ଗୌତମ ଦାସ ଓଡ଼ିଶା ଟପ୍ପର

ଭୁବନେଶ୍ୱର, ୯।୩(ବ୍ୟୁରୋ): ନ୍ୟାଶନାଲ ଟେଷ୍ଟିଂ ଏଜେନ୍ସି(ଏନ୍‌ଟିଏ) ଦ୍ୱାରା ପରିଚାଳିତ ଜେଇଇ ମେନ୍‌ର ପେପର-୧(ବିଇ/ବିଟେକ୍‌) ଫଳାଫଳ ସୋମବାର ପ୍ରକାଶ ପାଇଛି। ଏନେଇ କେନ୍ଦ୍ର ଶିକ୍ଷାମନ୍ତ୍ରୀ ରମେଶ ପୋଖରୀୟାଲ ନିଶଙ୍କ ଘୋଷଣା କରିବା ସହିତ ଛାତ୍ରୀଛାତ୍ରଙ୍କୁ ଶୁଭେଚ୍ଛା ଜଣାଇଛନ୍ତି। ୬ଜଣ ପରୀକ୍ଷାର୍ଥୀ ଶତ ପ୍ରତିଶତ ରେଜଲ୍ଟ କରିଛନ୍ତି। ସେମାନେ ହେଲେ ଦିଲ୍ଲୀର ପ୍ରଭାର କଟରିଆ ଓ ରଞ୍ଜିମ ପ୍ରବଳ ଦାସ, ରାଜସ୍ଥାନର ସକେତ୍‌ ଝା, ଚଣ୍ଡିଗଡ଼ର ଗୁରମିତ୍‌ ସିଂ, ମହାରାଷ୍ଟ୍ରର ସିଦ୍ଧାନ୍ତ ମୁଖାର୍ଜୀ ଓ ଗୁଜରାଟର ଅନନ୍ଥ କ୍ରିଷ୍ଣା କିଡ଼ାମ୍ବୀ। ତେବେ ଓଡ଼ିଶାର ଗୌତମ ଦାସ ୯୯.୯୯ ପର୍ସେଣ୍ଟାଇଲ ରଖି ରାଜ୍ୟ ଟପ୍ପର ହୋଇଛନ୍ତି। ଗୌତମ ହେଉଛନ୍ତି ଭୁବନେଶ୍ୱର ସାଇ ଇଣ୍ଟରନ୍ୟାଶନାଲ ସ୍କୁଲ ଛାତ୍ର। ସେ ଗଣିତ ଓ ଫିଜିକ୍ସରେ ୧୦୦ରୁ ୧୦୦ ନମ୍ବର ରଖିଥିବାବେଳେ କେମେଷ୍ଟ୍ରିରେ ୧୦୦ରୁ ୯୦ ନମ୍ବର ରଖିଛନ୍ତି।
ଏହି ସଫଳତା ସମ୍ପର୍କରେ ଗୌତମ କହିଛନ୍ତି, ଦିନକୁ ପ୍ରାୟ ୮ଘଣ୍ଟା ପରିଶ୍ରମ କରୁଥଲି। ଏଥର ପରୀକ୍ଷା ପ୍ରଶ୍ନ ବେଶି କଷ୍ଟ ନ ଥିଲା। କେମେଷ୍ଟ୍ରି ପେପର ଅଧିକ ଟ୍ରିକି ରହିଥିଲା। ସ୍କୁଲ ହେଉ କି କୋଚିଂ ସେଣ୍ଟର, ଯେଉଁଠି ବି ପଢ଼ିଲେ ମଧ୍ୟ ନିଜେ ପରିଶ୍ରମ ନ କଲେ ଭଲ ରେଜଲ୍ଟ ହେବ ନାହିଁ। ତେଣୁ ସବୁପିଲା ଯେତେ ସମ୍ଭବ ଅଧିକ ସମୟ ପାଠ ପଢ଼ନ୍ତୁ। ଭବିଷ୍ୟତରେ ଆଇଆଇଟି ବମ୍ବେରେ ପଢ଼ିବାକୁ ଆଶା ରଖିଥିବା ଗୌତମ ବୈଜ୍ଞାନିକ ହେବା ପାଇଁ ଲକ୍ଷ୍ୟ ରଖିଛନ୍ତି। ତେବେ ଏହି ସଫଳତା ପାଇଁ ସେ ମା’, ବାପା, ସ୍କୁଲ ଶିକ୍ଷକ ଓ ଆକାଶ ଇନ୍‌ଷ୍ଟିଚ୍ୟୁଟ୍‌ର ଶିକ୍ଷକଙ୍କୁ ଶ୍ରେୟ ଦେଇଛନ୍ତି।
ସୂଚନାଯୋଗ୍ୟ, ଗତ ଫେବୃୟାରୀ ୨୪ରୁ ୨୬ ମଧ୍ୟରେ ଏହି ପରୀକ୍ଷା ହୋଇଥିଲା। ୧୦ଦିନ ମଧ୍ୟରେ ରେଜଲ୍ଟ ପ୍ରକାଶ କରାଯାଇଥିବାରୁ ଏନ୍‌ଟିଏର ଏହା ବଡ଼ ସଫଳତା ବୋଲି କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଟୁଇଟ୍‌ କରି ପ୍ରକାଶ କରିଛନ୍ତି। ଏଥର ୬,୨୦,୯୭୮ଜଣ ପରୀକ୍ଷା ଦେଇଥିଲେ। ୩୩୧ଟି ସହରରେ ମୋଟ ୮୨୮ ପରୀକ୍ଷା କେନ୍ଦ୍ର କରାଯାଇଥିଲା। ଭାରତ ବାହାରେ କଲମ୍ବୋ, ଦୋହା, ଦୁବାଇ, କାଠମାଣ୍ଡୁ, ମସ୍କାଟ, ରିୟାଧ, ଶାରଜା, ସିଙ୍ଗାପୁର ଓ କୁଏତ୍‌ ଆଦି ସହରରେ ବି ପରୀକ୍ଷା ହୋଇଥିଲା। ପୂର୍ବରୁ ଏହି ପରୀକ୍ଷା ୩ଟି ଭାଷାରେ ହେଉଥିବାବେଳେ ଚଳିତବର୍ଷ ପ୍ରଥମଥର ପାଇଁ ଇଂଲିଶ, ହିନ୍ଦୀ, ଗୁଜରାଟୀ, ଅସମିଆ, ବଙ୍ଗଳା, କନ୍ନଡ଼, ମାଲାୟାଲମ୍‌, ମରାଠୀ, ଓଡ଼ିଆ, ପଞ୍ଜାବୀ, ତାମିଲ, ତେଲୁଗୁ ଓ ଉର୍ଦ୍ଦୁ ଆଦି ୧୩ ଭାଷାରେ ପରୀକ୍ଷା ହୋଇଥିଲା। ଛାତ୍ରୀଛାତ୍ର https://jeemain.nta.nic.in ଓ୍ବେବ୍‌ସାଇଟ୍‌କୁ ଯାଇ ପରୀକ୍ଷାଫଳ ସହ ଅଧିକ ତଥ୍ୟ ପାଇପାରିବେ।


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?