Posted inଫୁରସତ

କରୋନା ସଂକ୍ରମଣକୁ ଡରି ଦମ୍ପତି ନେଲେ ଏମିତି ପଦକ୍ଷେପ, ସମଗ୍ର ବିଶ୍ୱବାସୀ ହେଲେ ଚକିତ

କରୋନା ଭାଇରସ ସମଗ୍ର ଦୁନିଆକୁ କବଳିତ କରିସାରିଛି। ବର୍ଷେରୁ ଊର୍ଦ୍ଧ୍ୱ ହେବ ଏହି ମହାମାରୀ ଅନେକ ଲୋକଙ୍କ ଜୀବନ ବି ନେଇ ସାରିଲାଣି। ଏହି ରୋଗର ସଫଳ ଟିକାକରଣ ଯେହେତୁ ହୋଇନାହିଁ ତେଣୁ ସଂକ୍ରମଣରୁ ରକ୍ଷା ପାଇବା ପାଇଁ ସାମାଜିକ ଦୂରତା ହିଁ ମୂଳମନ୍ତ୍ର। ଏହି ସମୟରେ ଇଣ୍ଡୋନେସିଆର ଜଣେ ବ୍ୟକ୍ତି କରୋନାକୁ ଡରି ଏମିତି କିଛି ପଦକ୍ଷେପ ନେଇଛନ୍ତି ଯାହା ଜାଣିଲେ ଆଶ୍ଚର୍ଯ୍ୟ ହେବେ।


କରୋନାକୁ ଡରି ଇଣ୍ଡୋନେସିଆର ଜଣେ ବ୍ୟକ୍ତି ତାଙ୍କ ସ୍ତ୍ରୀଙ୍କ ସହିତ ସୁରକ୍ଷିତ ଯାତ୍ରା କରିବା ପାଇଁ ପୂରା ପାସେଞ୍ଜର ଫ୍ଲାଇଟ୍‌କୁ ବୁକ୍‌ କରିଛନ୍ତି। ଜାକର୍ତ୍ତାରୁ ରିଚାର୍ଡ ମୁଲ୍‌ଜାଦୀ ଏକ ବିମାନର ଫଟୋ ପୋଷ୍ଟ କରିଛନ୍ତି। ଯେଉଁଥିରେ ସେ ଏବଂ ତାଙ୍କ ସ୍ତ୍ରୀ ଅଛନ୍ତି। ଲୋକେ କରୋନାକୁ ଡରି ସାର୍ବଜନିକ ପରିବହନରୁ ବଞ୍ଚିତ ହେବାକୁ ଚେଷ୍ଟା କରୁଛନ୍ତି। ଆଜି ପର୍ଯ୍ୟନ୍ତ ସାମାଜିକ ଦୂରତା ରକ୍ଷା କରିବା, ମାସ୍କ ପିନ୍ଧିବା, ସାନିଟାଇଜର ବ୍ୟବହାର କରିବା ଆଦି ନିୟମ ମାନି ଆସୁଛନ୍ତି।


ଏହି ଡରରୁ ମୁକୁଳିବା ପାଇଁ ରିଚାର୍ଡ ମୁଲ୍‌ଜାଦୀ ଏକ ଉପାୟ ଆପଣାଇଛନ୍ତି। ରିଚାର୍ଡ ତାଙ୍କ ଭିନ୍ନ ଜୀବନଶୈଳୀକୁ ନେଇ ବେଶ୍‌ ପ୍ରସିଦ୍ଧ। ସେ ଜାକର୍ତ୍ତାରୁ ବାଲି ଦ୍ୱୀପକୁ ବିମାନ ଯାତ୍ରା କରିଛନ୍ତି। ଇନ୍‌ଷ୍ଟାଗ୍ରାମରେ ଏହି ସମୟର କିଛି ଫଟୋ ଶେୟାର କରିଛନ୍ତି। ଏହି ଫଟୋରେ ଦେଖିବାକୁ ମିଳିଛି ପୂରା ବିମାନରେ କେବଳ ଏହି ଦମ୍ପତି ବସିଛନ୍ତି। ବାକି ସବୁ ସିଟ୍‌ ଖାଲି।
ରିଚାର୍ଡ କହିଛନ୍ତି, ତାଙ୍କ ସ୍ତ୍ରୀ ସାଲ୍‌ଓ୍ବିନ୍‌ କରୋନା ଭାଇରସକୁ ବହୁତ ଡରନ୍ତି। ତେଣୁ ତାଙ୍କୁ ପୂରା ବିମାନ ବୁକ୍‌ କରିବାକୁ ପଡିଲା।


Enter your email to get our daily news in your inbox.

All Right Reserved By Dharitri.Com

ଶ୍ରମିକ ହାଟ

ଗାଁ ଅପେକ୍ଷା ସହରରେ ଭଲ ରୋଜଗାର ଆଶାରେ ବହୁ ଦୂରଦୂରାନ୍ତ ଗ୍ରାମାଞ୍ଚଳରୁ ସହରକୁ ପ୍ରତିଦିନ ଧାଇଁ ଆସନ୍ତି ଅନେକ ଲୋକ। ବିଶ୍ୱାସ ଥାଏ କିଛି ନା...

ବାପୁଙ୍କ ପ୍ରିୟ ଖାଦ୍ୟ

ଜାତିର ପିତା ମହାତ୍ମା ଗାନ୍ଧୀ ‘ସିମ୍ପୁଲ ଲିଭିଂ ହାଇ ଥିଙ୍କିଙ୍ଗ’ ଉପରେ ବିଶ୍ୱାସ ରଖୁଥିଲେ। ତା’ସହ ସେ ଏହା ବି କହୁଥିଲେ ଯେ, ‘ବି ଦ...

କୋଲକାତାରେ ହେବ ଟାୟାର ପାର୍କ

କୋଲକାତା,୩୧।୧୦: ପଶ୍ଚିମବଙ୍ଗର କୋଲକାତାରେ ଏକ ଟାୟାର ପାର୍କ ପ୍ରତିଷ୍ଠା ହେବ। ଅଦରକାରୀ ଟାୟାରରୁ ଏଠାରେ ବିଭିନ୍ନ କଳାକୃତି ନିର୍ମାଣ କରାଯିବାର ଯୋଜନା ପ୍ରସ୍ତୁତ ହୋଇଛି। ସ୍ଥାନୀୟ...

ମଣିଷଙ୍କ ପରି ପ୍ରାଣୀ ବି ସମ୍ବେଦନଶୀଳ

ଭିଏନା,୧୨।୧: ମଣିଷ ମଧ୍ୟରେ ସମ୍ବେଦନଶୀଳ ଗୁଣ ରହିଥାଏ। ଏହା ଦ୍ୱାରା ଅନ୍ୟ ପ୍ରତି ସହାନୁଭୁତି, ଇର୍ଷା, ଭଲ ପାଇବା ଆଦି ମଣିଷ ପ୍ରଦର୍ଶନ କରିଥାଏ। ମଣିଷ...

ଏହି ସହରରେ ମାଗଣା ମିଳୁଛି ଇଣ୍ଟରନେଟ୍‌ ସେବା

ଆଜିର ସମୟରେ ଇଣ୍ଟର୍‌ନେଟ୍‌ ସତେ ଯେପରି ଜୀବନର ଏକ ବଡ଼ ଅଂଶ ପାଲଟିଯାଇଛି। ସେ ଘର ହେଉ କି ଅଫିସ କିମ୍ବା ସର୍ବସାଧାରଣ ସ୍ଥାନ। ସବୁଠି...

ଶୀତଦିନେ କାର୍‌ କାଚ ଫାଟିବା ସମ୍ଭାବନା ଅଧିକ, ଜାଣନ୍ତୁ ଏଥିରୁ କେମିତି ପାଇବେ ରକ୍ଷା

ଶୀତଋତୁ ଆରମ୍ଭ ହୋଇଛି। ଏହି ଋତୁରେ ଯାନବାହନ ଚଳାଚଳ ସମୟରେ ଅତିରିକ୍ତ ସତର୍କ ରହିବା ଆବଶ୍ୟକ। କାର୍‌ ଭିତରେ ଯେପରି କୌଣସି ଅସୁବିଧା ହେବ ନାହିଁ...

ହାତରେ ତଲଓ୍ବାର ଧରି କଲେ ରିପୋର୍ଟିଂ: ଭିଡିଓ ଭାଇରାଲ

ବଲିଉଡ୍‌ ମୁଭି ବଜରଙ୍ଗି ଭାଇଜାନର ଖବର ଦାତା ଚାନ୍ଦ ନଓ୍ବାବଙ୍କ କଥା ସମସ୍ତଙ୍କୁ ଅଳ୍ପ ବହୁତେ ଜଣାଥିବ। ଏବେ ପାକିସ୍ତାନର ଏମିତି ଜଣେ ଖବରଦାତାଙ୍କ ଭିଡିଓ...

ଯେତେ ଦେଖୁଥିଲେ ନୂଆ ଦିଶୁ ଥାଇ

ସାରେ ଅଫିସରୁ ଥକା ଥକା ପତି ଘରକୁ ଫେରି ଦେଖିଲେ ପତ୍ନୀ ମୁହଁ ଫୁଲେଇ ବସିଛନ୍ତି । ପତିଙ୍କ ମୁଣ୍ଡରେ ଅନେକ ଆତଙ୍କର ଭାବନା ଏକ...

Advertisement
Archives

Model This Week