Posted inଜାତୀୟ

ଅନ୍ତିମ ସଂସ୍କାରର ୧୦ ଦିନ ପରେ ଯୁବତୀ କହିଲେ ମୁଁ ବଞ୍ଚିଛି: ଆଉ ତା’ପରେ

ପାଟନା,୧।୯: ବିହାରର ବୈଶାଳୀ ଜିଲାରେ ଏକ ଅଜବ ଘଟଣା ସାମ୍ନାକୁ ଆସିଛି। ଏଠାରେ ଜଣେ ଯୁବତୀଙ୍କ ଅନ୍ତିମ ସଂସ୍କାରର ୧୦ ଦିନ ପରେ ତାଙ୍କର ଏକ ଭିଡିଓ ସାମ୍ନାକୁ ଆସିଛି। ଭିଡିଓରେ ସେ ଜୀବିତ ଥିବା କହିଛନ୍ତି। ସମ୍ପୃକ୍ତ ଯୁବତୀଙ୍କୁ ବଳାତ୍କାର ଓ ହତ୍ୟା ମାମଲାରେ ପୋଲିସ ଅଭିଯୁକ୍ତକୁ ଖୋଜୁଥିବାବେଳେ ତାଙ୍କ ସେ ଜୀବିତ ଥିବା ଭିଡିଓ ପୋଲିସକୁ ଚିନ୍ତାରେ ପକାଇଛି। ଏହି ସମ୍ବେଦନଶୀଳ ମାମଲା ବିହାରର ବୈଶାଳୀ ଜିଲାରୁ ଆସିଛି। ସୂଚନାଯୋଗ୍ୟ ଗତ ଅଗଷ୍ଟ ୨୨ରେ ବୈଶାଳୀ ଜିଲାର ବକରପୁରର ଜଣେ ବ୍ୟକ୍ତି ତାଙ୍କ ଝିଅ ମେନକାଙ୍କୁ କିଏ ଅପହରଣ କରି ନେଇଥିବା ନେଇ ଏଫଆଇଆର୍‌ ଦାଖଲ କରିଥିଲେ। ପରଦିନ ଜଣେ ଝିଅର ମୃତଦେହ ମିଳିଥିଲା। ମୃତଦେହରୁ ଝିଅଟିକୁ ବଳାତ୍କାର ପରେ ହତ୍ୟା କରାଯାଇଥିବା ସନ୍ଦେହ କରାଯାଉଥିଲା। ମୃତ ଶରୀରର ପରିଚୟ ଲିଭାଇବା ପାଇଁ ଶରୀରକୁ ଏସିଡ ପକାଇ ପୋଡି ଦିଆଯାଇଥିଲା। ମୃତଦେହ ମିଳିବା ପରେ ପୋଲିସ ହତ୍ୟା ଏଫଆଇଆର୍‌ ପଞ୍ଜୀକୃତ କରି ଅଭିଯୁକ୍ତଙ୍କୁ ଖୋଜିବା ଆରମ୍ଭ କରିଥିଲା। ପୋଷ୍ଟମର୍ଟମ ପରେ ମେନକାଙ୍କ ପରିବାର ସଦସ୍ୟମାନେ ମଧ୍ୟ ଶେଷ ରୀତିନୀତି କରିଥିଲେ। ଏହାର ୧୦ ଦିନ ପରେ ମେନକା ନିଜେ ଜୀବିତ ଥିବା କହିଛନ୍ତି। ସେ ଆହୁରି ମଧ୍ୟ କହିଛନ୍ତି ମୁଁ ସ୍ବଇଚ୍ଛାରେ ଘର ପଳାଇଆସି ବିବାହ କରିଥିଲି। ଘରୁ ଆସିବା ପରେ ମୁଁ ସେମାନଙ୍କୁ ଫୋନ କରିଥିଲି। ତଥାପି ସେ କେସ୍‌ କରି ମୋ ଅନ୍ତିମ ସଂସ୍କାର କରିଥିଲେ ବୋଲି ମେନକା କହିଛନ୍ତି। ତେବେ ସେଦିନ ଉଦ୍ଧାର ହୋଇଥିବା ଯୁବତୀ ଜଣଙ୍କ କିଏ ବୋଲି ପୋଲିସ ତଦନ୍ତ ଆରମ୍ଭ କରିଛି।


Enter your email to get our daily news in your inbox.

All Right Reserved By Dharitri.Com

୬୦ ଘଣ୍ଟା ପରେବି ବୋରଓ୍ବେଲରେ ଫସିଥିବା ଶିଶୁ ଜୀବିତ

ତ୍ରିଚି,୨୮।୧୦: ତାମିଲନାଡୁର ତ୍ରିଚିରେ ଜଣେ ୨ ବର୍ଷର ଶିଶୁ ବୋରଓ୍ବେଲ ମଧ୍ୟକୁ ଖସି ପଡିଥିଲେ। ଆଉ ୬୦ ଘଣ୍ଟା ପରେ ଅର୍ଥାତ୍‌ ରବିବାର ରାତି ପର୍ଯ୍ୟନ୍ତ...

ରାଜ ଠାକରେଙ୍କୁ ରାଲି କରିବାକୁ ମିଳିଲା ଅନୁମତି

ମୁମ୍ବାଇ,୨୯।୪: ମହାରାଷ୍ଟ୍ର ନବନିର୍ମାଣ ସେନା(ଏମ୍‌ଏନ୍‌ଏସ୍‌)ର ମୁଖ୍ୟ ରାଜ ଠାକରେଙ୍କୁ ବହୁପ୍ରତିକ୍ଷୀତ ରାଲି କରିବାକୁ ଅନୁମତି ମିଳିଛି। ମେ’୧ରେ ଔରଙ୍ଗାବାଦର ସାଂସ୍କୃତିକ ଖେଳ ପଡ଼ିଆରେ ହେବାକୁ ଥିବା...

ଆଣବିକ ଆକ୍ରମଣ, ରାସାୟନିକ ବିପର୍ଯ୍ୟୟ ପୀଡ଼ିତଙ୍କ ପାଇଁ ଝାଜର-ଚେନ୍ନାଇରେ ହେବ ସ୍ବତନ୍ତ୍ର ହସ୍ପିଟାଲ…

ନୂଆଦିଲ୍ଲୀ, ୨୨।୮ : ଭବିଷ୍ୟତରେ ଭୋପାଳ ଗ୍ୟାସ ଦୁର୍ଘଟଣା କିମ୍ବା କାନପୁର ଆମୋନିୟା ଗ୍ୟାସ ଲିକ ଭଳି ଦୁର୍ଘଟଣା ଘଟିଲେ ପୀଡିତମାନେ ଦୁଇଟି ନୂତନ ଉଚ୍ଚ...

ଭୋପାଳ ଲୋକ ସଭା ଆସନ: ମତଦାନ କରିବେ ରାଫାଲ-ମିଗ୍‌-ମିରାଜ୍‌

ଭୋପାଳ,୧।୫: ମଧ୍ୟପ୍ରଦେଶର ଭୋପାଳ ଲୋକ ସଭା ଆସନରେ ଷଷ୍ଠ ପର୍ଯ୍ୟାୟର ମତଦାନ କରାଯିବ। ଚଳିତ ଥର ପ୍ରାର୍ଥୀଙ୍କ ଭାଗ୍ୟ ନିର୍ଦ୍ଧାରଣ ପାଇଁ ରାଫାଲ, ମିଗ୍‌ ଏବଂ...

ଦଶହରାରେ ଚିତା ହେଲିକପ୍ଟର ଦୁର୍ଘଟଣା: ଚାଲିଗଲା ପାଇଲଟ୍‌ଙ୍କ ଜୀବନ

ନୂଆଦିଲ୍ଲୀ,୫।୧୦: ଦେଶରେ ବର୍ତ୍ତମାନ ଦଶହରା ମାହୋଲ ଚାଲିଥିବା ବେଳେ ଅରୁଣାଚଳ ପ୍ରଦେଶର ତାୱାଙ୍ଗ ନିକଟରେ ଭାରତୀୟ ସେନାର ଚିତା ହେଲିକପ୍ଟର ଦୁର୍ଘଟଣାଗ୍ରସ୍ତ ହୋଇଛି। ଏଥିରେ ଜଣେ...

ହସ୍ପିଟାଲରେ କରୋନା ରୋଗୀଙ୍କ ପାଇଁ ଶଯ୍ୟା ଅଭାବ: ବିଶ୍ରାମାଗାରରେ ଅମ୍ଳଜାନ ଲାଗି ହେଉଛି ଚିକିତ୍ସା

ପୁଣେ,୭।୪: ମହାରାଷ୍ଟ୍ରରେ କରୋନା ସ୍ଥିତି ସଙ୍ଗିନ ହୋଇପଡିଛି। ରାଜ୍ୟର ଅଧିକାଂଶ ଜିଲାରେ ପରିସ୍ଥିତି ଅନିୟନ୍ତ୍ରିତ ହେବାରେ ଲାଗିଛି। ପୁଣେରେ ଏହାର ଦୃଶ୍ୟ ଦେଖିବାକୁ ମିଳିଛି। ବାସ୍ତବରେ...

ବ୍ରିକ୍ସ୍‌ ସମ୍ମିଳନୀରେ ଯୋଗଦେବା ପାଇଁ ବ୍ରାଜିଲ୍‌ ଯିବେ ପ୍ରଧାନମନ୍ତ୍ରୀ ମୋଦି

ନୂଆଦିଲ୍ଲୀ,୧୨।୧୧: ବ୍ରାଜିଲ୍‌ରେ ହେବାକୁ ଥିବା ୧୧ତମ ବ୍ରିକ୍ସ୍‌ ଶିଖର ସମ୍ମିଳନୀରେ ଯୋଗଦେବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ନଭେମ୍ବର ୧୩ ଓ ୧୪ ଦୁଇ ଦିନ ଧରି...

କରୋନାର ୩ ନୂଆ ଲକ୍ଷଣ: ବାନ୍ତି ଲାଗିବା ବି ହୋଇପାରେ କରୋନାର ଲକ୍ଷଣ !

ନୂଆଦିଲ୍ଲୀ,୨୯।୬: କରୋନା ସଂକ୍ରମଣ ଏବେ ସାରା ବିଶ୍ୱ ପାଇଁ ଚିନ୍ତାର କାରଣ ପାଲଟିଛି। ହେଲେ ଏପର୍ଯ୍ୟନ୍ତ ବି କରୋନା ଲକ୍ଷଣକୁ ନେଇ ଅନେକ ଲୋକ ଅନ୍ଧାର...

Advertisement
Archives

Model This Week