Posted inଜାତୀୟ

ପୁତ୍ର ଭକ୍ତିରେ ବିହ୍ବଳ ମା’

ନୂଆଦିଲ୍ଲୀ,୫।୮: ଉତ୍ତରପ୍ରଦେଶ ଆଯୋଧ୍ୟାରେ ବୁଧବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଯୋଗଦେଇ ଭୂମିପୂଜା ଓ ଶିଳାନ୍ୟାସ କରିଛନ୍ତି। ରାମନଗରୀରେ ହୋଇଥିବା ଏହି ଭବ୍ୟ ଆୟୋଜନରେ ମୋଦି ପ୍ରଥମେ ୯ଟି ଇଟାରେ ରାମ ମନ୍ଦିରର ମୂଳଦୂଆ ପକାଇଥିଲେ। କରୋନା ସଙ୍କଟ ଯୋଗୁ ଏହି କାର୍ଯ୍ୟକ୍ରମରେ ପ୍ରାୟ ୧୭୫ ଜଣ ଅତିଥିଙ୍କୁ ନିମନ୍ତ୍ରଣ କରାଯାଇଥିଲା। ଯେଉଁଥିପାଇଁ ଅନ୍ୟାନ୍ୟ ଭକ୍ତମାନେ ଏହି ଭବ୍ୟ ଆୟୋଜନରେ ସାମିଲ ହୋଇପାରି ନ ଥିଲେ। ତେଣୁ ଟିଭିରେ ଲାଇଭ୍‌ ପ୍ରସାରଣ ଦେଖି ସେମାନଙ୍କୁ ସନ୍ତୋଷ ହେବାକୁ ପଡ଼ିଥିଲା। ଏହି କ୍ରମରେ ପ୍ରଧାନମନ୍ତ୍ରୀ ମୋଦିଙ୍କ ମା’ ହୀରାବେନ ମଧ୍ୟ ଏହି ଐତିହାସିକ ମୁହୂର୍ତ୍ତକୁ ଟିଭିରେ ଦେଖିଛନ୍ତି। ହୀରାବେନଙ୍କ କିଛି ଫଟୋ ଏବେ ସାମ୍ନାକୁ ଆସିଛି। ଯାହା ଏବେ ଭାଇରାଲ ହେବାରେ ଲାଗିଛି। ପୁଅର ଭକ୍ତି ଭାବାବେଗକୁ ଦେଖି ମା’ ମଧ୍ୟ ଭାବବିହ୍ବଳ ହୋଇପଡ଼ିଥିବା ନଜର ଆସିଛି। ଉକ୍ତ ଫଟୋଗୁଡ଼ିକରେ ମୋଦି କେତେବେଳେ ହନୁମାନଗଡ଼ିରେ ପୂଜାର୍ଚ୍ଚନା ଓ ଆରତୀ କରୁଛନ୍ତି ତ ଆଉ କେତେବେଳେ ରାମଲଲାଙ୍କ ସମ୍ମୁଖରେ ସାଷ୍ଟାଙ୍ଗ ପ୍ରଣାମ କରୁଥିବା ଦେଖିବାକୁ ମିଳିଛି। ଏହି ସମୟରେ ମା’ ହୀରାବେନ ଟିଭି ସମ୍ମୁଖରେ ହାତ ଯୋଡ଼ି ପୁଅଙ୍କୁ ଦେଖୁଥିବା ଦୃଶ୍ୟ ନଜର ଆସିଛି। ଏହି ଫଟୋ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି।


Enter your email to get our daily news in your inbox.

All Right Reserved By Dharitri.Com

ଥାନାରେ ଅଶ୍ଳୀଳ ଡ୍ୟାନ୍ସ ଘଟଣା: ଯାଞ୍ଚ ପରେ କାର୍ଯ୍ୟାନୁଷ୍ଠାନ ନିର୍ଦ୍ଦେଶ

ଲକ୍ଷ୍ନୌ,୨୬।୮: ଉତ୍ତରପ୍ରଦେଶ ମିର୍ଜାପୁର ଜିଲାର ଏକ ଥାନାରେ ଅଶ୍ଳୀଳ ଡ୍ୟାନ୍ସ ଘଟଣାର ତଦନ୍ତ ନିର୍ଦ୍ଦେଶ ଦିଆଯାଇଛି। ମିର୍ଜାପୁର ଏସ୍‌ପି ଅବଧେଶ ପାଣ୍ଡେ ସର୍କଲ ଅଫିସରଙ୍କୁ ଏହି...

କରୋନାଭାଇରସ୍‌ କ୍ଷେତ୍ରରେ ଭାରତର ବଡ଼ ସଫଳତା: ସୁସ୍ଥ ହେଲେ କେରଳର ୩ ସଂକ୍ରମିତ

ଥିରୁଭାନନ୍ଥପୁରମ,୧୭।୨: ଚାଇନାରେ କରୋନାଭାଇରସ୍‌ ମହାମାରୀର ରୂପ ନେଇଥିବା ବେଳେ ଏଥିରେ ଆକ୍ରାନ୍ତ ହୋଇ ୧୭୭୫ ଜଣଙ୍କର ମୃତ୍ୟୁ ହୋଇସାରିଲାଣି। ସଂକ୍ରମିତଙ୍କ ସଂଖ୍ୟା ବୃଦ୍ଧି ପାଇ ୭୦,୪୦୦ରେ...

ଭୂପେଶ ବଘେଲାଙ୍କୁ ଗୁଳି କରିବା ଲାଗି ରାଷ୍ଟ୍ରପତିଙ୍କ ଅନୁମତି ଲୋଡ଼ିଲେ ଯୁବକ…

ନୂଆଦିଲ୍ଲୀ, ୨୨।୫ : ଛତିଶଗଡ଼ ମୁଖ୍ୟମନ୍ତ୍ରୀ ଭୁପେଶ ବାଗେଲଙ୍କୁ ଗୁଳି କରିବା ପାଇଁ ଜଣେ ଯୁବକ ରାଷ୍ଟ୍ରପତିଙ୍କ ଅନୁମତି ଲୋଡ଼ିଛନ୍ତି। ଏନେଇ ସେ ଫେସବୁକରେ ଏହି...

ଇନ୍ଧନ ମୂଲ୍ୟ ଅଧିକ ରଖି ଲାଭବାନ ହେଉଛନ୍ତି ସରକାର: କଂଗ୍ରେସର ଅଭିଯୋଗ…

ନୂଆଦିଲ୍ଲୀ,୩୦।୫ : ଦେଶରେ ବର୍ଦ୍ଧିତ ଇନ୍ଧନ ମୂଲ୍ୟ ନେି କଂଗ୍ରେସ ସରକାରଙ୍କୁ ଘେରିବା ଆରମ୍ଭ କରିଛି। କଂଗ୍ରେସର ବରିଷ୍ଠ ନେତା ପି ଚିଦାମ୍ବରମ ମଙ୍ଗଳବାର ଇନ୍ଧନ...

ହସ୍ପିଟାଲରେ ଭର୍ତ୍ତି ହେଲେ ମୁଖ୍ୟମନ୍ତ୍ରୀ ଭଗଓ୍ବନ୍ତ ମାନ୍‌…

ଚଣ୍ଡିଗଡ଼,୨୧।୭ : ପଞ୍ଜାବ ମୁଖ୍ୟମନ୍ତ୍ରୀ ଭଗଓ୍ବନ୍ତ ମାନଙ୍କୁ ଦିଲ୍ଲୀର ଏକ ହସ୍ପିଟାଲରେ ଭର୍ତ୍ତି କରାଯାଇଛି।  ନ୍ୟୁଜ ଏଜେନ୍ସି ଏଏନଆଇକୁ ସୂତ୍ରରୁ ପ୍ରକାଶ ଯେ ମୁଖ୍ୟମନ୍ତ୍ରୀ ମାନ୍‌...

ଶେଷ ସମୟରେ ବି ଶକ୍ତି ଦେଖାଇଲା ଭାଜପା

ନୂଆଦିଲ୍ଲୀ,୬।୨: ଦିଲ୍ଲୀ ବିଧାନସଭା ନିର୍ବାଚନକୁ ନେଇ ଗୁରୁବାର ସନ୍ଧ୍ୟାରେ ପ୍ରଚାର ଶେଷ ହେଉଛି। ଏଥର ଆମ ଆଦମୀ ପାର୍ଟି(ଏଏପି) ଓ ଭାରତୀୟ ଜନତା ପାର୍ଟି(ଭାଜପା) ମଧ୍ୟରେ...

ମହାରାଷ୍ଟ୍ରରେ ରାଷ୍ଟ୍ରପତି ଶାସନ ପାଇଁ ଷଡଯନ୍ତ୍ର କରୁଛି ଭାଜପା: ଶିବସେନା

ମୁମ୍ବାଇ,୧୧।୧୧: ମହାରାଷ୍ଟ୍ର ବିଧାନସଭାକୁ ନେଇ ଏବେ ସବୁଠି ଚର୍ଚ୍ଚା। କୌଣସି ଦଳ ନିକଟରେ ସଂଖ୍ୟା ଗରିଷ୍ଠତା ନ ଥିବା ବେଳେ କିଛି ଦଳ ମେଣ୍ଟରେ ହିଁ...

କ୍ୟାମେରା ନ ଥିବାରୁ ପଗଡି ପିନ୍ଧିବାକୁ ମନା କଲେ ରାହୁଲ ଗାନ୍ଧୀ: ଭାଜପାର ଟାର୍ଗେଟ୍‌

ଅମୃତସର,୧୨।୧: ରାହୁଲ ଗାନ୍ଧୀଙ୍କ ନେତୃତ୍ୱରେ କଂଗ୍ରେସର ଭାରତ ଯୋଡୋ ଯାତ୍ରା ବର୍ତ୍ତମାନ ପଞ୍ଜାବ ଦେଇ ଯାଉଛି। ପଞ୍ଜାବରେ ଯାତ୍ରା କରୁଥିବା ସମୟରେ ରାହୁଲ ଗାନ୍ଧୀ ପଗଡି...

Advertisement
Archives

Model This Week