ଥୁଆମୂଳ ରାମପୁରରେ ବାବାସାହେବଙ୍କ ଜୟନ୍ତୀ: ମାନବବାଦୀ ବିଚାରଧାରା…

ଥୁଆମୂଳ ରାମପୁର, ୧୪।୪ (ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକରେ ସମ୍ବିଧାନ ପ୍ରଣେତା  ଡଃ. ବାବାସାହେବ ଭୀମରାଓ ଆମ୍ବେଦକରଙ୍କ ୧୩୫ତମ ଜନ୍ମ ଜୟନ୍ତୀ ଅତି ଭବ୍ୟ ଓ ଆକର୍ଷଣୀୟ ଭାବେ ପାଳିତ ହୋଇଯାଇଛି। ଏହି ଅବସରରେ ଆୟୋଜିତ କାର୍ଯ୍ୟକ୍ରମରେ ବ୍ଲକର ୨୪ଟି ପଞ୍ଚାୟତରୁ ହଜାର ହଜାର ସଂଖ୍ୟାରେ ବାବାସାହେବ ପ୍ରେମୀ ସାମିଲ ହୋଇ ଏହାକୁ ଏକ ଐତିହାସିକ ଗଣପର୍ବର ରୂପ ଦେଇଛନ୍ତି।

କାର୍ଯ୍ୟକ୍ରମର ଆରମ୍ଭରେ ବିରିକୋଟରୁ ଏକ ବିଶାଳ ବାଇକ୍ ରାଲି ବାହାରି ବଳଙ୍ଗି, ବଡ଼ ଛତ୍ରଙ୍ଗ, ଦାବରିଗୁଡ଼ା, ବାଗଡ଼ିଆଣି, ଡୁମେରପଦର, କୁମ୍ଭାରକାନି ଓ କାଠକୁରା ଆଦି ଅଞ୍ଚଳ ପରିକ୍ରମା କରି ଥୁଆମୂଳ ରାମପୁର ବାବା ଖଣ୍ଡୁଆଳ ଖେଳପଡ଼ିଆରେ ପହଞ୍ଚିଥିଲା। ସେଠାରୁ ଏକ ଭବ୍ୟ ପଦଯାତ୍ରାରେ ହଜାର ହଜାର ଦଳିତ, ଆଦିବାସୀ ଓ ସମସ୍ତ ଶ୍ରେଣୀର ଜନସାଧାରଣ ନାଚଗୀତ ଓ ଭାଇଚାରାର ନାରା ଦେଇ ରାଜବାଟି ସମ୍ମୁଖରେ ପହଞ୍ଚିଥିଲେ। ସେଠାରେ ବାବାସାହେବଙ୍କ ଫଟୋଚିତ୍ରରେ ପୁଷ୍ପମାଲ୍ୟ ଅର୍ପଣ କରାଯାଇ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରାଯାଇଥିଲା। ଏହି ରାଲିରେ ଆଦିବାସୀ ସଂଘ କର୍ମକର୍ତ୍ତା, ସମସ୍ତ ରାଜନୈତିକ ଦଳର କର୍ମକର୍ତ୍ତା, ଭୀମ ଆର୍ମି ଏବଂ ଦଳିତ ସଚେତନ ସଙ୍ଗଠନ ସମୂହ ପୂର୍ଣ୍ଣ ସମର୍ଥନ ପ୍ରଦାନ କରିଥିଲେ।

ପ୍ରସ୍ତୁତି ପଡ଼ିଆରେ ଅନୁଷ୍ଠିତ ଆଲୋଚନା ଚକ୍ରରେ ବହୁ ବିଶିଷ୍ଟ ବ୍ୟକ୍ତି ସାମିଲ ହୋଇ ବାବାସାହେବଙ୍କ ବିଚାରଧାରାକୁ ପ୍ରତି ଘରେ ଘରେ ପହଞ୍ଚାଇବାକୁ ଆହ୍ୱାନ ଦେଇଥିଲେ। “ଶିକ୍ଷିତ ହୁଅ, ସଂଘଠିତ ହୁଅ ଓ ସଂଘର୍ଷ କର” – ଏହି ମନ୍ତ୍ରକୁ ପାଥେୟ କରି ସମାଜର ଆର୍ଥିକ, ମାନସିକ ଓ ଶାରୀରିକ ବିକାଶ ପାଇଁ ସମସ୍ତେ ମତ ପ୍ରକାଶ କରିଥିଲେ।

ଏହି ସଭାରେ ପରମାନନ୍ଦ ନାଏକ, ବଂଶୀଧର ନାଏକ, କୈଳାସ ନାଏକ, ମାଣିକ୍ୟ ଚନ୍ଦ୍ର ନାଏକ, ଦାଶରଥି ଧଙ୍ଗଡା ମାଝୀ, କପିଳାଶ ନାଏକ, ଜଳନ୍ଧର ନାଏକ, ଦ୍ରୌପଦୀ ମାଝୀ, ମୁରଲୀଧର ନାଏକ, ଦେବୀ ଚରଣ ଭାଟି, ବ୍ଲକ୍ ଉପାଧ୍ୟକ୍ଷା ଜୟନ୍ତୀ ମାଝୀ, ଗୁଞ୍ଜେନ ମାଝୀ, ସନାତନ ମାଝୀ, କୃଷ୍ଣ ଚନ୍ଦ୍ର ନାଏକ, ଉପେନ୍ଦ୍ର ନାଏକ, ଲାଲ ନାଏକ, ଗୁରୁବାରୁ ମାଝୀ, ସୁବାଷ ଚନ୍ଦ୍ର ନାଏକ, ସୁରେଶ ନାଏକ, ସବୀର ଧଙ୍ଗଡା ମାଝୀ, ମନୋରଞ୍ଜନ ନାଗ, ରାମେଶ୍ୱର ନାଏକ, ଚିତ୍ତ ରଞ୍ଜନ ନାଏକ, ରାମ ମାଝୀ, ଭଜମନ ନାଏକ, କାଟିଶ୍ୱର ନାଏକ, ରାଧାକାନ୍ତ ନାଏକ ଏବଂ ବୈଦ୍ୟନାଥ ନାଏକ ପ୍ରମୁଖ ସୁଚିନ୍ତିତ ମତାମତ ଦେଇଥିଲେ।

ଉତ୍ସବ ପାଳନ କମିଟି ତଥା ସଭାପତି ବିଜନ କୁମାର ନାଏକ, ସମ୍ପାଦକ ପ୍ରଦୀପ ନାଏକ, କୋଷାଧ୍ୟକ୍ଷ ଦୂର୍ଗା କୀର୍ତ୍ତି, ଉପସଭାପତି ମନୋରଞ୍ଜନ ନାଏକ, ଯୁଗ୍ମ ସମ୍ପାଦକ ହିତେଶ ନାଏକ ଓ ଯୁଗ୍ମ କୋଷାଧ୍ୟକ୍ଷ ସୁରେନ୍ଦ୍ର ନାଏକଙ୍କ ସମେତ ସମସ୍ତ ସବ୍ କମିଟି ର କର୍ମକର୍ତ୍ତାଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ କାର୍ଯ୍ୟକ୍ରମଟି ଅତ୍ୟନ୍ତ ଶୃଙ୍ଖଳିତ ଭାବେ ସମ୍ପନ୍ନ ହୋଇଥିଲା। ସମସ୍ତ ଅଭ୍ୟାଗତଙ୍କ ପାଇଁ ପ୍ରସାଦ ସେବନର ବ୍ୟବସ୍ଥା କରାଯାଇଥିଲା। ଥୁଆମୂଳ ରାମପୁର ଥାନା ଅଧିକାରୀ କୈବଲ୍ୟ ସେଠ୍‌ଙ୍କ ନେତୃତ୍ୱରେ ପୋଲିସ ବାହିନୀ ଶାନ୍ତିଶୃଙ୍ଖଳା ରକ୍ଷା କରିବାରେ ପ୍ରମୁଖ ଭୂମିକା ଗ୍ରହଣ କରିଥିଲେ।

Dharitri – Odisha’s No.1 Odia Daily

Enter your email to get our daily news in your inbox.

All Right Reserved By Dharitri.Com

ଅନନ୍ୟ ଗୁରୁ: ଅବସର ପରେ ବି ଛାତ୍ରୀଛାତ୍ରଙ୍କୁ ଦେଉଛନ୍ତି ସାମାଜିକ ଶୃଙ୍ଖଳାର ବାର୍ତ୍ତା

ଦାରିଙ୍ଗବାଡ଼ି,୫ା୯(ଅରୁଣ ସାହୁ): ଆଜି ପବିତ୍ର ଗୁରୁଦିବସ ଏହି ସମୟରେ ଅଞ୍ଚଳରେ ରହିଥିବା ଅନେକ ବର୍ଷୀୟାନ ଗୁରୁ ଅବସର ନେବା ପରେ ମଧ୍ୟ ଜାରି ରଖିଛନ୍ତି ଛାତ୍ରୀଛାତ୍ରଙ୍କୁ ଉତ୍ତମ…

ଜୁନ୍‌ରେ ଅବସରପ୍ରାପ୍ତ ଶିକ୍ଷକଙ୍କ ଘରୁ ଚୋରି କରିଥିଲେ ଲକ୍ଷାଧିକ ଟଙ୍କାର ସୁନାଗହଣା: ୨ ଜଣଙ୍କୁ ଧରି…

ଝରିଗାଁ,୫ା୯(କିଶୋର ଚନ୍ଦ୍ର ମଣ୍ଡଳ): ନବରଙ୍ଗପୁର ଜିଲା ଝରିଗାଁ ପୋଲିସକୁ ମିଳିଛି ବଡ଼ ସଫଳତା। ଝରିଗାଁ ଥାନା ଅଞ୍ଚଳରେ ଗତ ଜୁନ୍‌ ମାସରେ ଲକ୍ଷାଧିକ ଟଙ୍କା ସହ ସୁନା…

ସିମନବାଡ଼ି ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଗୁରୁଦିବସ: ବର୍ଷୀୟାନ ଶିକ୍ଷକଙ୍କୁ…

ଦାରିଙ୍ଗବାଡ଼ି,୫ା୯(ଅରୁଣ ସାହୁ): ସର୍ବପଲ୍ଲୀ ରାଧାକ୍ରିଷ୍ଣନ୍‌ଙ୍କ ଜନ୍ମଦିବସ ତଥା ପବିତ୍ର ଗୁରୁଦିବସ ବିଭିନ୍ନ ସରକାରୀ ଓ ବେସରକାରୀ ଅନୁଷ୍ଠାନରେ ପାଳିତ ହୋଇଯାଇଛି। ଏହି ଅବସରରେ କନ୍ଧମାଳ ଜିଲା ଦାରିଙ୍ଗବାଡ଼ି…

ମିଳିଲାନି ଝଡ଼ବର୍ଷା କ୍ଷତିପୂରଣ: ରାଜରାସ୍ତାକୁ ଓହ୍ଲାଇଲେ କ୍ଷତିଗ୍ରସ୍ତ

ବରଗଡ଼,୫ା୯(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲାର ଚକରକେନ୍ଦ ଗ୍ରାମରେ ଗତ ଜୁଲାଇ ୨୮ ତାରିଖ ସାରେ ହୋଇଥିବା ଝଡ଼ବର୍ଷାରେ ବ୍ୟାପକ କ୍ଷୟକ୍ଷତି ହୋଇଥିଲା। ଘରଦ୍ୱାର ଭାଙ୍ଗିବା ସହିତ ଚାଷଜମି…

କଳଙ୍କିତ ଘଟଣା: ୭ ବର୍ଷର ଝିଆରୀଙ୍କୁ ବଡ଼ବାପାଙ୍କ ଯୌନ ନିର୍ଯାତନା, ପୋଲିସ ଆଗରେ ସବୁ କଥା ପ୍ରକାଶ କରିବା ପରେ…

ମହାକାଳପଡ଼ା,୫ା୯( ପ୍ରତାପ ଚନ୍ଦ୍ର ସ୍ବାଇଁ ): କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ ଅନ୍ତର୍ଗତ ତନ୍ତିଆପାଳ ସାମୁଦ୍ରିକ ଥାନା ଅଞ୍ଚଳରେ ଏକ ଅତ୍ୟନ୍ତ ସମ୍ବେଦନଶୀଳ ତଥା ହୃଦୟବିଦାରକ ଘଟଣା…

ହଠାତ୍‌ ମୋଚିରାମଙ୍କୁ କାମୁଡ଼ିଲା ସାପ: ତା’ପରେ ଏମିତି କାମ କଲେ ଡାକ୍ତର ଆଶ୍ଚର୍ଯ୍ୟ

ଉଦଳା,୫।୯(ସନ୍ତୋଷ ବାଛିନୀ): ଅଚାନକ କାମୁଡିଲା ସାପ, ଆଉ ସାପକୁ ମାରି ତାକୁ ଧରି ମେଡିକାଲରେ ପହଁଚିଲେ ଯୁବକ। ଏଭଳି ଘଟଣା ଦେଖିବାକୁ ମିଳିଛି ମୟୁରଭଞ୍ଜ ଜିଲା ଉଦଳା…

ମୁଖ୍ୟମନ୍ତ୍ରୀ ଶିକ୍ଷା ପୁରସ୍କାର ପାଇବେ ମୀନାକ୍ଷୀରାଣୀ: ଛୁଟୁଛି ଶୁଭେଚ୍ଛାର ସୁଅ

ଲୋଇସିଂହା,୫।୯(ସୁଶାନ୍ତ ବାରିକ):ବଲାଙ୍ଗୀର ଜିଲା ଲୋଇସିଂହା ହରେକୃଷ୍ଣ ମହତାବ ହାଇସ୍କୁଲର କଳା ଶିକ୍ଷୟିତ୍ରୀ ତଥା ଗାଳ୍ପିକା ମୀନାକ୍ଷୀରାଣୀ ମିଶ୍ର ଜିଲାର ଏକମାତ୍ର ଶିକ୍ଷୟିତ୍ରୀ ଭାବେ ରାଜ୍ୟସ୍ତରୀୟ ମୁଖ୍ୟମନ୍ତ୍ରୀ ଶିକ୍ଷା…

ମନ୍ଦିର ବୁଲାଣିରେ ଅଘଟଣ, ବାଇକ୍‌କୁ ଧକ୍କା ଦେଲା ବାଇକ୍‌: ଆଉ ତା’ପରେ…

ବରଗଡ଼,୫ା୯(ପ୍ରେମାନନ୍ଦ ଖମାରୀ):ବରଗଡ଼ ଜିଲା ଭଟ୍‌ଲି ଥାନା ଅନ୍ତର୍ଗତ ମେଣ୍ଢାପାଲି ବନଦୁର୍ଗା ମନ୍ଦିର ନିକଟସ୍ଥ ବୁଲାଣିରେ ଏକ ପିକ୍‌ଅପ ଭ୍ୟାନ (ନଂ-ଓଡି ୧୫ଏଡି ୭୮୯୨) ଅନ୍ୟ ଏକ ବାଇକକୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri