ମହାରାଣୀଙ୍କ କଫିନ୍‌ ନେଇ ଆସୁଥିବା ବିମାନକୁ ରେକର୍ଡ ସଂଖ୍ୟକ ଟ୍ରାକିଂ

ଲଣ୍ଡନ,୧୪।୯: ବ୍ରିଟେନର ସ୍ବର୍ଗତ ରାଣୀ ଏଲିଜାବେଥଙ୍କ ମୃତଦେହ ମଙ୍ଗଳବାର ସାରେ ସ୍କଟଲ୍ୟାଣ୍ଡରୁ ଲଣ୍ଡନରେ ପହଞ୍ଚିଛି। ତାଙ୍କର କଫିନ ବକିଙ୍ଗହମ ପ୍ୟାଲେସରେ ରଖାଯିବ। ରାଣୀ ଏଲିଜାବେଥ କଫିନ ନେଇଥିବା ବିମାନକୁ ଅନେକଥର ଟ୍ରାକ କରାଯାଇଥିଲା, ଯାହା ଏକ ରେକର୍ଡରେ ପରିଣତ ହୋଇଛି ।
ୱେବସାଇଟ ଫ୍ଲାଇଟ ରାଡାର ୨୪ ଅନୁଯାୟୀ, ରାଣୀଙ୍କ କଫିନ ନେଇଥିବା ବିମାନ ଇତିହାସରେ ସର୍ବାଧିକ ଟ୍ରାକ କରାଯାଇଛି। ଏଡିନବର୍ଗରୁ ଆରଏଫ ନର୍ଥୋଲ୍ଟ ଅଭିମୁଖେ ଯାତ୍ରା କରିବାର ପ୍ରଥମ ମିନିଟରେ ପ୍ରାୟ ୬ ନିୟୁତ ଲୋକ ଏହି ବିମାନକୁ ଟ୍ରାକ କରିଥିଲେ। ଇତିହାସରେ ପ୍ରଥମ ଥର ପାଇଁ ଏତେ ଥର ଗୋଟିଏ ବିମାନକୁ ଟ୍ରାକ କରାଯାଇଛି। ଏହିପରି ଭାରି ଟ୍ରାଫିକ ପାଇବା ପରେ ବିମାନ ୱେବସାଇଟରେ ସମସ୍ୟା ଆସିବା ଆରମ୍ଭ କରିଥିଲା।
ଏହାପୂର୍ବରୁ, ନାନସୀ ପେଲୋସି ତାଇୱାନ ଗସ୍ତରେ ଯାଇଥିଲେ, ସେତେବେଳେ ତାଙ୍କ ବିମାନକୁ ଲୋକମାନେ ଅଧିକ ଟ୍ରାକିଂ କରିଥିଲେ। ସେହି ସମୟରେ, ୨.୨ ନିୟୁତ ଲୋକ ନାନସୀ ପେଲୋସିଙ୍କ ବିମାନ ଉପରେ ନଜର ରଖିଥିଲେ। ଏଥି ସହିତ, ୪.୯ ନିୟୁତ ଲୋକ ରାଣୀ ଏଲିଜାବେଥଙ୍କ ମୃତଦେହ ନେଇ ଆସୁଥିବା ବିମାନକୁ ଏହାର ୱେବସାଇଟ ଏବଂ ଆପରୁ ଟ୍ରାକିଂ କରିଥିଲେ ଏବଂ ୟୁଟ୍ୟୁବରେ ୨ ଲକ୍ଷ ୯୬ ହଜାର ଲୋକ ଏହାକୁ ଦେଖୁଥିଲେ।
ରାଣୀଙ୍କ କଫିନ ବୁଧବାର ଠାରୁ ୱେଷ୍ଟମିନଷ୍ଟର୍‌ ହଲ୍‌ରେ ଚାରି ଦିନ ରଖାଯିବ ଏବଂ ସୋମବାର ଶବଦାହ କରାଯିବ। ରାଣୀ ଗତ ଗୁରୁବାର ୯୬ ବର୍ଷ ବୟସରେ ମୃତ୍ୟୁବରଣ କରିଥିଲେ। ସେ ବ୍ରିଟେନକୁ ୭୦ ବର୍ଷ ହେବ ଶାସନ କରୁଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଉପସ୍ଥିତ ବୁଦ୍ଧି ଦେଖାଇଲେ ସରପଞ୍ଚ: ଠକକୁ ଏମିତି ଦେଲେ ପାନେ

ନୂଆପଡ଼ା,୧୧ା୭ (ମକାରୁ ବେମାଲ):ସତର୍କତା ଯୋଗୁ ନୂଆପଡ଼ା ଜିଲା କୋମନା ବ୍ଲକ କୁରେଶ୍ୱର ପଞ୍ଚାୟତର ସରପଞ୍ଚ ସତ୍ୟବାନ ସାହୁ ଏକ ସାଇବର ଠକେଇରୁ ବର୍ତ୍ତି ଯାଇଛନ୍ତି। ସୂଚନା ଅନୁସାରେ,…

ପ୍ରଶାସନିକ ଦକ୍ଷତାକୁ ଗୁରୁତ୍ୱ

ବିଶ୍ୱସ୍ତରୀୟ ଆର୍ଥିକ ପ୍ରତିଭା ସୃଷ୍ଟି କରି ଗର୍ବ ଅନୁଭବ କରୁଥିବା ଭାରତ ନିଜର ବ୍ୟାଙ୍କର୍‌ଙ୍କ ଉପରେ କମ୍‌ ଭରସା ରଖେ। ଆମେ ଦୀପକ ପାରେଖଙ୍କ ଭଳି ଅନୁଷ୍ଠାନ…

ନିଜ ହତ୍ୟାକୁ ନେଇ ଟ୍ରମ୍ପଙ୍କ ବଡ଼ ଘୋଷଣା: କହିଦେଲେ ଏମିତି…ସାରା ବିଶ୍ୱ ସ୍ତବ୍ଧ

ଓ୍‌ବାଶିଂଟନ୍‌,୧୧।୭: ଆମେରିକା ଏବଂ ଇରାନ ମଧ୍ୟରେ ଚାଲିଥିବା ତିକ୍ତତା ଏବେ ଚରମ ସୀମାରେ ପହଞ୍ଚିଛି। ଇରାନର ସର୍ବୋଚ୍ଚ ନେତା ଆୟାତୋଲ୍ଲା ଅଲ୍ଲୀ ଖାମେନେଇଙ୍କ ଶେଷକୃତ୍ୟ ସମୟରେ ଟ୍ରମ୍ପଙ୍କୁ…

ଇ୨୦ରୁ ପ୍ରିମିୟମ ପେଟ୍ରୋଲ ଆଡ଼କୁ ମୁହାଁଉଛନ୍ତି ଖାଉଟି, ଜାଣନ୍ତୁ କାହିଁକି…

ନୂଆଦିଲ୍ଲୀ,୧୧ା୭: ଇଥାନଲ ମିଶ୍ରିତ ଇ୨୦ ପେଟ୍ରୋଲ ବ୍ୟବହାରକୁ ନେଇ ଖାଉଟି ସ୍ତରରେ ଚିନ୍ତା ବଢ଼ିବା ପରେ ଏବେ ଦିଲ୍ଲୀ ସମେତ ବିଭିନ୍ନ ସହରରେ ଗାଡ଼ି ମାଲିକମାନେ ବିକଳ୍ପ…

ରାଜଧାନୀରୁ ନକଲି ପୋଲିସକୁ ଗିରଫକଲା ଅସଲି ପୋଲିସ: ୫ ବର୍ଷରେ ଗିରଫ ହେଲେଣି ୪୫

ଭୁବନେଶ୍ୱର,୧୧।୭(ତ୍ରିନାଥ ମହାନ୍ତି):ରାଜଧାନୀରୁ ପୁଣି ଗିରଫ ହୋଇଛନ୍ତି ଆଉ ଜଣେ ନକଲି ପୋଲିସ ଅଫିସର। ନିଜକୁ ଆଡିଶନାଲ ଏସ୍‌ପି ପରିଚୟ ଦେଇ ଧମକାଇବା ସହ ଠକୁଥିଲେ। ପୁରୁଣା ଏକ…

ଇରାନକୁ ଟ୍ରମ୍ପଙ୍କ ୨୪ ଘଣ୍ଟାର ଅଲ୍ଟିମେଟମ ଦେଲେ ଟ୍ରମ୍ପ: ନ ମାନିଲେ ଭୟଙ୍କର ହେବ ପରିଣାମ

ଓ୍‌ବାଶିଂଟନ୍‌,୧୧।୭: ଆମେରିକା ଏବଂ ଇରାନ ମଧ୍ୟରେ ଚାଲିଥିବା ତିକ୍ତତା ଏବେ ଏକ ଅତି ବିପଜ୍ଜନକ ମୋଡ଼ରେ ପହଞ୍ଚିଛି । ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ, ଆମେରିକାର ଟ୍ରମ୍ପ ପ୍ରଶାସନ…

ଷଣ୍ଢକୁ ହାଣି ଜେଲ ଗଲେ ଯବାନ: ପୂରା ଘଟଣା ଜାଣିଲେ ହେବେ ଆଶ୍ଚର୍ଯ୍ୟ

ରାଜନଗର,୧୧ା୭ (ଭାସ୍କର ରାଉତରାୟ): ବିଲରେ ଷଣ୍ଢ ପଶିଲା ବୋଲି ଷଣ୍ଢକୁ ଖଣତିରେ ବାଡ଼େଇବା ସହ କଟୁରିରେ ହାଣି ଜଣେ ଯବାନ ହତ୍ୟା କରିଛନ୍ତି। ଏଥିରେ ଅନ୍ୟ ଗୋଟିଏ…

ଝିଅକୁ ବଳାତ୍କାର କଲେ ମା’ଙ୍କ ପୁରୁଷବନ୍ଧୁ, ଗର୍ଭବତୀ ହେବା ପରେ…

ଭୁବନେଶ୍ୱର,୧୧ା୭(ତ୍ରିନାଥ ମହାନ୍ତି): ରାଜଧାନୀରେ ପୁଣି ଜଣେ ୧୪ ବର୍ଷର ନାବାଳିକାଙ୍କୁ ଜଣେ ୪୨ ବର୍ଷୀୟ ବ୍ୟକ୍ତି ବଳାକତ୍ାର କରିଥିବା ଘଟଣା ପଦାକୁ ଆସିଛି। ଧଉଳି ଥାନା ଅଞ୍ଚଳରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri