Posted inଜାତୀୟ

ମସ୍‌ଜିଦ ଟ୍ରଷ୍ଟ ପକ୍ଷରୁ ଜାରି ହେଲା ଲୋଗୋ: କ’ଣ ରହିଛି ଏହା ପଛରେ ବାର୍ତ୍ତା

ଆଯୋଧ୍ୟା,୨୪।୮: ଅଯୋଧ୍ୟାରେ ଗୋଟିଏ ପଟେ ରାମ ମନ୍ଦିର ନିର୍ମାଣ କାର୍ଯ୍ୟ ଜୋରସୋରରେ ଆରମ୍ଭ ହୋଇଥିବା ବେଳେ ଅନ୍ୟପଟେ ମସ୍‌ଜିଦ ନିର୍ମାଣ କାର୍ଯ୍ୟ ମଧ୍ୟ ଦ୍ରୁତ ଗତିରେ ଆଗେଇ ଚାଲିଛି। ଅଯୋଧ୍ୟାର ଧନିପୁରରେ ମସ୍‌ଜିଦ ନିର୍ମାଣ ହେବ। ନିର୍ମାଣ କାର୍ଯ୍ୟର ତଦାରଖ କରୁଥିବା ତଥା ସୁନି ଓ୍ବାକଫ ବୋର୍ଡ ଦ୍ୱାରା ଗଠିତ ଟ୍ରଷ୍ଟ ଇଣ୍ଡୋ-ଇସ୍‌ଲାମିକ କଲଚୁରାଲ ପାଉଣ୍ଡେଶନ୍‌ ସୋମବାର ଏହାର ଔପଚାରିକ ଲୋଗୋ ଜାରି କରିଛି। ଏହି ଲୋଗୋ ବହୁମୂଖୀ ଆକାରର ହୋଇଥିବା ବେଳେ ଏଥିରେ ଦିଲ୍ଲୀ ସ୍ଥିତ ହୁମାୟୁଙ୍କ ସମାଧିର ଝଲକ ଦେଖିବାକୁ ମିଳିଛି। ମସ୍‌ଜିଦର ନିର୍ମାଣ କାର୍ଯ୍ୟ ହେଉ କି ବ୍ୟବସ୍ଥା କିମ୍ବା ଅନ୍ୟ ଔପଚାରିକ କାର୍ଯ୍ୟରେ ଏହି ଲୋଗୋର ବ୍ୟବହାର କରିଯିବ ବୋଲି ଜଣାପଡ଼ିଛି। ସୂଚନାଯୋଗ୍ୟ, ବହୁ ବାଦ ବିବାଦ ରାମ ମନ୍ଦିର ନିର୍ମାଣ ମାମଲାର ଶୁଣାଣି କରି ସୁପ୍ରିମକୋର୍ଟ ଅଯୋଧ୍ୟା ବହାରେ ମସ୍‌ଜିଦ ନିର୍ମାଣ ପାଇଁ ୫ଏକର ଜମି ଦେବାକୁ ନିର୍ଦ୍ଦେଶ ଦେଇଥିଲେ। ଧନିପୁରରେ ଦିଆଯାଇଥିବା ଜମିରେ ଏବେ ଏକ ମସ୍‌ଜିଦ ନିର୍ମାଣ ହେବ ଏବଂ ଏହାର ପରିଚାଳନା ପାଇଁ ଏକ ସଂଗଠନ ନିର୍ମାଣ କରାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ହଂକଂ ପଠାଯାଇଛି ୧୦୩୮ କୋଟି କଳାଧନ: ୫୧ ସଂସ୍ଥା ବିରୋଧରେ ସିବିଆଇ ମାମଲା

ନୂଆଦିଲ୍ଲୀ,୭ା୧(ପି.ଟି.): ଗତ ୨୦୧୪-୧୫ ବର୍ଷରେ ଭାରତରୁ ହଂକଂକୁ ୧୦୩୮ କୋଟି ୩୪ ଲକ୍ଷ ଟଙ୍କାର କଳାଧନ ପଠାଯାଇଥିବା ଅଭିଯୋଗରେ ସିବିଆଇ ୫୧ଟି ସଂସ୍ଥା ବିରୋଧରେ ମାମଲା...

ରାଜନୈତିକ ଦଳ ଗଠନ କଲେ ଯୋଗେନ୍ଦ୍ର ଯାଦବ: ନିର୍ବାଚନୀ ଚିହ୍ନ ହ୍ବିସିଲ୍‌

ନୂଆଦିଲ୍ଲୀ,୨୭।୬: ସ୍ବରାଜ ଇଣ୍ଡିଆର ସଂଯୋଜକ ଯୋଗେନ୍ଦ୍ର ଯାଦବ ଗୁରୁବାର ରାଜନୈତିକ ଦଳ ଗଠନ ସମ୍ପର୍କରେ ସୂଚନା ଦେଇଛନ୍ତି। ତାଙ୍କ ଦଳର ନିର୍ବାଚନୀ ଚିହ୍ନ ହ୍ବିସିଲ୍‌ ହେବ...

‘ସଂସଦରେ ମହିଳାଙ୍କ ପ୍ରତିନିଧିତ୍ୱ ଆଶାନୁରୂପ ନୁହେଁ’

ନୂଆଦିଲ୍ଲୀ,୨୭।୩: ରାଷ୍ଟ୍ରର ଇତିହାସ ଓ ଭାଗ୍ୟ ‘୩ପି’ ଦ୍ୱାରା ନିର୍ଦ୍ଧାରିତ ହୋଇଥାଏ। ତାହା ହେଲା ନିୟମାବଳୀ, ଜନତା ଓ ସଂସଦ (ପ୍ରିନ୍ସିପଲ୍‌, ପିପୁଲ୍‌, ପାର୍ଲାମେଣ୍ଟ) ବୋଲି...

ଷ୍ଟ୍ରିଟ ଭେଣ୍ଡରଙ୍କ ପାଇଁ ଶିବରାଜଙ୍କ ବଡ ଘୋଷଣା

ଭୋପାଳ,୧୯ ।୭: ପଞ୍ଚାୟତ ନିର୍ବାଚନ ଓ ଅର୍ବାନ ବଡି ଇଲେକଶନରେ ସଫଳତା ମିଳିବା ପରେ ଭାରତୀୟ ଜନତା ପାର୍ଟି(ଭାଜପା) ଏବେ ଖୁବ୍ ଉତ୍ସାହିତ । ମଧ୍ୟପ୍ରଦେଶ...

ମୌସୁମି ଅଧିବେଶନକୁ ନେଇ ସର୍ବଦଳୀୟ ବୈଠକ ଡାକିଲେ ଲୋକ ସଭା ଅଧ୍ୟକ୍ଷ

ନୂଆଦିଲ୍ଲୀ,୧୬ ।୭: ସଂସଦର ମୌସୁମି ଅଧିବେଶନ ୧୮ ଜୁଲାଇ ସୋମବାର ଆରମ୍ଭ ହେବାକୁ ଯାଉଛି । ଏଥିରେ ପ୍ରାୟ ୨୪ ନୂଆ ବିଲ ଉପସ୍ଥାପନ ହେବାର...

ହୋଲି ପୂର୍ବରୁ ହାପୁଡ଼ରେ ଧାରା ୧୪୪ ଲାଗୁ

ହାପୁଡ଼,୨୬।୨: ପର୍ବପର୍ବାଣି ଋତୁରେ କୌଣସି ଅପ୍ରୀତିକର ପରିସ୍ଥିତିକୁ ଏଡ଼ାଇବା ପାଇଁ ଉତ୍ତରପ୍ରଦେଶ ହାପୁଡ଼ରେ ଧାରା ୧୪୪ ଲାଗୁ କରାଯାଇଛି। ବୁଧବାର ଇଣ୍ଡିଆନ ପେନାଲ କୋଡ୍‌ (ଆଇପିସି)...

ରାସ୍ତାରେ ପଡିଲା ବିଡା ବିଡା ଟଙ୍କା, ଗୋଟାଇବାକୁ ଲୋକଙ୍କ ମଧ୍ୟରେ ପ୍ରତିଦ୍ୱନ୍ଦିତା

କୋଲକାତା,୨୧।୧୧: ବିରାଟ ଅଟ୍ଟାଳିକା ଉପରୁ ବିଡା ବିଡା ଟଙ୍କା ପଡୁଛି। ରାସ୍ତାରେ ଟଙ୍କା ଗୋଟାଇବାକୁ ଲୋକଙ୍କ ମଧ୍ୟରେ ଏକପ୍ରକାର ପ୍ରତିଦ୍ୱନ୍ଦିତା ଚାଲିଛି। ଏଭଳି ଏକ ନିଆରା...

‘ପ୍ରତି ମହିଳାଙ୍କୁ ମାସକୁ ମିଳିବ ହଜାର ଟଙ୍କା’

ମୋଗା,୨୨।୧୧: ଦିଲ୍ଲୀର ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍‌ରିଓ୍ବାଲ ଏକ ବଡ ନିର୍ବାଚନ ପ୍ରତିଶୃତି ଦେଇଛନ୍ତି। ପଞ୍ଜାବର ମୋଗାରେ ଏକ ସମାବେଶକୁ ସମ୍ବୋଧିତ କରିବାବେଳେ ସେ କହିଛନ୍ତି ଯେ,...

Advertisement
Archives

Model This Week