ହାତୀ ସୁରକ୍ଷା ପାଇଁ ସଚେତନ କଲା ବିଦ୍ୟାଳୟ ଇକୋ କ୍ଲବ: ସଂଘର୍ଷ ନୁହେଁ ବରଂ ସୁରକ୍ଷା ଦେଇ…

ବରଗଡ,୧୪।୧(ପ୍ରେମାନନ୍ଦ ଖମାରୀ)- ବରଗଡ଼ ଜିଲା ଅମ୍ବାଭୋନା ବ୍ଲକ ଅନ୍ତର୍ଗତ ଗଙ୍ଗେଇ ଗ୍ରାମର ସରକାରୀ ପ୍ରାଥମିକ ବିଦ୍ୟାଳୟ ଇକୋ କ୍ଲବ୍ ପକ୍ଷରୁ ବୁଧବାର ହାତୀ ସୁରକ୍ଷା ପାଇଁ ଏକ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ବିଦ୍ୟାଳୟର ପ୍ରଧାନ ଶିକ୍ଷକ ପ୍ରକୃତି ବନ୍ଧୁ ରୋହିତ ଭୁଏଙ୍କ ଆହ୍ବାନକ୍ରମେ ଇକୋ କ୍ଲବ୍ ମାଷ୍ଟର ଟ୍ରେନର ତଥା ପରିବେଶବିତ୍ ସଞ୍ଜୟ ଖମାରୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ସଚେତନତା ବୈଠକରେ ମୁଖ୍ୟ ଅତିଥି ଭାବରେ ଭୁକ୍ତାର ବିଦ୍ୟୁତ ବିଭାଗୀୟ କନିଷ୍ଠ ଯନ୍ତ୍ରୀ ଅମରେଶ ପ୍ରସାଦ ତ୍ରିପାଠୀ, ମୁଖ୍ୟବକ୍ତା ଭାବରେ ବନପାଳ ପର୍ଶୁରାମ ବେହେରା, ସମ୍ମାନିତ ଅତିଥି ଭାବରେ ପ୍ରକୃତି ବନ୍ଧୁ ଶୋଭାରାମ ସାହୁ, ପୂର୍ବତନ ଜିଲା ପରିଷଦ ସଭ୍ୟ ଦ୍ରୁପଦ ପାତ୍ର ଓ ଗୋପାଳପୁର ଆଶ୍ରମ ସ୍କୁଲ ଭଟଲିର ଇକୋ କ୍ଲବ୍ ଶିକ୍ଷକ ତଥା ପ୍ରକୃତି ପ୍ରେମୀ ଉଚ୍ଛବ ଭୁଏ ଯୋଗ ଦେଇଥିଲେ। ସମସ୍ତ ପ୍ରକୃତିପ୍ରେମୀ ଓ ଗ୍ରାମବାସୀ ବିଦ୍ୟୁତ ତାରକୁ ସୁରକ୍ଷିତ କରି ବନ୍ୟପ୍ରାଣୀଙ୍କ ଯେପରି କ୍ଷତି ନ ହୁଏ, ସେଥିପ୍ରତି ଜନସାଧାରଣଙ୍କୁ ସଚେତନ କରିବା ଉଚିତ ବୋଲି ଅତିଥିବୃନ୍ଦ ସଚେତନତାର ବାର୍ତ୍ତା ଦେଇଥିଲେ। ବନ୍ୟପ୍ରାଣୀ ସହ ସଂଘର୍ଷ ନ କରି ହାତୀ ପରି ଜୀବର ସୁରକ୍ଷା କରିବା ସହ ବନ୍ୟପ୍ରାଣୀଙ୍କ ଦ୍ବାରା କ୍ଷୟକ୍ଷତି ହେଲେ ଅନୁକମ୍ପା ଆପ୍ ମାଧ୍ୟମରେ କିପରି ସହାୟତା ପାଇବେ ସେ ସମ୍ପର୍କରେ ଆଲୋଚନା ହୋଇଥଲା।ସରକାରୀ ପ୍ରାଥମିକ ବିଦ୍ୟାଳୟ, ଗଙ୍ଗେଇର ଶିକ୍ଷା ସାରଥୀ ଦଳ ସକ୍ରିୟ ସହଯୋଗ କରିଥିଲେ । ଏହି କାର୍ଯ୍ୟକ୍ରମରେ ବନରକ୍ଷୀ ନଳିନୀ ଭୁଏ, ମନୋରଞ୍ଜନ ବାରିକଙ୍କ ସମେତ ଗଙ୍ଗେଇ ଗ୍ରାମବାସୀ ଓ ସ୍ଵଂୟ ସହାୟକ ମହିଳା ଗୋଷ୍ଠୀ ଉପସ୍ଥିତ ଥିଲେ । ପ୍ରକୃତି ବନ୍ଧୁ ରୋହିତ ଭୁଏ ସଭା କାର୍ଯ୍ୟ ପରିଚାଳନା କରିଥିବାବେଳେ ଗଙ୍ଗେଇ ପ୍ରାଥମିକ ବିଦ୍ୟାଳୟର ଶିକ୍ଷୟିତ୍ରୀ ରଶ୍ମିତା ସାହୁ ଧନ୍ୟବାଦ ଅର୍ପଣ କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

