Posted inଫୁରସତ

ସଚେତନତା ହିଁ ପ୍ରକୃତ ଚିକିତ୍ସା

ଯେକୌଣସି ଶାରୀରିକ ସମସ୍ୟା କ୍ଷେତ୍ରରେ ସଚେତନତା ହିଁ ପ୍ରକୃତ ଚିକିତ୍ସା ସାବ୍ୟସ୍ତ ହୋଇଥାଏ। ଏହାଦ୍ୱାରା ବହୁ ପୂର୍ବରୁ ଶାରୀରିକ ସମସ୍ୟା ସମ୍ପର୍କରେ ଜଣାପଡ଼ିଥାଏ। ଫଳରେ ଆବଶ୍ୟକ ଚିକିତ୍ସା ବ୍ୟବସ୍ଥା ଗ୍ରହଣ କରିବା ସହଜ ହୋଇଥାଏ।
ସଚେତନତା ସୃଷ୍ଟି ଲାଗି ପ୍ରତିବର୍ଷ ନଭେମ୍ବର ୧୨ରେ ବିଶ୍ୱ ନିମୋନିଆ ଦିବସ ପାଳିତ ହୋଇଥାଏ।
ନିମୋନିଆ ବିରୋଧରେ ବିଶ୍ୱସ୍ତରରେ ଏକଜୁଟ ହେବା ଏହି ଦବସର ମୁଖ୍ୟ ଲକ୍ଷ୍ୟ। ୨୦୦୯ରେ ୧୦୦ରୁ ଅଧିକ ସଂଗଠନ ନଭେମ୍ବର ୨ରେ ପ୍ରଥମ ବିଶ୍ୱ ନିମୋନିଆ ଦିବସ ପାଳନ କରିବା ପାଇଁ ଶିଶୁ ନିମୋନିଆ ବିରୋଧରେ ଗ୍ଲୋବାଲ କୋଅଲିସନ ଭାବରେ ଏକତ୍ରିତ ହୋଇଥିଲେ। ନିମୋଡିଆପି, ହେଜ ପାଣ୍ଠିର ଲାନ୍ସ ଲାଇଫର୍‌ ମ୍ୟାଲେରିଆ ଏବଂ ନିମୋନିଆ, ଗ୍ଲୋବାଲ ହେଲଥ କାଉନସିଲ, ଗାଭି ଆଲାଇନ୍ସ ଏବଂ ସାବିନ ଭ୍ୟାକ୍ସିନ ଇନଷ୍ଟିଚ୍ୟୁଟ ଏକତ୍ରିତ ହୋଇ ଲୋକଙ୍କୁ ନଭେମ୍ବର ୨ରେ ବିଶ୍ୱ ନିମୋନିଆ ଦିବସରେ ଭାଗ ନେବାକୁ ପରାମର୍ଶ ଦେଇଥିଲେ। ତେବେ ପରବର୍ତ୍ତୀ ସମୟରେ ୨୦୧୦ଠାରୁ ଏହି ଦିନଟିକୁ ନଭେମ୍ବର ୧୨ରେ ପାଳିତ ହୋଇ ଆସୁଛି।

ନିମୋନିଆ ହେଉଛି ଏକ ପ୍ରତିରୋଧକ ତଥା ଚିକିତ୍ସା ଯୋଗ୍ୟ ଶାରୀରିକ ସମସ୍ୟା। ଏହା ପ୍ରତିବର୍ଷ ପୃଥିବୀର ୫ ବର୍ଷରୁ କମ ୧୫୫ ନିୟୁତ ପିଲାଙ୍କୁ ଅସୁସ୍ଥ କରିଥାଏ ଏବଂ ପ୍ରତିବର୍ଷ ଏଥିରେ ଆକ୍ରାନ୍ତ ହୋଇ ୧.୬ ନିୟୁତ ଲୋକଙ୍କର ମୃତ୍ୟୁ ଘଟିଥାଏ।
ଏଡସ, ମ୍ୟାଲେରିଆ ଏବଂ ମିଳିମିଳା ତୁଳନାରେ ଏହା ଯୋଗୁ ଅଧିକଙ୍କର ମୃତ୍ୟୁ ଘଟିଥାଏ। ମାରାତ୍ମକ ନିମୋନିଆ ହେମୋଫିଲସ ଇନଫ୍ଲୁଏଞ୍ଜା ଟାଇପ ବି ଏବଂ ଷ୍ଟ୍ରେପଟୋକୋକସ ନିମୋନିଆ ଯୋଗୁ ସଂକ୍ରମଣ ହୋଇଥାଏ। ତେବେ ଏହାର ପ୍ରତିରୋଧ ପାଇଁ ପ୍ରଭାବଶାଳୀ ଟିକା ଅଛି। ତେଣୁ ସଚେତନତା ଦ୍ୱାରା ନିମୋନିଆରୁ ଦୂରେଇ ରହିବା ସମ୍ଭବ ହୋଇ ପାରିବ।
ଏହି ଦିବସ ଅବସରରେ ଏନେଇ ସଚେତନତା ସୃଷ୍ଟି କରାଯାଇଥାଏ। ନିମୋନିଆର ଲକ୍ଷଣ ପ୍ରକାଶ ପାଇଲେ କିଭଳି ପଦକ୍ଷେପ ଗ୍ରହଣ କରିବାକୁ ହେବ ସେନେଇ ଲୋକଙ୍କୁ ପରାମର୍ଶ ଦିଆଯାଇଥାଏ।

 


Enter your email to get our daily news in your inbox.

All Right Reserved By Dharitri.Com

୪ ବିଧାୟକଙ୍କ କଟିଲା ଟିକେଟ୍‌: ୬ରୁ ୫ ନୂଆମୁହଁ

ଭୁବନେଶ୍ୱର,୨୨।୪: ବିଜେଡିର ସପ୍ତମ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା ସୋମବାର ପ୍ରକାଶ କରିଛି। ୬ଟି ବିଧାନସଭା ଆସନ ପାଇଁ ପ୍ରାର୍ଥୀ ଘୋଷଣା କରିଛି ବିଜେଡି। ଘୋଷଣା ହୋଇଥିବା...

ଶିବେଇ ସାମନ୍ତରାଙ୍କ ଚତୁରତା ଲୋକମୁଖରେ ଭିନ୍ନ ରୂପ ନେଲା

ଚୁମ୍ବକଶିଳା ବସାଯିବା ପରେ ତିନିଥର ବିଫଳ ହୋଇଥିବା କାର୍ଯ୍ୟ ସଫଳ ହୋଇଥିଲା। ସହସ୍ର ମଲ୍ଲ ସେଇ ଖୁସିରେ ପୁରସ୍କାର ଘୋଷଣା କରିଥିଲେ। ଧର୍ମପଦ ମନ୍ଦିର ଶିଖରରୁ...

ଜାଣନ୍ତୁ ବିଶ୍ୱ ପୁସ୍ତକ, କପିରାଇଟ୍‌ ଦିବସର ଇତିହାସ…

ପ୍ରତିବର୍ଷ ଏପ୍ରିଲ ୨୩ରେ ବିଶ୍ୱ ପୁସ୍ତକ ଏବଂ କପିରାଇଟ୍‌ ଦିବସ ପାଳନ କରାଯାଇଥାଏ। ସମୟ ବଦଳିବା ସହିତ କମ୍ପ୍ୟୁଟର ଏବଂ ଇଣ୍ଟରନେଟ୍‌ ବର୍ତ୍ତମାନ ପୁସ୍ତକ ବି...

୨୪ ଘଣ୍ଟାରେ ୨୬୦୦୦ ବସ୍‌ ଉଠ୍‌ ହୋଇ ଗିନିଜ ଓ୍ବାର୍ଲଡ ରେକର୍ଡ

ପିଲାଦିନେ ସ୍କୁଲରେ ପାଠ ପଢି ନ ଥିଲେ ଦଣ୍ଡ ଆକାରରେ ସାର୍‌ କହୁଥିଲେ ବସ୍‌ ଉଠ୍‌ ହେବା ପାଇଁ। ୩୦ ଥର ବସ୍‌ ଉଠ୍‌ ହେଲା...

ଉଛୁଳା ଭକ୍ତିର ଅନ୍ତରାଳେ….

ମା’ଛେଉଣ୍ଡ ମାଧବ ବାବୁ ଭଦ୍ରଲୋକରେ ଗଣାହେଲେ, ଯେବେଠୁଁ କଷ୍ଟକରି ଉଚ୍ଚଶିକ୍ଷା ଲାଭ କଲା ପରେ ଉଚ୍ଚ ପଦବୀଯୁକ୍ତ ଚାକିରି ପାଇଲେ। ତାଙ୍କର ସବୁଗୁଣ ଭଲ l...

ନିମାପଡ଼ାର ‘ମାଇପି ମେଳା’

ଗୁହାରିଆ ପଡ଼ିଲେ ମାନସିକ ପୂରଣ ହୋଇଥାଏ l ଅନ୍ଧବିଶ୍ୱାସ ହେଉ କି ବିଶ୍ୱାସ, ଏଭଳି ଏକ ପ୍ରଥା କିନ୍ତୁ ପ୍ରଚଳିତ ହୋଇଆସୁଅଛି କାହିଁ କେବେଠୁ। ପୁରାଣ...

ପ୍ରଥମ ରୋଜଗାର ବୋଉକୁ ଦେଇଥିଲି: ଲଳିତ କୁମାର

ମୋର ଜନ୍ମ ପୁରୀ ଜିଲା କୃଷ୍ଣପ୍ରସାଦ ବ୍ଲକ ଅନ୍ତର୍ଗତ ନନ୍ଦଳା ଗ୍ରାମରେ। ମାତା ପାର୍ବତୀ ସ୍ବାଇଁ ଓ ପିତା ଭିକାରୀ ସ୍ବାଇଁଙ୍କର ତିନିପୁଅଙ୍କ ଭିତରେ ମୁଁ...

‘ଆଉ ଥରେ ଜନ୍ମ ହେଲେ କବିଟିଏ ହୋଇ ଜନ୍ମ ହେବି’

ଏକାଧାରରେ ସେ ଜଣେ କବି, ଗାଳ୍ପିକ ଓ ନାଟ୍ୟକାର। ଦୀର୍ଘ ୪ଦଶନ୍ଧି ଧରି ତାଙ୍କ ଲେଖନୀ ମୁନରେ ଫୁଟେଇଛନ୍ତି ଏକାଧିକ ଗଳ୍ପ, କବିତା ଓ ନାଟକ।...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri