Posted inଜାତୀୟ

ମୁକୁଳିବେ ନାହିଁ ଆଜମ ଖାନ! କୋର୍ଟ ଜାରି କଲେ ନାହିଁ ରିଲିଜ ଓ୍ବାରେଣ୍ଟ

ମୋରାଦାବାଦ,୨୩।୯: ଜେଲରୁ ବାହାରି ପାରିବେ ନାହିଁ ଆଜମ ଖାନ। ମୋରାଦାବାଦ କୋର୍ଟ ଏପର୍ଯ୍ୟନ୍ତ ତାଙ୍କର ରିଲିଜ ଓ୍ବାରେଣ୍ଟ ଜାରି କରିନାହାଁନ୍ତି। ସେ ଛଜଲାଟ ମାମଲାରେ ତାଙ୍କର ଦୁଇ ବର୍ଷର ସଜା ପୂରଣ କରିଛନ୍ତି। ମଙ୍ଗଳବାର କୋର୍ଟ ଦ୍ୱାରା ରିଲିଜ ୱାରେଣ୍ଟ ଜାରି ହୋଇପାରେ। ହେଲେ ଏବେ ପର୍ଯ୍ୟନ୍ତ ଆଜମ ଖାନଙ୍କ ମୁକ୍ତି ସମ୍ଭାବନା କମ ରହିଛି। ଅପରାହ୍ନ ୨ଟା ସୁଦ୍ଧା ୱାରେଣ୍ଟ ଜାରି କରାଯିବ ବୋଲି ଜଣାପଡିଛି। ଯଦି ୱାୟାରଲେସ ଅନଲାଇନ ୱାରେଣ୍ଟ ଜେଲରେ ପହଞ୍ଚିଥାଏ, ତେବେ ତାଙ୍କୁ ସା ସୁଦ୍ଧା ମୁକ୍ତ କରାଯିବ। ନଚେତ ତାଙ୍କୁ କାଲି ମୁକ୍ତ କରାଯିବ।
ବରିଷ୍ଠ ସମାଜବାଦୀ ପାର୍ଟି ନେତା ଏବଂ ପୂର୍ବତନ କ୍ୟାବିନେଟ ମନ୍ତ୍ରୀ ଆଜମ ଖାନ ୨୩ ମାସ ପରେ ମଙ୍ଗଳବାର ସୀତାପୁର ଜେଲରୁ ମୁକ୍ତ ହେବେ ବୋଲି କୁହାଯାଉଥିଲା। ମଙ୍ଗଳବାର ସକାଳ ୭ଟାରେ ଏସପି ନେତାଙ୍କ ମୁକ୍ତି ପ୍ରକ୍ରିୟା ଆରମ୍ଭ ହେବାର ଥିଲା। ଜେଲ ପ୍ରଶାସନ ତାଙ୍କ ମୁକ୍ତି ପାଇଁ ପ୍ରସ୍ତୁତି କରିଛି। ଜେଲ ଛାଡିବା ପରେ ସେ ସିଧାସଳଖ ରାମପୁରସ୍ଥିତ ତାଙ୍କ ଘରକୁ ଯିବେ ବୋଲି ଜଣାପଡିଥିଲା।
ଜେଲ ପ୍ରଶାସନ ମଧ୍ୟ ଆଜମ ଖାନଙ୍କ ମୁକ୍ତି ପାଇଁ ସୁରକ୍ଷା ବ୍ୟବସ୍ଥା କରିଛି। ସକାଳଠାରୁ ଜେଲ ଚାରିପାଖରେ ପୋଲିସ କର୍ମଚାରୀ ମୁତୟନ କରାଯାଇଛି। ତାଙ୍କ ମୁକ୍ତିକୁ ନେଇ ତାଙ୍କ ସମର୍ଥକଙ୍କ ମଧ୍ୟରେ ଆନନ୍ଦର ପରିବେଶ ରହିଛି। ଏସପି କର୍ମୀ ଏବଂ ସମର୍ଥକମାନେ ତାଙ୍କୁ ସ୍ବାଗତ କରିବା ପାଇଁ ପ୍ରସ୍ତୁତି ଚଳାଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶା କଂଗ୍ରେସରେ ବଡ଼ ଅଦଳବଦଳ: ସନ୍ତୋଷ ସିଂ ସାଲୁଜାଙ୍କୁ ମିଳିଲା ପିସିସି ସଂଗଠନ ପ୍ରଭାରୀ ଦାୟିତ୍ୱ

ଭୁବନେଶ୍ୱର,୨।୩: ଓଡ଼ିଶା ପ୍ରଦେଶ କଂଗ୍ରେସ କମିଟି (PCC) ସଂଗଠନକୁ ଅଧିକ ସୁଦୃଢ଼ କରିବା ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ନିଆଯାଇଛି। ପିସିସି ସଭାପତି ଭକ୍ତ ଚରଣ ଦାସ,…

ନୋ ହ୍ୟାଣ୍ଡଶେକ ନୀତି ଉପରେ ପ୍ରଥମ ଥର ମୁହଁ ଖୋଲିଲେ ପାକିସ୍ତାନ ଅଧିନାୟକ ଆଘା

ଇସଲାମାବାଦ,୨ା୫: ଗତ ବର୍ଷ ଏସିଆ କପ୍‌ ବେଳେ ପାରମ୍ପରିକ ପ୍ରତିଦ୍ୱନ୍ଦ୍ୱୀ ପାକିସ୍ତାନ ବିପକ୍ଷ ମ୍ୟାଚ୍‌ରେ ଭାରତୀୟ ଦଳ ଆପଣେଇଥିବା ନୋ ହ୍ୟାଣ୍ଡଶେକ ନୀତି ଏବେ ବି ପ୍ରଶଂସକଙ୍କ…

ପ୍ରସାର ଭାରତୀର ନୂଆ ଅଧ୍ୟକ୍ଷ ହେଲେ ପ୍ରସୂନ ଯୋଶୀ,କେନ୍ଦ୍ର ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ  ଜଣାଇଲେ ଶୁଭେଚ୍ଛା  

ନୂଆଦିଲ୍ଲୀ,୨।୫: ପ୍ରସିଦ୍ଧ ଗୀତିକାର, ଲେଖକ ତଥା ଯୋଗାଯୋଗ ବିଶେଷଜ୍ଞ ପ୍ରସୂନ ଯୋଶୀ ଭାରତର ସାର୍ବଜନୀନ ପ୍ରସାରଣ ସଂସ୍ଥା (ପ୍ରସାର ଭାରତୀ)ର ନୂତନ ଅଧ୍ୟକ୍ଷ ଭାବେ ନିଯୁକ୍ତ ହୋଇଛନ୍ତି।…

ଇରାନ ମାଟିରେ କେଉଁଠୁ ଆସିଲା ଏତେ ବୋମା? ଯାହାକୁ ଡିଫ୍ୟୁଜ କରୁକରୁ ଗଲା ୧୪ IRGC ବୈଜ୍ଞାନିକଙ୍କ ଜୀବନ

ତେହରାନ,୨।୫: ଇରାନର ଜାଞ୍ଜାନ ପ୍ରଦେଶରେ ଏକ ବଡ଼ ସାମରିକ ଅଭିଯାନ ସମୟରେ ଏକ ଦୁଃଖଦ ଦୁର୍ଘଟଣା ଘଟିଛି। ଇରାନର ସରକାରୀ ସମାଚାର ଏଜେନ୍ସି, IRNA ଅନୁଯାୟୀ, ଏକ…

T20 World Cup: ଟି୨୦ ବିଶ୍ୱକପ୍‌ ପାଇଁ ଭାରତୀୟ ଟିମ୍‌ ଘୋଷଣା, ୨ ବର୍ଷ ପରେ ଦଳକୁ ଫେରିଲେ…

ନୂଆଦିଲ୍ଲୀ,୨।୫: ଭାରତୀୟ କ୍ରିକେଟ ପ୍ରେମୀଙ୍କ ପାଇଁ ଏକ ବଡ଼ ଖବର। ଇଂଲଣ୍ଡରେ ଆୟୋଜିତ ହେବାକୁ ଯାଉଥିବା ମହିଳା ଟି-୨୦ ବିଶ୍ୱକପ ୨୦୨୬ ପାଇଁ ଭାରତୀୟ ଦଳର ଘୋଷଣା…

ମାଟ୍ରିକ ପରୀକ୍ଷାରେ ବାଜି ମାରିଲେ ଶୁଭଶ୍ରୀ-ଆଶୁତୋଷ

ଭଞ୍ଜନଗର,୨ା୫(ବାବୁଲା ପ୍ରଧାନ): ମାଟ୍ରିକ ପରୀକ୍ଷା ଫଳ ଶନିବାର ପ୍ରକାଶିତ ହୋଇଛି। ଗଞ୍ଜାମ ଜିଲାରେ ୯୮.୨୫ ପ୍ରତିଶତ ଛାତ୍ରୀଛାତ୍ର ପାସ୍‌ ହୋଇଛନ୍ତି। ଏହିଭଳି ଭଞ୍ଜନଗର ସହରରେ ଥିବା ପ୍ରମୁଖ…

ଇରାନର ‘ଡିଲ ମେକର୍‌’, ଆମେରିକା ସହିତ ଆଲୋଚନାରେ ପ୍ରମୁଖ ବ୍ୟକ୍ତି… କିଏ ସେହି ଆବାସ ଆରାକଚି? ଜାଣନ୍ତୁ…

ତେହରାନ,୨।୫: ଇରାନର ବୈଦେଶିକ ମନ୍ତ୍ରୀ ଆବାସ ଆରାକଚି ଇରାନ ଏବଂ ଆମେରିକା ମଧ୍ୟରେ ଚାଲିଥିବା ଯୁଦ୍ଧବିରତି ଆଲୋଚନାରେ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରି ବର୍ତ୍ତମାନ ଖବରର…

IED ବିସ୍ଫୋରଣ, ୩ ଯବାନ ଶହୀଦ

ରାୟପୁର,୨।୫: କିଛି ଦିନର ନିରବତା ପରେ ମାଓବାଦୀମାନେ ପୁଣି ଛତିଶଗଡ଼ କାଙ୍କେର ଜିଲା ଛୋଟେବେଟିୟା ଜଙ୍ଗଲରେ ହିଂସାକାଣ୍ଡ ଭିଆଇଛନ୍ତିି। ମାଓବାଦୀମାନେ ଯବାନଙ୍କୁ ଟର୍ଗେଟ୍‌ କରି IED ବିସ୍ଫୋରଣ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri