ବିଏମ୍‌ସିକୁ ୪ର୍ଥ ଥର ଚିଠି ଲେଖିଲା ଏଡବ୍ଲ୍ୟୁବିଆଇ

ଭୁବନେଶ୍ୱର,୨୨।୩ (ବନ୍ଦନା ସେଠୀ): କୁକୁର ବନ୍ଧ୍ୟାକରଣ ବା ଆନିମଲ୍‌ ବାର୍ଥ କଣ୍ଟ୍ରୋଲ (ଏବିସି) କାର୍ଯ୍ୟକ୍ରମ ପାଇଁ ସଂସ୍ଥା ଚୟନରେ ବିଏମ୍‌ସି ଚଞ୍ଚକତା କରିଛି। ଏନେଇ ଆନିମଲ୍‌ ଓ୍ବେଲ୍‌ଫେୟାର୍‌ ବୋର୍ଡ ଅଫ୍‌ ଇଣ୍ଡିଆ (ଏଡବ୍ଲ୍ୟୁବିଆଇ) ନିକଟରେ ଅଭିଯୋଗ ହେବାପରେ ଘଟଣାର ସତ୍ୟାସତ୍ୟ ଯାଞ୍ଚ ପାଇଁ ବୋର୍ଡ ପକ୍ଷରୁ ବିଏମ୍‌ସି କମିଶନରଙ୍କୁ ବାରମ୍ବାର ଚିଠି କରାଯାଇଛି। ୪ଥର ବୋର୍ଡ ଚିଠି କରିବା ସହ ଘଟଣାର ଯାଞ୍ଚ ଏବଂ ସମ୍ପୃକ୍ତ ସଂସ୍ଥା କରୁଥିବା ଏବିସି କାର୍ଯ୍ୟକ୍ରମକୁ ବନ୍ଦ କରିବା ପାଇଁ ନିର୍ଦ୍ଦେଶ ଦେଇଛି। ମାତ୍ର ଏହାପରେ ବି ବିଏମ୍‌ସି ପକ୍ଷରୁ କୌଣସି କାର୍ଯ୍ୟାନୁଷ୍ଠାନ ନିଆଯାଉନାହିଁ। ବିଏମ୍‌ସିର ଏପରି ବେଖାତିର ମନୋଭାବ ତଥା ଏଡବ୍ଲ୍ୟୁବିଆଇ ପରି କେନ୍ଦ୍ରୀୟ ସଂସ୍ଥାର ନିର୍ଦ୍ଦେଶକୁ ମାନୁ ନ ଥିବାରୁ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି।
ଦୁଇଥର ଚିଠି ପରେ ଏଡବ୍ଲ୍ୟୁବିଆଇ ଫେବୃଆରୀ ୨୮ରେ କରିଥିବା ତୃତୀୟ ଚିଠିରେ ୭ଦିନ ମଧ୍ୟରେ ରିପୋର୍ଟ ଦେବାକୁ ନିର୍ଦ୍ଦେଶ ଦିଆଯାଇଥିଲେ ବି ବିଏମ୍‌ସି କୌଣସି ପଦକ୍ଷେପ ଗ୍ରହଣ କରିଥିବା ନେଇ ରିପୋର୍ଟ ଦେଇନାହିଁ। ତେଣୁ ପୁନର୍ବାର ମାର୍ଚ୍ଚ ୧୮ ତାରିଖରେ ଚିଠି କରାଯାଇ ୭ଦିନ ମଧ୍ୟରେ ଯାଞ୍ଚ ରିପୋର୍ଟ ଦେବାକୁ କୁହାଯାଇଛି। ଏଥିସହ ବିଏମ୍‌ସିରେ କୁକୁର ବନ୍ଧ୍ୟାକରଣ କରୁଥିବା ମହାରାଷ୍ଟ୍ରର ସଂସ୍ଥା ଭେଟ୍‌ ଫର୍‌ ଆନିମଲ୍‌କୁ ପ୍ରକଳ୍ପ ମାନ୍ୟତା ଦିଆଯାଇ ନ ଥିବାରୁ ତୁରନ୍ତ ଏହାର କାର୍ଯ୍ୟକ୍ରମକୁ ବାତିଲ୍‌ କରିବାକୁ ନିର୍ଦ୍ଦେଶ ରହିଛି। ମାର୍ଚ୍ଚ ୧୯ରେ ଚିଫ୍‌ ଡିଷ୍ଟ୍ରିକ୍ଟ ଭେଟେରିନାରି ଅଧିକାରୀ ବିଏମ୍‌ସିର ଡେପୁଟି କମିଶନର (ଏବିସି)ଙ୍କୁ ଚିଠି କରି ଘଟଣାର ସତ୍ୟାସତ୍ୟ ଯାଞ୍ଚ ପାଇଁ କୁହାଯାଇଛି। ତେବେ ବାରମ୍ବାର ନିର୍ଦ୍ଦେଶ ଦେବା ସହ ଯାଞ୍ଚ ରିପୋର୍ଟ ମଗାଯାଉଥିଲେ ବି ବିଏମ୍‌ସି କର୍ତ୍ତୃପକ୍ଷ କାହିଁକି ଏ ଦିଗରେ ନୀରବତା ଅବଲମ୍ବନ କରୁଛନ୍ତି ତାହାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ଘଟଣା ନେଇ ବିଏମ୍‌ସି କମିଶନର ରାଜେଶ୍‌ ପ୍ରଭାକର ପାଟିଲ୍‌ଙ୍କୁ ପଚାରିବାରୁ ସେ କହିଛନ୍ତି, ସମ୍ପୃକ୍ତ ସଂସ୍ଥା ପ୍ରକଳ୍ପ ମଞ୍ଜୁର ପାଇଁ ଆବେଦନ କରିଛି, ତେଣୁ ପୂର୍ବରୁ ହିଁ ତାକୁ କାମ ପାଇଁ ଟେଣ୍ଡର ମିଳିଛି। ସେମାନଙ୍କର କାମ ଠିକ୍‌ ଅଛି, ସେଥିରେ କୌଣସି ଅସୁବିଧା ନାହିଁ। କେବେ ସେମାନଙ୍କୁ ଅନୁମତି ମିଳିବ, କି ରିଜେକ୍ଟ ହେବ ଦେଖାଯିବ। ଯଦି ସେମାନଙ୍କ ଆବେଦନ ରିଜେକ୍ଟ ହେଲା ତେବେ ତାଙ୍କୁ କାମରୁ ବାହାର କରାଯିବ ବୋଲି କମିଶନର ସୂଚନା ଦେଇଛନ୍ତି।
ସୂଚନାଯୋଗ୍ୟ, ସମ୍ପୃକ୍ତ ସଂସ୍ଥାର ଅନୁମୋଦନ ସାର୍ଟିଫିକେଟ୍‌ ନ ଥିବା ଏବଂ ଏହା ଆନିମଲ୍‌ ବାର୍ଥ କଣ୍ଟ୍ରୋଲ ରୁଲ୍‌ ୨୦୨୩କୁ ଉଲ୍ଲଂଘନ କରୁଥିବା ନେଇ ପିପୁଲ୍‌ ଫର୍‌ ଆନିମଲ୍‌ର ସନ୍ତୋଷ ଦାସ ଏବଂ ଜୀବନ ବଲ୍ଲଭ ଦାସ ୨୦୨୩ ମେ’ ୧୬ରେ ଏଡବ୍ଲ୍ୟୁବିଆଇରେ ଅଭିଯୋଗ କରିଥିଲେ। ଏହାର ଉତ୍ତରରେ ଏଡବ୍ଲ୍ୟୁବିଆଇ ପକ୍ଷରୁ ବିଏମ୍‌ସି କମିଶନରଙ୍କୁ ଏକ ଚିଠି ଜାରି କରାଯାଇଥିଲା। ଅଭିଯୋଗ ହୋଇଥିବା ସଂସ୍ଥା ପାଖରେ ଏବିସି କାର୍ଯ୍ୟକ୍ରମ କରିବାକୁ ଅନୁମୋଦନ ଅଛି କି ନାହିଁ ତାହା ତଦାରଖ କରି ରିପୋର୍ଟ ପ୍ରଦାନ କରିବାକୁ ନିର୍ଦ୍ଦେଶ ଦିଆଯାଇଥିଲା। ଯଦି ଅନୁମୋଦନ ନାହିଁ ତେବେ ୬ମାସ ମଧ୍ୟରେ ସ୍ବୀକୃତୀ ପାଇଁ ଆବେଦନ କରିବାକୁ ମଧ୍ୟ କୁହାଯାଇଥିଲା। ମାତ୍ର ତତ୍‌କାଳୀନ ବିଏମ୍‌ସି କମିଶନର ଏହାକୁ ଅଣଦେଖା କରିବା ସହ କୌଣସି ରିପୋର୍ଟ ଦେଇ ନ ଥିଲେ। ପରେ ଫେବୃଆରୀ ୧୩ ଏବଂ ପରେ ୨୮ରେ ଚିଠି କରାଯାଇଥିଲା। ଏହାର କୌଣସି ଉତ୍ତର ମିଳି ନ ଥିବାରୁ ପୁନର୍ବାର ୧୮ରେ ଚିଠି କରାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଚତୁର୍ଥ ଲଘୁଚାପରୁ ବନ୍ୟା ଆଶଙ୍କା

ଭୁବନେଶ୍ୱର,୨୭ା୭(ଅନୁରାଧା ମହାରଣା): ଲଘୁଚାପ ପ୍ରଭାବରେ ଓଡ଼ିଶାରେ ତୁହାକୁ ତୁହା ବର୍ଷା ଲାଗିରହିଥିବାବେଳେ ପ୍ରାୟ ସବୁ ଜିଲାରେ ସ୍ଥିତି ବିଗିଡ଼ିବାରେ ଲାଗିଛି। ବର୍ଷା ଯୋଗୁ ବିଲବାଡ଼ି ଜଳାର୍ଣ୍ଣବ...

ବଢ଼ିପାରେ ମଧ୍ୟାହ୍ନଭୋଜନ ମୁଣ୍ଡ ପିଛା ଖର୍ଚ୍ଚ

ଭୁବନେଶ୍ୱର,୨୭ା୭(ଅନିଲ ଦାସ): ସ୍କୁଲରେ ଛାତ୍ରୀଛାତ୍ରମାନଙ୍କୁ ଦିଆଯାଉଥିବା ମଧ୍ୟାହ୍ନଭୋଜନ ମୁଣ୍ଡପିଛା ମୂଲ୍ୟ ବଢ଼ିପାରେ। ଏ ନେଇ ରାଜ୍ୟ ସରକାର ଚିନ୍ତା କରୁଛନ୍ତି। ବିଜେଡି ସଭ୍ୟ ରଣେନ୍ଦ୍ର ପ୍ରତାପ...

ଆଳୁ ଅଭାବ: ଦର ବଢ଼ିଲା

ଭୁବନେଶ୍ୱର, ୨୭।୭(ସୁନିତ୍‌ ମିଶ୍ର): ସପ୍ତାହକ ମଧ୍ୟରେ ଆଳୁ ଦର ୧୫ ଟଙ୍କାରୁ ଅଧିକ ବୃଦ୍ଧି ପାଇସାରିଲାଣି। ଆଳୁ ଏବେ କେଉଁଠି ୪୫ ଟଙ୍କା ତ ଆଉ...

ସରକାର ନିଜ ଦୋଷ ଲୁଚାଉଛନ୍ତି: ବିରୋଧୀ

ଭୁବନେଶ୍ୱର,୨୭ା୭(ଅନିଲ ଦାସ): ରଥ ଉପରୁ ବଡ଼ ଠାକୁର ଖସିପଡ଼ିବା, ଦଳାଚକଟାରେ ଜଣଙ୍କ ମୃତ୍ୟୁ ହେବା, ଟ୍ରାଫିକ ଅବ୍ୟବସ୍ଥା, ଅଣ ସେବାୟତ ରଥ ଉପରେ ଚଢ଼ିବା ପ୍ରସଙ୍ଗକୁ...

ବିଜେଡି ସରକାରର ବଜେଟଠାରୁ ଏଥର ୧୫% ଅଧିକ: ସମୀର

ଭୁବନେଶ୍ୱର, ୨୭।୭(ସୁନିତ୍‌ ମିଶ୍ର): ନୂତନ ରାଜନୈତିକ ସଂସ୍କୃତିର ପ୍ରତିଷ୍ଠାକରି ଭାଜପା ପ୍ରଥମ ଥର ଓଡ଼ିଶାରେ ସରକାର ଗଠନ କରିଛି। ଭାଜପା ସରକାରର ପ୍ରଥମ ବଜେଟ ଓଡ଼ିଶା...

ଆମ ଓଡ଼ିଶା ନବୀନ ଓଡ଼ିଶା ଯୋଜନାକୁ ନେଇ ବିରୋଧୀ-ଶାସକ ମୁହାଁମୁହିଁ

ଭୁବନେଶ୍ୱର,୨୭।୭(ଅନିଲ ଦାସ): ଆମ ଓଡ଼ିଶା ନବୀନ ଓଡ଼ିଶା ଯୋଜନାକୁ ନେଇ ବିଜେଡି -ଭାଜପା ବିଧାନସଭାରେ ମୁହାଁମୁହିଁ ହୋଇଛନ୍ତି। ଯୋଜନାର ନଁା ବଦଳିବାକୁ ନେଇ ବିଜେଡି ବିଧାୟକ...

ସୃଷ୍ଟି ହେଲା ଆଉ ଏକ ଲଘୁଚାପ, ପ୍ରବଳ ବର୍ଷିବ

ଭୁବନେଶ୍ୱର, ୨୬ା୭(ଅନୁରାଧା ମହାରଣା) – ଲଘୁଚାପ ପ୍ରଭାବରେ ଓଡ଼ିଶାରେ ତୁହାକୁ ତୁହା ବର୍ଷା ଲାଗିରହିଥିବାବେଳେ ପ୍ରାୟ ସବୁ ଜିଲାରେ ସ୍ଥିତି ବିଗିଡ଼ିବାରେ ଲାଗିଛି। ବର୍ଷା ଯୋଗୁ...

ମମତାଙ୍କୁ ଚିଠି ଲେଖିବା ନେଇ ନବୀନଙ୍କୁ ଟାର୍ଗେଟ କଲା ଭାଜପା

ଭୁବନେଶ୍ୱର, ୨୬।୭(ସୁନିତ୍‌ ମିଶ୍ର): ନିଜ ୨୪ ବର୍ଷ ଶାସନରେ ନବୀନ ପଟ୍ଟନାୟକଙ୍କ ନେତୃତ୍ୱାଧୀନ ବିଜେଡି ସରକାର ଓଡ଼ିଶାକୁ କୌଣସି କ୍ଷେତ୍ରରେ ଆତ୍ମନିର୍ଭରଶୀଳ ରାଜ୍ୟ ଭାବେ ଗଢ଼ି...

Advertisement
Mettle Meet 2024

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri