Posted inଖେଳ

ହନୁମା ବିହାରୀ ‘କ୍ରିକେଟର୍‌ ହତ୍ୟାକାରୀ’

କୋଲକତା,୧୨।୧: ଭାରତ ଏବଂ ଅଷ୍ଟ୍ରେଲିଆ ମଧ୍ୟ ଖେଳାଯାଉଥିବା ବର୍ଡର-ଗାଭାସ୍କର ଟ୍ରଫିର ତୃତୀୟ ମ୍ୟାଚ୍‌ ବିନା ହାର୍‌ ଜିତ୍‌ରେ ଶେଷ ହୋଇଛି। ୪୦୭ ରନ୍‌ର ବିଜୟ ଲକ୍ଷ୍ୟ ପିଛା କରି ଭାରତୀୟ ବ୍ୟାଟ୍ସମ୍ୟାନ୍‌ ହାର୍‌ ନ ମାନି ମ୍ୟାଚ୍‌କୁ ଡ୍ର’ କରିବାରେ ସକ୍ଷମ ହୋଇଥିଲେ। ଶେଷ ଦୁଇଟି ସେସନରେ ଆର୍‌ ଅଶ୍ୱିନ୍‌ ଏବଂ ହନୁମା ବିହାରୀ କ୍ରିଜ୍‌ରେ ପାଚେରୀ ଭଳି ଛିଡା ହୋଇଥିଲେ। ଦୁହେଁ ଅର୍ଦ୍ଧଶତକୀୟ ଭାଗିଦାରୀ କରିଥିଲେ। ଭାରତର ଦ୍ୱିତୀୟ ଇନିଂସରେ ବିହାରୀ ୧୬୧ ବଲରୁ ଅପରାଜିତ ୨୩ ରନ୍‌ର ପାଳି ଖେଲିଥିଲେ। ଆହତ ସତ୍ତ୍ୱେ ମ୍ୟାଚ୍‌ ଖେଳୁଥିବା ହନୁମାଙ୍କ ସାହସକୁ ସମସ୍ତେ ସଲାମ କରିଥିବାବେଳେ ଭାଜପା ଏମ୍‌ପି ତଥା ଗାୟକ ବାବୁଲ ସୁପ୍ରିଓ ତାଙ୍କୁ କ୍ରିକେଟର୍‌ ହତ୍ୟାକାରୀ ଆଖି ଦେଇଛନ୍ତି। ହନୁମା ବିହାରୀ ରବିଚନ୍ଦ୍ରନ ଅଶ୍ୱିନଙ୍କ ସହ ସିଡନୀ ଟେଷ୍ଟ ପରାଜୟରୁ ଭାରତକୁ ରକ୍ଷା କରିଥିଲେ, ଏହା ପରେ ମଧ୍ୟ ବାବୁଲ ସୁପ୍ରିଓ ତାଙ୍କୁ କ୍ରିକେଟର ଘାତକ ବୋଲି ବର୍ଣ୍ଣନା କରିଛନ୍ତି। ଭାରତ ଏବଂ ଅଷ୍ଟ୍ରେଲିଆ ମଧ୍ୟରେ ଖେଳାଯାଉଥିବା ତୃତୀୟ ଟେଷ୍ଟ ମ୍ୟାଚ ସମୟରେ ସୁପ୍ରିଓ ଦୁଇଟି ଟୁଇଟ୍‌ କରିଥିଲେ।
ହନୁମା ବିହାରୀ କ୍ରିଜରେ ଥିବାବେଳେ ବାବୁଲ ସୁପ୍ରିଓ ଦୁଇଟି ଟୁଇଟ୍‌ କରିଥିଲେ। ସେ ଲେଖିଛନ୍ତି, ହନୁମା ବିହାରୀ ୭ ରନ ସ୍କୋର କରିବାକୁ ୧୦୯ଟି ବଲ ଖେଳିଛନ୍ତି। ଏହା ବହୁତ କ୍ୱଚିତ୍‌। ହନୁମା ବିହାରୀ କେବଳ ଭାରତର ଐତିହାସିକ ବିଜୟର ସମ୍ଭାବନାକୁ ଏଡାଇ ନାହାଁନ୍ତି, କ୍ରିକେଟକୁ ମଧ୍ୟ ହତ୍ୟା କରିଛନ୍ତି। ସେ ଆହୁରି ମଧ୍ୟ ଲେଖିଛନ୍ତି ଯେ ମୁଁ କ୍ରିକେଟ ବିଷୟରେ କିଛି ଜାଣେ ନାହିଁ। ବାବୁଲ ସୁପ୍ରିଓ ଏକ ଘଣ୍ଟା ପରେ ଆଉ ଏକ ଟୁଇଟ୍‌ କରିଛନ୍ତି। ସେ ଲେଖିଛନ୍ତି, ଯଦି ହନୁମା ଟିକେ ଚେଷ୍ଟା କରି ଖରାପ ବଲରେ ଚୌକା ମାରିଥାନ୍ତେ, ତେବେ ଭାରତ ଏହି ମ୍ୟାଚରେ ଜିତି ପାରିଥାନ୍ତା। ବିଶେଷକରି ଯେତେବେଳେ ପନ୍ତ ଏତେ ଭଲ ପ୍ରଦର୍ଶନ କରିଥିଲେ, ଯାହା କେହି ଆଶା କରି ନ ଥିଲେ। ମୁଁ ଦୋହରାଉଛି ଯେ ହନୁମା ସେଟ୍‌ ହୋଇଯାଇଥିବାରୁ କେବଳ ଖରାପ ବଲକୁ ହିଟ ମାରିଥିଲେ ହୋଇଥାନ୍ତା।


Enter your email to get our daily news in your inbox.

All Right Reserved By Dharitri.Com

ବିକ୍ରି ନ ହୋଇ ମଣ୍ଡିରେ ପଡ଼ିଛି ଧାନ, ଏପଟେ ବରଗଡ଼ରୁ ଆନ୍ଧ୍ରକୁ ହେଉଛି ଚାଲାଣ

ବରଗଡ଼,୧୩ା୬(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲାରେ ରବି ଧାନ ସଂଗ୍ରହ ପ୍ରକ୍ରିୟାକୁ ମାସେ ବିତି ଯାଇଛି। ତେବେ ଜିଲାରେ ଏବେ ମଧ୍ୟ ଧାନ ଉଠାଣ ପ୍ରକ୍ରିୟା ଶୀଥିଳ ଗତିରେ…

ଆଫଗାନିସ୍ତାନକୁ ହରାଇଲା ଭାରତ, ୧୩ ବଲ୍‌ରେ…

ଧର୍ମଶାଳା,୧୩ା୬: ଧର୍ମଶାଳାରେ ଭାରତ ଏବଂ ଆଫଗାନିସ୍ତାନ ମଧ୍ୟରେ ଖେଳାଯାଇଥିବା ଅନ୍ତର୍ଜାତୀୟ ଦିନିକିଆ କ୍ରିକେଟ୍‌ ସିରିଜରେ ଭାରତ ବିଜୟ ଲାଭ କରିଛି। ବର୍ଷା ପ୍ରଭାବିତ ପ୍ରଥମ ଦିନିକିଆରେ ଟିମ୍‌…

ଛତ୍ରପୁର ପୌରପରିଷଦର ଅଧ୍ୟକ୍ଷାଙ୍କ ବିୟୋଗ: ବାସଭବନରେ ପହଞ୍ଚି ପରିବାରବର୍ଗଙ୍କୁ ଭେଟିଲେ ମନ୍ତ୍ରୀ-ବିଧାୟକ

ଛତ୍ରପୁର,୧୩ା୬(ଦିଲ୍ଲୀପ ସାମଲ): ଛତ୍ରପୁର ପୌରପରିଷଦର ଅଧ୍ୟକ୍ଷା ଶର୍ମିଷ୍ଠା ପ୍ରଧାନଙ୍କ ଗତ ବୁଧବାର ଅକାଳରେ ବିୟୋଗ ଘଟିଥିଲା। ଏ ନେଇ ଛତ୍ରପୁର ଓ ଆଖପାଖ ଅଞ୍ଚଳରେ ଶୋକ ଛାୟା…

ଭାରତ ଆଗରେ ୧୯୫ ରନ୍‌ର ଟାର୍ଗେଟ୍; ଡେବ୍ୟୁ ମ୍ୟାଚ୍‌ରେ ଗୁର୍‌ବାଜଙ୍କ ଧୂଆଁଧାର ଇନିଂସ

ଧର୍ମଶାଳା, ୧୩ା୬: ଭାରତ ଓ ଆଫଗାନିସ୍ତାନ ମଧ୍ୟରେ ଶନିବାର ପ୍ରଥମ ଦିନିକିଆ ମ୍ୟାଚ୍‌ ଖେଳାଯାଇଛି। ବର୍ଷା କାରଣରୁ ମ୍ୟାଚ୍‌କୁ ୨୫ ଓଭରରେ ସୀମିତ ରଖାଯାଇଛି। ରହମାନୁଲା ଗୁରବାଜଙ୍କ…

ବିଲରୁ ଅଚିହ୍ନା ମହିଳାଙ୍କ ମୃତଦେହ ଜବତ

ହାଟଡିହୀ/ଆନନ୍ଦପୁର,୧୩ା୬(ଶୁଭକାନ୍ତ ନାୟକ/ସୁଶାନ୍ତ କୁମାର ସାହୁ): କେନ୍ଦୁଝର ଜିଲା ଆନନ୍ଦପୁର ଥାନା ତରତରା ଅଞ୍ଚଳରୁ ଜଣେ ପ୍ରାୟ ୪୫ ବର୍ଷ ବୟସ୍କା ମହିଳାଙ୍କ ମୃତଦେହ ଏକ ବିଲରୁ ଉଦ୍ଧାର…

କୋଟିଆ ନେରିଡିବାଲସାରେ ହାତୀ ଆତଙ୍କ, ଆନ୍ଧ୍ରରୁ ସିୟୁରା ଆଡ଼କୁ ଆସି…

ପଟାଙ୍ଗି,୧୩ା୬(ଶରତ କୁମାର ଧଳ): କୋରାପୁଟ ଜିଲା ପଟ୍ଟାଙ୍ଗି ବ୍ଲକ ଅନ୍ତର୍ଗତ କୋଟିଆ ପଞ୍ଚାୟତ ସୀମାନ୍ତ ଗ୍ରାମରେ ହାତୀ ଆତଙ୍କରେ ଲୋକେ ଭୟଭୀତ ହୋଇପଡ଼ିଛନ୍ତି। ସୂଚନା ଅନୁଯାୟୀ, ଉକ୍ତ…

ଏହିଦିନ ଟ୍ରମ୍ପଙ୍କୁ ଭେଟିବେ ମୋଦି, ହ଼୍ବାଇଟ ହାଉସର ବଡ଼ ଘୋଷଣା

ଓ଼୍ବାଶିଂଟନ,୧୩।୬: ହ଼୍ବାଇଟ ହାଉସ ଘୋଷଣା କରିଛି ଯେ ଫ୍ରାନ୍ସରେ ଅନୁଷ୍ଠିତ G7 ଶିଖର ସମ୍ମିଳନୀ ଅବସରରେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଭେଟିବେ।…

ଓଲଟିଲା ଜିମ୍ପସନ୍‌ ବୋଝେଇ ହାଇଓ୍ବା, ବିଲ ଭିତରେ ପଡ଼ିଲା ସବୁତକ…

ପାଟଣା,୧୩ା୬(ବୀରକିଶୋର ଦାଶ): କେନ୍ଦୁଝର ଜିଲା ଢେଙ୍କିକୋଟ ପାଟଣା ୨୨୦ ନମ୍ବର ଜାତୀୟ ରାଜପଥ କୁଆପଶି ରାଇସିମିଲ୍‌ ପୋଖରୀ ନିକଟରେ ଶନିବାର ଏକ ଜିମ୍ପସନ ବୋଝେଇ ଓଡି ୨୧ଟି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri