Posted inଜାତୀୟ

ଏଥର ୧୬ ଲକ୍ଷ ଦୀପରେ ଆଲୋକିତ ହେବ ଅଯୋଧ୍ୟା!

ନୂଆଦିଲ୍ଲୀ,୧୪।୯: ଭଗବାନ ରାମଙ୍କ ସହର ଅଯୋଧ୍ୟା ପୁଣିଥରେ ଦୀପାବଳିରେ ଲକ୍ଷ ଲକ୍ଷ ଦୀପ ଦ୍ୱାରା ଆଲୋକିତ ହେବ। ଚଳିତ ବର୍ଷ ଏହି ଦିନ ଅଯୋଧ୍ୟାର ସରୟୁ କୂଳରେ ପ୍ରାୟ ୧୬ ଲକ୍ଷ ଦୀପ ପ୍ରଜ୍ୱଳିତ କରାଯିବ। ଏଥିସହ ୧୪ ଲକ୍ଷ ଦୀପ ଜଳାଇ କରିଥିବା ପୁରାତନ ରେକର୍ଡ ଭାଙ୍ଗି ନୂତନ ରେକର୍ଡ ସୃଷ୍ଟି କରିବାକୁ ପ୍ରୟାସ କରାଯିବ ବୋଲି ଜଣାପଡ଼ିଛି। ଏଥିଲାଗି ୧୮ହଜାର ସ୍ବେଚ୍ଛାସେବୀଙ୍କୁ ନେଇ ଏକ ଟିମ୍‌ ଗଠନ କରାଯାଇଛି, ଯେଉଁଥିରେ ସ୍କୁଲ ଏବଂ କଲେଜରେ ଛାତ୍ରୀଛାତ୍ର ସାମିଲ ହେବେ।

ଏଥର କୁମ୍ଭାରମାନଙ୍କଠାରୁ ଦୀପ ସଂଗ୍ରହ କରାଯିବ। ଏଥିଲାଗି ପ୍ରସ୍ତୁତି ଦ୍ରୁତ ଗତିରେ ଆଗେଇ ଚାଲିଛି।
ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ କାର୍ଯ୍ୟକାଳର ଏହା ହେଉଛି ଷଷ୍ଠ ଦିପୋତ୍ସବ। ଏଥିଲାଗି ବଡ଼ ଲକ୍ଷ୍ୟ ସ୍ଥୀର ହୋଇଛି। ଏକାସାଙ୍ଗରେ ଏତେ ସଂଖ୍ୟକ ଦୀପ ଜାଳିବା ଲାଗି ୨୦୧୧ରେ ୧୧ହଜାର ସ୍ବେଚ୍ଛାସେବୀ ନିୟୋଜିତ ହୋଇଥିଲେ। ମାତ୍ର ଚଳିତ ବର୍ଷ ସଂଖ୍ୟା ଦ୍ୱିଗୁଣିତ କରାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଅକ୍ଷରଧାମ୍‌ ଆକ୍ରମଣର ମାଷ୍ଟର ମାଇଣ୍ଡ ଗିରଫ

ଗାନ୍ଧୀନଗର,୨୭ା୭(ପି.ଟି.): ଅକ୍ଷରଧାମ୍‌ ମନ୍ଦିର ଆକ୍ରମଣ ଘଟଣାର ମୁଖ୍ୟ ଷଡ଼ଯନ୍ତ୍ରକାରୀ ମହମ୍ମଦ ୟାସିନ୍‌ ଭଟ୍ଟଙ୍କୁ ଗୁଜରାଟ ଆତଙ୍କବାଦ ନିରୋଧୀ ସ୍କ୍ବାଡ୍‌ (ଏଟିଏସ୍‌) ଶୁକ୍ରବାର ଜମ୍ମୁ-କଶ୍ମୀରର ଅନନ୍ତନାଗରୁ ଗିରଫ...

ଭାରତ, ସିଙ୍ଗାପୁର, ଥାଇଲାଣ୍ଡ ମିଳିତ ନୌସମରାଭ୍ୟାସ

ନୂଆଦିଲ୍ଲୀ,୧୭ା୯(ପି.ଟି.): ପୋର୍ଟ ବ୍ଲେୟାରରେ ସୋମବାରଠାରୁ ଭାରତ, ସିଙ୍ଗାପୁର ଓ ଥାଇଲାଣ୍ଡ ନୌସେନା ପକ୍ଷରୁ ତ୍ରିପାକ୍ଷିକ ସମରାଭ୍ୟାସ ଆରମ୍ଭ ହୋଇଛି। ଏହାବ୍ୟତୀତ ମୈତ୍ରୀ ନାମରେ ଭାରତ ଓ...

ନାଗରିକତ୍ୱ ସଂଶୋଧନ ବିଲ୍‌ ପାସ୍‌

ନୂଆଦିଲ୍ଲୀ,୧୨ା୧୨(ପି.ଟି.): ନାଗରିକତ୍ୱ (ସଂଶୋଧନ) ବିଲ୍‌ (ସିଏବି) ପାର୍ଲାମେଣ୍ଟର ଅନୁମୋଦନ ଲାଭ କରିଛି। ରାଷ୍ଟ୍ରପତିଙ୍କ ସ୍ବୀକୃତି ପରେ ଏହା ଆଇନରେ ପରିଣତ ହେବ। ଏହାପରେ ପଡୋଶୀ ପାକିସ୍ତାନ,...

ଆଇସିୟୁରେ ଏସି ବ୍ୟବହାର ଯୋଗୁ କରୋନାରେ ଅଧିକ ସଂକ୍ରମିତ ହେଉଛନ୍ତି ଡାକ୍ତର!

ନୂଆଦିଲ୍ଲୀ,୨୦ ।୧୦: କରୋନା ମହାମାରୀ ଏବେ ତା’ର କାୟା ବିସ୍ତାର କରି ଚାଲିଛି । ଆଗକୁ ବିଭିନ୍ନ ପର୍ବପର୍ବାଣୀ ସାଙ୍ଗକୁ ଶୀତଋତୁ ଆସୁଥିବାରୁ କରୋନା ଆହୁରି...

ଗଛରେ ଆର୍ବିଭାବ ହେଲା ଭଗବାନଙ୍କ ଆକୃତି: ଲୋକେ ଏହାକୁ କରିଦେଲେ ମନ୍ଦିର

କୋଏମ୍ବାଟୁର,୧୭।୬: ତାମିଲନାଡୁର କୋଏମ୍ବାଟୁରରେ ଏକ ରାସ୍ତାକଡ଼ରେ ଥିବା ଗୁଲମୋହର ଗଛରେ ଭଗବାନଙ୍କ ଗଣେଷଙ୍କ ଆକୃତି ଦେଖି ଲୋକେ ଏହାକୁ ପୂଜା କରୁଥିବା ଦେଖିବାକୁ ମିଳିଛି। ସୂଚନାଯୋଗ୍ୟ,...

‘ଆକବରଙ୍କ ଭଳି ମହାନ ପ୍ରଧାନମନ୍ତ୍ରୀ ମୋଦି’

ଭୋପାଳ,୨୦।୫: ମଧ୍ୟପ୍ରଦେଶର ମୁଖ୍ୟମନ୍ତ୍ରୀ ଶିବରାଜ ସିଂ ଚୌହାନଙ୍କ କ୍ୟାବିନେଟ୍‌ର ଜଣେ ମନ୍ତ୍ରୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ମୋଗଲ ଶାସକ ଆକବରଙ୍କ ସହ ତୁଳନା କରଛନ୍ତି। ମୋଦି...

ବିଶ୍ୱର ଶକ୍ତିଶାଳୀ ପାସ୍‌ପୋର୍ଟ ତାଲିକା: ୮୪ ତମ ସ୍ଥାନରେ ଭାରତ

ନୂଆଦିଲ୍ଲୀ,୧୦।୧: ବିଦେଶ ଯାତ୍ରା ପାଇଁ ଆବଶ୍ୟକ ପାସପୋର୍ଟକୁ ନେଇ ବିଭିନ୍ନ ସମୟରେ ଏହାର ର଼୍ୟାଙ୍କ କରୁଥିବା ହେନଲେ ପାସପୋର୍ଟ ଇଣ୍ଡେକ୍ସ ନିକଟରେ ଏକ ତାଲିକା ପ୍ରକାଶ...

‘ଏବେ ବି ନେହରୁଙ୍କୁ ଦୋଷ ଦେଉଛନ୍ତି’

ନୂଆଦିଲ୍ଲୀ,୧୭।୨: ଗୋଟିଏ ପଟେ ଲୋକେ ଦରଦାମ ବୃଦ୍ଧି ଓ ବେରୋଜଗାର ସମସ୍ୟା ସହ ସଂଘର୍ଷ କରୁଛନ୍ତି। ଅନ୍ୟ ପଟେ ୭ ବର୍ଷ ହେଲା ସରକାରରେ ଥିବା...

Advertisement
Archives

Model This Week