Posted inଖେଳ

ପ୍ରଥମ ଟେଷ୍ଟ ଦଳରୁ ବେୟାରଷ୍ଟୋ, ମୋଇନ ବାଦ୍‌

ମାଞ୍ଚେଷ୍ଟର, ୫ା୭ (ପି.ଟି.)-ଓ୍ବେଷ୍ଟଇଣ୍ଡିଜ ବିପକ୍ଷ ପ୍ରଥମ କ୍ରିକେଟ ଟେଷ୍ଟ ପାଇଁ ଶନିବାର ୧୩ ଜଣିଆ ଇଂଲଣ୍ଡ କ୍ରିକେଟ ଦଳ ଘୋଷଣା କରାଯାଇଛି। ଏଥିରେ ଉଇକେଟକିପର ଜନି ବେୟାରଷ୍ଟୋ ଏବଂ ସ୍ପିନ ବୋଲିଂ ଅଲ୍‌ରାଉଣ୍ଡର ମୋଇନ୍‌ ଅଲିଙ୍କୁ ସ୍ଥାନ ମିଳିନାହିଁ। ଏହି ପ୍ରଥମ ‘ଜୈବ ସୁରକ୍ଷିତ’ ଟେଷ୍ଟ ମ୍ୟାଚ ଜୁଲାଇ ୮ରୁ ଖେଳାଯିବ। ନିୟମିତ ଅଧିନାୟକ ଜୋ ରୁଟ୍‌ଙ୍କ ଅନୁପସ୍ଥିତିରେ ବେନ୍‌ ଷ୍ଟୋକ୍ସ ଇଂଲଣ୍ଡ ଦଳର ନେତୃତ୍ୱ ନେବେ। ରୁଟ୍‌ଙ୍କ ସ୍ତ୍ରୀ ଦ୍ୱିତୀୟ ସନ୍ତାନର ମା ହେବାକୁ ଯାଉଥିବାରୁ ସେ ଛୁଟିରେ ଅଛନ୍ତି। ଦଳରେ ଅଲ୍‌ରାଉଣ୍ଡର ଷ୍ଟୋକ୍ସ ଏବଂ କ୍ରିସ୍‌ ଓକ୍ସଙ୍କ ବ୍ୟତୀତ ପେସ୍‌ବୋଲର ଜେମ୍ସ ଆଣ୍ଡରସନ, ଷ୍ଟୁଆର୍ଟ ବ୍ରଡ୍‌, ଜୋଫ୍ରା ଆର୍ଚର ଏବଂ ମାର୍କ ଉଡ୍‌ଙ୍କୁ ନିଆଯାଇଛି। ସ୍ପିନ୍‌ ବିଭାଗରେ ଇଂଲଣ୍ଡ ଡୋମିନିକ୍‌ ବିସ୍‌ଙ୍କୁ ନେଇଛି। ଜ୍ୟାକ୍‌ ଲିଚ୍‌ ମୁଖ୍ୟ ଦଳରୁ ବାଦ୍‌ ପଡ଼ିଛନ୍ତି, ହେଲେ ସେ ରିଜର୍ସ ଖେଳାଳିଙ୍କ ମଧ୍ୟରେ ରହିଛନ୍ତି। ସବୁଠାରୁ ଉଲ୍ଲେଖନୀୟ ବିଷୟ ହେଲା ଟେଷ୍ଟ ଦଳରୁ ବେୟାରଷ୍ଟୋ ଏବଂ ମୋଇନ ବାଦ ପଡ଼ିବା। ଖରାପ ଫର୍ମ ଯୋଗୁ ବେୟାରଷ୍ଟୋ ଇଂଲଣ୍ଡ ଦଳର ନ୍ୟୁଜିଲାଣ୍ଡ ଟୁର୍‌ରୁ ପ୍ରଥମେ ବାଦ୍‌ ପଡ଼ିଥିଲେ। କିନ୍ତୁ ଜୋ ଡେନ୍‌ଲିଙ୍କ ଇଞ୍ଜୁରୀ ଯୋଗୁ ସେ ଦଳରେ ସ୍ଥାନ ପାଇବାରେ ସମର୍ଥ ହୋଇଥିଲେ। ପରେ ସେ ଦକ୍ଷିଣ ଆଫ୍ରିକା ଟୁର୍‌ ପାଇଁ ଦଳରେ ସ୍ଥାନ ପାଇଥିଲେ। ମାତ୍ର ସେ ଖେଳିଥିବା ଗୋଟିଏ ଟେଷ୍ଟ ମ୍ୟାଚର ଦୁଇଟି ଇନିଂସରେ ମାତ୍ର ୧୦ ରନ ସ୍କୋର କରିପାରିଥିଲେ। ୨୦୧୯ରେ ସେ ୧୮.୫୫ ଆଭରେଜରେ ମୋଟ ୩୩୪ ରନ ସଂଗ୍ରହ କରିଥିଲେ। ଅନ୍ୟପରେ ଆଶେସ ସିରିଜ ମଝିରୁ ବାଦ୍‌ ପଡ଼ିବା ପରେ ମୋଇନ ରେଡ୍‌ ବଲ୍‌ କ୍ରିକେଟରୁ ସାମୟିକ ଦୂରେଇ ରହିଥିଲେ। ଓ୍ବାର୍ମଅପ୍‌ ମ୍ୟାଚର ପ୍ରଥମ ବୋଲିଂ ଇନିଂସରେ ସେ ଗୋଟିଏ ହେଲେ ଉଇକେଟ ନେଇ ପାରି ନ ଥିଲେ। ଦ୍ୱିତୀୟ ଇନିଂସରେ ସେ ୨ଟି ଉଇକେଟ ଅକ୍ତିଆର କରିଥିଲେ। କିନ୍ତୁ ବିସ୍‌ ଓ ଲିଚ୍‌ ଉଭୟେ ଅଧିକ ସଂଖାରେ ଉଇକେଟ ହାସଲ କରିଥିଲେ।
ଇଂଲଣ୍ଡ ଦଳ: ବେନ୍‌ ଷ୍ଟୋକ୍ସ (ଅଧିନାୟକ), ଜେମ୍ସ ଆଣ୍ଡରସନ, ଜୋଫ୍ରା ଆର୍ଚର, ଡୋମିନିକ୍‌ ବିସ୍‌, ଟେୁଆର୍ଟ ବ୍ରଡ୍‌, ରୋରି ବର୍ନ୍ନସ, ଜୋସ୍‌ ବଟଲର (ଉଇକେଟକିପର), ଜାକ୍‌ କ୍ରଲି, ଜୋ ଡେନ୍‌ଲି, ଓଲି ପୋପ୍‌, ଡମ୍‌ ସିବ୍‌ଲି, ଖ୍ରିସ୍‌ ଓକ୍ସ ଓ ମାର୍କ ଉଡ୍‌।
ରିଜର୍ଭ ଖେଳାଳି: ଜେମ୍ସ ବ୍ରାସି, ସାମ୍‌ କୁରାନ୍‌, ବେନ୍‌ ଫୋକ୍ସ, ଡାନ୍‌ ଲରେନ୍ସ, ଜ୍ୟାକ୍‌ ଲିଚ୍‌, ସାକିବ୍‌ ମେହେମୁଦ, କ୍ରେଗ୍‌ ଓଭରଟନ୍‌, ଓଲି ରବିନ୍‌ସନ ଏବଂ ଓଲି ଷ୍ଟୋନ୍‌।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

କେଉଁ ବୋଲରଙ୍କୁ ଡରନ୍ତି ବୈଭବ ସୂର୍ଯ୍ୟବଂଶୀ? ଜାଡେଜା କରିଦେଲେ ବଡ଼ ଖୁଲାସା

ନୂଆଦିଲ୍ଲୀ,୨୯।୭: ଟିମ୍ ଇଣ୍ଡିଆର ଷ୍ଟାର ଅଲରାଉଣ୍ଡର ରବୀନ୍ଦ୍ର ଜାଡେଜା ସମ୍ପୂର୍ଣ୍ଣ ଫିଟ୍ ହୋଇ ଶ୍ରୀଲଙ୍କା ବିପକ୍ଷ ଟେଷ୍ଟ ସିରିଜ୍ ପାଇଁ ଭାରତୀୟ ଦିନକୁ ପ୍ରତ୍ୟାବର୍ତ୍ତନ କରିଛନ୍ତି। ଏହି…

ହାତଛଡ଼ା ହେଲା ସ୍ବର୍ଣ୍ଣ, ରୌପ୍ୟ ପାଇଲେ ଅଜୟ

ଗ୍ଲାସ୍‌ଗୋ,୨୮ା୭: ଭାରତର ଉଦୀୟମାନ ଭାରୋତ୍ତୋଳକ ଭେଲୁରି ଅଜୟ ବାବୁ ମଙ୍ଗଳବାର ଚଳିତ ରାଜ୍ୟଗୋଷ୍ଠୀ କ୍ରୀଡ଼ାରେ ରୌପ୍ୟ ପଦକ ଜିତିଛନ୍ତି। ସେ ପୁରୁଷ ୭୯ କେଜି କାଟେଗୋରୀରେ ଏହି…

ଅଚାନକ ଭାରତୀୟ କୋଚ୍‌ ଦେଲେ ଇସ୍ତଫା: କ୍ରିକେଟ ଜଗତରେ ହଇଚଇ, ଏମିତି ନିଷ୍ପତ୍ତି ନେଇ…

ମୁମ୍ବାଇ,୨୮।୭: ଅଚାନକ ଟିମ ଇଣ୍ଡିଆର ସହକାରୀ କୋଚ୍‌ ରୟାନ ଟେନ ଡୋଶେଟ (Ryan ten Doeschate) ନିଜ ପଦ ଛାଡ଼ିବାକୁ ନିଷ୍ପତ୍ତି ନେଇଛନ୍ତି। ୟୁକେ (UK) ଗସ୍ତରେ…

ଅଧିନାୟକ ବଦଳରେ ଅଧିନାୟକ… ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ପାଇଁ ମୁମ୍ବାଇ ଇଣ୍ଡିଆନ୍ସକୁ ସବୁଠାରୁ ବଡ଼ ପ୍ରସ୍ତାବ ଦେଇଛି ଦିଲ୍ଲୀ କ୍ୟାପିଟାଲ୍ସ

ନୂଆଦିଲ୍ଲୀ,୨୮।୭: ପାଞ୍ଚଥରର IPL ଚାମ୍ପିୟନ ମୁମ୍ବାଇ ଇଣ୍ଡିଆନ୍ସ ଆଗାମୀ ସିଜିନ ପୂର୍ବରୁ ସେମାନଙ୍କର ଅଧିନାୟକ ହାର୍ଦ୍ଦିକ ପାଣ୍ଡ୍ୟାଙ୍କୁ Trade କରିବାକୁ ମନସ୍ଥ କରିସାରିଛି। ଅନେକ ଦଳ ହାର୍ଦ୍ଦିକଙ୍କ…

କିଏ ଏହି ସାରାଂଶ ଜୈନ? ପ୍ରଥମ ଥର ପାଇଁ ଭାରତୀୟ ଟେଷ୍ଟ ଦଳରେ ମିଳିଲା ସୁଯୋଗ

ନୂଆଦିଲ୍ଲୀ, ୨୮।୭: ଶ୍ରୀଲଙ୍କା ବିରୋଧରେ ଆଗାମୀ ଅଗଷ୍ଟ ୧୫ରୁ ଆରମ୍ଭ ହେବାକୁ ଯାଉଥିବା ଦୁଇ ମ୍ୟାଚ ବିଶିଷ୍ଟ ଟେଷ୍ଟ ସିରିଜ ପାଇଁ ଭାରତୀୟ ଦଳ ଘୋଷଣା କରାଯାଇଛି।…

ଶ୍ରୀଲଙ୍କା ବିପକ୍ଷ ଟେଷ୍ଟ ମ୍ୟାଚ ସିରିଜ ପାଇଁ ଭାରତୀୟ ଦଳ ଘୋଷଣା: ଜାଣନ୍ତୁ କିଏ ଗଲେ, କିଏ ଆସିଲେ…

ନୂଆଦିଲ୍ଲୀ, ୨୮।୭: ଅଗଷ୍ଟ ମାସରେ ଭାରତୀୟ ଦଳ ଶ୍ରୀଲଙ୍କା ଗସ୍ତରେ ଯାଇ ୨ଟି ଟେଷ୍ଟ ମ୍ୟାଚ ସିରିଜ ଖେଳିବ। ଏହି ସିରିଜ ପାଇଁ ବିସିସିଆଇ (BCCI) ମଙ୍ଗଳବାର…

ବିଳାସପୂର୍ଣ୍ଣ ଆପାର୍ଟମେଣ୍ଟ କିଣିଲେ ବିରୁଷ୍କା: ଦାମ୍‌ ଜାଣିଲେ ଉଡ଼ିଯିବ ହୋଶ୍‌

ମୁମ୍ବାଇ,୨୭।୭:ଭାରତୀୟ କ୍ରିକେଟ କିମ୍ବଦନ୍ତୀ ବିରାଟ କୋହଲି ଏବଂ ବଲିଉଡ ଅଭିନେତ୍ରୀ ଅନୁଷ୍କା ଶର୍ମା ପୁଣି ଥରେ ଚର୍ଚ୍ଚାରେ ଅଛନ୍ତି। ଏହି ଦମ୍ପତି ମୁମ୍ବାଇର ଭର୍ସୋଭା ଅଞ୍ଚଳରେ ୧୯.୨୯…

ଏହି ଅଭିନେତ୍ରୀଙ୍କ ପ୍ରେମରେ ବୋଲ୍ଡ ହେଲେ ଅର୍ଶଦୀପ ସିଂ

ଭାରତୀୟ କ୍ରିକେଟ ଦଳର ଦ୍ରୁତ ବୋଲର ଅର୍ଶଦୀପ ସିଂହ ତାଙ୍କ ବ୍ୟକ୍ତିଗତ ଜୀବନକୁ ନେଇ ସମସ୍ତ କଳ୍ପନାଜଳ୍ପନାର ଅନ୍ତ ଘଟାଇଛନ୍ତି। ଅର୍ଶଦୀପ ଇନଷ୍ଟାଗ୍ରାମରେ ମଡେଲ ତଥା ଅଭିନେତ୍ରୀ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri