ରଥକାଠ ଅନୁକୂଳ ପାଇଁ କୁରାଢ଼ି ନିର୍ମାଣ

ପୁରୀ ଅଫିସ,୧୯।୪: ଚଳିତ ମାସ ୨୩ ତାରିଖରେ ଅକ୍ଷୟ ତୃତୀୟା। ଏହିଦିନଠାରୁ ବାହାର ଚନ୍ଦନଯାତ୍ରା ଆରମ୍ଭ ସହ ରଥଯାତ୍ରା ପାଇଁ ରଥ ନିର୍ମାଣ କାର୍ଯ୍ୟ ଆରମ୍ଭ ହେବ। ଅକ୍ଷୟତୃତୀୟା ତିଥିରେ ବାହାର ଚନ୍ଦନଯାତ୍ରା ପାଇଁ ଶ୍ରୀ ରାମକୃଷ୍ଣ, ଶ୍ରୀମଦନମୋହନ, ଶ୍ରୀଦେବୀ, ଭୂଦେବୀ ଆଜ୍ଞାମାଳ ପାଇ ପାଲିଙ୍କି ଏବଂ ବିମାନକୁ ବିଜେ କରିବା ପରେ ୩ବାଡ଼ରୁ ୩ଜଣ ପୂଜାପଣ୍ଡା ବିଜେ କରାଇ ଆଣିଥିବା ଆଜ୍ଞାମାଳ ଧରି ଆଗରେ ଏବଂ ବିଜେ ପ୍ରତିମା ପଟୁଆରରେ ଶ୍ରୀନଅର ନିକଟକୁ ବିଜେ କରିବେ। ସେହିପରି ପୂର୍ବରୁ ଶ୍ରୀମନ୍ଦିର କାର୍ଯ୍ୟାଳୟ ସମ୍ମୁଖରେ ତିନିଖଣ୍ଡ ଧଉରା କାଠକୁ ବିଧି ବିଧାନ ଅନୁଯାୟୀ ଧୁଆଯାଇ ରଖାଯାଇଥାଏ। ଶ୍ରୋତ୍ରିୟ ବ୍ରାହ୍ମଣମାନଙ୍କ ଦ୍ୱାରା ରଥଖଳାରେ ବନଯାଗ ପଦ୍ଧତିରେ ରଥକାଠ ନୀତି ଅନୁକୂଳ କରାଯାଇଥାଏ। ତେବେ ଶ୍ରୀମନ୍ଦିରରୁ ୩ଜଣ ପୂଜାପଣ୍ଡା ଆଜ୍ଞାମାଳ ଧରି ରଥ ନିର୍ମାଣକାରୀ ବିଶ୍ୱକର୍ମା ମହାରଣା, ରୂପକାର, ଓଝା ଏବଂ ଭୋଇ ସେବକମାନଙ୍କ ଶାଢି ବନ୍ଧା ନୀତି ପଟଜୋଷୀ ମହାପାତ୍ରଙ୍କ ଉପସ୍ଥିତିରେ ଦେଉଳ କାରଣ ସମାପନ କରିଥାନ୍ତି। ଏହାପରେ ରଥତ୍ରୟ ନିର୍ମାଣ ଶୁଭାନୁକୂଳ ନିମନ୍ତେ ପୂଜା ପାଇଁ ରଖାଯାଇଥିବା ତିନିଗୋଟି ଧଉରା କାଠରେ ଆଜ୍ଞାମାଳ ଲାଗିହେବ। ପରେ ତିନି ରଥର ମୁଖ୍ୟ ମହାରଣାମାନଙ୍କ ଦ୍ୱାରା ଉକ୍ତ ତିନିଗୋଟି କାଠରେ ଅସ୍ତ୍ର ଛୁଆଁ କରାଯାଇ ରଥ କାଠ ଅନୁକୂଳ ନୀତି କରାଯାଇଥାଏ। ତେବେ ଅକ୍ଷୟତୃତୀୟାକୁ ଆଉ ୫ ଦିନ ଥିବା ହେତୁ କାଠ ଅନୁକୂଳ ପାଇଁ ବ୍ୟବହୃତ ହେଉଥିବା ଲୁହା କୁରାଢିକୁ ମଙ୍ଗଳବାର ଶ୍ରୀମନ୍ଦିର ଓଝା ସେବକ ନିର୍ମାଣ କରିଛନ୍ତି। ବଳଭଦ୍ର ବାଡର ମୁଖ୍ୟ ଓଝା ସେବକ ଜଗନ୍ନାଥ ମହାରଣାଙ୍କ କହିବା ଅନୁଯାୟୀ, ଅକ୍ଷୟତୃତୀୟାରେ ରଥଯାତ୍ରା ପାଇଁ ରଥ ନିର୍ମାଣ ଅନୁକୂଳ ହେବ। ଅନୁକୂଳ ସମୟରେ ସୁନା, ରୁପା ସହ ଲୁହା କୁରାଢି ବ୍ୟବହାର କରାଯାଇଥାଏ। ବ୍ୟବହାର ହେଉଥିବା ୩ଟି ଲୁହା କୁରାଢିକୁ ସେ ଓ ତାଙ୍କ ପୁଅ ମିଶିି ନିର୍ମାଣ କରିଛନ୍ତି। ସେ ୨୦୦୮ରୁ ମହାପ୍ରଭୁଙ୍କ ସେବା କରିଆସଛନ୍ତି। କୁରାଢ଼ି ନିର୍ମାଣ କରିବାକୁ ତାଙ୍କୁ ୨ଦିନ ଲାଗିଥିଲା। ନିର୍ମାଣ ପରେ ସେ ତାକୁ ନାଜରକୁ ହସ୍ତାନ୍ତର କରିବେ ବୋଲି ଜଗନ୍ନାଥ ମହାରଣା କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ସମ୍ବଲପୁର ଆଞ୍ଚଳିକ ସୁଭଦ୍ରା ଶକ୍ତି ଭିଜନ ସମ୍ମିଳନୀରେ ଯୋଗଦେଲେ ଉପମୁଖ୍ୟମନ୍ତ୍ରୀ, ମହିଳାଙ୍କୁ କହିଲେ ଇନଷ୍ଟାଗ୍ରାମରେ….

ସମ୍ବଲପୁର,୮।୭(ପ୍ରମୋଦ ବହିଦାର): ସମ୍ପ୍ରତ୍ତି କେବଳ ମହିଳାଙ୍କ ବିକାଶ ନୁହେଁ, ବରଂ ମହିଳାମାନଙ୍କ ନେତୃତ୍ୱରେ ସମାଜର ସର୍ବାଙ୍ଗୀନ ବିକାଶ ହେଉଛି। ମହିଳାଙ୍କ ବିକାଶରେ ମିଶନ ଶକ୍ତି ଓ ସୁଭଦ୍ରା…

ଏକାଠି ଖେଳିବେ ସଞ୍ଜୁ ସାମସନ-ବୈଭବ ସୂର୍ଯ୍ୟବଂଶୀ? ଜଣେ ଖେଳାଳିଙ୍କୁ ଦେବାକୁ ପଡିବ ‘ବଳିଦାନ’

ନୂଆଦିଲ୍ଲୀ,୮।୭: ଭାରତୀୟ ଦଳ ଇଂଲଣ୍ଡ ବିପକ୍ଷରେ ଟି-୨୦ ସିରିଜରେ ସଂଘର୍ଷ କରୁଛି, ପ୍ରଥମ ତିନୋଟି ମ୍ୟାଚରେ ବିଜୟ ହାସଲ କରିପାରି ନାହିଁ। ମଙ୍ଗଳବାର ରାତିରେ ଇଂଲଣ୍ଡ ଭାରତକୁ…

ଚୌଦ୍ୱାର ବିଜେଡିରେ ବିଦ୍ରୋହ: ଦଳ ଛାଡ଼ିଲେ କାଉନସିଲର ସୁବ୍ରତ ସାମଲ, ଦର୍ଶାଇଲେ ଏହି କାରଣ

ଚୌଦ୍ବାର,୮।୭: ବିଜେଡିରୁ ଇସ୍ତଫା ଦେଲେ ଚୌଦ୍ୱାର ୧୨ନଂ ୱାର୍ଡ କାଉନସିଲର । ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକଙ୍କୁ ସୁବ୍ରତ ସାମଲ ଇସ୍ତଫା ପତ୍ର ପଠାଇଛନ୍ତି । ତାଙ୍କର…

ଆଗକୁ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ: ଏବେଠୁ କର୍ମୀଙ୍କୁ କର୍ଣ୍ଣମନ୍ତ୍ର ଦେବାକୁ ବିଜେଡିର ମେଳି

ଦାରିଙ୍ଗବାଡ଼ି,୮ା୭(ଅରୁଣ ସାହୁ): ଆଗକୁ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ। ଏଥିପାଇଁ ଏବେଠାରୁ ଗାଁଗାଁରେ ଲୋକଙ୍କୁ ବିଭିନ୍ନ ଦଳ ପକ୍ଷରୁ ଦିଆଯାଉଛି ମନ୍ତ୍ରଣା। ଏଭଳି ଦେଖିବାକୁ ମିଳିଛି କନ୍ଧମାଳ ଜିଲା…

‘ରିସେଟ’ର ମୂଲ୍ୟ ଦେଉଛି ଟିମ ଇଣ୍ଡିଆ? ଲଗାତାର ପରାଜୟ ଉପରେ ନୀରବତା ଭାଙ୍ଗିଲେ ଗୌତମ ଗମ୍ଭୀର

ନୂଆଦିଲ୍ଲୀ,୮।୭: ଇଂଲଣ୍ଡ ବିପକ୍ଷରେ ୧୨୫ ରନର ଦମ ଦାର ପରାଜୟ ପରେ ଏହା କ୍ରମାଗତ ଚତୁର୍ଥ ଟି-୨୦ ପରାଜୟ, ଭାରତୀୟ ଦଳର ମୁଖ୍ୟ ପ୍ରଶିକ୍ଷକ ଗୌତମ ଗମ୍ଭୀର…

EDର ବଡ଼ କାର୍ଯ୍ୟାନୁଷ୍ଠାନ, ଟିଏମସିର ୩ଟି ବ୍ୟାଙ୍କ ଆକାଉଣ୍ଟ୍ ଫ୍ରିଜ୍ କଲା ED

କୋଲକାତା,୮।୭: ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କୁ ଏକ ବଡ଼ ଝଟକା ଲାଗିଛି। ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ED) ତୃଣମୂଳ କଂଗ୍ରେସ (TMC) ସହିତ ଜଡିତ ତିନୋଟି ଆକାଉଣ୍ଟକୁ ଫ୍ରିଜ୍…

ଭୁଶୁଡ଼ିଲା ନିର୍ମାଣାଧୀନ କୋଠା, ଅନେକ ଶ୍ରମିକ ଭଗ୍ନାବଶେଷ ତଳେ ଫସି ରହିଥିବା ଆଶଙ୍କା

ପୁଣେ,୮।୭: ମହାରାଷ୍ଟ୍ରର ପିମ୍ପରି-ଚିଞ୍ଚୱାଡରେ ବୁଧବାର ଅପରାହ୍ନରେ ଏକ ବଡ଼ ଦୁର୍ଘଟଣା ଘଟିଛି, ଯେଉଁଠାରେ ‘ଆବର୍ଜନାରୁ ଶକ୍ତି’ ପ୍ରକଳ୍ପ ସ୍ଥାନରେ ନିର୍ମାଣାଧୀନ କୋଠାର ଏକ ଅଂଶ ହଠାତ ଭୁଶୁଡ଼ି…

ରାଇକିଆରେ ଶେଷ ପର୍ଯ୍ୟାୟରେ ରଥ ନିର୍ମାଣ କାର୍ଯ୍ୟ

ରାଇକିଆ,୮ା୭(ପ୍ରଦୀପ ବେହେରା): କନ୍ଧମାଳ ଜିଲା ରାଇକିଆଠାରେ ରଥଯାତ୍ରା ପାଇଁ ଜଗନ୍ନାଥ ପୂଜା କମିଟି ତରଫରୁ ସମସ୍ତ ପ୍ରସ୍ତୁତି ଜୋର୍‌ସୋର୍‌ରେ ଚାଲିଛି। ରଥ ନିର୍ମାଣ କାର୍ଯ୍ୟ ଶେଷ ପର୍ଯ୍ୟାୟରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri