![](https://www.dharitri.com/wp-content/uploads/2022/11/Untitled-1-105.jpg)
କୌଣସି ଶାରୀରିକ ସମସ୍ୟା ସୃଷ୍ଟି ହେବା ପୂର୍ବରୁ ଏନେଇ ସଚେତନ ହେବା ହିଁ ପ୍ରକୃତ ନିଦାନ ବୋଲି କୁହାଯାଇଥାଏ। ସମ୍ପ୍ରତି ଦେଶରେ କର୍କଟ, ଏକ ମାରାତ୍ମକ ସ୍ବାସ୍ଥ୍ୟଗତ ସମସ୍ୟା ପାଲଟିଛି। ତେଣୁ ପ୍ରତିବର୍ଷ ନଭେମ୍ବର ୭ରେ ଭାରତରେ ଜାତୀୟ କର୍କଟ ସଚେତନତା ଦିବସ ଭାବେ ପାଳନ କରାଯାଇଥାଏ। ଏହି ଶାରୀରିକ ସମସ୍ୟା ସହିତ ଲଢ଼ିବା ପ୍ରାୟ ଅସମ୍ଭବ ହୋଇଥିବାବେଳେି ପ୍ରାଥମିକସ୍ତରରୁ ଚିକିତ୍ସା ଦ୍ୱାରା ଏହାକୁ ରୋକାଯାଇପାରିଥାଏ।
ସେଥି ପାଇଁ ଲୋକମାନଙ୍କ ମଧ୍ୟରେ ବ୍ୟାପକ ସଚେତନତା ସୃଷ୍ଟି କରିବା ପାଇଁ ଆବଶ୍ୟକତା ରହିଛି। ସେପ୍ଟେମ୍ବର ୨୦୧୪ରେ ଭାରତର କେନ୍ଦ୍ର ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟ ପକ୍ଷରୁ ଏହି ଦିବସ ପାଳନ ପାଇଁ ଘୋଷଣା କରାଯାଇଥିଲା। କର୍କଟ ଚିକିତ୍ସା କ୍ଷେତ୍ରରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରୁଥିବା ରେଡିୟମ ଏବଂ ପୋଲୋନିୟମ ଆବିଷ୍କାର ମ୍ୟାଡାମ କ୍ୟୁରିଙ୍କ ଦ୍ୱାରା ହୋଇଥିଲା। ସେ ୧୮୬୭ ନଭେମ୍ବର ୭ ଜନ୍ମଗ୍ରହଣ କରିଥିଲେ। ତାଙ୍କ ଜନ୍ମ ଦିବସକୁ କର୍କଟ ସଚେତନା ଦିବସ ଭାବେ ଜାତୀୟସ୍ତରରେ ପାଳନ କରିବାକୁ ଭାରତ ସରକାର ନିଷ୍ପତ୍ତି ଗ୍ରହଣ କରିଥିଲେ।