ମୁମ୍ବାଇ ପାଟିରୁ ଛଡ଼ାଇ ଆଣିଲେ ମ୍ୟାଚ୍‌

ମୁମ୍ବାଇ,୨୭।୩: ସର୍ବାଧିକ ୫ ଥର ଆଇପିଏଲ ଚାମ୍ପିୟନ ମୁମ୍ବାଇ ଇଣ୍ଡିଆନ୍ସ ଏଥର ବି ବିଜୟ ସହ ଆଇପିଏଲ ସିଜନ୍‌ ଆରମ୍ଭ କରିପାରିନାହିଁ। ୧୭୮ ରନ୍‌ର ଚ୍ୟାଲେଞ୍ଜିଂ ଟାର୍ଗେଟ ଛିଡ଼ା କରିବା ପରେ ଦିଲ୍ଲୀ କ୍ୟାପିଟାଲ୍ସର ଅଧା ଦଳକୁ ୭୨ ରନ୍‌ ମଧ୍ୟରେ ପ୍ୟାଭିଲିଅନ ପଠାଇଥିଲା ମୁମ୍ବାଇ। କିନ୍ତୁ ମ୍ୟାଚ୍‌ ବଦଳାଇ ଦେଇଥିଲା ଅକ୍ଷର ପଟେଲ (୩୮ ରନ୍‌, ୨ ଚୌକା ଓ ୩ ଛକା) ଏବଂ ଲଲିତ ଯାଦବ(୪୮ ରନ୍‌, ୪ ଚୌକା ଓ ୨ ଛକା)ଙ୍କ ଯୋଡ଼ି। ଦଳର ବିଜୟ ଆଶା ନ ଥିଲା ବେଳେ ଦୁହେଁ ୭ମ ଉଇକେଟ ପାଇଁ ୭୫ ରନ୍‌ ଯୋଡ଼ି ଥିଲେ। ତାହା ପୁଣି ୩୦ ବଲରେ। ଦୁହିଁଙ୍କ ଯୋଗୁ ଦିଲ୍ଲୀ ମ୍ୟାଚ୍‌କୁ ୧୮.୨ ଓଭରରେ ଜିତି ନେଇଥିଲା। ଏହାକୁ ମିଶାଇ ରୋହିତଙ୍କ ମୁମ୍ବାଇ ଇଣ୍ଡିଆନ୍ସ ଗତ ୧୦ ସିଜନର ପ୍ରଥମ ମ୍ୟାଚ୍‌ରେ ପରାଜୟ ସ୍ବାଦ ଚାଖିବାକୁ ପଡ଼ିଛି।

ରବିବାର ଅପରାହ୍ନରେ ଖେଳାଯାଇଥିବା ମ୍ୟାଚ୍‌ରେ ଇଶାନ କିଷନ(୮୧ ରନ୍‌, ୧୧ ଚୌକା ଓ ୨ ଛକା)ଙ୍କ ଅର୍ଦ୍ଧଶତକ ବଳରେ ମୁମ୍ବାଇ ପ୍ରଥମେ ବ୍ୟାଟିଂ କରି ଛିଡ଼ା କରିଥିଲା ୧୭୮ ରନ୍‌ର ଟାର୍ଗେଟ। ଜବାବରେ ଦୁଇ ଓପନର ପୃଥ୍ବୀ ଶ’ (୩୮) ଓ ଟିମ୍‌ ସେଫର୍ଟ (୨୧) ଦିଲ୍ଲୀକୁ ଭଲ ଆରମ୍ଭ ଦେଇଥିଲେ। ଦୁହେଁ ୩ ଓଭରରେ ୩୦ ରନ୍‌ ଯୋଡ଼ିଥିଲେ। କିନ୍ତୁ ଚତୁର୍ଥ ଓଭରରେ ଦୁଇ ଉଇକେଟ ନେଇ ମ୍ୟାଚ୍‌ ବଦଳାଇ ଦେଇଥିଲେ ମୁରୁଗନ ଅଶ୍ୱିନ। ତା’ ପରେ ଅଧିନାୟକ ରଷଭ ପନ୍ତ (୧) ଓ ରବମାନ ପାଓ୍ବେଲ (୦) ମଧ୍ୟ ବିଫଳ ହୋଇଥିଲେ। ଦଳ ୧୩.୨ ଓଭରରେ ୧୦୪ ରନ୍‌ରେ ୬ ଉଇକେଟ ହରାଇ ସାରିଥିଲା। ତା’ ପରେ ୧୧ ବଲରେ ୨୨ (୪ ଚୌକା) ରନ୍‌ର ଛୋଟ ବିସ୍ଫୋରକ ପାଳି ଖେଳିଥିଲେ ଶାର୍ଦ୍ଦୁଳ ଠାକୁର।


Enter your email to get our daily news in your inbox.

All Right Reserved By Dharitri.Com

ଦୁର୍ଘଟଣା ପରେ ପ୍ରଥମ ଥର ଗୋଡ଼ରେ ଛିଡ଼ା ହେଲେ ରିଷଭ ପନ୍ତ

ମୁମ୍ବାଇ,୧୩।୧: ଭାରତୀୟ କ୍ରିକେଟ ପ୍ରଶଂସକଙ୍କ ପାଇଁ ଏକ ଖୁସି ଖବର। ନିକଟରେ ଦୁର୍ଘଟଣାର ଶିକାର ହୋଇଥିବା ରିଷଭ ପନ୍ତଙ୍କ ସ୍ବାସ୍ଥ୍ୟାବସ୍ଥାରେ ସୁଧାର ଆସୁଛି। ଭାରତୀୟ ଉଇକେଟ...

ବିଶ୍ୱକପ୍‌ରେ ଭାରତକୁ ହରାଇଲେ ପାକିସ୍ତାନ ଖେଳାଳିଙ୍କୁ ମିଳିବ ଏମିତି ଉପହାର: ପିସିବି କଲା ଘୋଷଣା

ଇସଲାମାବାଦ୍‌,୮।୧୦: ଖେଳ ଯାହା ହେଉନା କାହିଁକି, କିନ୍ତୁ ଯେତେବେଳେ ଭାରତ ଏବଂ ପାକିସ୍ତାନର ଦଳ ମୁହାଁମୁହିଁ ହୁଅନ୍ତି ସେତେବେଳେ ଭାବପ୍ରବଣତାର ଜୁଆର ଶିଖରରେ ପହଞ୍ଚେ। ଯଦି...

୪.୫ ମିଲିୟନ ଟଙ୍କା ଜରିମାନା ଦେଲେ ଆକମଲ

କରାଚି,୨୭।୫(ପି.ଟି.): ବିବାଦୀୟ ପାକିସ୍ତାନ ବ୍ୟାଟ୍ସମ୍ୟାନ ଉମର ଆକମଲ ପାକିସ୍ତାନ କ୍ରିକେଟ ବୋର୍ଡ (ପିସିବି)କୁ ୪.୫ ମିଲିୟନ ଅର୍ଥାତ ୪୫ ଲକ୍ଷ ଟଙ୍କା ଜରିମାନା ଦେଇଛନ୍ତି। ପିସିବିର...

ମହିଳା ତ୍ରିରାଷ୍ଟ୍ରୀୟ ସିରିଜ ଆୟୋଜନ: ଭାରତ, ଦକ୍ଷିଣ ଆଫ୍ରିକା ସହିତ ଆଲୋଚନା ଚାଲିଛି; ଇସିବି

ଲଣ୍ଡନ,୧୦।୬(ପି.ଟି.): ଚଳିତ ବର୍ଷ ଶେଷ ଆଡକୁ ଏକ ମହିଳା ତ୍ରିରାଷ୍ଟ୍ରୀୟ ସିରିଜ ଆୟୋଜନ କରିବାକୁ ଭାରତ ଓ ଦକ୍ଷିଣ ଆଫ୍ରିକା କ୍ରିକେଟ ବୋର୍ଡ ସହ ଆଲୋଚନା...

ଆଇପିଏଲ୍‌କୁ ମିଳିଲା ନୂଆ ଚାମ୍ପିୟନ

ଅହମଦାବାଦ, ୨୯।୫: ଆଇପିଏଲ୍‌କୁ ମିଳିଲା ନୂଆ ଚାମ୍ପିୟନ। ଗୁଜରାଟ ଟାଇଟାନ୍ସ ସପ୍ତମ ଦଳ ଭାବେ ଆଇପିଏଲ୍‌ ଟ୍ରଫି ଜିତିଛି। ରବିବାର ନରେନ୍ଦ୍ର ମୋଦି ଷ୍ଟାଡିୟମରେ ଆୟୋଜିତ...

ଶ୍ରୀଲଙ୍କାର ଦମ୍‌ଦାର ବ୍ୟାଟିଂ

ପୁଣେ,୫।୧: ପୁଣେ ସ୍ଥିତ ମହାରାଷ୍ଟ୍ର କ୍ରିକେଟ ଆସୋସିଏସନ ଷ୍ଟାଡିୟମରେ ଗୁରୁବାର ଶ୍ରୀଲଙ୍କା ବିପକ୍ଷ ଦ୍ୱିତୀୟ ଟି-୨୦ ମ୍ୟାଚରେ ଭାରତର ଅଧିନାୟକ ହାର୍ଦ୍ଦିକ ପାଣ୍ଡ୍ୟା ଟସ୍‌ ଜିତି...

ଟିମ୍‌ ଇଣ୍ଡିଆକୁ ଇନିଂସ ଅଗ୍ରଣୀ ଦେଲେ ରାହୁଲ

ଟ୍ରେଣ୍ଟ ବ୍ରିଜ,୬।୮: ଏଠାରେ ଚାଲିଥିବା ଇଂଲଣ୍ଡ ବିପକ୍ଷ ପ୍ରଥମ ଟେଷ୍ଟରେ ଟିମ୍‌ ଇଣ୍ଡିଆ ପ୍ରଥମ ଇନିଂସରେ ଅଗ୍ରଣୀ ହାସଲ କରିଛି। ପୂର୍ବଦିନର ସ୍କୋର ୧୨୫/୪ ରୁ...

ସୁଚିନ୍ତିତ ଭାବେ କାଶିଲେ ରେଡ୍‌କାର୍ଡ

ଜୁରିଚ୍‌, ୫।୮(ଏପି)- ଜଣେ ଫୁଟବଲ ଖେଳାଳି ଯଦି ସୁଚିନ୍ତିତଭାବେ ଅନ୍ୟ ଜଣେ ଖେଳାଳିର ନିକଟତର ହେବାପରେ କାଶିବେ ତେବେ ମ୍ୟାଚ ଅଫିସିଆଲ ତାଙ୍କୁ ରେଡ୍‌ କାର୍ଡ...

Advertisement
Archives

Model This Week