Posted inଜାତୀୟ

ଛାତ୍ରୀଛାତ୍ରମାନଙ୍କ ମନରେ ଖରାପ ପ୍ରଭାବ ପକାଇବାକୁ ଦିଆଯିବ ନାହିଁ, ପାଠ୍ୟକ୍ରମରେ ପରିବର୍ତ୍ତନ ପାଇଁ ଶିକ୍ଷା ମନ୍ତ୍ରୀଙ୍କ ସଙ୍କେତ…

ବେଙ୍ଗାଲୁରୁ,୩୦।୫ : ମଙ୍ଗଳବାର କର୍ନାଟକର ନବନିଯୁକ୍ତ ପ୍ରାଥମିକ ଓ ମାଧ୍ୟମିକ ଶିକ୍ଷା ମନ୍ତ୍ରୀ ମଧୁ ବଙ୍ଗାରପ୍ପା ସଙ୍କେତ ଦେଇଛନ୍ତି ଛାତ୍ରୀଛାତ୍ରଙ୍କ ସ୍ବାର୍ଥକୁ ଦୃଷ୍ଟିରେ ରଖି ଆଗାମୀ ଦିନରେ ସ୍କୁଲ ପାଠ୍ୟକ୍ରମ ସଂଶୋଧନ କରାଯାଇପାରେ। ହିଜାବ ନିଷେଧାଦେଶ ହଟାଇବାକୁ ନେଇ ସେ କୌଣସି ମନ୍ତବ୍ୟ ଦେବାକୁ ମନା କରି ଦେଇଛନ୍ତି। ଏହି ମାମଲା କୋର୍ଟରେ ବିଚାରାଧୀନ ରହିଛି। ରାଷ୍ଟ୍ରୀୟ ଶିକ୍ଷା ନୀତିକୁ ରଦ୍ଦ କରିବା ପାଇଁ ସରକାରଙ୍କ ଯୋଜନା ଉପରେ ଉତ୍ତରକୁ ଅପେକ୍ଷା କରିବାକୁ ସେ କହିଛନ୍ତି।

ଭାଜପା ସରକାର ସମୟରେ ବିଦ୍ୟାଳୟ ପାଠ୍ୟପୁସ୍ତକରେ ପରିବର୍ତ୍ତନ କରାଯାଇଥିଲା। କଂଗ୍ରେସ ଏହାର ନିର୍ବାଚନୀ ଇସ୍ତାହାରରେ ସ୍କୁଲ ପାଠ୍ୟପୁସ୍ତକରେ କରାଯାଇଥିବା ପରିବର୍ତ୍ତନଗୁଡ଼ିକୁ ଫେରାଇ ଆଣିବାକୁ ପ୍ରତିଶୃତି ଦେଇଥିଲା। ଦଳ ମଧ୍ୟ ଶିକ୍ଷାନୀତିକୁ ରଦ୍ଦ କରିବାକୁ ପ୍ରତିଶୃତି ଦେଇଥିଲା। ବଙ୍ଗାରପ୍ପା କହିଛନ୍ତି, ମୁଁ କଂଗ୍ରେସର ମନିଫେଷ୍ଟୋ କମିଟିର ଉପାଧ୍ୟକ୍ଷ ଥିଲି ଏବଂ ମନିଫେଷ୍ଟୋରେ ଆମେ ସ୍ପଷ୍ଟ ଭାବରେ କହିଥିଲୁ ଛାତ୍ରୀଛାତ୍ରଙ୍କ ଭବିଷ୍ୟତକୁ ଦୃଷ୍ଟିରେ ରଖି ପାଠ୍ୟ ପୁସ୍ତକରେ ସଂଶୋଧନ କରାଯିବ। ଆମେ ଚାହୁଁନାହୁଁ ସେମାନଙ୍କ ମନ ପ୍ରଦୂଷିତ ହେଉ। ସେମାନଙ୍କ ମନରେ ଖରାପ ପ୍ରଭାବ ପକାଇବାକୁ ଦିଆଯିବ ନାହିଁ।

ଖବରଦାତାମାନଙ୍କ ସହ କଥାବାର୍ତ୍ତା କରି ସେ କହିଛନ୍ତି ଆମେ ଏହା ମଧ୍ୟ କହିସାରିଛୁ ଛାତ୍ରୀଛାତ୍ରମାନେ ଶିକ୍ଷିତ ହେବା ପାଇଁ ବିଦ୍ୟାଳୟକୁ ଆସନ୍ତି ଏବଂ ଆମେ ଏଥିରେ କୌଣସି ବିଶୃଙ୍ଖଳା ଚାହୁଁନାହୁଁ। ସରକାର କିମ୍ବା ମୁଁ କିମ୍ବା ଅଧିକାରୀ କିମ୍ବା ବ୍ୟବସ୍ଥାରେ କୌଣସି ଭୁଲ ହେବା ଉଚିତ ନୁହେଁ। ଆମେ ଏକ ପ୍ରତିଶ୍ରୁତି ଦେଇଛୁ।

ବୁଧବାରଠାରୁ ବିଦ୍ୟାଳୟ ଆରମ୍ଭ ହେବା ପାଇଁ କିଛି ପରିମାଣରେ ପାଠ୍ୟପୁସ୍ତକ ପଠାଯାଇଛି। ବର୍ତ୍ତମାନ ଆମ ସମ୍ମୁଖରେ ଆହ୍ବାନ ହେଉଛି ଛାତ୍ରୀଛାତ୍ରମାନଙ୍କର ଅଧ୍ୟୟନ ଯେଭଳି ପ୍ରଭାବିତ ନ ହେବ ସେଥି ପାଇଁ ଆମେ ଏହାର ଯତ୍ନ ନେବା। ମୁଖ୍ୟମନ୍ତ୍ରୀ ଏବଂ ଉପମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶରେ ମନିଫେଷ୍ଟର ପ୍ରତିବଦ୍ଧତା ଆଗକୁ ବଢ଼ାଯିବ।

ଏହାପୂର୍ବରୁ ମୁଖ୍ୟମନ୍ତ୍ରୀ ସିଦ୍ଦାରାମାୟା ସୋମବାର କହିଥିଲେ ପାଠ ମାଧ୍ୟମରେ ପିଲାମାନଙ୍କ ମନକୁ ପ୍ରଦୂଷିତ କରୁଥିବା କାର୍ଯ୍ୟକୁ କ୍ଷମା କରାଯାଇପାରିବ ନାହିଁ। ଶିକ୍ଷାବର୍ଷ ଆରମ୍ଭ ହୋଇଛି, ଆମେ ଏନେଇ ଆଲୋଚନା କରିବୁ ଏବଂ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବୁ ଯାହା ଦ୍ୱାରା ପିଲାମାନଙ୍କର ଶିକ୍ଷା ବାଧାପ୍ରାପ୍ତ ହେବ ନାହିଁ। ଶିକ୍ଷାନୀତି ନାମରେ ଶିକ୍ଷା କ୍ଷେତ୍ରରେ ଅପମିଶ୍ରଣକୁ ଅନୁମତି ଦିଆଯିବ ନାହିଁ। ଏ ବାବଦରେ ପୁଣି ଥରେ ଏକ ପୃଥକ ବୈଠକ ଡକାଯିବ ଯାହା ଦ୍ୱାରା ଏହା ବିସ୍ତୃତ ଭାବରେ ଆଲୋଚନା ହୋଇପାରିବ ଏବଂ କଠୋର ନିଷ୍ପତ୍ତି ନିଆଯାଇପାରିବ ।

ବଙ୍ଗାରପ୍ପା କହିଛନ୍ତି ସେ ମୁଖ୍ୟମନ୍ତ୍ରୀଙ୍କ ସହ ଏକ ରାଉଣ୍ଡ ଆଲୋଚନା କରିସାରିଛନ୍ତି ଏବଂ ସେ ଏନେଇ ଏକ ଟିମ ଗଠନ କରିବେ। ସେ କହିଛନ୍ତି ମୁଁ ବର୍ତ୍ତମାନ ଏହା ବିଷୟରେ ଅଧିକ କିଛି ପ୍ରକାଶ କରିପାରିବି ନାହିଁ, ଜୁନ ୧ ରେ କ୍ୟାବିନେଟ ବୈଠକ ଅନୁଷ୍ଠିତ ହେବାକୁ ଯାଉଛି ଏବଂ ଅଧିକ ବିବରଣୀ ସେଦିନ ମିଳିପାରେ।

ପୂର୍ବ ସରକାର ସମୟରେ ପାଠ୍ୟପୁସ୍ତକକୁ ନେଇ ବିବାଦ ଦେଖାଦେଇଥିଲା, ବିରୋଧୀ କଂଗ୍ରେସ ଏବଂ କିଛି ଲେଖକ ତତ୍କାଳୀନ ପାଠ୍ୟ ପୁସ୍ତକ ସମୀକ୍ଷା କମିଟି ମୁଖ୍ୟ ରୋହିତ ଚକ୍ରବର୍ତ୍ତୀଙ୍କ ବହିଷ୍କାର ଦାବି କରିଥିଲେ। ଯେଉଁଥିରେ ଆରଏସଏସର ପ୍ରତିଷ୍ଠାତା କେଶବ ବଲିରାମ ହେଡଗେୟାରଙ୍କ ଭାଷଣକୁ ଅଧ୍ୟାୟ ଭାବରେ ଅନ୍ତର୍ଭୁକ୍ତ କରାଯାଇଥିଲା। ବିଦ୍ୟାଳୟ ପାଠ୍ୟପୁସ୍ତକରେ ସ୍ବାଧୀନତା ସଂଗ୍ରାମୀ, ସାମାଜିକ ସଂସ୍କାରକ ପରି ବିଶିଷ୍ଟ ବ୍ୟକ୍ତିତ୍ୱ ଉପରେ ଅଧ୍ୟାୟ ହଟାଇ ଦିଆଯାଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?