୭ରେ ପ୍ରକାଶ ପାଇବ B.Ed, M.Ed ଉତ୍ତର: ପ୍ରତିଟି ପ୍ରଶ୍ନ ପାଇଁ ଦେବାକୁ ପଡ଼ିବ ୨୦୦ ଟଙ୍କା

ଭୁବନେଶ୍ୱର,୪।୭(ସୁଚିସ୍ମିତା ସାହୁ): ଦୁଇବର୍ଷିଆ ବି.ଏଡ୍‌, ଏମ୍‌.ଏଡ୍‌ ଏବଂ ବି.ଏଚ୍‌.ଏଡ୍‌ ପ୍ରବେଶିକା ପରୀକ୍ଷା-୨୦୨୫ର ସାମୟିକ ଉତ୍ତର ପ୍ରକାଶନ ବା ଆନ୍‌ସାର୍‌ କି’ ଆସନ୍ତା ୭ ତାରିଖରେ ପ୍ରକାଶ ପାଇବ। ରାଜ୍ୟ ପ୍ରବରଣ ମଣ୍ଡଳୀ (ଏସ୍‌ଏସ୍‌ବି) ପକ୍ଷରୁ ପ୍ରଦାନ କରାଯାଇଥିବା ମାର୍କକୁ ନେଇ କେତେଜଣ ପରୀକ୍ଷାର୍ଥୀ ଅସମ୍ମତି ଓ ଅଭିଯୋଗ ଆଣିଥିଲେ। ଏହାକୁ ଭିତ୍ତିକରି ଅସମ୍ମତିର ସମାଧାନ ସହ ପ୍ରକ୍ରିୟାରେ ପ୍ରତିପାଳିତ ହେଉଥିବା ପାରଦର୍ଶିତାକୁ ସୁନିଶ୍ଚିତ କରିବା ପାଇଁ ସାମୟିକ ଉତ୍ତର ପ୍ରକାଶନ କରାଯିବ।

ଆବେଦନକାରୀମାନେ ରାଜ୍ୟ ପ୍ରବରଣ ମଣ୍ଡଳୀ ପୋର୍ଟାଲ https://ssbodisha.ac.in/ରେ ପ୍ରକାଶନ କରିବାକୁ ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ନିଷ୍ପତ୍ତି ନିଆଯାଇଛି। ଏହାଦ୍ୱାରା ଆବେଦନକାରୀମାନେ ତାଙ୍କ ଉତ୍ତରଗୁଡିକୁ ଯାଞ୍ଚ କରିପାରିବେ। ୮ତାରିଖ ପୂର୍ବାହ୍ନ ୧୧ଟାରୁ ୧୦ ତାରିଖ ରାତି ୧୧ଟା ୪୫ ପର୍ଯ୍ୟନ୍ତ ଆବେଦନକାରୀମାନେ ନିଜ ଅଭିଯୋଗ ସାମ୍‌ସ ପୋର୍ଟାଲ https://www.samsodisha.gov.in/ ମାଧ୍ୟମରେ ଦାଖଲ କରିପାରିବେ। ପ୍ରତିଟି ପ୍ରଶ୍ନ ପାଇଁ ୨୦୦ଟଙ୍କା ଲେଖାଏ ପଇଠ କରିବାକୁ ପଡ଼ିବ ବୋଲି ଏସ୍‌ଏସ୍‌ବି ସଭାପତି କାଳୀ ପ୍ରସନ୍ନ ମହାପାତ୍ର ସୂଚନା ଦେଇଛନ୍ତି।

ସୂଚନାଯୋଗ୍ୟ, ପ୍ରବେଶିକା ପରୀକ୍ଷା ଓ ନାମଲେଖା ପାଇଁ ହୋଇଥିବା ଯୋଗ୍ୟତା ଚୟନ ତାଲିକାରେ ବ୍ୟାପକ ଅନିୟମିତତା ନେଇ ଅଭିଯୋଗ ହୋଇଥିଲା। ଅଧିକ ମାର୍କ ପାଇବାକୁ ବହୁ ପରୀକ୍ଷାର୍ଥୀ ଆଶାବାଦୀ ଥିବାବେଳେ ସ୍କୋର୍‌ କାର୍ଡରେ କିନ୍ତୁ କମ୍‌ ମାର୍କ ରହିଥିଲା। ଏସ୍‌ଏସ୍‌ବି ପକ୍ଷରୁ ଉତ୍ତର ନ ବାହାର କରି ସିଧାସଳଖ ସ୍କୋର୍‌ କାର୍ଡ ପ୍ରକାଶ କରାଯାଇଥିବାରୁ ଉଚ୍ଚଶିକ୍ଷା ବିଭାଗର ଅଭିଯୋଗ ଶୁଣାଣିରେ ପରୀକ୍ଷାର୍ଥୀମାନେ ଅଭିଯୋଗ କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ବ୍ରହ୍ମପୁରରେ ଚାଞ୍ଚଲ୍ୟ, ରେଳଧାରଣରୁ ମିଳିଲା ୨ ମୃତଦେହ

ବ୍ରହ୍ମପୁର,୨୧।୮( ସୁବାସ ଚନ୍ଦ୍ର ପାଢ଼ୀ ): ଜିଆର୍‌ପି ପୋଲିସ ଗୋଶାଣିନୂଆଗାଁ ବ୍ରିଜ ତଳ ଦେଇ ଯାଇଥିବା ରେଳଧାରଣ ନିକଟରୁ ଶନିବାର ଜଣେ ଯୁବକଙ୍କ ମୃତଦେହ ଉଦ୍ଧାର କରିଛି।…

ଲଭ୍‌-ସେକ୍ସ-ଧୋକା ଅଭିଯୋଗ; ବାରିପଦା ଟାଉନ୍‌ ଥାନାର SI ଅଟକ

ବାରିପଦା,୨୨।୮: ବାରିପଦା ଟାଉନ୍‌ ଥାନାର ଜଣେ ସବ୍‌-ଇନ୍ସପେକ୍ଟରଙ୍କ ବିରୋଧରେ ଜଣେ ମହିଳା ଲଭ୍‌-ସେକ୍ସ-ଧୋକା ଅଭିଯୋଗ ଆଣିଛନ୍ତି। ଅଭିଯୋଗ ପରେ ଟାଉନ୍‌ ଥାନାର SI ପ୍ରଭାତ ନାୟକଙ୍କୁ ପୋଲିସ…

କରିସ୍ମାଙ୍କୁ ପୂଜା କରନ୍ତି କଙ୍ଗନା, ତାଙ୍କ ଫ୍ୟାଶନ ସେନ୍ସକୁ ପ୍ରଶଂସା କରିବା ସହ ଏମିତି କହି…

ମୁମ୍ବାଇ: ଭାଜପା ନେତ୍ରୀ ତଥା ବଲିଉଡ୍‌ ଅଭିନେତ୍ରୀ କଙ୍ଗନା ରାଣାଓ୍ବତ କୌଣସି ନା କୌଣସି କାରଣକୁ ନେଇ ସବୁବେଳେ ଚର୍ଚ୍ଚାରେ ରହିଥାନ୍ତି। ସେ ସୋସିଆଲ ମିଡିଆରେ ସବୁବେଳେ…

ଗରିମା ଦିବସ: ସଫେଇ କର୍ମୀ ପ୍ରତାପ ଦଳେଇଙ୍କ ପତ୍ନୀଙ୍କୁ ୧୦ ଲକ୍ଷ ଟଙ୍କାର ବୀମା ରାଶି

ଭୁବନେଶ୍ୱର, ୨୨।୮: ସଫେଇ କର୍ମୀଙ୍କ ସୁରକ୍ଷା, ସାମାଜିକ ସୁରକ୍ଷା ଓ ମର୍ଯ୍ୟାଦା ବୃଦ୍ଧି ଲକ୍ଷ୍ୟରେ ଆଜି ଗରିମା ଦିବସ ୨୦୨୬ ପାଳିତ ହୋଇଛି। ଏହି ଅବସରରେ ଲୋକସେବା…

କାମ କରୁଥିବାବେଳେ ଶ୍ରମିକଙ୍କୁ ଶୁଭିଲା ସାପର ଗର୍ଜନ, ପାଖକୁ ଯାଇ ଦେଖିବା ପରେ…

ଦିଗପହଣ୍ଡି,୨୨ା୮(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ସହର ଉପକଣ୍ଠ ୧ ନଂ ଓ୍ବାର୍ଡ ଘୋଡ଼ାହାଡ଼ ଡ଼୍ୟାମ ରାସ୍ତାକଡ଼ରେ ନିର୍ମାଣାଧୀନ ମେଡିକାଲ କୋଠା ପରିସରରୁ ପ୍ରାୟ ୭…

ଗଞ୍ଜାମରେ ୯୦ ଦିନ ପାଇଁ ଧାରା ୩୦ ଲାଗୁ, ଜାଣନ୍ତୁ ଏହା କ’ଣ, କାହିଁକି ହୁଏ…

ଗଞ୍ଜାମ,୨୨ା୮(ଦିଲ୍ଲୀପ ସାମଲ): ଗଞ୍ଜାମ ଜିଲାରେ ପୋଲିସ ଆଇନ ୧୯୬୧ର ଧାରା-୩୦ ଲାଗୁ କରାଯାଇଛି। ୯୦ ଦିନ ପାଇଁ କଟକଣା ଲଗାଇଛି ଗଞ୍ଜାମ ପୋଲିସ। ସଭା, ସମିତି ଓ…

ପୁଣି ଏକ ମାଈ ହାତୀର ମୃତଦେହ ଠାବ: ବଚ୍ଛେଦ ରିପୋର୍ଟ ଆସିବା ପରେ ହିଁ….

ରିଆମାଳ, ୨୨/୮ (ବଦ୍ରିନାରାୟଣ ଅଗ୍ରୱାଲା): ଦେବଗଡ଼ ଜିଲା ରିଆମାଳ ବନାଞ୍ଚଳ କୁଣ୍ଢେଇଗୋଳା ସେକ୍ସନ ଅନ୍ତର୍ଗତ ଚେଢ଼ଇମରା ଗ୍ରାମ ପଞ୍ଚାୟତର ଝରାବେରେଣୀ ଗ୍ରାମ ନିକଟସ୍ଥ ସଂରକ୍ଷିତ ଜଙ୍ଗଲରୁ ବନ…

ଜୁଆ ଆଡ୍ଡାରେ ଚଢାଉ: ପୋଲିସ କର୍ମଚାରୀଙ୍କୁ ହତ୍ୟା ଉଦ୍ୟମ କରି ଗଲେ ଜେଲ୍

ଦିଗପହଣ୍ଡି,୨୨|୮(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା କେ.ନୂଆଗାଁ ଥାନା ଡ଼ଭାର ଗ୍ରାମ ମା ‘ କାଳୀ ମନ୍ଦିର ନିକଟ ଆମ୍ବ ତୋଟାରେ ଚାଲିଥିବା ଜୁଆଆଡ୍ଡାରେ ପୋଲିସ ଟିମ୍…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri