ଟ୍ରେନ ହେଲା ଅନ୍ତୁଡିଶାଳ

ଭୁବନେଶ୍ୱର,୨୪ା୬(ବ୍ୟୁରୋ)- ପୂର୍ବତଟ ରେଳପଥ ପକ୍ଷରୁ ପୁଣିଥରେ ମିଳିଛି ଖୁସି ଖବର। ରେଳବାଇ ଡାକ୍ତର ଏବଂ ସ୍ବାସ୍ଥ୍ୟ କର୍ମଚାରୀଙ୍କ ସହାୟତାରେ ସିକନ୍ଦରାବାଦ-ହାଓଡ଼ା ସ୍ପେଶାଲ ଟ୍ରେନରେ ଏକ ଶିଶୁପୁତ୍ର ଜନ୍ମନେଇଛି। ଟ୍ରେନ୍‌ର ଏସ୍‌-୭ କୋଚ୍‌ରେ ଯାତ୍ରା କରୁଥିବା ସାଇରା ଫତିମା ନାମକ ୩୨ ବର୍ଷର ମହିଳା ଖୋର୍ଦ୍ଧା ରୋଡ଼ ଷ୍ଟେଶନଠାରେ ବୁଧବାର ପୂର୍ବାହ୍ନ ୧୧ଟା ୩୦ରେ ଏକ ଶିଶୁ ପୁତ୍ରକୁ ଜନ୍ମ ଦେଇଥିଲେ। ପୂର୍ବରୁ ସାଇରାଙ୍କ ଠାରୁ ଖବର ପାଇ ରେଳବାଇ ଡାକ୍ତର ଓ ମେଡିକାଲ ଟିମ୍‌ ଟ୍ରେନ ପହଞ୍ଚତ୍ବା ପୂର୍ବରୁ ସଜାଗ ରହିଥିଲେ। ଏହାପରେ ଟ୍ରେନକୁ ଖୋର୍ଦ୍ଧା ରୋଡ଼ ଷ୍ଟେଶନଠାରେ ରଖାଯାଇ ମହିଳାଙ୍କ ପ୍ରସବ କରାଯାଇଥିଲା। ପ୍ରସବ ପରେ ରେଳବାଇ ଦ୍ୱାରା ଉଭୟ ମା’ ଓ ଶିଶୁପୁତ୍ରଙ୍କୁ ନିକଟସ୍ଥ ସ୍ବାସ୍ଥ୍ୟକେନ୍ଦ୍ରକୁ ଆମ୍ବୁଲାନ୍ସ ଯୋଗେ ନିଆଯାଇଥିଲା। ଏବେ ଉଭୟ ମା’ ଓ ଶିଶୁ ସୁସ୍ଥ ଥିବା ପୂର୍ବତଟ ରେଳପଥ ପକ୍ଷରୁ କୁହାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ପଞ୍ଜୁରୀ ଭିତରେ ଚଢ଼େଇ ଛୁଆଙ୍କୁ ମାରି ଖାଇଲା ନାଗସାପ: ପରେ ଅବସ୍ଥା ହେଲା ଏମିତି

ଭୁବନେଶ୍ୱର,୨୪ା୭(ବ୍ୟୁରୋ): ବାଙ୍କୀ ରଗଡ଼ି ଗ୍ରାମର ସତ୍ୟ ରଞ୍ଜନ ମହାପାତ୍ରଙ୍କ ଘରେ ଗୁରୁବାର ରାତିରେ ପୋଷା ଚଢ଼େଇମାନଙ୍କ କିଚିରିମିଚିରି ଶବ୍ଦ ଶୁଣି ପଞ୍ଜୁରୀ ଭିତରେ ଏକ ନାଗସାପ...

ଆଦିବାସୀଙ୍କୁ ମିଳୁନି ଶାଳମଞ୍ଜିର ମୂଲ୍ୟ

କେନ୍ଦୁଝର, ୯ା୬ (ସ୍ବ.ପ୍ର.)- ବଣ ପାହାଡ଼ ଘେରା ଆଦିବାସୀ ଅଧ୍ୟୁଷିତ କେନ୍ଦୁଝର ଜିଲାରେ ବଣ ଜଙ୍ଗଲ ଅର୍ଥନୀତି ଉପରେ ବନବାସୀମାନେ ନିର୍ଭରଶୀଳ। ବର୍ଷର ପ୍ରାୟ ୮ମାସ...

ସଙ୍ଗରୋଧ ଗୃହ ପାଇଁ ଖାଦ୍ୟ ତାଲିକା ଜାରି କଲା ପ୍ରଶାସନ

ଭଦ୍ରକ ଅଫିସ,୫।୫: ଭଦ୍ରକ ଜିଲାରେ କାର୍ଯ୍ୟ କରୁଥିବା ସମସ୍ତ ସଙ୍ଗରୋଧ ଗୃହ ପାଇଁ ଏକ ଖାଦ୍ୟ ତାଲିକା ଜାରି କରିଛି ଜିଲା ପ୍ରଶାସନ। କ୍ୱାରାଣ୍ଟାଇନ ସେଣ୍ଟରରେ...

ଚୈତ୍ର ଯାତ୍ରାକୁ ନେଇ ଝଲସୁଛି ତାରାତାରିଣୀ ମନ୍ଦିର: ଫଟୋ ଶେୟାର କଲେ ମୁଖ୍ୟମନ୍ତ୍ରୀ

ଛତ୍ରପୁର, ୧୦ା୩(ଡିଏନଏ)-ମା’ ତାରାତାରିଣୀଙ୍କ ଚୈତ୍ର ଯାତ୍ରା ମଙ୍ଗଳବାରଠାରୁ ଆରମ୍ଭ ହୋଇଯାଇଛି। ଏଥିପାଇଁ ସୋମବାର ରାତିରୁ ମନ୍ଦିରକୁ ଆଲୋକ ମାଳାରେ ସଜେଇ ଦିଆଯାଇଥିଲା। ଏହି ଭକ୍ତିମୟ ପରିବେଶର...

ସରକାରୀ, ଘରୋଇ ସଂସ୍ଥାରେ ନାହିଁ କ୍ରେଚ୍‌ : ଓଏଚ୍‌ଆର୍‌ସିରେ ପିଟିଶନ

ଭୁବନେଶ୍ୱର,୧୧ା୧୦(ବ୍ୟୁରୋ): ୨୦୧୭ ମାତୃତ୍ୱ ଆଇନ ଅନୁସାରେ ସରକାରୀ ଓ ବେସରକାରୀ ସଂସ୍ଥା କାର୍ଯ୍ୟାଳୟରେ କ୍ରେଚ୍‌ ବ୍ୟବସ୍ଥା ରଖିବା ପାଇଁ କଡ଼ା ନିର୍ଦ୍ଦେଶ ରହିଛି। ହେଲେ ଏହି...

ଚୋରାଚାଲାଣ କୋଇଲା ବୋଝେଇ ପିକ୍‌ଅପ୍‌ ଅଟକାଇବାକୁ ଉଦ୍ୟମ ବେଳେ ଦୁର୍ଘଟଣା: କନଷ୍ଟେବଳ ଗୁରୁତର

ଭଦ୍ରକ ଅଫିସ,୨୧।୭: ଭଦ୍ରକ ଜିଲା ଗ୍ରାମାଞ୍ଚଳ ଥାନା ସାବରଙ୍ଗ ଏରଡ଼ା ନିକଟରେ ରବିବାର ସକାଳେ ଚୋରାଚାଲାଣ ହେଉଥିବା ଏକ କୋଇଲା ବୋଝେଇ ପିକ୍‌ଅପ୍‌ ପୋଲିସ ଅଟକାଇବାକୁ...

ବିଶିଷ୍ଟ ସ୍ବାଧୀନତା ସଂଗ୍ରାମୀ ବିପିନ ବିହାରୀ ରଥଙ୍କ ପରଲୋକ

କଟକ ଅଫିସ,୭ା୩: ସ୍ବାଧୀନତା ସଂଗ୍ରାମୀ ତଥା ବରିଷ୍ଠ ଆଇନଜୀବୀ ବିପିନ ବିହାରୀ ରଥଙ୍କ ଶନିବାର ପରଲୋକ ଘଟିଛି। ମୃତ୍ୟୁବେଳକୁ ତାଙ୍କୁ ୯୦ ବର୍ଷ ବୟସ ହୋଇଥିଲା।...

କ୍ରୋମାଇଟ ପରିବହନକୁ ଶ୍ରମିକଙ୍କ ବିରୋଧ

କାଳିଆପାଣି,୨୦।୪(ଡିଏନଏ):  ଯାଜପୁର ଜିଲା ସୁକିନ୍ଦା ଖଣି ଅଞ୍ଚଳରେ କାର୍ଯ୍ୟ କରୁଥିବା ସାରୁଆବିଲ ଖଣିରୁ କ୍ରୋମାଇଟ ପରିବହନକୁ ଶ୍ରମିକମାନେ ବିରୋଧ କରି ବନ୍ଦ କରିଦେଇଛନ୍ତି। ମିଶ୍ରିଲାଲ ଖଣିର...

Coronavirus Update

UTI
Archives

Model This Week

Why Dharitri

Leave a comment

Your email address will not be published. Required fields are marked *