଯୋଗୁ ହେଉଥିବା ମୃତ୍ତିକା କ୍ଷୟ ଆଦି କାରଣରୁ ନଦୀଶଯ୍ୟା ପୋତିହୋଇ ଯାଉଥିବାବେଳେ ଜଳ ପ୍ରଦୂଷିତ ହୋଇ ବିଷାକ୍ତ ହୋଇଯାଉଛି । ଫଳରେ କୋଟି କୋଟି ଜୀବଜନ୍ତୁ, ମଣିଷଙ୍କ ବଞ୍ଚିବାର ଆଧାର କୁହାଯାଉଥିବା ବୈତରଣୀ ନଦୀ କ୍ଷତିଗ୍ରସ୍ତ ହେବାକୁ ଲାଗିଥିବାରୁ ପରିବେଶବିତ୍‌ ଚିନ୍ତାପ୍ରକଟ କରିଛନ୍ତି। ଏହାର ସୁରକ୍ଷା ପାଇଁ ନଦୀ ଅବବାହିକାରେ ଥିବା ଖଣି ଓ ଶିଳ୍ପକୁ ବନ୍ଦ କରିବା ସହ ନଦୀ ଉଭୟ ପାର୍ଶ୍ୱରେ ପର୍ଯ୍ୟାପ୍ତ ବନୀକରଣ କରିବା ନେଇ ବିଭିନ୍ନ ସଂଗଠନ, ପରିବେଶବିତ୍‌ମାନେ ଦାବି କରିଆସୁଛନ୍ତି ।
ଏପରିକି ଖଣି ମହାଦୁର୍ନୀତିର ଯାଞ୍ଚ କରୁଥିବା ଶାହା କମିଶନ ମଧ୍ୟ ତାଙ୍କ ରିପୋର୍ଟରେ ବୈତରଣୀ ନଦୀ କୂଳରେ ଖଣି ଖନନକୁ ବିରୋଧ କରିଥଲେ। ଉକ୍ତ ରିପୋର୍ଟକୁ ଆଧାର କରି କେନ୍ଦ୍ର ସରକାରଙ୍କ ପରିବେଶ ଓ ଜଙ୍ଗଲ ମନ୍ତ୍ରଣାଳୟ ରାଜ୍ୟ ସରକାରଙ୍କୁ ବୈତରଣୀ ନଦୀ କୂଳରେ ଥିବା ୫୦ଟି କମ୍ପାନୀର ୫୫ଟି ଖଣି ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ସହ ଲିଜ୍‌ ବାତିଲ କରିବା ନେଇ ପଦକ୍ଷେପ ନେବାକୁ କହିଥିଲେ। ହେଲେ ଏହା ଉପରେ କ’ଣ ପଦକ୍ଷେପ ନିଆଯାଇଛି ତାହାର ସମୀକ୍ଷା ପାଇଁ ଦାବି ହେଉଛି। କାର୍ଯ୍ୟାନୁଷ୍ଠାନ ଗ୍ରହଣ କଲେ ବଡ଼ ବଡ଼ କମ୍ପାନୀ କ୍ଷତିଗ୍ରସ୍ତ ହେବା ଆଶଙ୍କା ଥିବାରୁ ସେଭଳି ଦୃଢ଼ ପଦକ୍ଷେପ ନିଆଯାଇନାହିଁ ବୋଲି ଅଭିଯୋଗ ହେଉଛି ା ସେହିପରି ବହୁ ବଡ଼ ବଡ଼ କମ୍ପାନୀ ଏହାର ପାଣିକୁ ଶିଳ୍ପ କାମରେ ବ୍ୟବହାର କରୁଛନ୍ତି ା ଦୈନିକ ଲକ୍ଷ ଲକ୍ଷ ଲିଟର ପାଣି ପାଇପ୍‌ ଦ୍ୱାରା ଟାଣି ନେଉଛନ୍ତି ା
ଜିଲାର ବାଂଶପାଳ ବ୍ଲକ ଅନ୍ତର୍ଗତ ଗୋନାସିକା ପାହାଡ଼ରୁ ବାହାରିଥିବା ବୈତରଣୀ ନଦୀ କେନ୍ଦୁଝର ବ୍ୟତୀତ ମୟୂରଭଞ୍ଜ, ଯାଜପୁର, ଭଦ୍ରକ, କେନ୍ଦ୍ରାପଡ଼ା ଜିଲା ତଥା ଝାଡ଼ଖଣ୍ଡ ରାଜ୍ୟର ହଜାର ହଜାର ଏକର ଅଞ୍ଚଳକୁ ପରିପୁଷ୍ଟ କରୁଛି। ପ୍ରାୟ ୩୬୦ କି.ମି. ଅତିକ୍ରମ କରି ଏହି ନଦୀ ଭଦ୍ରକ ଜିଲା ଦେଇ ବଙ୍ଗୋପସାଗରରେ ମିଶିଛି। ଏହାର କ୍ୟାଚ୍‌ମେଣ୍ଟ ଏରିଆ୧୪,୨୧୮ ବର୍ଗ କି.ମି. ରହିଥିବାବେଳେ ଓଡ଼ିଶାରେ ୧୩,୪୮୨ ବର୍ଗ କି.ମି. ରହିଛି ା ଏହାର ଅବବାହିକା ଓଡ଼ିଶାର ତୃତୀୟ ବୃହତ୍‌ ବୃଷ୍ଟିପାତ ଅଞ୍ଚଳ ବୋଲି କୁହାଯାଏ। ତେବେ ବିଗତ ୩୦ ବର୍ଷ ହେଲା ଏହାର ଅବବାହିକାରେ ଥିବା ଖଣି ଓ ଶିଳ୍ପ ଯୋଗୁ ଏହି ନଦୀ ଧୀରେ ଧୀରେ ପ୍ରଦୂଷିତ ହୋଇ ପୋତିହେବାକୁ ବସିଥିବାରୁ ବିଭିନ୍ନ ମହଲରେ ଅସନ୍ତୋଷ ଦେଖାଦେଇଛି। ସେଥିପାଇଁ ବିଭିନ୍ନ ସଂଗଠନ ପକ୍ଷରୁ ଆନ୍ଦୋଳନ କରାଯାଇଥିଲା। ଜିଲା ଓ ରାଜ୍ୟସ୍ତରରେ ମଧ୍ୟ ଏହାର ସୁରକ୍ଷା ପାଇଁ ସଭାସମିତି, ଆଲୋଚନାଚକ୍ର କରାଯାଇ ସରକାରଙ୍କ ଦୃଷ୍ଟିଆକର୍ଷଣ କରାଯାଇଥିଲା। କିନ୍ତୁ ସୁରକ୍ଷା ପାଇଁ ଆଦୌ ପଦକ୍ଷେପ ଗ୍ରହଣ କରାଯାଇପାରିଲା ନାହିଁ। ଏ ସମ୍ପର୍କରେ ବରିଷ୍ଠ ଆଇନଜୀବୀ ଅଶୋକ ଦାସ କହିଛନ୍ତି, ଆଇନ ଫାଙ୍କି ଖଣି କାମ ଚାଲିଥିଲା। ବିଳମ୍ବରେ ହେଉ ପଛେ ସରକାର କୋଟି କୋଟି ଜୀବଜନ୍ତୁଙ୍କ ହିତ ଦୃଷ୍ଟିରୁ ଏହି ନଦୀର ସୁରକ୍ଷା କରିବା ପାଇଁ ଦୃଢ଼ ପଦକ୍ଷେପ ନେବା ଜରୁରୀ ା ନଚେତ ଏହି ନଦୀ ବିଲୁପ୍ତ ହୋଇଯିବ। ସେହିପରି ଓଡ଼ିଶା ନଦୀ ସୁରକ୍ଷା ସମିତି ସଭାପତି ମହେଶ୍ୱର ସାହୁ କହିଛନ୍ତି, ବୈତରଣୀ ନଦୀ ଖଣିଖାଦାନ ଯୋଗୁ ପ୍ରଦୂଷିତ ହୋଇଯାଉଛି। ଏହାର ସୁରକ୍ଷା ଦାୟିତ୍ୱ ସରକାରଙ୍କର ରହିଛି ା ଏଣୁ ଏହାର ସୁରକ୍ଷା ପାଇଁ ଆଗାମୀ ଦିନରେ ଆନ୍ଦୋଳନ କରିବୁ। ଅତିରିକ୍ତ ଜିଲାପାଳ ସନ୍ତୋଷ ନାୟକଙ୍କୁ ପଚାରିବାରୁ ବୈତରଣୀ ନଦୀକୁ ପ୍ରଦୂଷଣ ମୁକ୍ତ କରିବା ପାଇଁ ଆବଶ୍ୟକ ପଦକ୍ଷେପ ନିଆଯିବ ା ବିଭିନ୍ନ ସମୟରେ ଏହାର ନମୁନା ଯାଞ୍ଚ କରାଯାଉଛି ବୋଲି ସେ କହିଛନ୍ତି।
ଫଟୋ


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?