ରାସ୍ତା ଖରାପ, ଆମ୍ବୁଲାନ୍ସକୁ ଟାଣିଲା ଟ୍ରାକ୍ଟର

ପଲସାଗୋରା,୨୫।୭(ଅଶ୍ୱିନୀ କୁମାର ନନ୍ଦ): ବୌଦ୍ଧ ଜିଲା କଣ୍ଟାମାଳ ବ୍ଲକ ଘଣ୍ଟାପଡା ପଞ୍ଚାୟତର ତବଡ଼ା-ବିରାମୁଣ୍ଡା ରାସ୍ତା ଅବସ୍ଥା ଶୋଚନୀୟ ହୋଇପଡିଛି। ଲୋକଙ୍କ ଗମନାଗମନ ପାଇଁ ସରକାରଙ୍କ ପକ୍ଷରୁ କୋଟି କୋଟି ଟଙ୍କା ବ୍ୟୟରେ ରାସ୍ତା ନିର୍ମାଣ ହେଉଥିବା ବେଳେ ବିରାମୁଣ୍ଡା ଗ୍ରାମବାସୀଙ୍କ ପାଇଁ ତାହା ସାତସପନ ହୋଇଛି। ପ୍ରଶାସନର ଦୂରଦୃଷ୍ଟି ଅଭାବରୁ ସ୍ବାଧୀନତାର ୭୯ ବର୍ଷ ପରେ ଏଠାକାର ଜନସାଧାରଣ ମୌଳିକ ସୁବିଧାରୁ ବଞ୍ଚତ୍ତ ହୋଇଛନ୍ତି। ଅସରାଏ ବର୍ଷା ହେଲେ ଗ୍ରାମବାସୀ ନାହିଁ ନ ଥିବା ଅସୁବିଧା ଭୋଗୁଛନ୍ତି। ରାସ୍ତା ଅବସ୍ଥା ଏଭଳି ହୋଇଛି ଯେ ଯିବାଆସିବା କରିବା କଷ୍ଟକର ହୋଇପଡିଛି। ବିରାମୁଣ୍ଡା ଗ୍ରାମର ତୁଲ ନାୟକଙ୍କ ମୃତଦେହ ବୁଧବାର ଗାଁକୁ ଆସୁଥିବା ବେଳେ ଆମ୍ବୁଲାନ୍ସଟି ଉକ୍ତ ରାସ୍ତାରେ କାଦୁଅରେ ଫସିଯାଇଥିଲା। ଫଳରେ ଆମ୍ବୁଲାନ୍ସ ବିରାମୁଣ୍ଡା ଗାଁକୁ ପହଞ୍ଚି ପାରି ନ ଥିଲା। ଲୋକେ ମୃତଦେହକୁ ଖଟିଆରେ ବୋହି ନେବାକୁ ବାଧ୍ୟ ହୋଇଥିଲେ। ରାତିସାରା ଆମ୍ବୁଲାନ୍ସ ରାସ୍ତାରେ ପଡିରହିଥିଲା। ଗୁରୁବାର ସକାଳୁ ଟ୍ରାକ୍ଟର ସାହାଯ୍ୟରେ ଆମ୍ବୁଲାନ୍ସକୁ କାଦୁଅରୁ ବାହାରକୁ ଅଣାଯାଇଥିଲା। ତୁରନ୍ତ ଉକ୍ତ ରାସ୍ତା ମରାମତି କରିବାକୁ ସାଧାରଣରେ ଦାବି ହେଉଛି।


Enter your email to get our daily news in your inbox.

All Right Reserved By Dharitri.Com

ବେକରେ ଓଢ଼ଣୀ ବାନ୍ଧି ଝୁଲିପଡ଼ିଲେ ଦଶମ ଶ୍ରେଣୀ ଛାତ୍ରୀ, ପଢ଼ା ଖାତା ଜବତ କରି ପୋଲିସ…

ଝରିଗାଁ,୫ା୮(କିଶୋର ଚନ୍ଦ୍ର ମଣ୍ଡଳ): ବେକରେ ଓଢ଼ଣୀ ଦେଇ ଝୁଲି ପଡ଼ିଛନ୍ତି ଜଣେ ଦଶମ ଶ୍ରେଣୀ ଛାତ୍ରୀ। ନବରଙ୍ଗପୁର ଜିଲା ଝରିଗାଁ ବ୍ଲକ ଚଚା ପଞ୍ଚାୟତ ଅନ୍ତର୍ଗତ ଗବାଗୁଡ଼ା…

ସୁପ୍ରିମକୋର୍ଟ ଛାତ୍ରମାନଙ୍କ ବିରୁଦ୍ଧରେ କଠୋର କାର୍ଯ୍ୟାନୁଷ୍ଠାନ ସପକ୍ଷରେ ନାହାନ୍ତି

ନୂଆଦିଲ୍ଲୀ,୫।୮: ଜଣେ ଆବେଦନକାରୀ କୌଣସି ରାଜନୈତିକ ସମାଧାନ ଆଧାରରେ ଛାତ୍ର ପ୍ରତିବାଦ ସମୟରେ ବିଶୃଙ୍ଖଳା ସମ୍ବନ୍ଧୀୟ ମାମଲା ପ୍ରତ୍ୟାହାର କରିବାକୁ ବିରୋଧ କରିଛନ୍ତି। ଆବେଦନରେ ଆୟୋଜକଙ୍କ ଉପରେ…

ଫିଲ୍ମ ନା ଆଉ କିଛି…କେଉଁଥିରୁ ଏତେଟଙ୍କା କମାନ୍ତି ଉଦୟନିଧି ଷ୍ଟାଲିନ୍‌? ଜାଣନ୍ତୁ ନେଟଓ଼୍ବର୍ଥ

ନୂଆଦିଲ୍ଲୀ,୫।୮: ତାମିଲନାଡୁ ରାଜନୀତିରେ ଆଜିକାଲି ପ୍ରବଳ ହଲଚଲ ଦେଖିବାକୁ ମିଳୁଛି। ତାଞ୍ଜାଭୁରରେ ଆୟୋଜିତ ଏକ ଜନସଭା ସମୟରେ ଅଭିନେତ୍ରୀ ତ୍ରିଷା କୃଷ୍ଣନଙ୍କୁ ନେଇ ଦିଆଯାଇଥିବା ବିବାଦୀୟ ବକ୍ତବ୍ୟ…

ପ୍ରଥମ ଶ୍ରେଣୀ ସାହିତ୍ୟ ବହିରେ ପୁଣି ତ୍ରୁଟି; ‘ଅ’ ‘ଆ’ ବଦଳରେ ‘ଚ’ ରୁ ଆରମ୍ଭ ବର୍ଣ୍ଣମାଳା, ସରକାର କହିଲେ…

ଭୁବନେଶ୍ବର,୫।୮: ପ୍ରଥମ ଶ୍ରେଣୀ ସାହିତ୍ୟ ବହିରେ ତ୍ରୁଟି ସାମ୍ନାକୁ ଆସିଛି । ସଂଶୋଧନ ପରେ ତ୍ରୁଟିକୁ ନେଇ ପୁଣିଥରେ ଚର୍ଚ୍ଚା ଆରମ୍ଭ ହୋଇଛି । ଅ ଆ…

‘ମୁଁ ଏମକେ ଷ୍ଟାଲିନଙ୍କ ପୁଅ…,’କାହିଁକି ଏମିତି କହିଲେ ଉଦୟନିଧି? ଏବେ ବିଜୟଙ୍କୁ କଲେଣି ଟାର୍ଗେଟ

ଚେନ୍ନାଇ,୫।୮: ଅଭିନେତ୍ରୀ ତ୍ରିଶାଙ୍କ ବିଷୟରେ ଦୁଇ-ଆକ୍ଷେପ ମନ୍ତବ୍ୟ ଦେବା ଅଭିଯୋଗରେ ଗିରଫ ହେବାର କିଛି ଘଣ୍ଟା ପରେ ଉଦୟନିଧି ଷ୍ଟାଲିନଙ୍କୁ କୋର୍ଟରୁ ଆଶ୍ୱସ୍ତି ମିଳିଥିଲା। ମୁକ୍ତି ପରେ…

ଜିଲାରେ ୫୦୦ରୁ ଅଧିକ ଉଠା ଜଳସେଚନ ପମ୍ପ୍‌ ଅଚଳ: ଚିନ୍ତାରେ ଚାଷୀ

ଛତ୍ରପୁର,୫ା୮(ଦିଲ୍ଲୀପ ସାମଲ/ଦ୍ୱାରିକା ପଟ୍ଟନାୟକ): ଗଞ୍ଜାମ ଏକ କୃଷି ପ୍ରଧାନ ଜିଲା ଅଟେ। କୃଷକ ଓ ଶ୍ରମିକ ପ୍ରାୟ ୮୦% ଲୋକ କୃଷି ଉପରେ ନିର୍ଭର କରି ପରିବାର…

କେସିଙ୍ଗାରେ ମଶାଙ୍କ ପ୍ରାଦୁର୍ଭାବ: ପ୍ରତି ଡ୍ରେନ୍‌ରେ ପକାଯାଉଛି ମଶାତେଲ

କେସିଙ୍ଗା,୫ା୮(ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲା କେସିଙ୍ଗା ଏନ୍‌ଏ୍‌ସିର ୧୨ଟି ଓ୍ବାର୍ଡରେ ମଶା ନିବାରଣ ପାଇଁ ଏନ୍‌ଏସି ପକ୍ଷରୁ ବିଭିନ୍ନ ଗଳିକନ୍ଦିରେ ଥିବା ପ୍ରତିଟି ଡ୍ରେନ୍‌ରେ ମଶାତେଲ ପକାଯାଉଛି।…

କାରଣ ଖୋଜୁଛି ଦଳ? ପରାଜୟ ପରେ ମୁଖ୍ୟମନ୍ତ୍ରୀଙ୍କ ଉପସ୍ଥିତିରେ ଭାଜପାର ବଡ଼ ବୈଠକ

ପାଟନା,୫।୮: ବଡ଼ ପରାଜୟ ପରେ, ଭାଜପା ଆଜି (ବୁଧବାର) ପାଟନାସ୍ଥିତ ରାଜ୍ୟ କାର୍ଯ୍ୟାଳୟରେ ଏକ ସମୀକ୍ଷା ବୈଠକ କରିଛି। ମୁଖ୍ୟମନ୍ତ୍ରୀ ସମ୍ରାଟ ଚୌଧୁରୀଙ୍କ ସମେତ ନେତାମାନେ ବୈଠକରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri