Posted inଖେଳ

କୋହଲିଙ୍କ ରେକର୍ଡ ଭାଙ୍ଗିଲେ ବାବର

ମୁଲତାନ,୧୦।୬: ପାକିସ୍ତାନ ଅଧିନାୟକ ବାବର ଆଜାମ ଅନ୍ତର୍ଜାତୀୟ କ୍ରିକେଟରେ ତାଙ୍କର ଚମତ୍କାର ଫର୍ମ ଜାରି ରଖି ଓ୍ବେଷ୍ଟଇଣ୍ଡିଜ ବିପକ୍ଷ ପ୍ରଥମ ଦିନିକିଆରେ ଶତକ ହାସଲ କରିଛନ୍ତି। ତାଙ୍କ ଶତକ ଯୋଗୁ ୩୦୬ ରନ୍‌ର ଟାର୍ଗେଟ ପିଛା କରୁଥିବା ପାକିସ୍ତାନ ୪ ବଲ ପୂର୍ବରୁ ମ୍ୟାଚ୍‌ ଜିତି ନେଇଥିଲା। ବାବର ୧୦୭ ବଲରେ ୧୦୩ ରନ୍‌ ପାଳି ଖେଳିଥିଲେ। ଏହା ତାଙ୍କ କ୍ୟାରିୟରର ୧୭ତମ ଦିନିକିଆ ଶତକ।

ବାବର ଏହି ଶତକୀୟ ଇନିଂସ ଅବସରରେ ପାକିସ୍ତାନ ଅଧିନାୟକ ଭାବେ ୧୦୦୦ ରନ୍‌ ପୂରଣ କରିଛନ୍ତି। ଏହି ମାଇଲଷ୍ଟୋନରେ ପହଞ୍ଚିବା ଲାଗି ତାଙ୍କୁ ମାତ୍ର ୧୩ ଇନିଂସ ଲାଗିଛି। ଏଥିସହିତ ଅଧିନାୟକ ଭାବେ ଏକ ହଜାର ରନ୍‌ ପୂରଣ କରିବାରେ ସେ ଦ୍ରୁତତମ ବ୍ୟାଟର ହେବାର ରେକର୍ଡ କରିଛନ୍ତି। ଏହି ରେକର୍ଡ ପୂର୍ବରୁ ଥିଲା ପୂର୍ବତନ ଭାରତୀୟ ଅଧିନାୟକ ବିରାଟ କୋହଲିଙ୍କ ନାମରେ। ସେ ୧୭ତମ ଇନିଂସରେ ୧୦୦୦ ରନ୍‌ ପୂରଣ କରିଥିଲେ।

ତାଲିକାରେ ଦକ୍ଷିଣ ଆଫ୍ରିକାର ପୂର୍ବତନ ଅଧିନାୟକ ଏବି ଡି’ଭିଲିର୍ସ (୧୮ ଇନିଂସ), ନ୍ୟୁଜିଲାଣ୍ଡ ଅଧିନାୟକ କେନ ଓ୍ବିଲିୟମସନ (୨୦) ଓ ଇଂଲଣ୍ଡର ଆଲିଷ୍ଟର କୁକ୍‌ (୨୧) ରହିଛନ୍ତି। ଏହି ରେକର୍ଡ ସମ୍ପର୍କରେ ପାକିସ୍ତାନ କ୍ରିକେଟ ବୋର୍ଡ (ପିସିବି) ଇନ୍‌ଷ୍ଟାଗ୍ରାମ ଜରିଆରେ ସୂଚନା ଦେଇଛି। ମ୍ୟାଚ୍‌ ଆରମ୍ଭ ହେବା ପୂର୍ବରୁ କୋହଲିଙ୍କ ରେକର୍ଡ ଭାଙ୍ଗିବା ପାଇଁ ବାବରଙ୍କୁ ୯୮ ରନ୍‌ ଦରକାର ଥିଲା ବେଳେ ସେ ସମ୍ପୂର୍ଣ୍ଣ ଷ୍ଟାଇଲରେ ତାହା ହାସଲ କରି ଦେଖାଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ଲୁକାସ ହକି କୋଚ୍‌ ଓ ଭିଡିଓ ଆନାଲିଷ୍ଟ

ନୂଆଦିଲ୍ଲୀ, ୬ା୯ (ପି.ଟି.): ହକି ଇଣ୍ଡିଆ ମଙ୍ଗଳବାର ବେଲଜିୟମର ଆର୍ଟର ଲୁକାସଙ୍କୁ କୋଚ୍‌ ଓ ଭିଡିଓ ଆନାଲିଷ୍ଟ ଭାବେ ନିଯୁକ୍ତି ଦେଇଛି। ଲୁକାସଙ୍କ ସହିତ ହୋଇଥିବା...

ଡବ୍ଲ୍ୟୁଟିସି ଫାଇନାଲ ପାଇଁ ଭାରତୀୟ ଦଳ ଘୋଷିତ : ଫେରିଲେ ତାରକା ଖେଳାଳି

ନୂଆଦିଲ୍ଲୀ, ୭ା୫ : ଆସନ୍ତା ମାସରେ ଲଡର୍‌ସଠାରେ ନ୍ୟୁଜିଲାଣ୍ଡ ବିପକ୍ଷରେ ହେବାକୁ ଯାଉଥିବା ବିଶ୍ୱ ଟେଷ୍ଟ ଚାମ୍ପିୟନଶିପ୍‌ (ଡବ୍ଲ୍ୟୁଟିସି) ଫାଇନାଲ ଏବଂ ଇଂଲଣ୍ଡ ବିପକ୍ଷ ୫...

ଟେଷ୍ଟ କ୍ରିକେଟରେ ଇତିହାସ ରଚିଲେ ଅଶ୍ୱିନ

ନୂଆଦିଲ୍ଲୀ,୧୭।୨: ଅଷ୍ଟ୍ରେଲିଆ ବିପକ୍ଷରେ ଖେଳାଯାଉଥିବା ଦ୍ୱିତୀୟ ଟେଷ୍ଟ ମ୍ୟାଚ୍‌ରେ ଭାରତର ଭେଟେରାନ ଅଫ୍‌ ସ୍ପିନର୍‌ ରବିଚନ୍ଦ୍ରନ ଅଶ୍ୱିନ ଏକ ବଡ଼ ରେକର୍ଡ କରିଛନ୍ତି। ପ୍ରଥମ ଇନିଂସରେ...

ଭୂମିକମ୍ପରେ ତୁର୍କୀ ଗୋଲକିପରଙ୍କ ମୃତ୍ୟୁ

ଅଙ୍କାରା,୯ା୨: ତୁର୍କୀ ଓ ଇଜିପ୍ଟରେ ଘଟିଥିବା ଭୟାବହ ଭୂମିକମ୍ପରେ ତୁର୍କୀ ଗୋଲକିପରଙ୍କ ମୃତ୍ୟୁ ଘଟିଛି। ତୁର୍କୀ ପାଇଁ ୫ ଅନ୍ତର୍ଜାତୀୟ ମ୍ୟାଚ ଖେଳିଥିବା ଅହମତ୍‌ ଇୟୁପ୍‌...

ଫ୍ରିଡମ୍‌ ଟ୍ରଫି ପାଇଁ ଲଢ଼େଇ

ଫ୍ରିଡମ୍‌ ଟ୍ରଫି ଟେଷ୍ଟ ସିରିଜ ଖେଳିବା ପାଇଁ ଦକ୍ଷିଣ ଆଫ୍ରିକା ଦଳ ଫାଫ ଡୁପ୍ଲେସିସ୍‌ଙ୍କ ନେତୃତ୍ୱରେ ଭାରତ ଗସ୍ତରେ ଆସୁଛି। ଗତବର୍ଷ ଟିମ୍‌ ଇଣ୍ଡିଆ ଦକ୍ଷିଣ...

ଘରୋଇ ପଡ଼ିଆରେ ଲକ୍ଷ୍ନୌକୁ ଭେଟିବ ପଞ୍ଜାବ

ଚଣ୍ଡିଗଡ,୨୮।୪: ଆଇପିଏଲ ୨୦୨୩ର ୩୮ ତମ ମ୍ୟାଚରେ ପଞ୍ଜାବ କିଙ୍ଗ୍ସ (ପିବିକେଏସ୍‌)ଏବଂ ଲକ୍ଷ୍ନୌ ସୁପର ଜାଏଣ୍ଟସ(ଏଲଏସ୍‌ଜି)ମୁହାଁମୁହିଁ ହେବେ। ଉଭୟଙ୍କ ମଧ୍ୟରେ ଏହି ମ୍ୟାଚ ପଞ୍ଜାବର ଘରୋଇ...

ଓ୍ବାଲର୍‌ଡ ୟୁନିଭର୍ସିଟି ଗେମ୍ସ: ଚାପ ସ୍ଥିତିରେ ସର୍ବଦା ଭଲ ପ୍ରଦର୍ଶନ କରି ଆସିଛି -ଦୂତୀ

ଭୁବନେଶ୍ୱର, ୧୧।୭(କ୍ରୀଡ଼ା ପ୍ରତିନିଧି)- ”ଇଟାଲି ପ୍ରତିଯୋଗିତାରେ ୧୦୦ ମିଟର ପ୍ରତିଦ୍ୱନ୍ଦ୍ୱିତା ବହୁତ ଟପ୍‌ ଥିଲା। ଟାଇମିଂ ଅନୁସାରେ ମୁଁ ୫ ନମ୍ବରରେ ଥିଲି। ୩ ପ୍ରତିଯୋଗି...

ପାକିସ୍ତାନ ବିପକ୍ଷ ମ୍ୟାଚ ପୂର୍ବରୁ ପରିବର୍ତ୍ତନ ହୋଇପାରେ ଟିମ ଇଣ୍ଡିଆର ପ୍ଲେ-୧୧

ନୂଆଦିଲ୍ଲୀ,୯।୯: ରବିବାର ଭାରତ ଏବଂ ପାକିସ୍ତାନ ମଧ୍ୟରେ ମୁକାବିଲା ହେବ। କଲମ୍ବୋରେ ଖେଳାଯିବାକୁ ଥିବା ଏହି ମ୍ୟାଚ ପାଇଁ ଟିମ ଇଣ୍ଡିଆର ପ୍ଲେ-୧୧ରେ ପରିବର୍ତ୍ତନ ହୋଇପାରେ।...

Advertisement
Archives

Model This Week