Posted inଫୁରସତ

ହାତୀଛୁଆର ଜନ୍ମଦିନ: ସାମିଲ ଥିଲେ ୧୫ ହାତୀ, ଭିଡିଓ ଭାଇରାଲ

କେରଳର କୋଟର ହାତୀ ପୁନର୍ବାସ କେନ୍ଦ୍ରରେ ଶ୍ରୀକୁଟୀ ନାମକ ଏକ ହାତୀଛୁଆ ଜନ୍ମଦିନ ପାଳନ କରିଛି। ବେଶ୍‌ ଧୂମ୍‌ଧାମରେ ପାଳନ କରାଯାଇଥିବା ଏହି ଉତ୍ସବରେ ୧୫ ହାତୀ ଏବଂ ମଣିଷମାନେ ମଧ୍ୟ ସାମିଲ ଥିଲେ। ସୋସିଆଲ ମିଡିଆରେ ଏହି ଭିଡିଓ ଖୁବ୍‌ ତୀବ୍ର ବେଗରେ ଭାଇରାଲ ହେଉଛି।


ଏକ ରିପୋର୍ଟ ଅନୁଯାୟୀ, ଶ୍ରୀକୁଟୀକୁ ଏକ ଜଙ୍ଗଲରୁ ଗତବର୍ଷ ନଭେମ୍ବରରେ ଗୁରୁତର ଅବସ୍ଥାରେ ଉଦ୍ଧାର କରାଯାଇଥିଲା। ଯେତେବେଳେ ଏହା ମାତ୍ର ଦୁଇଦିନର ହୋଇଥିଲା। ଏହାର ବଞ୍ଚିବା ସମ୍ଭାବନା ଖୁବ୍‌ କମ୍‌ ଥିଲା। ମାତ୍ର ମୁଖ୍ୟ ବନ ପଶୁ ଚିକିତ୍ସା ଅଧିକାରୀ ଡା. ଈଶ୍ୱରନ ଶ୍ରୀକୁଟୀ ପ୍ରତି ବିଶେଷ ଧ୍ୟାନ ରଖିଥିଲେ। ତା’ର ଚିକିତ୍ସା କରି ଠିକ୍‌ କରିଦେଇଥିଲେ। କଦଳୀ ଏବଂ ପଇଡ଼ ପାଣି ଦେବା ସହି ତା’ର ଦେଖାଶୁଣା କରୁଥିଲେ। ପରେ ଶ୍ରୀକୁଟୀ ଠିକ୍‌ ହୋଇଯାଇଥିଲା।


ତେବେ ପ୍ରଥମ ଜନ୍ମଦିନ ପାର୍ଟିର ଫଟୋ ଏବେ ସୋସିଆଲ ମିଡିଆରେ ଭାଇରାଲ ହେଉଛି। ଏହି ଉତ୍ସବରେ ଡା. ଈଶ୍ୱରନ ମଧ୍ୟ ଉପସ୍ଥିତ ଥିଲେ। ଏହି ଭିଡିଓଟିକୁ ଲୋକେ ଖୁବ୍‌ ପସନ୍ଦ କରୁଛନ୍ତି।
ଜଣେ ୟୁଜର ଲେଖିଛନ୍ତି, ଶ୍ରୀକୁଟୀର ଜନ୍ମଦିନରେ ମୁଁ ମଧ୍ୟ ସାମିଲ ହେବି। କରୋନା ସମୟ ହେଉ କି ଯାହା ହେଉ। ମୁଁ ଏବେଠାରୁ ଯୋଜନା କରୁଛି। ଭାଇରାଲ ହୋଇଥିବା ଫଟୋରେ ଶ୍ରୀକୁଟୀ ଜନ୍ମଦିନ ଉପଲକ୍ଷେ ନିଜ ମୁଣ୍ଡରେ ଏକ ହଳଦୀ ରଙ୍ଗର ଫୁଲ ଲଗାଇଛି। ଚାଉଳରେ ପ୍ରସ୍ତୁତ ଏକ ବଡ଼ କେକ୍‌ ମଧ୍ୟ କାଟିଛି।


Enter your email to get our daily news in your inbox.

All Right Reserved By Dharitri.Com

୨୩ ବର୍ଷର ଯୁବତୀ କ୍ଲିୟର କଲେ ୟୁପିଏସସି ପରୀକ୍ଷା, କାମ କରୁଛି ମାତ୍ର ୨ଟି ଆଙ୍ଗୁଠି

ନୂଆଦିଲ୍ଲୀ,୧୮।୪: ୟୁପିଏସସି ସିଭିଲ ସର୍ଭିସେସ ପରୀକ୍ଷା (UPSC CSE) ୨୦୨୩ ଫଳାଫଳ ପ୍ରକାଶ ପାଇବା ପରେ, ଯେଉଁମାନେ ଏହାକୁ ପାସ କରିଛନ୍ତି ସେମାନଙ୍କ ଅନେକ ସଂଘର୍ଷ...

ସତର୍କତାକୁ ପ୍ରାଥମିକତା

ଆମ ଶରୀରର ଅନ୍ୟତମ ପ୍ରମୁଖ ଅଙ୍ଗ ହେଉଛି ଯକୃତ ବା ଲିଭର। ଏହା ସୁସ୍ଥ ରହିବା ନିହାତି ଦରକାର। ନ ହେଲେ ସମୟକ୍ରମେ ଏହା ଜଟିଳ...

ଭଗବାନ ରାମଙ୍କ ନିଆରା ବ୍ୟାଙ୍କ; ୫ ଲକ୍ଷ ଥର ‘ସୀତାରାମ’ ଲେଖିବା ପରେ ଖୋଲିଥାଏ ଆକାଉଣ୍ଟ

ଅଯୋଧ୍ୟା: ସାରା ଦେଶରେ ରାମ ନବମୀର ପର୍ବ ବେଶ ଧୁମ୍‌ଧାମ୍‌ରେ ପାଳନ କରାଯାଉଛି। ଏହି ଅବସରରେ ଅଯୋଧ୍ୟା ସମ୍ପୂର୍ଣ୍ଣ ଆଲୋକିତ ହୋଇଛି। କାରଣ ରାମଲାଲାଙ୍କ ପ୍ରାଣ...

ଜନ୍ମରୁ ୧ ମାସ ପର୍ଯ୍ୟନ୍ତ ପୁଅକୁ ଦେଉଥିଲେ କେବଳ ସୂର୍ଯ୍ୟକିରଣ, ଶିଶୁର ମୃତ୍ୟୁ ପରେ ପିତାଙ୍କୁ ୮ ବର୍ଷ ଜେଲ

ମସ୍କୋ,୧୭।୪: ରୁଷିଆର ଜଣେ ଇନଫ୍ଲୁଏନ୍ସରଙ୍କ ଏକ ମାସର ପୁଅର ମୃତ୍ୟୁ ହେତୁ ତାଙ୍କୁ କୋର୍ଟ ୮ ବର୍ଷ କାରାଦଣ୍ଡରେ ଦଣ୍ଡିତ କରିଛନ୍ତି। ସେ ନିଜ ପୁଅକୁ...

ଅଧିକ ସଚେତନତାର ଆବଶ୍ୟକତା ରହିଛି

ପ୍ରତିବର୍ଷ ଏପ୍ରିଲ ୧୭ ତାରିଖରେ ପାଳିତ ହୋଇଥାଏ ‘ବିଶ୍ୱ ହେମୋଫିଲିଆ ଦିବସ’। ଚଳିତ ବର୍ଷ ଏହି ଦିବସର ପ୍ରସଙ୍ଗ ରହିଛି-‘ସମସ୍ତ ବଂଶାନୁକ୍ରମିକ ବ୍ୟାଧିରେ ଆକ୍ରାନ୍ତ ସବୁ...

୨୭୦ ଥର ଟ୍ରାଫିକ୍‌ ନିୟମ ଉଲ୍ଲଘଂନ, ୧.୩୬ ଲକ୍ଷ ଜରିମାନା

ବେଙ୍ଗାଲୁରୁ: ଟ୍ରାଫିକ ନିୟମ ଉଲ୍ଲଂଘନ ପାଇଁ ସାଧାରଣତଃ କିଛି ହଜାର ଟଙ୍କା ଜରିମାନା ଦେବାକୁ ପଡିଥାଏ। କିନ୍ତୁ ଏବେ ଏପରି ଏକ ମାମଲା ସାମ୍‌ନାକୁ ଆସିଛି,...

କଂଗ୍ରେସ ନାଁରେ ସାଂଘାତିକ ଅଭିଯୋଗ ଆଣିଲେ ଅମିର ଖାନ୍‌

ମୁମ୍ବାଇ,୧୭ା୪:କୃତ୍ରିମ ବୁଦ୍ଧିମତ୍ତା (ଏଆଇ) ଜରିଆରେ ବଲିଉଡ୍‌ ଅଭିନେତା ଆମୀର ଖାନ୍‌ଙ୍କ ପୁରୁଣା ଭିଡିଓକୁ ବ୍ୟବହାର କରାଯାଇ ଭାଜପା ବିରୋଧରେ ଏକ ବିଜ୍ଞାପନ ପ୍ରସ୍ତୁତ କରାଯାଇଛି। ସୋସିଆଲ...

୨.୨୬ ଲକ୍ଷ ଟଙ୍କାରେ ନିଲାମ ହେଲା ଗୋଟିଏ ଅଣ୍ଡା, କାରଣ ଜାଣିଲେ…

ନୂଆଦିଲ୍ଲୀ,୧୬।୪: ସମସ୍ତେ ଶୁଣିଛନ୍ତି ଯେ ଅଣ୍ଡା ଖାଇବା ସ୍ବାସ୍ଥ୍ୟ ପାଇଁ ଲାଭଦାୟକ, କିନ୍ତୁ ଯେତେବେଳେ ଆପଣ ଜାଣିବେ ଯେ ଗୋଟିଏ ଅଣ୍ଡାର ମୂଲ୍ୟ ଲକ୍ଷ ଲକ୍ଷ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri