Posted inଫୁରସତ

ଅଟୋ ଡ୍ରାଇଭରଙ୍କ ଜବରଦସ୍ତ ଡ୍ୟାନ୍ସ: ରାତାରାତି ବଦଳିଗଲା ଭାଗ୍ୟ

ପ୍ରତିଭା ବେଶି ଦିନ ପର୍ଯ୍ୟନ୍ତ ଲୁଚି ରହେ ନାହିଁ। କେବେ ନା କେବେ ଏହା ପ୍ରସ୍ଫୁଟିତ ହୋଇଥାଏ। ସେମିତି ଏକ ପ୍ରତିଭା ଦେଖିବାକୁ ମିଳିଛି ଜଣେ ଅଟୋ ଡ୍ରାଇଭରଙ୍କଠାରେ। ଅଟୋ ଡ୍ରାଇଭର ଜଣଙ୍କ ଏମିତି ଡ୍ୟାନ୍ସ କଲେ ଯେ, ତାଙ୍କ ଭିଡିଓ ସୋସିଆଲ ମିଡିଆରେ ଖୁବ୍‌ ଭାଇରାଲ ହେଲା। ଏହା ପରେ ରାତାରାତି ତାଙ୍କ ଭାଗ୍ୟ ବଦଳିଗଲା।

ଭାଇରାଲ ହୋଇଥିବା ଭିଡିଓରେ ଅଟୋ ଚାଳକ ଜଣକ ମହାରାଷ୍ଟ୍ରର ମହିଳାମାନଙ୍କ ଦ୍ୱାରା କରାଯାଉଥିବା ପାରମ୍ପରିକ ଲୋକନୃତ୍ୟ ‘ଲାବଣୀ’ କରୁଥିବା ନଜର ଆସିଛନ୍ତି। ଅନ୍ୟ ଡ୍ରାଇଭରମାନେ ପାଖରେ ଠିଆ ହୋଇ ତାଳି ବଜାଇ ତାଙ୍କୁ ଉତ୍ସାହିତ କରୁଥିବା ଦେଖିବାକୁ ମିଳିଛି।

ମହାରାଷ୍ଟ୍ରର ଡେପୁଟୀ ଡାଇରେକ୍ଟର ଦୟାନନ୍ଦ କାମ୍ବଲେ ଏହି ଭିଡିଓକୁ ତାଙ୍କ ଟୁଇଟର ଆକାଉଣ୍ଟରେ ଶେୟାର କରିଛନ୍ତି। ଏଥିରେ ସେ କ୍ୟାପଶନ ଲେଖିଛନ୍ତି, ଆପଣ କେବେ ଏମିତି ଡାନ୍ସ ଦେଖିବେ ତ ଲାବଣୀ ସମାଜ ଲାଜେଇ ଯିବେ।

୪୫ ବର୍ଷୀୟ ବାବାଜୀ କାମ୍ବଲେ ଗତ କିଛି ବର୍ଷ ଧରି ବାରାମତୀ ସହରରେ ଅଟୋ ଚଳାଇ ଆସୁଛନ୍ତି। ତାଙ୍କ ପରିବାର କହିଲେ ସ୍ତ୍ରୀ ଏବଂ ଦୁଇ ପୁଅ। ବଡ଼ ପୁଅ ଦଶମରେ ପଢୁଥିବା ବେଳେ ସାନ ସପ୍ତମରେ ପଢୁଛି।

କରୋନା ଯୋଗୁ ବାବାଜୀଙ୍କ ଅଟୋ ବେପାର ମାନ୍ଦା ହୋଇପଡ଼ିଛି। ଏଥିରୁ ଟିକେ ସମୟ ପାଇବାରୁ ସେ ‘ଲାବଣୀ’ ଡ୍ୟାନ୍ସ କରି ଲୋକଙ୍କ ମନୋରଞ୍ଜନ କରୁଥିଲେ। ଏହି ଡ୍ୟାନ୍ସର ଭିଡିଓକୁ କେହି ଶୁଟିଂ କରି ସୋସିଆଲ ମିଡିଆରେ ପୋଷ୍ଟ କରିଦେଇଥିଲେ। ଚାହୁଁଚାହଁୁ ଭିଡିଓଟି ଭାଇରାଲ ହୋଇଗଲା। ଏଥିସହିତ ବାବାଜୀଙ୍କ ଭାଗ୍ୟ ବଦଳିଗଲା। ତାଙ୍କ ପ୍ରତିଭାରେ ପ୍ରଭାବିତ ହୋଇ ଫିଲ୍ମ ନିର୍ଦ୍ଦେଶକ ଘନଶ୍ୟାମ ୟେଡେ ତାଙ୍କୁ ଦୁଇଟି ମରାଠୀ ଫିଲ୍ମ ‘ଚଲ୍‌ ରେ ଫୌଜୀ’ ଏବଂ ‘କବଚ’ରେ କାମ କରିବାକୁ ଅଫର ଦେଇଛନ୍ତି।

ଏହା ପରେ ବାବାଜୀ କହିଛନ୍ତି, ମଁୁ କେବେ ସ୍ବପ୍ନରେ ଭାବି ନ ଥିଲି ମୋ ଭାଗ୍ୟ ଦିନେ ଏମିତି ବଦଳିଯିବ। ବର୍ତ୍ତମାନ ତାଙ୍କୁ ସବୁ ଲୋକ ଚିହ୍ନିବେ। ବାବାଜୀଙ୍କୁ ତାଙ୍କ ବନ୍ଧୁବାନ୍ଧବ, ସମ୍ପର୍କୀୟମାନେ ଶୁଭେଚ୍ଛା ଜଣାଇଛନ୍ତି। ବାବାଜୀ ଅଭିନେତା କମଲ ହାସନଙ୍କ ଜଣେ ବଡ଼ ପ୍ରଶଂସକ। କମଲଙ୍କ ନୃତ୍ୟ ବାବାଜୀଙ୍କୁ ବେଶ୍‌ ପ୍ରଭାବିତ କରିଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ଗଭୀର କୂଅରୁ ଉଦ୍ଧାର ହେଉଛି ବାଘ, ଭିଡିଓ ଦେଖିଲେ…

ପ୍ରତ୍ୟେକ ଦିନ ସୋସିଆଲ ମିଡିଆରେ କିଛି ନା କିଛି ନୂତନ ଭିଡିଓ ଏବଂ ଫଟୋ ଭାଇରାଲ ହେଉଛି। ସେଥିରୁ କେତେକ ଭିଡିଓ ଏବଂ ଫଟୋ ହସର...

ଏହି ରାଜକୁମାରୀଙ୍କ ପାଇଁ ପ୍ରାୟ୧୩ ପ୍ରେମିକ ହାରିଥିଲେ ଜୀବନ

ଜଣେ ଝିଅର ସୌନ୍ଦର୍ଯ୍ୟକୁ ନେଇ ବିଭିନ୍ନ ଲୋକଙ୍କର ଭିନ୍ନ ଭିନ୍ନ ମତ ରହିଛି। କାହାକୁ ଗୋରା ପତଳା ଝିଅ ପସନ୍ଦ ଆସୁଥିବା ବେଳେ କାହାକୁ ଶ୍ୟାମଳ...

ସାମାଜିକ କାର୍ଯ୍ୟରେ ଲୋକଙ୍କ ଯୋଗଦାନକୁ ପ୍ରୋତ୍ସାହନ ଦେଉଛି ଏନ୍‌ଜିଓ

ବିଶ୍ୱ ଏନ୍‌ଜିଓ ଦିବସ ପ୍ରତିବର୍ଷ ୨୭ ଫେବୃୟାରୀରେ ପାଳନ କରାଯାଏ। ୨୦୧୦ରେ କାଉନ୍‌ସିଲ ଅଫ୍‌ ବାଲ୍‌ଟିକ ସି ଷ୍ଟେଟ୍ସ (ସିବିଏସ୍‌ଏସ୍‌)ର ୯ମ ବାଲ୍‌ଟିକ ସି ଏନ୍‌ଜିଓ...

ନୂଆବର୍ଷର ଭିନ୍ନ ଏକ ପରମ୍ପରା

ଦକ୍ଷିଣ ଆମେରିକାର ଇକ୍ୱେଡରରେ କାହିଁ କେଉଁକାଳରୁ ନବବର୍ଷକୁ ନେଇ ଚାଲିଆସିଛି ଭିନ୍ନ ଏକ ପରମ୍ପରା। ଏଠାରେ ନବବର୍ଷ ପୂର୍ବ ରାତିରେ ଲୋକେ ଏକ ପାଳଭୂତକୁ ଜାଳିଥାନ୍ତି।...

ନିଆରା ପ୍ରେମ: ସ୍ତ୍ରୀଙ୍କ ଅସ୍ଥି ସହ ୨୭ବର୍ଷ ହେଲା ରହୁଛନ୍ତି ଭୋଳାନାଥ

ଏକ ନିଆରା ପ୍ରେମ କାହାଣୀ। ପ୍ରେମ ଆଉ ଭଲ ପାଇବାର କାହାଣୀ ତ ଆପଣ ବହୁତ ଶୁଣିଥିବେ ଓ ପଢିଥିବେ ନିଶ୍ଚୟ। ତେବେ ସେ ଲୈଲା-ମଜନୁଙ୍କ...

କରୋନା ଭୟରେ ଓ୍ବାଶିଂ ମେଶିନ୍‌ରେ ଧୋଇଲେ ୧୪ ଲକ୍ଷ, ଓଭାନ୍‌ରେ ଶୁଖାଇଲେ: ଆଉ ତା ପରେ..

ମହାମାରୀ କରୋନା ସାରା ବିଶ୍ୱରେ କାୟା ବିସ୍ତାର କରିବାରେ ଲାଗିଛି। ଏପରି ସ୍ଥିତିରେ ଭୂତାଣୁକୁ ନେଇ ମନରେ ଭୟ ଆସିବା ସ୍ବାଭାବିକ କଥା। ଲୋକମାନେ କରୋନାକୁ...

ନାଏଗ୍ରା ଜଳ ପ୍ରପାତ ପାଣି ପାଲଟିଲା ବରଫ…

ଓ୍ବାଶିଂଟନ,୨୯।୧୨ : ଯୁକ୍ତରାଷ୍ଟ୍ରରେ ଶତାବ୍ଦୀର ପ୍ରବଳ ତୁଷାର ଝଡ଼ ଏବଂ ଶୀତ ଲହରୀ ପ୍ରଭାବ ଯୋଗୁଁ ବିଶ୍ୱର ଉଚ୍ଚତମ ନାଏଗ୍ରା ଜଳପ୍ରପାତ ପାଣି ମଧ୍ୟ ବରଫ...

ଲେଡ଼ି ବାଇକର୍ସ

ରୟାଲ ଏନ୍‌ଫିଲ୍ଡ, କେଟିଏମ୍‌, କାଓ୍ବାସାକି ପରି ବାଇକ୍‌କୁ ଭ୍ରୁମ୍‌.. ଭ୍ରୁମ୍‌.. କରି ଯେବେ ଏମାନେ ରାସ୍ତାରେ ଚାଲିଯାଆନ୍ତି ଲୋକେ ଘଡ଼ିଏ ବୁଲି ବୁଲି ଚାହାନ୍ତି। କାରଣ...

Advertisement
Archives

Model This Week