Posted inଖେଳ

କିଙ୍ଗ୍‌ କୋହଲିଙ୍କୁ ମାଇଲ୍‌ ପଛରେ ଛାଡ଼ିଲେ ବାବର

ବର୍ମିଂହାମ,୧୩।୭: ଇଂଲଣ୍ଡ ବିପକ୍ଷ ପ୍ରଥମ ଦୁଇ ଦିନିକିଆ ମ୍ୟାଚ୍‌ ବିଫଳ ହେବା ପରେ ପାକିସ୍ତାନ ଅଧିନାୟକ ବାବର ଆଜାମ ମଙ୍ଗଳବାର ଖେଳିଛନ୍ତି କ୍ୟାରିୟରର ଶ୍ରେଷ୍ଠ ଇନିଂସ। ଆରମ୍ଭରୁ ଧିମା ବ୍ୟାଟିଂ କରିଥିବା ବାବର ୧୩୯ ବଲରେ ଖେଳିଛନ୍ତି ୧୫୮ ରନ୍‌ର ଦର୍ଶନୀୟ ଇନିଂସ। ତାଙ୍କ ଦିନିକିଆ କ୍ୟାରିୟରର ଶ୍ରେଷ୍ଠ ଇନିଂସରେ ସାମିଲ ଥିଲା ୧୪ ଚୌକା ଓ ୪ ଛକା। ଏହା ତାଙ୍କ କ୍ୟାରିୟରର ୧୪ତମ ଶତକ।

କ୍ୟାରିୟରର ୮୧ତମ ଇନିଂସରେ ୧୪ତମ ଶତକ ହାସଲ କରି ୨୫ ବର୍ଷୀୟ ବାବର ଏକ ସ୍ବତନ୍ତ୍ର ରେକର୍ଡ ନିଜ ନାମରେ କରିଛନ୍ତି। ଖୁବ୍‌ କମ୍‌ ଇନିଂସରେ ୧୪ ଶତକ ହାସଲ କରିବାରେ ସେ ବହୁ ପଛରେ ଛାଡ଼ି ଦେଇଛନ୍ତି ଭାରତର ବ୍ୟାଟିଂ ସେନସେସନ ବିରାଟ କୋହଲିଙ୍କୁ। କିଙ୍ଗ୍‌ କୋହଲିଙ୍କୁ ୧୪ତମ ଶତକ ହାସଲ କରିବା ପାଇଁ ଲାଗିଥିଲା ୧୦୩ ଇନିଂସ। ବାବରଙ୍କ ପୂର୍ବରୁ ଏହି ରେକର୍ଡ ଅଷ୍ଟ୍ରେଲିଆର ମହିଳା କ୍ରିକେଟର ମେଗ୍‌ ଲାନ୍ନିଂ (୮୨ତମ ଇନିଂସ)ଙ୍କ ନାମରେ ଥିଲା। ଏହି ତାଲିକାରେ ଦକ୍ଷିଣ ଆଫ୍ରିକାର ହାସିମ ଆମଲା (୮୪) ଓ ଅଷ୍ଟ୍ରେଲିଆର ଡେଭିଡ୍‌ ଓ୍ବାର୍ନର (୯୮) ରହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ଚେନ୍ନାଇ ପାଇଁ ଖୁସି ଖବର: ହାଇଦ୍ରାବାଦ ବିପକ୍ଷ ମ୍ୟାଚରେ ଦଳକୁ ଫେରିପାରନ୍ତି ବେନ ଷ୍ଟୋକ୍ସ

ଚେନ୍ନାଇ,୨୧।୪: ଚାରିଥର ଚମ୍ପିୟନ ହୋଇଥିବା ଚେନ୍ନାଇ ସୁପର କିଙ୍ଗ୍ସ (ସିଏସେ୍‌କେ) ଚଳିତ ଆଇପିଏଲ୍‌ରେ ଶୁକ୍ରବାର ଏମ୍‌ଏ ଚିନାମ୍ବରମ ଷ୍ଟାଡିୟମରେ ସନ୍‌ରାଇଜର୍ସ ହାଇଦ୍ରାବାଦ(ଏସ୍‌ଆର୍‌ଏଚ୍‌) ବିପକ୍ଷରେ ଖେଳିବ। ସିଏସେ୍‌କେ...

ସାନିଆ-ସୋଏବଙ୍କ ମଧ୍ୟରେ ହୋଇଗଲା କି ଛାଡପତ୍ର

ନୂଆଦିଲ୍ଲୀ,୩।୮:ଭାରତୀୟ ଟେନିସ ତାରକା ସାନିଆ ମିର୍ଜା ଏବଂ ପାକିସ୍ତାନୀ କ୍ରିକେଟର ଶୋଏବ ମଲିକଙ୍କ ମଧ୍ୟରେ ଛାଡପତ୍ର ଖବର ପୁଣି ଥରେ ଆରମ୍ଭ ହୋଇଛି। ଏଥର ଶୋଏବ...

ସେମିରେ ପାରାମାଉଣ୍ଟ ସ୍ପୋର୍ଟିଂ

ଭୁବନେଶ୍ୱର,୨୧ା୪ (ସ୍ପୋଟର୍‌ସ ବ୍ୟୁରୋ): ଟାଉନ୍‌ କ୍ଲବ ପଡ଼ିଆରେ ଚାଲିଥିବା ୧୫ ବର୍ଷରୁ କମ୍‌ ଜୁନିୟର କ୍ରିକେଟ ଟୁର୍ନାମେଣ୍ଟରେ ଗୁରୁବାର ଅନୁଷ୍ଠିତ ଦୁଇଟି ମ୍ୟାଚରେ ପାରାମାଉଣ୍ଟ ସ୍ପୋର୍ଟିଂ...

ମଙ୍ଗଳବାର ବାହାହେବେ ଦୀପିକା-ଅତନୁ

କୋଲକାତା, ୨୮ା୬ (ପି.ଟି.)- ଭାରତର ଦୁଇ ଶୀର୍ଷ ତୀରନ୍ଦାଜ ଦୀପିକା କୁମାରୀ ଓ ଅତନୁ ଦାସଙ୍କ ମଧ୍ୟରେ ବାହାଘର ମଙ୍ଗଳବାର ରାଞ୍ଚତ୍ର ମୋରାବାଦୀଠାରେ ହେବ। କୋଭିଡ୍‌-୧୯...

କଳା ଫିତା ପିନ୍ଧି ପଡିଆକୁ ଓହ୍ଳାଇଲେ ଦକ୍ଷିଣ ଆଫ୍ରିକା ଖେଳାଳି

ସେଞ୍ଚୁରିଆନ୍‌,୨୬।୧୨: ଭାରତ ଏବଂ ଦକ୍ଷିଣ ଆଫ୍ରିକା ମଧ୍ୟରେ ୩ ମ୍ୟାଚ ବିଶିଷ୍ଟ ସିରିଜର ପ୍ରଥମ ମ୍ୟାଚ ସେଞ୍ଚୁରିଅନର ସୁପରସପୋର୍ଟ ପାର୍କରେ ଖେଳାଯାଉଛି। ଭାରତ ଟସ ଜିତି...

ଗଲ୍ଫ ଟୁର ଚାମ୍ପିୟନଶନିପ୍‌: ବଜ୍ରପାତରେ ୬ ପ୍ରଶଂସକ ଆହତ

ଆଟଲାଣ୍ଟା, ୨୫।୮: ଏଠାରେ ଚାଲିଥିବା ଗଲ୍ଫ ଟୁର ଚାମ୍ପିୟନଶିପ୍‌ ଅବସରରେ ଏକ ଅଘଟଣ ଘଟିଛି। ଚାମ୍ପିୟନଶିପ୍‌ର ତୃତୀୟ ରାଉଣ୍ଡ ଖେଳ ଅବସରରେ ହଠାତ୍‌ ଗଲ୍ଫ କୋର୍ସରେ...

ବ୍ରାଡମ୍ୟାନଙ୍କ ରେକର୍ଡ ଭାଙ୍ଗି ପାରନ୍ତି ସ୍ମିଥ

ଓଭାଲ,୧୧।୯- ଅଷ୍ଟ୍ରେଲିଆନ ବ୍ୟାଟ୍ସମ୍ୟାନ ଷ୍ଟିଭ ସ୍ମିଥ ଚଳିତ ଆଶେସ ସିରିଜ୍‌ରେ ଚମତ୍କାର ଫର୍ମରେ ରହିଛନ୍ତି। ପୂର୍ବତନ ଅଷ୍ଟ୍ରେଲିଆନ ଅଧିନାୟକ ଏପର୍ଯ୍ୟନ୍ତ ଆଶେସ ସିରିଜ୍‌ରେ ଏକ ଦ୍ୱିଶତକ...

କୋହଲିଙ୍କୁ ନେଇ ମୁହଁ ଖୋଲିଲେ ରୋହିତ ଶର୍ମା

ନୂଆଦିଲ୍ଲୀ,୧୦।୧୧: ଭାରତର ଦିନିକିଆ ଦଳର ନୂତନ ଅଧିନାୟକ ହୋଇଛନ୍ତି ରୋହିତ ଶର୍ମା। ଅଧିନାୟକ ଦାୟିତ୍ୱ ନେବା ପରେ ସେ କହିଛନ୍ତି ଯେ, ଅଧିନାୟକଙ୍କ ୨୦ ପ୍ରତିଶତ...

Advertisement
Archives

Model This Week