୬ ବର୍ଷର ଶିଶୁକନ୍ୟାଙ୍କୁ ବଳାତ୍କାର କଲେ କାକା: ଘର ପଛପଟକୁ ନେଇ…

ପାଟଣା,୧୯ା୯(ବୀର କିଶୋର ଦାଶ):କେନ୍ଦୁଝର ଜିଲା ପାଟଣା ଥାନା ଅଞ୍ଚଳରେ ଜଣେ ୬ ବର୍ଷୀୟା ଶିଶୁ କନ୍ୟାଙ୍କୁ ସମ୍ପର୍କୀୟ କାକା ବଳାତ୍କାର କରିଥିବା ଅଭିଯୋଗ ହୋଇଛି। ଏନେଇ ପୋଲିସ…

ଦୋକାନରୁ ଚୋରି,ଜାଲ ନୋଟ କାରବାର ଅଭିଯୋଗ: ୨ ଅଟକ

ଦେବଗଡ଼, ୧୯।୯: ଦୋକାନରୁ ଚୋରି ଏବଂ ସନ୍ଦିଗ୍ଧ ଜାଲ ନୋଟ ବ୍ୟବହାର ଅଭିଯୋଗରେ ଦେବଗଡ଼ ଜିଲା ବାରକୋଟ ଥାନା ପୋଲିସ ୨ ଜଣଙ୍କୁ ଅଟକ ରଖି ପଚରାଉଚରା…

ସରିଲା ନୂଆଁଖାଇ, ରହିଗଲା ଆବର୍ଜନା: ସହର ସାରା ପରିବେଶ ପ୍ରଦୂଷଣର ବିକଳ ଚିତ୍ର

ବରଗଡ଼,୧୯।୯(ପ୍ରେମାନନ୍ଦ ଖମାରୀ): ଗଣେଶ ପୂଜା ଓ ନୂଆଁଖାଇ ସରି ଯାଇଛି। ଉତ୍ସାହ, ଉଦ୍ଦୀପନା ସହିତ ଲୋକେ ଏହାକୁ ପାଳନ କରିଛନ୍ତି। ହେଲେ ଏହି ପର୍ବ ସରିବା ପରେ…

ନିକିତାଙ୍କୁ ଗ୍ଲୋବାଲ ପାଥ୍‌ଫାଇଣ୍ଡର୍ସ ଆୱାର୍ଡ: ଛୁଟୁଛି ଶୁଭେଚ୍ଛାର ସୁଅ

ପଦ୍ମପୁର,୧୯ା୯(ପ୍ରଦୀପ୍ତ ଦାଶ):ସ୍ଥାନୀୟ ଅଞ୍ଚଳ ମହାବିଦ୍ୟାଳୟର ଛାତ୍ରୀ ନିକିତା ସାହୁ ଗ୍ଲୋବାଲ ଫାଇନାନ୍ସ ଆଣ୍ଡ ଟେକ୍ନୋଲୋଜି ନେଟୱାର୍କ ପକ୍ଷରୁ ପ୍ରଦତ୍ତ ପ୍ରତିଷ୍ଠିତ ‘ଗ୍ଲୋବାଲ ପାଥଫାଇଣ୍ଡର୍ସ ଆୱାର୍ଡ’ ଲାଭ କରି…

କଟକରେ ନନ୍ଦିନୀ ଶତପଥୀଙ୍କ ପୂର୍ଣ୍ଣାବୟବ ପ୍ରତିମୂର୍ତ୍ତି ଉନ୍ମୋଚିତ

କଟକ,୧୯ା୯(କାର୍ତ୍ତିକ ସାହୁ): ସାମାଜିକ, ରାଜନୈତିକ ଓ ପ୍ରଶାସନିକ ଇତିହାସରେ ନନ୍ଦିନୀ ଶତପଥୀଙ୍କ ଅବଦାନ ଅତ୍ୟନ୍ତ ସ୍ବତନ୍ତ୍ର। ରାଜ୍ୟର ପ୍ରଥମ ମହିଳା ମୁଖ୍ୟମନ୍ତ୍ରୀ ଭାବେ ସେ ଓଡ଼ିଶା ରାଜନୀତିରେ…

ସୁନ୍ଦରଗଡରେ ଲଜ୍ଜା: ୭ ବର୍ଷୀୟା ଶିଶୁକନ୍ୟାଙ୍କୁ ବଳାତ୍କାର କଲେ ମାମୁ

ସୁନ୍ଦରଗଡ,୧୯ା୯(ଜୟ ନାରାୟଣ ମେଣ୍ଡୁଳି): ସୁନ୍ଦରଗଡ ଜିଲା ଗୁରୁଣ୍ଡିଆ ଥାନା ଅଞ୍ଚଳରେ ବୁଧବାର ଅପରାହ୍ନରେ ଜଣେ ୭ବର୍ଷୀୟା ଶିଶୁକନ୍ୟାଙ୍କୁ ତାଙ୍କର ଜଣେ ସମ୍ପର୍କୀୟ ମାମୁ ବଳାତ୍କାର କରିଥିବା ଅଭିଯୋଗ…

ବରଗଡ଼ରେ ଗୋଷ୍ଠୀ ସଂଘର୍ଷ: ସାମାନ୍ୟ କଥା କଟାକଟିରୁ ଭୁଜାଲି-ଛୁରୀ ମାଡ଼; ୮ ଗୁରୁତର, ୨ ଜଣଙ୍କ ଅବସ୍ଥା…

ବରଗଡ଼,୧୮।୯(ପ୍ରେମାନନ୍ଦ ଖମାରୀ): ବରଗଡ଼ ଟାଉନ୍ ଥାନା ଅନ୍ତର୍ଗତ ପାତିକାରପଲ୍ଲୀ ଅଞ୍ଚଳରେ ଶୁକ୍ରବାର ବିଳମ୍ବିତ ରାତିରେ ଏକ ଭୟାବହ ଗୋଷ୍ଠୀ ସଂଘର୍ଷ ଘଟିଯାଇଛି। ସାମାନ୍ୟ କଥା କଟାକଟିକୁ କେନ୍ଦ୍ର…

ଗଣେଶ ମେଢ଼ ଭସାଣି ବେଳେ ପୁଣି ବଡ଼ ଦୁର୍ଘଟଣା: ଜେନେରେଟର ନିଆଁରେ ପୋଡ଼ି ୫ ଶିଶୁ ଗୁରୁତର

ପୁରୁଷୋତ୍ତମପୁର,୧୮।୯(ସବିତା ମିଶ୍ର): ଗଣେଶ ମେଢ଼ ଭସାଣି ଶୋଭାଯାତ୍ରା ବେଳେ ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ସହରରେ ଏକ ଅଭାବନୀୟ ଦୁର୍ଘଟଣା ଘଟିଯାଇଛି। ପ୍ରତାପୁର ରୁଷିକୂଲ୍ୟା ନଦୀରେ ଭସାଣି ବେଳେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?