Posted inଖେଳ

ଇତିହାସ ରଚିଲେ ବାବର ଆଜମ: କୋହଲିଙ୍କ ମହାରେକର୍ଡଠାରୁ ମାତ୍ର ଦୂରରେ…

ଲଣ୍ଡନ,୩୧।୫:ପାକିସ୍ତାନ ଅଧିନାୟକ ବାବର ଆଜାମ ଇଂଲଣ୍ଡ ବିପକ୍ଷରେ ଖେଳାଯାଇଥିବା ଚତୁର୍ଥ ଟି-୨୦ରେ ୫ ଚୌକା ଓ ଗୋଟିଏ ଛକା ସହାୟତାରେ ୨୨ ବଲରେ ୩୬ ରନ ସ୍କୋର କରି ଇତିହାସ ସୃଷ୍ଟି କରିଥିଲେ। ଇଂଲଣ୍ଡ ବିପକ୍ଷରେ ଖେଳାଯାଇଥିବା ଏହି ଇନିଂସ ଯୋଗୁ ପାକିସ୍ତାନ ଅଧିନାୟକ ଅନ୍ତର୍ଜାତୀୟ ଟି-୨୦ରେ ୪୦୦୦ ରନ ଅତିକ୍ରମ କରିଛନ୍ତି। ଅନ୍ତର୍ଜାତୀୟ ଟି-୨୦ରେରେ ଏହି ସଂଖ୍ୟା ଅତିକ୍ରମ କରିଥିବା ପାକିସ୍ତାନ ପାଇଁ ବାବର ପ୍ରଥମ ବ୍ୟାଟ୍ସମ୍ୟାନ ହୋଇଥିଲେ। ବର୍ତ୍ତମାନ ସେ ବିରାଟ କୋହଲିଙ୍କ ରେକର୍ଡ ଭାଙ୍ଗିବା ଠାରୁ ମାତ୍ର ଇଞ୍ଚ ଦୂରରେ ଅଛନ୍ତି।
ବିରାଟ କୋହଲି ଫର୍ମାଟରେ ସର୍ବାଧିକ ରନ ସ୍କୋରର ବ୍ୟାଟ୍ସମ୍ୟାନ ଅଟନ୍ତି। ବର୍ତ୍ତମାନ ପର୍ଯ୍ୟନ୍ତ କୋହଲି ଏକମାତ୍ର ବ୍ୟାଟ୍ସମ୍ୟାନ ଯିଏ ୪ ହଜାର ରନ ମାର୍କ ଅତିକ୍ରମ କରିଥିଲେ। ବର୍ତ୍ତମାନ ବାବର ଆଜମ ମଧ୍ୟ ଏହି ତାଲିକାରେ ସ୍ଥାନ ପାଇଛନ୍ତି। ବାବର ୪୦୨୩ ରନ ସଂଗ୍ରହ କରିଥିବାବେଳେ କୋହଲି ୪୦୩୭ ରନ କରିଛନ୍ତି। ବାବର ଆଜାମ କୋହଲିଙ୍କଠାରୁ ମାତ୍ର ୧୪ ରନ ପଛରେ ଅଛନ୍ତି।
ବାବର ଆଜମ ଏହା ପୂର୍ବରୁ ଭାରତୀୟ ଅଧିନାୟକ ରୋହିତ ଶର୍ମାଙ୍କୁ ଛାଡିଥିଲେ। ରୋହିତ ଶର୍ମା ଏପର୍ଯ୍ୟନ୍ତ ଅନ୍ତର୍ଜାତୀୟ ଟି-୨୦ରେ ୩୯୭୪ ରନ ସଂଗ୍ରହ କରିଛନ୍ତି। ଏଭଳି ପରିସ୍ଥିତିରେ ଟି-୨୦ବିଶ୍ୱକପ ୨୦୨୪ର ସମସ୍ତ ତିନି ଖେଳାଳିଙ୍କ ମଧ୍ୟରେ ଏକ ଆକର୍ଷଣୀୟ ରେସ୍‌ ଦେଖିବାକୁ ମିଳେ।
ଏହିପରି ବାବର ଆଜମ ଏବଂ ବିରାଟ କୋହଲିଙ୍କ ଟି-୨୦ ଅନ୍ତର୍ଜାତୀୟ କ୍ୟାରିୟର ଏପର୍ଯ୍ୟନ୍ତ ଚାଲିଛି। ବିରାଟ କୋହଲି ଏପର୍ଯ୍ୟନ୍ତ ୧୧୭ ଟି-୨୦ ଅନ୍ତର୍ଜାତୀୟ ମ୍ୟାଚ ଖେଳି ୧୦୯ ଇନିଂସରେ ବ୍ୟାଟିଂ କରିଛନ୍ତି, ସେ ହାରାହାରି ୫୧.୭୫ ଏବଂ ଷ୍ଟ୍ରାଇକ ହାର ୧୩୮.୧୫ରେ ୪୦୩୭ ରନ କରିଛନ୍ତି। ଏହି ସମୟ ମଧ୍ୟରେ ସେ ଗୋଟିଏ ଏବଂ ୩୭ ଅର୍ଦ୍ଧଶତକ ହାସଲ କରିଛନ୍ତି। କୋହଲି ୨୬୧ ଚୌକା ଓ ୧୧୭ ଛକା ମାରିଛନ୍ତି।
ବାବର ଏପର୍ଯ୍ୟନ୍ତ ୧୧୭ ଟି-୨୦ ଆନ୍ତର୍ଜାତୀୟ ମ୍ୟାଚ ଖେଳିଛନ୍ତି। ଏହି ମ୍ୟାଚଗୁଡିକର ୧୧୨ ଇନିଂସରେ ବ୍ୟାଟିଂ କରି ସେ ହାରାହାରି ୪୧.୦୫ ଏବଂ ଷ୍ଟ୍ରାଇକ ରେଟ ୧୩୦.୧୫ରେ ୪୦୩୫ରନ କରିଛନ୍ତି। ଏହି ସମୟରେ ସେ ୩ ଶତକ ଏବଂ ୩୬ ଅର୍ଦ୍ଧଶତକ ହାସଲ କରିଛନ୍ତି। ବାବର ୪୩୨ ଚୌକା ଓ ୬୯ ଛକା ମାରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ଆଜି ଭାରତ-ଶ୍ରୀଲଙ୍କା ମ୍ୟାଚ୍‌

ପାଲିକେଲ, ୨୭।୭: ଭାରତ ଓ ଘରୋଇ ଶ୍ରୀଲଙ୍କା ମଧ୍ୟରେ ସୀମିତ ଓଭର ସିରିଜ ଶନିବାରଠାରୁ ଆରମ୍ଭ ହେବ। ଭ୍ରମଣକାରୀ ଦଳ ନୂଆ କୋଚ୍‌ ଗୌତମ ଗମ୍ଭୀର...

୫୮ ବର୍ଷରେ ଅଲିମ୍ପିକ୍ସ ଡେବ୍ୟୁ କଲେ ଏହି ଖେଳାଳି

ସାଣ୍ଟିଆଗୋ,୨୬ା୭: ଚିଲିର ଟେବୁଲ ଟେନିସ୍‌ ଖେଳାଳି ଝେଙ୍ଗ ଝିୟିଙ୍ଗ ୫୮ ବର୍ଷ ବୟସରେ ଅଲିମ୍ପିକ୍ସ ପଦାର୍ପଣ କରିବାକୁ ଯାଉଛନ୍ତି। ଚାଇନାରେ ଜନ୍ମ ନେଇଥିବା ଏହି ଖେଳାଳି...

ଆଜି ନ୍ୟୁଜିଲାଣ୍ଡ ବିପକ୍ଷରୁ ଭାରତର ଅଭିଯାନ ଆରମ୍ଭ

ପ୍ୟାରିସ, ୨୭।୭ : ପ୍ୟାରିସ ଅଲିମ୍ପିକ୍ସରେ ଭାରତୀୟ ହକି ଦଳର ଅଭିଯାନ ଶନିବାର ଆରମ୍ଭ ହେବ। ଟୋକିଓ ଅଲିମ୍ପିକ୍ସ ବ୍ରୋଞ୍ଜ ମେଡାଲିଷ୍ଟ ଭାରତର ପ୍ରଥମ ପ୍ରତିଦ୍ୱନ୍ଦ୍ୱୀ...

୧୭ ଶୁଟରଙ୍କ ପଦାର୍ପଣ

ପ୍ୟାରିସ୍‌,୨୭।୭: ପ୍ୟାରିସ୍‌ ଅଲିମ୍ପିକ୍ସ ୨୦୨୪ ଆରମ୍ଭ ହୋଇସାରିଥିବା ବେଳେ ଶନିବାର ଭାରତୀୟ ଶୁଟିଂ ଦଳ ଏହାର ଅଭିଯାନ ଆରମ୍ଭ କରିବ। ଭାରତ ଅଲିମ୍ପିକ୍ସରେ ସମୁଦାୟ ୩୫ଟି...

ଭବିଷ୍ୟତରେ ଟିମ୍‌ ଇଣ୍ଡିଆର ୩ ଫର୍ମାଟର ଅଧିନାୟକ ହେବେ ଗିଲ! ଟି୨୦- ଦିନିକିଆ ପରେ ଏବେ…

ନୂଆଦିଲ୍ଲୀ,୨୬।୭: ଭାରତୀୟ କ୍ରିକେଟ ଟିମ୍‌ର ୨୪ ବର୍ଷୀୟ ଓପନର ବ୍ୟାଟ୍ସମ୍ୟାନ୍‌ ଶୁଭମନ ଗିଲଙ୍କୁ ନିକଟରେ ଶ୍ରୀଲଙ୍କା ଗସ୍ତ ଲାଗି ଦିନିକିଆ ଏବଂ ଟି୨୦ରେ ଭାରତର ଉପଅଧିନାୟକ...

ବାଂଲାଦେଶକୁ ହରାଇ ଫାଇନାଲରେ ଭାରତ

ଦାମ୍ବୁଲା,୨୬ା୭: ବାଂଲାଦେଶକୁ ୧୦ ଉଇକେଟରେ ପରାସ୍ତ କରି ଗତଥରର ଚାମ୍ପିୟନ ଭାରତ ମହିଳା ଟି୨୦ କ୍ରିକେଟ ଏସିଆ କପ୍‌ ଟୁର୍ନାମେଣ୍ଟର ଫାଇନାଲରେ ପ୍ରବେଶ କରିଛି। ପ୍ରଥମେ...

‘କ୍ରିକେଟ କେବଳ ଏକ ଖେଳ, ଜୀବନ ନୁହେଁ…’ ଅଧିନାୟକ ହେବା ପରେ…

ନୂଆଦିଲ୍ଲୀ,୨୬।୭:ଶ୍ରୀଲଙ୍କା ବିପକ୍ଷରେ ଭାରତୀୟ କ୍ରିକେଟ ଟିମ୍‌ ପ୍ରଥମ ମ୍ୟାଚ୍‌ ଜୁଲାଇ ୨୭,୨୦୨୪ରୁ ଖେଳିବ। ମ୍ୟାଚ୍‌ ପୂର୍ବରୁ ଭାରତୀୟ ଟି୨୦ ଟିମ୍‌ର ନବନିଯୁକ୍ତ ଅଧିନାୟକ ସୂର୍ଯ୍ୟକୁମାର ଯାଦବ...

କ୍ୟାପ୍ଟେନ୍‌ଙ୍କ ଆଗରେ ରେକର୍ଡ ଭାଙ୍ଗିଲେ ଏହି ଖେଳାଳି, ହେଲେ ନମ଼୍ବର ୧

ନୂଆଦିଲ୍ଲୀ, ୨୬।୦୭: ଭାରତୀୟ ମହିଳା କ୍ରିକେଟ୍‌ ଟିମ୍‌ରେ ଟି-୨୦ ଅନ୍ତର୍ଜାତୀୟ ଫର୍ମାଟ୍‌ରେ ସବୁଠାରୁ ଅଧିକ ରନ୍‌ କରିଥିବା ଖେଳାଳି ଭାବେ ବ୍ୟଟ୍ସମ୍ୟାନ୍‌ ହରମନ୍‌ପ୍ରୀତ କୌରଙ୍କ ନାମରେ...

Advertisement
Mettle Meet 2024

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri