ଅନ୍ତର୍ଜାତୀୟ ସ୍ତରରେ ଶିଶୁଙ୍କ ବିକାଶ ଏବଂ ଅଧିକାର ସମ୍ପର୍କରେ ସଚେତନତା ସୃଷ୍ଟି ଲାଗି ପ୍ରତିବର୍ଷ ନଭେମ୍ବର ୨୦ରେ ଅନ୍ତର୍ଜାତୀୟ ଶିଶୁ ଦିବସ ପାଳନ କରାଯାଇଥାଏ।
୧୯୨୫ରେ ଶିଶୁ କଲ୍ୟାଣ ଉପରେ ଅନୁଷ୍ଠିତ ହୋଇଥିବା ବିଶ୍ୱ ସମ୍ମିଳନୀରେ ଜେନେଭାରେ ଅନ୍ତର୍ଜାତୀୟ ଶିଶୁ ଦିବସ ପାଳନ ସମ୍ପର୍କରେ ପ୍ରଥମେ ଘୋଷଣା କରାଯାଇଥିଲା। ୪ ନଭେମ୍ବର ୧୯୪୯ରେ, ମସ୍କୋରେ ମହିଳା ଅନ୍ତର୍ଜାତୀୟ ଡେମୋକ୍ରାଟିକ ଫେଡେରେଶନ ଦ୍ୱାରା ଶିଶୁ ସୁରକ୍ଷା ପାଇଁ ଅନ୍ତର୍ଜାତୀୟ ଦିବସ ଭାବରେ ୧ ଜୁନ୍କୁ ପାଳନ କରାଯିବାକୁ ଘୋଷଣା କରାଯାଇଥିଲା। ୧୯୫୦ ପରଠାରୁ, ଏହା ଅଧିକାଂଶ ଦେଶରେ ୧ ଜୁନ୍ରେ ପାଳନ କରାଯାଉଥିଲା। ତେବେ ମିଳିତ ଜାତିସଂଘ ସାଧାରଣ ସଭା ଦ୍ୱାରା ୨୦ ନଭେମ୍ବରରେ ଏହି ଦିବସ ପାଳନ କରିବାକୁ ୧୯୫୯ରେ ଘୋଷଣା କରାଯାଇଥିଲା।
ଏହା ପୂର୍ବରୁ ୧୮୫୭ରେ ଶିଶୁ ଦିବସ ଜୁନ୍ ମାସର ଦ୍ୱିତୀୟ ରବିବାର ଦିନ ମାସାଚୁସେଟ୍ସର ଚେଲ୍ସରେ ଥିବା ରେଡମିୟର ୟୁନିଭର୍ସାଲିଷ୍ଟ ଚର୍ଚ୍ଚର ପାଷ୍ଟର ରେଭରେଣ୍ଡ ଡକ୍ଟର ଚାର୍ଲସ ଲିଓନାର୍ଡଙ୍କ ଦ୍ୱାରା ଶିଶୁ ଦିବସ ଆରମ୍ଭ ହୋଇଥିଲା। ଲିଓନାର୍ଡ ଏହି ଦିନକୁ ରୋଜ୍ ଡେ ନାମରେ ନାମିତ କରିଥିଲେ।
ଏହି ଦିବସ ପାଳନ ଅବସରରେ ବିଶ୍ୱସ୍ତରରେ ବିଭିନ୍ନ ରାଷ୍ଟ୍ରର ଶିଶୁଙ୍କ ମଧ୍ୟରେ ପାରସ୍ପରିକ ଭାବର ଆଦାନ ପ୍ରଦାନ ଏବଂ ବୁଝାମଣାକୁ ପ୍ରୋତ୍ସାହିତ କରାଯାଇଥାଏ।
ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ
ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…
ଭୁବନେଶ୍ୱର ଫୁଲ ଦୋକାନ
ଫର୍ନସ ଏନ୍ ପେଟାଲ୍ସ ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…
ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ
କଳିଙ୍ଗ ଫିଟନେସ୍ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍ରେ ସବୁ ପ୍ରକାର…
ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ
ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…
କଟକ ଦହିବରା ଆଳୁଦମ
ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…
ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ
ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…
ଶ୍ରେଷ୍ଠ ପାଞ୍ଚ ପୁରୀର ମଠ
ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…
ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ
ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

