ବାହାର୍ଦ୍ଦାରେ ହେବ ସର୍ବବୃହତ୍‌ ମାଛ ମାର୍କେଟ୍‌

ବାଲେଶ୍ୱର ଅଫିସ/ବସ୍ତା, ୧୮।୮(ଡି.ଏନ.ଏ.): ବାଲେଶ୍ୱର ବାମପଦାସ୍ଥିତ ନୋସି ବିଜନେସ ପାର୍କ ସମ୍ମିଳନୀ କକ୍ଷରେ ରାଜ୍ୟ ମତ୍ସ୍ୟ ଓ ପ୍ରାଣୀସମ୍ପଦ ବିକାଶ ବିଭାଗ ଆନୁକୂଲ୍ୟରେ ଆୟୋଜିତ ବୈଠକରେ ବିଭାଗୀୟ ଅଧିକାରୀ, ପ୍ରଶାସନିକ ଅଧିକାରୀ, ମତ୍ସ୍ୟ ବ୍ୟବସାୟୀଙ୍କ ଉପସ୍ଥିତିରେ ବସ୍ତା ବ୍ଲକ ବାହାର୍ଦ୍ଦାଠାରେ ଅତ୍ୟାଧୁନିକ ପାଇକାରୀ(ହୋଲସେଲ) ସ୍ବାସ୍ଥ୍ୟକର ମାଛ ମାର୍କେଟ ସ୍ଥାପନ ନେଇ ଏକ ପରାମର୍ଶଭିତ୍ତିକ ଆଲୋଚନା ହୋଇଥିଲା। ଏଥିରେ ଉକ୍ତ ସ୍ଥାନରେ ୨୦ ଏକର ଜମିରେ ୫୦ କୋଟି ଟଙ୍କା ବ୍ୟୟ ଅଟକଳରେ ରାଜ୍ୟର ସର୍ବବୃହତ୍‌ ମାଛ ମାର୍କେଟ୍‌ ନିର୍ମାଣ କରାଯିବାର ସୂଚନା ଦିଆଯାଇଛି।

ଜିଲାପାଳ ଦତ୍ତାତ୍ରେୟ ଭାଉସାହେବ ଶିନ୍ଦେ ବୈଠକରେ ଅଧ୍ୟକ୍ଷତା କରି ମତ୍ସ୍ୟ ଓ ଆନୁଷଙ୍ଗିକ ବ୍ୟବସାୟ ସହିତ ଜଡ଼ିତ ବିଭିନ୍ନ ବର୍ଗର ବ୍ୟକ୍ତି ଓ ବ୍ୟବସାୟୀଙ୍କ ସହ ପାଇକାରୀ ମାଛ ମାର୍କେଟର ବିଭିନ୍ନ ଦିଗ ସମ୍ପର୍କରେ ଆଲୋଚନା କରାଯାଇଥିଲା। ବୈଠକରେ ବାଲେଶ୍ୱର ଜିଲା ସମେତ ରାଜ୍ୟର ଅନ୍ୟ ଉପକୂଳବର୍ତ୍ତୀ ଜିଲା ତଥା ପଡ଼ୋଶୀ ରାଜ୍ୟ ପଶ୍ଚିମବଙ୍ଗର ଦୀଘାରୁ ଆସିଥିବା ମତ୍ସ୍ୟ ବ୍ୟବସାୟୀମାନେ ଉପସ୍ଥିତ ରହି ଦୀଘା ଓ ପାରାଦୀପରେ ଥିବା ହୋଲସେଲ ମାଛ ମାର୍କେଟରେ ରହିଥିବା ବିଭିନ୍ନ ସୁବିଧା, ବ୍ୟବସ୍ଥା ସମ୍ପର୍କରେ ସୂଚନା ପ୍ରଦାନ କରିଥିଲେ। ସେହି ଆଧାରରେ ଏହି ପ୍ରସ୍ତାବିତ ମାଛ ମାର୍କେଟକୁ କିଭଳି ବିକଶିତ କରାଯାଇପାରିବ ସେ ସମ୍ପର୍କରେ ସେମାନଙ୍କର ସୁଚିନ୍ତିତ ମତାମତ ରଖିଥିଲେ। ପ୍ରାୟ ୨୦ ଏକର ଜମି ଉପରେ ନିର୍ମାଣ ହେବାକୁ ଥିବା ଏହି ହୋଲସେଲ ମାଛ ମାର୍କେଟରେ ନିଲାମ ଡାକିବା ପାଇଁ ଯଥେଷ୍ଟ ଖୋଲା ସ୍ଥାନ, ଉପଯୁକ୍ତ ଜଳ ନିଷ୍କାସନ ବ୍ୟବସ୍ଥା, ସମନ୍ବିତ ବରଫ କଳ ସ୍ଥାପନ, ମାଛ ସଂରକ୍ଷଣ ପାଇଁ ଉପଯୁକ୍ତ ଷ୍ଟୋରେଜ୍‌ ବ୍ୟବସ୍ଥା, ବାୟୁ ଚଳାଚଳ ବ୍ୟବସ୍ଥା, ବ୍ୟାଙ୍କ ଏବଂ ଏଟିଏମ ସୁବିଧା, ପ୍ରୋସେସିଂ ୟୁନିଟ୍‌, ଜାତୀୟ ରାଜପଥ ସହ ମାର୍କେଟକୁ ଯୋଡିବା ପାଇଁ ଆପ୍ରୋଚ ରୋଡ ବ୍ୟବସ୍ଥା, ରାଜ୍ୟ ସରକାର ଓ ପ୍ରଶାସନ ପକ୍ଷରୁ ସ୍ଥାନୀୟ ବ୍ୟବସାୟୀଙ୍କୁ ସୁହାଇଲା ଭଳି ନୀତି ପ୍ରଣୟନ ସହ ଅନ୍ୟାନ୍ୟ ପଦକ୍ଷେପ ନେବାକୁ ବୈଠକରେ ବ୍ୟବସାୟୀମାନେ ମତ ରଖିଥିଲେ। ରାଜ୍ୟ ମତ୍ସ୍ୟ ଓ ପ୍ରାଣୀସମ୍ପଦ ବିକାଶ ବିଭାଗ ଆନୁକୂଲ୍ୟରେ ଆୟୋଜିତ ବୈଠକରେ ବିଭାଗୀୟ ଅତିରିକ୍ତ ମତ୍ସ୍ୟ ନିର୍ଦ୍ଦେଶକ ଦେବାନନ୍ଦ ଭଞ୍ଜ ବୈଠକର ଆଭିମୁଖ୍ୟ ସମ୍ପର୍କରେ ବକ୍ତବ୍ୟ ରଖିବା ସହିତ ଜିଲା ପ୍ରଶାସନର ସହଯୋଗକୁ ପ୍ରଶଂସା କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ମତ୍ସ୍ୟ ଉପନିର୍ଦ୍ଦେଶକ (ସାମୁଦ୍ରିକ) ବସନ୍ତ କୁମାର ଦାସ, ବାଲେଶ୍ୱର ଜୋନ ମତ୍ସ୍ୟ ଉପନିର୍ଦ୍ଦେଶକ ସୁବ୍ରତ କୁମାର ଦାସଙ୍କ ସମେତ ଅନ୍ୟାନ୍ୟ ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ। ପୂର୍ବାହ୍ନରେ ମତ୍ସ୍ୟ ବିଭାଗର ଅଧିକାରୀଗଣ ଏବଂ ଜିଲା ତଥା ରାଜ୍ୟର ବିଭିନ୍ନ ଭାଗରୁ ଆସିଥିବା ମତ୍ସ୍ୟ ବ୍ୟବସାୟୀମାନେ ବାହାର୍ଦ୍ଦା ଯାଇ ପ୍ରସ୍ତାବିତ ମାଛ ମାର୍କେଟ ସ୍ଥାନକୁ ବୁଲି ଦେଖିଥିଲେ ା


Enter your email to get our daily news in your inbox.

All Right Reserved By Dharitri.Com

ମିଠା ଦୋକାନରେ ଭୟଙ୍କର ଅଗ୍ନିକାଣ୍ଡ

ଛତ୍ରପୁର,୧।୧୦,(ଦିଲ୍ଲୀପ ସାମଲ/ଦ୍ୱାରିକା ପଟ୍ଟନାୟକ): ଗୁରୁବାର ରାତି ପ୍ରାୟ ସାଢ଼େ ୧୦ଟାରେ ଛତ୍ରପୁର ମେନ୍‌ ରୋଡ଼ସ୍ଥିତ ଏକ ରାଜସ୍ଥାନ ମିଠା ଦୋକାନରେ ଭୟଙ୍କର ଅଗ୍ନିକାଣ୍ଡ ଘଟିଛି। ଫ୍ରିଜ୍‌ରରେ ସର୍ଟସର୍କିଟ…

ଦେଢ଼ମାସ ହେଲା ପିଇବା ପାଣିରୁ ବଞ୍ଚିତ ଗ୍ରାମବାସୀ, ପଞ୍ଚାୟତରେ ତାଲା ପକାଇଲେ ଗ୍ରାମବାସୀ

ନିରାକାରପୁର,୧ା୧୦(ମାନସ ଚନ୍ଦ୍ର ପଟ୍ଟନାୟକ): ଖୋର୍ଦ୍ଧା ବ୍ଲକ ଓରବରସିଂହ ପଞ୍ଚାୟତ ଅନ୍ତର୍ଗତ କୃଷ୍ଣପୁରରେ ଥିବା ପାନୀୟଜଳ ପ୍ରକଳ୍ପର ପାଇପ୍‌ ଅନେକ ସ୍ଥାନରେ ଫାଟି ଯାଇଥିବାରୁ ଦୀର୍ଘ ଦେଢ଼ମାସ ଧରି…

ବନ୍ୟା ପାଣିଘେରରେ ୧୫ପରିବାର, ପ୍ରଶାସନ ନୀରବ…

ମାର୍ଶାଘାଇ, ୧ା୧୦(ଶୁଭେନ୍ଦୁ ପ୍ରସାଦ ଚୌଧୁରୀ): ଲୁଣାନଦୀରେ ବନ୍ୟା ଆସି ମାର୍ଶଘାଇ ବ୍ଲକ ମଣିକୁଣ୍ଡା ପଞ୍ଚାୟତ ବାଲିକଷୋଟି ଘୋଲ ଅଞ୍ଚଳର ୧୫ପରିବାର ଗତ ୫ଦିନ ହେବ ପାଣିଘେରରେ ରହିଛନ୍ତି।…

ବନ୍ୟା ପ୍ରଭାବିତ ଅଞ୍ଚଳ ପରିଦର୍ଶନ କଲେ ମନ୍ତ୍ରୀ

ବରଗଡ଼,୧।୧୦(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲା ଅମ୍ବାଭୋନା ବ୍ଲକ ଅନ୍ତର୍ଗତ ଚିଖିଲି ସମେତ ବିଭିନ୍ନ ଗ୍ରାମରେ ଗତ ୨୭ ତାରିଖରୁ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଥିଲା। ଉପରମୁଣ୍ଡରେ ପ୍ରବଳ…

ନବୀନଙ୍କୁ ଭେଟିଲେ ହିଞ୍ଜିଳିର ବରିଷ୍ଠ ନେତା, କର୍ମୀ

ହିଞ୍ଜିଳିକାଟୁ,୧।୧୦ (ଦ୍ବିତୀକୃଷ୍ଣ ପଣ୍ଡା): ଗଞ୍ଜାମ ଜିଲା ହିଞ୍ଜିଳି ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଶେରଗଡ଼ ବ୍ଲକ, ହିଞ୍ଜିଳି ବ୍ଲକ ଓ ହିଞ୍ଜିଳିକାଟୁ ପୌରାଞ୍ଚଳର ବିଜୁ ଜନତା ଦଳ (ବିଜେଡି)ର…

ଘରୋଇ କଲେଜ ସିଲ୍‌ କଲା ପ୍ରଶାସନ, ତଦନ୍ତ ଆରମ୍ଭ

ବଲାଙ୍ଗୀର,୧।୧୦(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ସହରର ଶାନ୍ତିପଡ଼ାରେ ଥିବା ଏକ ଘରୋଇ କଲେଜରେ ଗୁରୁବାର ପ୍ରଶାସନିକ ଟିମ ଚଢ଼ାଉ କରିଥିଲା। ଡିସିପିଓ, cwc, ପୋଲିସ ଓ ଶିକ୍ଷା…

ଯୁବକଙ୍କୁ ଆକ୍ରମଣ ପରେ ଛିନ ତାଇ ଘଟଣା: ଜଣେ ଅଭିଯୁକ୍ତ ଗଲେ ଜେଲ, ସମ୍ପୃକ୍ତ ୩ ନାବାଳକ ଗଲେ ବାଳ ସୁଧାର ଗୃହ

ଦିଗପହଣ୍ଡି,୧।୧୦(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ଚୁଡୁଙ୍ଗପୁର ଗ୍ରାମ ଶ୍ରୀ ଗଣେଶ ମନ୍ଦିର ସମ୍ମୁଖ ୩୨୬ ନଂ ଜାତୀୟ ରାଜପଥରେ ବାଇକ ଅଟକାଇ ବୁଗୁଡ଼ା…

ମା’ ତାରାତାରିଣୀ ପୀଠରେ ଷୋଡ଼ଶ ପୂଜା ଲାଗି ପ୍ରସ୍ତୁତି ଆରମ୍ଭ, ଭକ୍ତଙ୍କ ଦର୍ଶନ, ସୁରକ୍ଷାକୁ ଗୁରୁତ୍ୱ

ପୁରୁଷୋତ୍ତମପୁର,୧।୧୦(ସବିତା ମିଶ୍ର): ଗଞ୍ଜାମ ଜିଲାର ପ୍ରସିଦ୍ଧ ଅଧିଷ୍ଠାତ୍ରୀ ଦେବୀ ମା’ ତାରାତାରିଣୀଙ୍କ ପୀଠରେ ଆସନ୍ତା ୩ ତାରିଖରୁ ଆରମ୍ଭ ହେବାକୁ ଥିବା ଷୋଡଶ ପୂଜାକୁ ନେଇ ପ୍ରଶାସନ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?