Posted inଫୁରସତ

ଭାରତର ଏହି ସହରରେ ଖୋଲିଲା ପାନର ଏଟିଏମ୍‌, ବାର୍‌ କୋଡ୍‌ ସ୍କାନ କଲେ ମିଳିବ ମନ ପସନ୍ଦର ପାନ

ଭାରତୀୟ ସଂସ୍କୃତିରେ ପାନର ଗୁରୁତ୍ୱ ରହିଛି। ପ୍ରତ୍ୟେକ ମାଙ୍ଗଳକ କାର୍ଯ୍ୟରେ ପ୍ରଥମେ ଖୋଜାପଡ଼େ ପାନ। ପାନ ନ ଥିଲେ ପୂଜା ଯେମିତି ଅଧୁରା। ସେହିପରି ଭାରତରେ ଅନେକ ପାନପ୍ରିୟ ଲୋକ ଅଛନ୍ତି। ସେଥିପାଇଁ ଦୋକାନ ବଜାରରୁ କିଣି କି ହେଉ କି ଘରେ ପାନ ଖାଇଥାନ୍ତି। ତେବେ ପାନ ଖାଉଥିବା ଲୋକଙ୍କ ପାଇଁ ଏବେ ଖୁସି ଖବର। ଭାରତର ପୁଣେରେ ପାନର ଏକ ଏଟିଏମ୍‌ ଖୋଲାଯାଇଛି। ଯେଉଁଠାରେ ୨୪ ଘଣ୍ଟା ପର୍ଯ୍ୟନ୍ତ ସେବା ମିଳିପାରିବ।

ପାନ ଖାଉଥିବା ଲୋକଙ୍କ ପାଇଁ ଏହି ମେଶିନ ବ୍ୟବସ୍ଥା କରାଯାଇଛି। ଏହାର ନାମ ରହିଛି ‘ସୌକିନ’। ଦୋକାନ ମାଲିକଙ୍କ କହିବା କଥା, ‘ଭାରତର ଏହା ପ୍ରଥମ ଅଟୋମେଟିକ୍‌ ପାନ ମେଶିନ’। ଏହି ମେଶିନରୁ ମନ ପସନ୍ଦର ପାନ ବାହାର କରିବା ପାଇଁ ମେଶିନରେ ଲଗାଯାଇଥିବା ବାର୍‌ କୋଡ୍‌ରେ ସ୍କାନ୍‌ କରିବାକୁ ପଡ଼ିବ। ଇଣ୍ଟରଫେସ୍‌ରେ ଆପଣଙ୍କ ଫୋନ୍‌ରେ ଉପଲବ୍ଧ ପାନର ଲିଷ୍ଟ ଆସିବ। ଏହା ପରେ ଅନ୍‌ଲାଇନ୍‌ ପେମେଣ୍ଟ କରିବା ପରେ ଏକ ଛୋଟ ବାକ୍ସରେ ସଫା ସୁତରା ପ୍ୟାକେଟ ହୋଇ ପାନ ବାହାରକୁ ଆସିବ। ଏହି ମେଶିନରୁ ପାନ ବ୍ୟତୀତ ଗ୍ରାହକ ଚକୋଲେଟ୍‌, ଆଇସକ୍ରିମ୍‌, ଡ୍ରାଏ ଫ୍ରୁଟ୍‌, ମସଲା ଆଦି ଫ୍ଲେଭରର ପାନ ବାହାର କରିପାରିବେ।

ମହାରାଷ୍ଟ୍ରରେ ଲଗାତର କରୋନା ସଂକ୍ରମଣ ବଢୁଥିବାରୁ ପୁଣେରେ ଏହି ମେଶିନ ଗୁରୁବାର ରାତିରେ ଲଗାଯାଇଛି। ଏପରି ମେଶିନ ଲଗାଯିବା ପଛରେ ୫୧ ବର୍ଷୀୟ ଶରତ ମୋରେଙ୍କ ହାତ ରହିଛି। ଶରତଙ୍କ ଦୋକାନରେ ୫ଟଙ୍କାରୁ ଆରମ୍ଭ କରି ୧୦୦୦ ଟଙ୍କା ପର୍ଯ୍ୟନ୍ତ ପାନ ରହିଛି। ଏପରି ମେଶିନ ଲଗାଇବା ପାଇଁ ଶରତଙ୍କ ମୁଣ୍ଡକୁ ୧୦ ବର୍ଷ ତଳେ ବୁଦ୍ଧି ଆସିଥିଲା। ଯାହା ବର୍ତ୍ତମାନ ସଫଳ ହୋଇଛି। ସେ ଏଥିରେ ୩-୪ ଲକ୍ଷ ଟଙ୍କା ଖର୍ଚ୍ଚ କରିଛନ୍ତି। କରୋନା ମହାମାରୀ ସମୟରେ ଏହା ସଫଳ ହୋଇଥିବା ଶରତ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

୪ ବିଧାୟକଙ୍କ କଟିଲା ଟିକେଟ୍‌: ୬ରୁ ୫ ନୂଆମୁହଁ

ଭୁବନେଶ୍ୱର,୨୨।୪: ବିଜେଡିର ସପ୍ତମ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା ସୋମବାର ପ୍ରକାଶ କରିଛି। ୬ଟି ବିଧାନସଭା ଆସନ ପାଇଁ ପ୍ରାର୍ଥୀ ଘୋଷଣା କରିଛି ବିଜେଡି। ଘୋଷଣା ହୋଇଥିବା...

ଶିବେଇ ସାମନ୍ତରାଙ୍କ ଚତୁରତା ଲୋକମୁଖରେ ଭିନ୍ନ ରୂପ ନେଲା

ଚୁମ୍ବକଶିଳା ବସାଯିବା ପରେ ତିନିଥର ବିଫଳ ହୋଇଥିବା କାର୍ଯ୍ୟ ସଫଳ ହୋଇଥିଲା। ସହସ୍ର ମଲ୍ଲ ସେଇ ଖୁସିରେ ପୁରସ୍କାର ଘୋଷଣା କରିଥିଲେ। ଧର୍ମପଦ ମନ୍ଦିର ଶିଖରରୁ...

ଜାଣନ୍ତୁ ବିଶ୍ୱ ପୁସ୍ତକ, କପିରାଇଟ୍‌ ଦିବସର ଇତିହାସ…

ପ୍ରତିବର୍ଷ ଏପ୍ରିଲ ୨୩ରେ ବିଶ୍ୱ ପୁସ୍ତକ ଏବଂ କପିରାଇଟ୍‌ ଦିବସ ପାଳନ କରାଯାଇଥାଏ। ସମୟ ବଦଳିବା ସହିତ କମ୍ପ୍ୟୁଟର ଏବଂ ଇଣ୍ଟରନେଟ୍‌ ବର୍ତ୍ତମାନ ପୁସ୍ତକ ବି...

୨୪ ଘଣ୍ଟାରେ ୨୬୦୦୦ ବସ୍‌ ଉଠ୍‌ ହୋଇ ଗିନିଜ ଓ୍ବାର୍ଲଡ ରେକର୍ଡ

ପିଲାଦିନେ ସ୍କୁଲରେ ପାଠ ପଢି ନ ଥିଲେ ଦଣ୍ଡ ଆକାରରେ ସାର୍‌ କହୁଥିଲେ ବସ୍‌ ଉଠ୍‌ ହେବା ପାଇଁ। ୩୦ ଥର ବସ୍‌ ଉଠ୍‌ ହେଲା...

ଉଛୁଳା ଭକ୍ତିର ଅନ୍ତରାଳେ….

ମା’ଛେଉଣ୍ଡ ମାଧବ ବାବୁ ଭଦ୍ରଲୋକରେ ଗଣାହେଲେ, ଯେବେଠୁଁ କଷ୍ଟକରି ଉଚ୍ଚଶିକ୍ଷା ଲାଭ କଲା ପରେ ଉଚ୍ଚ ପଦବୀଯୁକ୍ତ ଚାକିରି ପାଇଲେ। ତାଙ୍କର ସବୁଗୁଣ ଭଲ l...

ନିମାପଡ଼ାର ‘ମାଇପି ମେଳା’

ଗୁହାରିଆ ପଡ଼ିଲେ ମାନସିକ ପୂରଣ ହୋଇଥାଏ l ଅନ୍ଧବିଶ୍ୱାସ ହେଉ କି ବିଶ୍ୱାସ, ଏଭଳି ଏକ ପ୍ରଥା କିନ୍ତୁ ପ୍ରଚଳିତ ହୋଇଆସୁଅଛି କାହିଁ କେବେଠୁ। ପୁରାଣ...

ପ୍ରଥମ ରୋଜଗାର ବୋଉକୁ ଦେଇଥିଲି: ଲଳିତ କୁମାର

ମୋର ଜନ୍ମ ପୁରୀ ଜିଲା କୃଷ୍ଣପ୍ରସାଦ ବ୍ଲକ ଅନ୍ତର୍ଗତ ନନ୍ଦଳା ଗ୍ରାମରେ। ମାତା ପାର୍ବତୀ ସ୍ବାଇଁ ଓ ପିତା ଭିକାରୀ ସ୍ବାଇଁଙ୍କର ତିନିପୁଅଙ୍କ ଭିତରେ ମୁଁ...

‘ଆଉ ଥରେ ଜନ୍ମ ହେଲେ କବିଟିଏ ହୋଇ ଜନ୍ମ ହେବି’

ଏକାଧାରରେ ସେ ଜଣେ କବି, ଗାଳ୍ପିକ ଓ ନାଟ୍ୟକାର। ଦୀର୍ଘ ୪ଦଶନ୍ଧି ଧରି ତାଙ୍କ ଲେଖନୀ ମୁନରେ ଫୁଟେଇଛନ୍ତି ଏକାଧିକ ଗଳ୍ପ, କବିତା ଓ ନାଟକ।...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri