ବାବା ବଳିଆଙ୍କ ସତର୍କବାଣୀ: ଏମିତି କାମ ନ କଲେ ପରିସ୍ଥିତି ହୋଇଯିବ ଅସମ୍ଭାଳ

ବଲାଙ୍ଗୀର,୬ା୭(ବୀରେନ୍ଦ୍ର କୁମାର ଝାଙ୍କର):ବଲାଙ୍ଗୀରର ଏକ ହୋଟେଲ ରେ ଶୁକ୍ରବାର ଅନନ୍ତ ବଳିଆ ଟ୍ରଷ୍ଟ ପକ୍ଷରୁ ବାବା ବଳିଆ ଖବରଦାତା ସମ୍ମିଳନୀ ଡାକି ପରିବେଶ, ଗଣତନ୍ତ୍ର ଓ ଧର୍ମ ସଚେତନତା ଯାତ୍ରା ବିଷୟରେ ସୂଚନା ଦେଇଥିଲେ। ବାବା ବଳିଆ କହିଥିଲେ ଯେ, ପୂର୍ବରୁ ଗଛ ଓ ଜଙ୍ଗଲ ଅଧିକ ଥିଲା ଓ ଲୋକସଂଖ୍ୟା କମ୍‌ ରହିଥିଲା। ଏବେ ଲୋକସଂଖ୍ୟା ବଢ଼ୁଛି ମାତ୍ର ଗଛ ଓ ଜଙ୍ଗଲ ବୃଦ୍ଧି ପାଉନାହିଁ। ଏହା ଚିନ୍ତାଜନକ। ପ୍ରତ୍ୟେକ ବ୍ୟକ୍ତି ଏ ଦିଗରେ ସଚେତନ ହେବା ଜରୁରୀ। ଜଙ୍ଗଲ ସୁରକ୍ଷା ଏବଂ ବୃକ୍ଷରୋପଣ ନ କଲେ ଆଗକୁ ପରିସ୍ଥିତି ଅସମ୍ଭାଳ ହୋଇଯିବ ବୋଲି ସେ କହିଥିଲେ। ଗଣତାନ୍ତ୍ରିକ ବିଧିବ୍ୟବସ୍ଥାରେ ଯେଭଳି ଅବନତି ଦେଖାଯାଉଛି ତାହା ଚିନ୍ତାଜନକ ବୋଲି କହିଥିଲେ। ସମଗ୍ର ବିଶ୍ୱସ୍ତରରେ ବୃଦ୍ଧି ପାଉଥିବା ବିସ୍ତାରବାଦୀ ଚିନ୍ତାଧାରା ବିପଜ୍ଜନକ ବୋଲି କହିଥିଲେ। ଏହି ଅବସରରେ ଖବରଦାତା ମାନେ ପଶ୍ଚିମ ଓଡିଶାର ନୂଆଖାଇ ତିହାରକୁ ନେଇ ପୂର୍ବରୁ ଦେଇଥିବା ବାବା ବଳିଆଙ୍କ ବିବାଦୀୟ ମତ ଉପରେ ପ୍ରଶ୍ନ କରଥିଲେ। ତେବେ ବାବା ବଳିଆ ପଶ୍ଚିମ ଓଡିଶାର ନୂଆଖାଇ ତିହାର ଉପରେ ସେ କିଛି ବି ନକରାତ୍ମକ ମତ ଦେଇ ନ ଥିଲେ ବରଂ ଦୁଇଟି ଟିଭି ଚ୍ୟାନେଲ ତାହାକୁ ସେଭଳି ଭାବେ ପରିବେଷଣ କରିଥିଲେ ବୋଲି କହିଥିଲେ। ଅନନ୍ତ ବଳିଆ ଟ୍ରଷ୍ଟ ପକ୍ଷରୁ ପରିବେଶ ସଚେତନତା କାର୍ଯ୍ୟକ୍ରମ ସମଗ୍ର ଦେଶର ବିଭିନ୍ନ ସ୍ଥାନରେ କରାଯିବା ସହ ଦେଶ ବାହାରେ ମଧ୍ୟ ସଚେତନତା ସୃଷ୍ଟି କରାଯିବ ବୋଲି କହିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ପୋଡ଼ମାପେଟା ବେଳାଭୂମି ଅବକ୍ଷୟ, ଭୟରେ ଅଞ୍ଚଳବାସୀ

ଗଞ୍ଜାମ,୨୨ା୮(ବିଦ୍ୟାଧର ସାହୁ): ଦିନକୁ ଦିନ ଅଶାନ୍ତ ହୋଇ ପଡୁଛି ସମୁଦ୍ର। ଉଚ୍ଚ ଲହଡି ଯୋଗୁ କୂଳ ଖାଉଥିବା ବେଳେ ଭୟରେ ସମୁଦ୍ର ତଟବର୍ତ୍ତୀ ଅଞ୍ଚଳ। ଗଞ୍ଜାମ ଜିଲାର…

ପୁଣି ଭାଇରାଲ ହେଲେ ରାନୁ ମଣ୍ଡଳ, ଏହି ରୋମାଣ୍ଟିକ୍‌ ଗୀତ ଗାଇ…

କୋଲକାତା,୨୨ା୮: ଯେତେବେଳେ ଆମେ ଷ୍ଟ୍ରିଟ୍‌ ଗାୟିକା/ଗାୟକଙ୍କ କଥା ଭାବୁ ପ୍ରଥମେ ରାନୁ ମଣ୍ଡଳଙ୍କ ନାଁ ମନେ ପଡ଼େ। ଜଣେ ଷ୍ଟ୍ରିଟ୍‌ ଗାୟିକା ହେବା ସହିତ ସେ ଜଣେ…

ସାପ ନେଲା ଚାଷୀଙ୍କ ଜୀବନ

ପାତ୍ରପୁର,୨୨ା୮(ଉମା ଚରଣ ନେପାକ): ଜରଡ଼ା ଥାନା ଆମପୁର ପଞ୍ଚାୟତ ମହାଦେଈପୁର ଗ୍ରାମରେ ସାପ କାମୁଡ଼ାରେ ଜଣେ ଚାଷୀଙ୍କ ମୃତ୍ୟୁ ଘଟିଛି। ସେ ହେଲେ ବାସୁଦେବ ପ୍ରଧାନ(୬୪)। ଶନିବାର…

ଘରେ ବସି ସ୍କୁଲ ପ୍ରୋଜେକ୍ଟ କରୁଥିଲେ ଛାତ୍ର, ମାରିଲା କରେଣ୍ଟ…

ଖଲ୍ଲିକୋଟ,୨୨।୮( ପ୍ରଶାନ୍ତ କୁମାର ମିଶ୍ର): ଗଞ୍ଜାମ ଜିଲା ଖଲ୍ଲିକୋଟ ବ୍ଲକ ଅଧୀନ କୈରାସି ଗ୍ରାମରେ ଶନିବାର ଏକ ଦୁଃଖଦ ଘଟଣା ଘଟିଛି। ବିଦ୍ୟୁତ୍‌ କରେଣ୍ଟ ଲାଗି ଜଣେ…

ଲଘୁଚାପ ଛଡାଇ ନେଇଛି ମତ୍ସ୍ୟଜୀବୀଙ୍କ ଜୀବିକା

ଛତ୍ରପୁର, ୨୨ା୮ (ଦ୍ୱାରକା ପଟ୍ଟନାୟକ/ଦିଲୀପ ସାମଲ): ବଙ୍ଗୋପସାଗରରେ ସୃଷ୍ଟି ହେଉଛି ତୁହାକୁ ତୁହା ଲଘୁଚାପ। ଏଥିପାଇଁ ସମୁଦ୍ର ଅଶାନ୍ତ ରହିଛି। ମତ୍ସ୍ୟଜୀବୀଙ୍କ ସୁରକ୍ଷା ପାଇଁ ଆଞ୍ଚଳିକ ପାଣିପାଗ…

ପୋଲିସର ନିଶାମୁକ୍ତ ଅଭିଯାନକୁ ନେଇ ବଢ଼ିଲା ଚର୍ଚ୍ଚା

କୋକସରା,୨୨ା୮(ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ): କଳାହାଣ୍ଡି ଜିଲା କୋକସରା ଥାନା ପକ୍ଷରୁ ଗତ କିଛିଦିନ ହେଲା ନିଶା ମୁକ୍ତ ଅଭିଯାନ ଆରମ୍ଭ ହୋଇଛି। ଅଞ୍ଚଳର ବିଭିନ୍ନ ସ୍କୁଲ, କଲେଜ…

ପାରାଦୀପରୁ ବାହାରିଥିବା ଜାହାଜ ଗଭୀର ସମୁଦ୍ରରୁ ନିଖୋଜ, ଏଥିରେ ଥିଲେ ୨୪ ନାବିକ, ଚାଲିଛି ଖୋଜା

ପାରାଦୀପ,୨୨ା୮(ଶରତ ରାଉତ): ପାରାଦୀପ ବନ୍ଦରରୁ ଲୁହାପଥର ବୋଝେଇ କରି ଚାଇନା ଯାଉଥିବା ଏକ ପଣ୍ୟବାହୀ ଜାହାଜ ଏମ୍‌ଭି ‘ଓସେନ ଓ୍ବିନର’ ଗତ ଶୁକ୍ରବାର ରାତିରୁ ନିଖୋଜ ଥିବା…

ବନ୍ଧୁକ ଦେଖାଇ ଗହଣା ବ୍ୟବସାୟୀଙ୍କଠାରୁ ଦୁର୍ବୃତ୍ତ ଲୁଟିନେଲେ ଲକ୍ଷାଧିକ ଟଙ୍କାର ସୁନା ଅଳଙ୍କାର, ବାଇକ୍‌ ଛାଡ଼ି…

ମୋରଡ଼ା,୨୨ା୮(ସ୍ମାରକ ମାଜୀ): ମୟୂରଭଞ୍ଜ ଜିଲା ମୋରଡା ଥାନା ଅଞ୍ଚଳରେ ବନ୍ଧୁକ ମୁନରେ ଜଣେ ଗହଣା ବ୍ୟବସାୟୀଙ୍କୁ ଲୁଟ୍‌ ହୋଇଛି। ସୂଚନା ଅନୁଯାୟୀ, ଶୁଳିଆପଦା ଥାନା ଅଧୀନ କୋଷ୍ଠା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri