ବିପଦରେ ବୈତରଣୀ

କେନ୍ଦୁଝର,୪।୮(ସ୍ବ.ପ୍ର.)-କେନ୍ଦୁଝର ଜିଲାର ଅମୃତ ଧାରା କୁହାଯାଉଥିବା ବୈତରଣୀ ନଦୀ ଏବେ ବିପଦରେ। ଖଣି ଓ ଶିଳ୍ପର ବର୍ଜ୍ୟବସ୍ତୁ ଏବଂ ବ୍ୟାପକ ଜଙ୍ଗଲ ନଷ୍ଟ ଯୋଗୁ ହେଉଥିବା ମୃତ୍ତିକା କ୍ଷୟ ଆଦି କାରଣରୁ ନଦୀଶଯ୍ୟା ପୋତିହୋଇ ଯାଉଥିବାବେଳେ ଜଳ ପ୍ରଦୂଷିତ ହୋଇ ବିଷାକ୍ତ ହୋଇଯାଉଛି । ଫଳରେ କୋଟି କୋଟି ଜୀବଜନ୍ତୁ, ମଣିଷଙ୍କ ବଞ୍ଚିବାର ଆଧାର କୁହାଯାଉଥିବା ବୈତରଣୀ ନଦୀ କ୍ଷତିଗ୍ରସ୍ତ ହେବାକୁ ଲାଗିଥିବାରୁ ପରିବେଶବିତ୍‌ ଚିନ୍ତାପ୍ରକଟ କରିଛନ୍ତି। ଏହାର ସୁରକ୍ଷା ପାଇଁ ନଦୀ ଅବବାହିକାରେ ଥିବା ଖଣି ଓ ଶିଳ୍ପକୁ ବନ୍ଦ କରିବା ସହ ନଦୀ ଉଭୟ ପାର୍ଶ୍ୱରେ ପର୍ଯ୍ୟାପ୍ତ ବନୀକରଣ କରିବା ନେଇ ବିଭିନ୍ନ ସଂଗଠନ, ପରିବେଶବିତ୍‌ମାନେ ଦାବି କରିଆସୁଛନ୍ତି ।
ଏପରିକି ଖଣି ମହାଦୁର୍ନୀତିର ଯାଞ୍ଚ କରୁଥିବା ଶାହା କମିଶନ ମଧ୍ୟ ତାଙ୍କ ରିପୋର୍ଟରେ ବୈତରଣୀ ନଦୀ କୂଳରେ ଖଣି ଖନନକୁ ବିରୋଧ କରିଥଲେ। ଉକ୍ତ ରିପୋର୍ଟକୁ ଆଧାର କରି କେନ୍ଦ୍ର ସରକାରଙ୍କ ପରିବେଶ ଓ ଜଙ୍ଗଲ ମନ୍ତ୍ରଣାଳୟ ରାଜ୍ୟ ସରକାରଙ୍କୁ ବୈତରଣୀ ନଦୀ କୂଳରେ ଥିବା ୫୦ଟି କମ୍ପାନୀର ୫୫ଟି ଖଣି ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ସହ ଲିଜ୍‌ ବାତିଲ କରିବା ନେଇ ପଦକ୍ଷେପ ନେବାକୁ କହିଥିଲେ। ହେଲେ ଏହା ଉପରେ କ’ଣ ପଦକ୍ଷେପ ନିଆଯାଇଛି ତାହାର ସମୀକ୍ଷା ପାଇଁ ଦାବି ହେଉଛି। କାର୍ଯ୍ୟାନୁଷ୍ଠାନ ଗ୍ରହଣ କଲେ ବଡ଼ ବଡ଼ କମ୍ପାନୀ କ୍ଷତିଗ୍ରସ୍ତ ହେବା ଆଶଙ୍କା ଥିବାରୁ ସେଭଳି ଦୃଢ଼ ପଦକ୍ଷେପ ନିଆଯାଇନାହିଁ ବୋଲି ଅଭିଯୋଗ ହେଉଛି ା ସେହିପରି ବହୁ ବଡ଼ ବଡ଼ କମ୍ପାନୀ ଏହାର ପାଣିକୁ ଶିଳ୍ପ କାମରେ ବ୍ୟବହାର କରୁଛନ୍ତି ା ଦୈନିକ ଲକ୍ଷ ଲକ୍ଷ ଲିଟର ପାଣି ପାଇପ୍‌ ଦ୍ୱାରା ଟାଣି ନେଉଛନ୍ତି ା
ଜିଲାର ବାଂଶପାଳ ବ୍ଲକ ଅନ୍ତର୍ଗତ ଗୋନାସିକା ପାହାଡ଼ରୁ ବାହାରିଥିବା ବୈତରଣୀ ନଦୀ କେନ୍ଦୁଝର ବ୍ୟତୀତ ମୟୂରଭଞ୍ଜ, ଯାଜପୁର, ଭଦ୍ରକ, କେନ୍ଦ୍ରାପଡ଼ା ଜିଲା ତଥା ଝାଡ଼ଖଣ୍ଡ ରାଜ୍ୟର ହଜାର ହଜାର ଏକର ଅଞ୍ଚଳକୁ ପରିପୁଷ୍ଟ କରୁଛି। ପ୍ରାୟ ୩୬୦ କି.ମି. ଅତିକ୍ରମ କରି ଏହି ନଦୀ ଭଦ୍ରକ ଜିଲା ଦେଇ ବଙ୍ଗୋପସାଗରରେ ମିଶିଛି। ଏହାର କ୍ୟାଚ୍‌ମେଣ୍ଟ ଏରିଆ୧୪,୨୧୮ ବର୍ଗ କି.ମି. ରହିଥିବାବେଳେ ଓଡ଼ିଶାରେ ୧୩,୪୮୨ ବର୍ଗ କି.ମି. ରହିଛି ା ଏହାର ଅବବାହିକା ଓଡ଼ିଶାର ତୃତୀୟ ବୃହତ୍‌ ବୃଷ୍ଟିପାତ ଅଞ୍ଚଳ ବୋଲି କୁହାଯାଏ। ତେବେ ବିଗତ ୩୦ ବର୍ଷ ହେଲା ଏହାର ଅବବାହିକାରେ ଥିବା ଖଣି ଓ ଶିଳ୍ପ ଯୋଗୁ ଏହି ନଦୀ ଧୀରେ ଧୀରେ ପ୍ରଦୂଷିତ ହୋଇ ପୋତିହେବାକୁ ବସିଥିବାରୁ ବିଭିନ୍ନ ମହଲରେ ଅସନ୍ତୋଷ ଦେଖାଦେଇଛି। ସେଥିପାଇଁ ବିଭିନ୍ନ ସଂଗଠନ ପକ୍ଷରୁ ଆନ୍ଦୋଳନ କରାଯାଇଥିଲା। ଜିଲା ଓ ରାଜ୍ୟସ୍ତରରେ ମଧ୍ୟ ଏହାର ସୁରକ୍ଷା ପାଇଁ ସଭାସମିତି, ଆଲୋଚନାଚକ୍ର କରାଯାଇ ସରକାରଙ୍କ ଦୃଷ୍ଟିଆକର୍ଷଣ କରାଯାଇଥିଲା। କିନ୍ତୁ ସୁରକ୍ଷା ପାଇଁ ଆଦୌ ପଦକ୍ଷେପ ଗ୍ରହଣ କରାଯାଇପାରିଲା ନାହିଁ। ଏ ସମ୍ପର୍କରେ ବରିଷ୍ଠ ଆଇନଜୀବୀ ଅଶୋକ ଦାସ କହିଛନ୍ତି, ଆଇନ ଫାଙ୍କି ଖଣି କାମ ଚାଲିଥିଲା। ବିଳମ୍ବରେ ହେଉ ପଛେ ସରକାର କୋଟି କୋଟି ଜୀବଜନ୍ତୁଙ୍କ ହିତ ଦୃଷ୍ଟିରୁ ଏହି ନଦୀର ସୁରକ୍ଷା କରିବା ପାଇଁ ଦୃଢ଼ ପଦକ୍ଷେପ ନେବା ଜରୁରୀ ା ନଚେତ ଏହି ନଦୀ ବିଲୁପ୍ତ ହୋଇଯିବ। ସେହିପରି ଓଡ଼ିଶା ନଦୀ ସୁରକ୍ଷା ସମିତି ସଭାପତି ମହେଶ୍ୱର ସାହୁ କହିଛନ୍ତି, ବୈତରଣୀ ନଦୀ ଖଣିଖାଦାନ ଯୋଗୁ ପ୍ରଦୂଷିତ ହୋଇଯାଉଛି। ଏହାର ସୁରକ୍ଷା ଦାୟିତ୍ୱ ସରକାରଙ୍କର ରହିଛି ା ଏଣୁ ଏହାର ସୁରକ୍ଷା ପାଇଁ ଆଗାମୀ ଦିନରେ ଆନ୍ଦୋଳନ କରିବୁ। ଅତିରିକ୍ତ ଜିଲାପାଳ ସନ୍ତୋଷ ନାୟକଙ୍କୁ ପଚାରିବାରୁ ବୈତରଣୀ ନଦୀକୁ ପ୍ରଦୂଷଣ ମୁକ୍ତ କରିବା ପାଇଁ ଆବଶ୍ୟକ ପଦକ୍ଷେପ ନିଆଯିବ ା ବିଭିନ୍ନ ସମୟରେ ଏହାର ନମୁନା ଯାଞ୍ଚ କରାଯାଉଛି ବୋଲି ସେ କହିଛନ୍ତି।
ଫଟୋ


Enter your email to get our daily news in your inbox.

All Right Reserved By Dharitri.Com

ତାଣ୍ଡବ ରଚିଲା କାଳବୈଶାଖୀ

କୋକସରା,୭।୫(ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ): କାଳବୈଶାଖୀ ଆଣିଛି ତାତିରୁ ଶାନ୍ତି, ହେଲେ ଏହାର ପ୍ରଭାବରେ ବଡ ବଡ ଗଛ ସହ ବିଦ୍ୟୁତ ଖୁଣ୍ଟ ଉପୁଡି ପଡି ଉପାନ୍ତ...

ଫୁଲ ଛାଡି ଶଙ୍ଖ ଫୁଙ୍ଖିଲେ ଭାଜପାର ବଡ଼ ନେତା

ଗଞ୍ଜାମ,୭।୫(ବିଦ୍ୟାଧର ସାହୁ ): ଆଉ ଦିନ କେଇଟା ପରେ ସାଧାରଣ ନିର୍ବାଚନ। ଆସନ୍ତା ମେ ୧୩ ରେ ପ୍ରଥମ ପର୍ଯ୍ୟାୟ ନିର୍ବାଚନ ହେବାକୁ ଯାଉଛି l...

ଆସନ୍ତାକାଲି ମହାପ୍ରଭୁଙ୍କ ୬ଘଣ୍ଟା ଦର୍ଶନ ବନ୍ଦ

ପୁରୀ,୭।୫: ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ବୁଧବାର ବନକ ଲାଗି ନୀତି ଅନୁଷ୍ଠିତ ହେବ। ବନକ ଲାଗି ପାଇଁ ପ୍ରାୟ ୬ ଘଣ୍ଟା ସାଧାରଣ ଦର୍ଶନ ବନ୍ଦ ରହିବ।...

ଦକ୍ଷିଣାଞ୍ଚଳ ଆଇଜିଙ୍କ ନିକଟରେ ଆତ୍ମସମର୍ପଣ କଲେ ମାଓବାଦୀ

ଫୁଲବାଣୀ,୭ା୫(ରାକେଶ କୁମାର ରାଉତ): କେକେବିଏନ୍‌ ମାଓବାଦୀ ସଂଗଠନର ଜଣେ କ୍ୟାଡର ମାଓବାଦୀ ଦକ୍ଷିଣାଞ୍ଚଳ ଆଇଜି ଜେ.ଏନ୍‌.ପଙ୍କଜଙ୍କ ନିକଟରେ ଆତ୍ମସମର୍ପଣ କରି ସମାଜର ମୁଖ୍ୟ ସ୍ରୋତରେ ସାମିଲ...

ଗଞ୍ଜାମରେ ଫ୍ଲାଇଂ ସ୍କ୍ବାଡର ଯାଞ୍ଚ କଡାକଡି

ଛତ୍ରପୁର ୭।୫(ସନ୍ତୋଷ ପାଢ଼ୀ ): ଗଞ୍ଜାମ ଜିଲାରେ ଚଳିତ ମାସ ୧୩ରେ ଚତୁର୍ଥ ପର୍ଯ୍ୟାୟ ଏବଂ ୨୦ରେ ପଞ୍ଚମ ପର୍ଯ୍ୟାୟ ନିର୍ବାଚନ ଅନୁଷ୍ଠିତ ହେବ ।...

ବଜ୍ରପାତରେ ଚାଲିଗଲା ୯ ଗୋରୁଙ୍କ ଜୀବନ

ଦାରିଙ୍ଗବାଡି/ବ୍ରାହ୍ମଣୀଗାଁ, ୭/୫ (ଅରୁଣ ସାହୁ /ମନୋରଞ୍ଜନ ରଣା): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ବ୍ଲକ ବ୍ରାହ୍ମଣୀଗାଁ ଥାନା ଅଞ୍ଚଳରେ ମଙ୍ଗଳବାର କାଳବୈଶାଖୀ ପ୍ରଭାବରେ ଜନଜୀବନ ପ୍ରଭାବିତ ହୋଇଛି।...

ରୋଚକ ମୋଡ଼ରେ ପିପିଲି ରାଜନୀତି: ବିଜେଡି ପ୍ରାର୍ଥୀ ରୁଦ୍ର ମହାରଥୀଙ୍କ ବିରୋଧରେ ସ୍ବାଧୀନ ଭାବେ ଲଢ଼ିବେ ସ୍ତ୍ରୀ ଜାଗୃତି

ଭୁବନେଶ୍ୱର,୭।୫: ନିର୍ବାଚନ ମଇଦାନରେ ସ୍ବାମୀଙ୍କ ବିରୋଧରେ ଲଢ଼ିବେ ସ୍ତ୍ରୀ। ପିପିଲି ବିଧାନସଭା ଆସନରେ କିଛି ଏଭଳି ଘଟଣା ଏବେ ଚର୍ଚ୍ଚାର ବିଷୟ ପାଲଟିଛି। ଗୋଟିଏ ପଟେ...

କଂଗ୍ରେସ ଛାଡିଲେ ଚିତ୍ତରଞ୍ଜନ, ନେଲେ ବଡ଼ ନିଷ୍ପତ୍ତି

ନୀଳଗିରି,୭।୫: କଂଗ୍ରେସ ଛାଡିଲେ ନୀଳଗିରିର ପୂର୍ବତନ ବିଧାୟକ ଚିତ୍ତରଞ୍ଜନ ଷଡଙ୍ଗୀ। ଚଳିତ ନିର୍ବାଚନର ବାଲେଶ୍ୱର ଲୋକ ସଭା ପ୍ରାର୍ଥୀ ଶ୍ରୀକାନ୍ତ ଜେନାଙ୍କ ବିରୋଧରେ ଦୁର୍ବ୍ୟବହାର ଅଭିଯୋଗ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri