ବାହାର୍ଦ୍ଦାରେ ହେବ ସର୍ବବୃହତ୍‌ ମାଛ ମାର୍କେଟ୍‌

ବାଲେଶ୍ୱର ଅଫିସ/ବସ୍ତା, ୧୮।୮(ଡି.ଏନ.ଏ.): ବାଲେଶ୍ୱର ବାମପଦାସ୍ଥିତ ନୋସି ବିଜନେସ ପାର୍କ ସମ୍ମିଳନୀ କକ୍ଷରେ ରାଜ୍ୟ ମତ୍ସ୍ୟ ଓ ପ୍ରାଣୀସମ୍ପଦ ବିକାଶ ବିଭାଗ ଆନୁକୂଲ୍ୟରେ ଆୟୋଜିତ ବୈଠକରେ ବିଭାଗୀୟ ଅଧିକାରୀ, ପ୍ରଶାସନିକ ଅଧିକାରୀ, ମତ୍ସ୍ୟ ବ୍ୟବସାୟୀଙ୍କ ଉପସ୍ଥିତିରେ ବସ୍ତା ବ୍ଲକ ବାହାର୍ଦ୍ଦାଠାରେ ଅତ୍ୟାଧୁନିକ ପାଇକାରୀ(ହୋଲସେଲ) ସ୍ବାସ୍ଥ୍ୟକର ମାଛ ମାର୍କେଟ ସ୍ଥାପନ ନେଇ ଏକ ପରାମର୍ଶଭିତ୍ତିକ ଆଲୋଚନା ହୋଇଥିଲା। ଏଥିରେ ଉକ୍ତ ସ୍ଥାନରେ ୨୦ ଏକର ଜମିରେ ୫୦ କୋଟି ଟଙ୍କା ବ୍ୟୟ ଅଟକଳରେ ରାଜ୍ୟର ସର୍ବବୃହତ୍‌ ମାଛ ମାର୍କେଟ୍‌ ନିର୍ମାଣ କରାଯିବାର ସୂଚନା ଦିଆଯାଇଛି।

ଜିଲାପାଳ ଦତ୍ତାତ୍ରେୟ ଭାଉସାହେବ ଶିନ୍ଦେ ବୈଠକରେ ଅଧ୍ୟକ୍ଷତା କରି ମତ୍ସ୍ୟ ଓ ଆନୁଷଙ୍ଗିକ ବ୍ୟବସାୟ ସହିତ ଜଡ଼ିତ ବିଭିନ୍ନ ବର୍ଗର ବ୍ୟକ୍ତି ଓ ବ୍ୟବସାୟୀଙ୍କ ସହ ପାଇକାରୀ ମାଛ ମାର୍କେଟର ବିଭିନ୍ନ ଦିଗ ସମ୍ପର୍କରେ ଆଲୋଚନା କରାଯାଇଥିଲା। ବୈଠକରେ ବାଲେଶ୍ୱର ଜିଲା ସମେତ ରାଜ୍ୟର ଅନ୍ୟ ଉପକୂଳବର୍ତ୍ତୀ ଜିଲା ତଥା ପଡ଼ୋଶୀ ରାଜ୍ୟ ପଶ୍ଚିମବଙ୍ଗର ଦୀଘାରୁ ଆସିଥିବା ମତ୍ସ୍ୟ ବ୍ୟବସାୟୀମାନେ ଉପସ୍ଥିତ ରହି ଦୀଘା ଓ ପାରାଦୀପରେ ଥିବା ହୋଲସେଲ ମାଛ ମାର୍କେଟରେ ରହିଥିବା ବିଭିନ୍ନ ସୁବିଧା, ବ୍ୟବସ୍ଥା ସମ୍ପର୍କରେ ସୂଚନା ପ୍ରଦାନ କରିଥିଲେ। ସେହି ଆଧାରରେ ଏହି ପ୍ରସ୍ତାବିତ ମାଛ ମାର୍କେଟକୁ କିଭଳି ବିକଶିତ କରାଯାଇପାରିବ ସେ ସମ୍ପର୍କରେ ସେମାନଙ୍କର ସୁଚିନ୍ତିତ ମତାମତ ରଖିଥିଲେ। ପ୍ରାୟ ୨୦ ଏକର ଜମି ଉପରେ ନିର୍ମାଣ ହେବାକୁ ଥିବା ଏହି ହୋଲସେଲ ମାଛ ମାର୍କେଟରେ ନିଲାମ ଡାକିବା ପାଇଁ ଯଥେଷ୍ଟ ଖୋଲା ସ୍ଥାନ, ଉପଯୁକ୍ତ ଜଳ ନିଷ୍କାସନ ବ୍ୟବସ୍ଥା, ସମନ୍ବିତ ବରଫ କଳ ସ୍ଥାପନ, ମାଛ ସଂରକ୍ଷଣ ପାଇଁ ଉପଯୁକ୍ତ ଷ୍ଟୋରେଜ୍‌ ବ୍ୟବସ୍ଥା, ବାୟୁ ଚଳାଚଳ ବ୍ୟବସ୍ଥା, ବ୍ୟାଙ୍କ ଏବଂ ଏଟିଏମ ସୁବିଧା, ପ୍ରୋସେସିଂ ୟୁନିଟ୍‌, ଜାତୀୟ ରାଜପଥ ସହ ମାର୍କେଟକୁ ଯୋଡିବା ପାଇଁ ଆପ୍ରୋଚ ରୋଡ ବ୍ୟବସ୍ଥା, ରାଜ୍ୟ ସରକାର ଓ ପ୍ରଶାସନ ପକ୍ଷରୁ ସ୍ଥାନୀୟ ବ୍ୟବସାୟୀଙ୍କୁ ସୁହାଇଲା ଭଳି ନୀତି ପ୍ରଣୟନ ସହ ଅନ୍ୟାନ୍ୟ ପଦକ୍ଷେପ ନେବାକୁ ବୈଠକରେ ବ୍ୟବସାୟୀମାନେ ମତ ରଖିଥିଲେ। ରାଜ୍ୟ ମତ୍ସ୍ୟ ଓ ପ୍ରାଣୀସମ୍ପଦ ବିକାଶ ବିଭାଗ ଆନୁକୂଲ୍ୟରେ ଆୟୋଜିତ ବୈଠକରେ ବିଭାଗୀୟ ଅତିରିକ୍ତ ମତ୍ସ୍ୟ ନିର୍ଦ୍ଦେଶକ ଦେବାନନ୍ଦ ଭଞ୍ଜ ବୈଠକର ଆଭିମୁଖ୍ୟ ସମ୍ପର୍କରେ ବକ୍ତବ୍ୟ ରଖିବା ସହିତ ଜିଲା ପ୍ରଶାସନର ସହଯୋଗକୁ ପ୍ରଶଂସା କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ମତ୍ସ୍ୟ ଉପନିର୍ଦ୍ଦେଶକ (ସାମୁଦ୍ରିକ) ବସନ୍ତ କୁମାର ଦାସ, ବାଲେଶ୍ୱର ଜୋନ ମତ୍ସ୍ୟ ଉପନିର୍ଦ୍ଦେଶକ ସୁବ୍ରତ କୁମାର ଦାସଙ୍କ ସମେତ ଅନ୍ୟାନ୍ୟ ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ। ପୂର୍ବାହ୍ନରେ ମତ୍ସ୍ୟ ବିଭାଗର ଅଧିକାରୀଗଣ ଏବଂ ଜିଲା ତଥା ରାଜ୍ୟର ବିଭିନ୍ନ ଭାଗରୁ ଆସିଥିବା ମତ୍ସ୍ୟ ବ୍ୟବସାୟୀମାନେ ବାହାର୍ଦ୍ଦା ଯାଇ ପ୍ରସ୍ତାବିତ ମାଛ ମାର୍କେଟ ସ୍ଥାନକୁ ବୁଲି ଦେଖିଥିଲେ ା


Enter your email to get our daily news in your inbox.

All Right Reserved By Dharitri.Com

ବାପାଙ୍କ ଶୁଦ୍ଧିକ୍ରିୟା ପାଇଁ ଗାଁକୁ ଯାଇଥିଲେ, ଘରେ ବୁଲିଲା କଳାକନା

ବାସୁଦେବପୁର,୨୫ା୪(ନାରାୟଣ ପ୍ରସାଦ ବାରିକ୍‌): ବାପାଙ୍କ ଶୁଦ୍ଧିକ୍ରିୟାକୁ ଯାଇଥିଲେ। ଏପଟେ ଘରେ କଳାକନା ବୁଲାଇ ଦେଲେ ଚୋର। ବାସୁଦେବପୁର ପୌରପାଳିକାର ବିଦ୍ୟୁତ୍‌ ମାର୍ଗରେ ବୁଧବାର ରାତିରେ ଏଭଳି...

ପଦ୍ମ ଧରିବା ପରେ ପ୍ରବୋଧଙ୍କୁ ସ୍ବାଗତ କଲା ଭାଜପା, ମିଳିବ କି’ ଟିକେଟ

ଭୁବନେଶ୍ୱର,୨୫।୪: କଂଗ୍ରେସରୁ ଇସ୍ତଫା ପରେ ଭାଜପାର ସାମିଲ ହୋଇଛନ୍ତି ପୂର୍ବତନ ହକି ତାରକା ପ୍ରବୋଧ ତିର୍କୀ । ଏହି ଅବସରରେ ଭାଜପା ଶୀର୍ଷ ନେତୃତ୍ୱ ଫୁଳତୋଡା...

ମିଶ୍ରଣ ପର୍ବରେ ବିଜେଡି କର୍ମୀଙ୍କୁ ଟାର୍ଗେଟ୍‌ କଲେ କଂଗ୍ରେସ କର୍ମୀ

ମୋରଡ଼ା,୨୫ା୪(ସ୍ମାରକ ମାଜୀ): ଆଗାମୀ ସାଧାରଣ ନିର୍ବାଚନ ପାଇଁ କଂଗ୍ରେସ ବଳ ଗୋଟାଇବାରେ ଲାଗିଛି। ଏହି ପରିପ୍ରେକ୍ଷୀରେ ଗୁରୁବାର ମୋରଡା ବ୍ଲକ ଅଧୀନ କଲରାଫୁଲିଆସ୍ଥିତ କଂଗ୍ରେସ କାର୍ଯ୍ୟାଳୟରେ...

ପୋଖରୀରେ ଗାଧୋଇବା ବେଳେ ବୁଡ଼ିଗଲେ ଦୁଇ ଭଉଣୀ

ଗୋପ,୨୫ା୪(ଭାରତୀ ଭୂଷଣ): ପୋଖରୀରେ ଗାଧୋଇବା ହେଲା କାଳ। ଦୁଇ ଭଉଣୀ ଗୁରୁବାର ପୋଖରୀରେ ବୁଡ଼ି ମୃତ୍ୟୁବରଣ କରିଛନ୍ତି। ପୁରୀ ଜିଲା ଗୋପ ଥାନା ଡଭାର ଗାଁରେ...

ପୁରୀରେ ପହଞ୍ଚିଲା ତୃତୀୟ ପର୍ଯ୍ୟାୟ ରଥକାଠ

ପୁରୀ,୨୫ା୪: ପ୍ରଭୁ ଶ୍ରୀଜଗନ୍ନାଥଙ୍କ ବିଶ୍ବ ପ୍ରସିଦ୍ଧ ରଥଯାତ୍ରା ପାଇଁ ନୟାଗଡ଼ରୁ ତୃତୀୟ ପର୍ଯ୍ୟାୟ ରଥକାଠ ଆସି ବଡ଼ଦାଣ୍ଡସ୍ଥିତ ରଥଖଳାରେ ପହଞ୍ଚିଛି। ଆସିଥିବା କାଠରେ ୨୩ ଖଣ୍ଡ...

ନିଜେ ପଞ୍ଚମ ଫେଲ୍, ଚାକିରି ଦେବା ଆଳରେ ଠକିନେଲେ ୨କୋଟିରୁ ଊର୍ଦ୍ଧ୍ୱ ଟଙ୍କା 

ସୋର, ୨୫।୪: (ଜନ୍ମେଜୟ ମିଶ୍ର): ଚାକିରି କରାଇ ଦେବାର ଆଳ ଦେଖାଇ ବାଲେଶ୍ୱର ଜିଲା ସୋର ଅଞ୍ଚଳର ଜଣେ ଯୁବକ ବିଭିନ୍ନ ଲୋକଙ୍କଠାରୁ ୨କୋଟିରୁ ଊର୍ଦ୍ଧ୍ୱ...

ନିଜ ଦେହରେ କିରୋସିନ ଢାଳି ନିଆଁ ଲଗାଇ ଦେଲେ ମହିଳା, ରକ୍ଷା କରିବାକୁ ଯାଇ ସ୍ବାମୀ ଗୁରୁତର

କେନ୍ଦୁଝର,୨୫ା୪(ନରେଶ ଚନ୍ଦ୍ର ପଟ୍ଟନାୟକ): କେନ୍ଦୁଝର ଜିଲା ଆନନ୍ଦପୁର ଥାନା କାଠକଟା ଗାଁରେ ବୁଧବାର ବିଳମ୍ବିତ ରାତିରେ ଏକ ଅଭାବନୀୟ ଘଟଣା ଘଟିଛି। ପରିବାରିକ କଳହରୁ ଜଣେ...

ଅମରେନ୍ଦ୍ରଙ୍କୁ ଖୋଲା ଚ୍ୟାଲେଞ୍ଜ କଲେ ଚିରଞ୍ଜୀବ

ଜଗତ୍‌ସିଂହପୁର, ୨୫ା୪(ପ୍ରମୋଦ କୁମାର ନାୟକ)ବରିଷ୍ଠ କଂଗ୍ରେସ ନେତା ଚିରଞ୍ଜୀବ ବିଶ୍ୱାଳ ଦଳ ଛାଡ଼ି ବିଜେଡିରେ ମିଶିଥିଲେ ସୁଦ୍ଧା ୨୦୨୪ ସାଧାରଣ ନିର୍ବାଚନରେ ପ୍ରାର୍ଥୀ ହୋଇନାହାନ୍ତି। କିନ୍ତୁ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri