Posted inଜାତୀୟ

ପୁତ୍ର ଭକ୍ତିରେ ବିହ୍ବଳ ମା’

ନୂଆଦିଲ୍ଲୀ,୫।୮: ଉତ୍ତରପ୍ରଦେଶ ଆଯୋଧ୍ୟାରେ ବୁଧବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଯୋଗଦେଇ ଭୂମିପୂଜା ଓ ଶିଳାନ୍ୟାସ କରିଛନ୍ତି। ରାମନଗରୀରେ ହୋଇଥିବା ଏହି ଭବ୍ୟ ଆୟୋଜନରେ ମୋଦି ପ୍ରଥମେ ୯ଟି ଇଟାରେ ରାମ ମନ୍ଦିରର ମୂଳଦୂଆ ପକାଇଥିଲେ। କରୋନା ସଙ୍କଟ ଯୋଗୁ ଏହି କାର୍ଯ୍ୟକ୍ରମରେ ପ୍ରାୟ ୧୭୫ ଜଣ ଅତିଥିଙ୍କୁ ନିମନ୍ତ୍ରଣ କରାଯାଇଥିଲା। ଯେଉଁଥିପାଇଁ ଅନ୍ୟାନ୍ୟ ଭକ୍ତମାନେ ଏହି ଭବ୍ୟ ଆୟୋଜନରେ ସାମିଲ ହୋଇପାରି ନ ଥିଲେ। ତେଣୁ ଟିଭିରେ ଲାଇଭ୍‌ ପ୍ରସାରଣ ଦେଖି ସେମାନଙ୍କୁ ସନ୍ତୋଷ ହେବାକୁ ପଡ଼ିଥିଲା। ଏହି କ୍ରମରେ ପ୍ରଧାନମନ୍ତ୍ରୀ ମୋଦିଙ୍କ ମା’ ହୀରାବେନ ମଧ୍ୟ ଏହି ଐତିହାସିକ ମୁହୂର୍ତ୍ତକୁ ଟିଭିରେ ଦେଖିଛନ୍ତି। ହୀରାବେନଙ୍କ କିଛି ଫଟୋ ଏବେ ସାମ୍ନାକୁ ଆସିଛି। ଯାହା ଏବେ ଭାଇରାଲ ହେବାରେ ଲାଗିଛି। ପୁଅର ଭକ୍ତି ଭାବାବେଗକୁ ଦେଖି ମା’ ମଧ୍ୟ ଭାବବିହ୍ବଳ ହୋଇପଡ଼ିଥିବା ନଜର ଆସିଛି। ଉକ୍ତ ଫଟୋଗୁଡ଼ିକରେ ମୋଦି କେତେବେଳେ ହନୁମାନଗଡ଼ିରେ ପୂଜାର୍ଚ୍ଚନା ଓ ଆରତୀ କରୁଛନ୍ତି ତ ଆଉ କେତେବେଳେ ରାମଲଲାଙ୍କ ସମ୍ମୁଖରେ ସାଷ୍ଟାଙ୍ଗ ପ୍ରଣାମ କରୁଥିବା ଦେଖିବାକୁ ମିଳିଛି। ଏହି ସମୟରେ ମା’ ହୀରାବେନ ଟିଭି ସମ୍ମୁଖରେ ହାତ ଯୋଡ଼ି ପୁଅଙ୍କୁ ଦେଖୁଥିବା ଦୃଶ୍ୟ ନଜର ଆସିଛି। ଏହି ଫଟୋ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି।


Enter your email to get our daily news in your inbox.

All Right Reserved By Dharitri.Com

ରାଜପଥ ପାର୍ଶ୍ୱରୁ ମୃତ ହରିଣ ଉଦ୍ଧାର: ଚୋରା ଚାଲାଣ ସନ୍ଦେହରେ…

ବାଲେଶ୍ୱର, ୨୫।୫ (ବାଞ୍ଛାନିଧି ଦେ): ବାଲେଶ୍ୱର ଜିଲାର ୬୦ ନମ୍ବର ଜାତୀୟ ରାଜପଥ ପାର୍ଶ୍ୱରୁ ଏକ ମୃତ ହରିଣ ଉଦ୍ଧାର ହୋଇଛି। ସଦର ଥାନା ଅନ୍ତର୍ଗତ ନିଧିପଣ୍ଡା…

ଏମିତି କାମ କରି ପ୍ରଶଂସା ସାଉଁଟିଲେ ବସନ୍ତ: ଜିଲାପାଳଙ୍କ ଅଭିଯୋଗ ଶୁଣାଣିବେଳେ…

ଦାରିଙ୍ଗବାଡି, ୨୫।୫ (ଅରୁଣ ସାହୁ):କନ୍ଧମାଳ ଜିଲା ଦାରିଙ୍ଗବାଡି ବ୍ଲକ ସଭାଗୃହ ପରିସରରେ ସୋମବାର ଜିଲାପାଳଙ୍କ ଅଭିଯୋଗ ଶୁଣାଣି ଚାଲିଥିବାବେଳେ ଦେଖିବାକୁ ମିଳିଛି ଏକ ନିଆରା ଘଟଣା। ଲୋକଙ୍କ…

ଅଘଟଣ; ପାଣିରେ ବୁଡି ୨ ବର୍ଷର ଶିଶୁ, ବିଷ ପିଇ ଚତୁର୍ଥ ଶ୍ରେଣୀ ଛାତ୍ର ମୃତ

ହାଟଡିହି/ଛେନାପଦୀ/ଆନନ୍ଦପୁର,୨୫।୫ (ଶୁଭକାନ୍ତ ନାୟକ/ନିରାକାର ପରିଡା/ସୁଶାନ୍ତ କୁମାର ସାହୁ): କେନ୍ଦୁଝର ଜିଲା ସୋସୋ ଥାନା ଥାନା ଅଞ୍ଚଳରେ ଗତ ରବିବାର ଦୁଇଟି ଦୁଃଖଦ ଘଟଣା ଘଟିଛି । ପୋଡାସିଙ୍ଗିଡ଼ି…

ଶୀଘ୍ର ଭରିଦିଅନ୍ତୁ ପେଟ୍ରୋଲ-ଡିଜେଲ, ପ୍ରତି ଲିଟର ପିଛା ବଢିଯିବ ଏତେ ଟଙ୍କା! ଆସିଲା ବଡ଼ ଅପଡେଟ୍‌

ନୂଆଦିଲ୍ଲୀ, ୨୫।୫: ଆମେରିକା ଏବଂ ଇରାନ ମଧ୍ୟରେ ଚାଲିଥିବା ଶାନ୍ତି ଆଲୋଚନାରେ ସକାରାତ୍ମକ ଅଗ୍ରଗତି ହୋଇଛି। ଏହା ବଜାରରେ ଆଶା ସୃଷ୍ଟି କରିଛି ଯେ ଗତ ତିନି…

ବଢୁଥିବା ପେଟ୍ରୋଲ-ଡିଜେଲ ଦର ଉପରେ ନିର୍ମଳା ସୀତାରାମନ୍‌ଙ୍କ ବଡ଼ ବୟାନ, କହିଲେ ଆଗକୁ…

ନୂଆଦିଲ୍ଲୀ, ୨୫।୫: କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରାମନ୍‌ ସୋମବାର କହିଛନ୍ତି ଯେ ପେଟ୍ରୋଲ ଏବଂ ଡିଜେଲ ଉପରେ ଉତ୍ପାଦ ଶୁଳ୍କ ହ୍ରାସ କରିବା ଦ୍ୱାରା ପ୍ରାୟ ୧…

ପ୍ରଶାସନର ଅବହେଳା, ଭତ୍ତା ପାଇଁ ୮୨ ବର୍ଷର ବୃଦ୍ଧା ମା’କୁ ଭାରରେ ବୋହିଲେ ପୁଅ

ବନ୍ତ,୨୫।୫(କିଶୋର କୁମାର ସେଠୀ): ଭଦ୍ରକ ଜିଲା ବନ୍ତ ବ୍ଲକ ରାମଚନ୍ଦ୍ରପୁର ପଞ୍ଚାୟତ ସମ୍ମୁଖରେ ସୋମବାର ମଧ୍ୟାହ୍ନରେ ଗଣଧାରଣାର ତୃତୀୟ ଦିନରେ ଏକ ଚକିତ ଘଟଣା ଦେଖିବାକୁ ମିଳିଛି…

ଚର୍ଚ୍ଚା ଉପରେ ପୂର୍ଣ୍ଣଚ୍ଛେଦ ପକାଇଲେ ଦେବାଶିଷ! ଖୋଲାଖୋଲି ଭାବେ କହିଲେ ମୁଁ ଏହି ଦିଳକୁ ଯିବି…

ଭୁବନେଶ୍ୱର, ୨୫।୫: ବରିଷ୍ଠ ବିଜୁ ଜନତା ଦଳ ନେତା ଏବଂ ରାଜ୍ୟ ସଭା ଏମ୍‌ପି ଦେବାଶିଷ ସାମନ୍ତରାୟ ଦଳର ପ୍ରାଥମିକ ସଦସ୍ୟତାରୁ ଇସ୍ତଫା ଦେଇଛନ୍ତି। ତାଙ୍କୁ ନବୀନ…

କାଳବୈଶାଖୀର କରାଳ ରୂପ: ଭାଙ୍ଗିଗଲା ଧନୁଯାତ୍ରା ତୋରଣ, ପାଣିରେ ମିଶିଲା ଲକ୍ଷ ଲକ୍ଷ ଟଙ୍କା

ବରଗଡ଼,୨୫।୫(ପ୍ରେମାନନ୍ଦ ଖମାରୀ):ବରଗଡ଼ରେ ସୋମବାର ଅପରାହ୍ନ ପ୍ରାୟ ୩ଟାରେ କାଳବୈଶାଖୀ ପ୍ରଭାବରେ ଝଡବତାସ ହୋଇଥିଲା। ଏହାର ପ୍ରଭାବରେ ବରଗଡ଼ ସହର ଥାନା ଛକରେ ଲକ୍ଷଲକ୍ଷ ଟଙ୍କା ବ୍ୟୟରେ ନିର୍ମିତ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri